1. କୃଷି ଖବର

ଅନ୍ୟର ଜୀବନରେ ଆଲୋକ ଭରି ନିଜ ଜୀବନକୁ ଆଲୋକିତ କର: IAS ରବିକାନ୍ତ

କୃଷି ଜାଗରଣରେ ବରିଷ୍ଠ ପ୍ରଶାସନିକ ଅଧିକାରୀ(IAS) ଡ. ରବିକାନ୍ତ ମେନ୍ଦିଥି । ଆଇଏଏସ ରବିକାନ୍ତ Housing & Urban Development Corporation ର ପୂର୍ବତନ ଅଧ୍ୟକ୍ଷ ଥିଲେ ।

Shuvanshu Kar
Shuvanshu Kar
Let yourself be light give light, says medithi ravi kanth ias

Let yourself be light give light, says medithi ravi kanth ias

ରାଜଧାନୀ ଦିଲ୍ଲୀର କୃଷି ଜାଗରଣ(Krishi Jagran)ରେ ବରିଷ୍ଠ ପ୍ରଶାସନିକ ଅଧିକାରୀ(IAS) ଡ. ରବିକାନ୍ତ ମେନ୍ଦିଥି । ପ୍ରାଶିସନିକ କ୍ଷେତ୍ରରେ ନିଜର ଲମ୍ବା ଅନୁଭୂତି ଓ କୃଷି ଜଗତ ସହିତ ନିରବଚ୍ଛିନ୍ନ ଯାତ୍ରାର ଅଭିଜ୍ଞତା ସମ୍ପର୍କରେ କହିଛନ୍ତି ଡ. ରବିକାନ୍ତ । ଆଇଏଏସ ରବିକାନ୍ତ Housing & Urban Development Corporation ର ପୂର୍ବତନ ଅଧ୍ୟକ୍ଷ ଥିଲେ ।

କୃଷି ଜାଗରଣ ଚୌପାଲରେ କୃଷି କ୍ଷେତ୍ରକୁ ନେଇ ଅନେକ ବିଷୟ ଉପରେ ଆଲୋକପାତ କରିଥିଲେ ଡ. ରବିକାନ୍ତ । ପ୍ରୋଜେକ୍ଟ ଏବଂ ଡେଭଲପମେଣ୍ଟ ଇଣ୍ଡିଆ ଲିମିଟେଡର ପରିଚାଳନା ନିର୍ଦ୍ଦେଶକ ଦାୟିତ୍ବରେ ଥିବା ରବିକାନ୍ତ 'ହରଘର ତ୍ରିରଙ୍ଗା' ଅଭିଯାନରେ ସାମିଲ ହୋଇଥିଲେ । ଡଃ ରବିକାନ୍ତଙ୍କୁ କୃଷି ଜାଗରଣକୁ ସ୍ବଗତ ଜଣାଇଥଇଲେ ଏହାର ପ୍ରତିଷ୍ଠାତା ତଥା ମୁଖ୍ୟ ସମ୍ପାଦକ ଏମସି ଡୋମିନିକ୍ । ପ୍ରୋଜେକ୍ଟ ଏବଂ ଡେଭଲପମେଣ୍ଟ ଇଣ୍ଡିଆ ଲିମିଟେଡ୍ ହେଉଛି କେମିକାଲ୍ସ ଏବଂ ଫର୍ଟିଲାଇଜର ଅଧୀନରେ ଏକ ପବ୍ଲିକ୍ ସେକ୍ଟର ।

କୃଷକଙ୍କ ସମସ୍ୟାର ଅନୁଧ୍ୟାନ କରି ସେମାନଙ୍କୁ ସାହାଯ୍ୟ କରିବାକୁ କୃଷି ଜାଗରଣ ଯେଉଁ ଉଦ୍ୟମ କରୁଛି, ଏହାକୁ ପ୍ରଶଂସା କରିଛନ୍ତି ରବିକାନ୍ତ । ସେ କହିଛନ୍ତି, କୃଷକମାନଙ୍କ ସମସ୍ୟାକୁ କର୍ତ୍ତୃପକ୍ଷଙ୍କ ନିକଟରେ ଉପସ୍ଥାପନ କରିବା ପାଇଁ କୃଷି ଜାଗରଣ ଯେଉଁ ସୁଯୋଗ ପ୍ରଦାନ କରୁଛି ତାହା ପ୍ରଶଂସନୀୟ ।

ଗ୍ରାମାଞ୍ଚଳର ଲୋକମାନଙ୍କର ମାନସିକ ଚାପ କମ୍ । କାରଣ ସେମାନେ ପରଦିନ ବିଷୟରେ ଚିନ୍ତା କରନ୍ତି ନାହିଁ । ଆଜି ଜୀବନ ବଞ୍ଚିବା ଏବଂ ଆସନ୍ତାକାଲିର ସମସ୍ୟାର ସମାଧାନ କରିବାକୁ ପରାମର୍ଶ ଦେଇଛନ୍ତି ରବିକାନ୍ତ । ସେହିପରି ଆମେ ଆମ ଜୀବନକୁ ଧନୀମାନଙ୍କ ସହିତ ନୁହେଁ ବରଂ ଭଲ ଲୋକଙ୍କ ଜୀବନ ସହିତ ତୁଳନା କରିବାକୁ ଚେଷ୍ଟା କଲେ ହିଁ ସୁଖ ମିଳିବ ବୋଲି ରବିକାନ୍ତ ନିଜ ବକ୍ତବ୍ୟରେ କହିଛନ୍ତି ।

ଉଦ୍ଭିଦ ବୃଦ୍ଧି ପାଇଁ ଅମ୍ଳଜାନ ଏବଂ ପୋଷକ ତତ୍ତ୍ୱ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ସେମାନେ ଆମକୁ ଖାଦ୍ୟ ଯୋଗାନ୍ତି ଏବଂ ମାଟିର ସୁରକ୍ଷା କରନ୍ତି । ସେହିଭଳି ଜଣେ ଆଲୋକରେ ବଞ୍ଚିବା ଉଚିତ ଏବଂ ନିଜକୁ ଆଲୋକିତ କରିବା ଉଚିତ ବୋଲି କହିଛନ୍ତି ଆଇଏଏସ ମେନ୍ଦିଥି ।

1986 ବ୍ୟାଚ୍ କେରଳ କ୍ୟାଡର ଆଇଏଏସ୍ ଅଧିକାରୀ, ଡ. ରବିକାନ୍ତ କେରଳ ସରକାରଙ୍କ ମୁଖ୍ୟ ସଚିବ ଏବଂ କେନ୍ଦ୍ର ସରକାରଙ୍କ ଶକ୍ତି ମନ୍ତ୍ରଣାଳୟର ଯୁଗ୍ମ ସଚିବ ଭାବରେ କାର୍ଯ୍ୟ କରିଛନ୍ତି। ସେ ଅଷ୍ଟ୍ରେଲିଆର ମେଲବୋର୍ଣ୍ଣ ୟୁନିଭରସିଟିରୁ ଏମବିଏ ଡିଗ୍ରୀ ହାସଲ କରିଛନ୍ତି । ମେନ୍ଦିଥି 37ଟି ଦେଶ ଏବଂ 64 ଟି ପ୍ରମୁଖ ସହର ପରିଦର୍ଶନ କରିଛନ୍ତି।

ଯଜ୍ଞରୁ ଜୈବିକ ଚାଷ, କୃଷିକୁ ନେଇ କଣ ମନ୍ତ୍ର ଦେଲେ ପ୍ରତାପ ?

'ଓଡିଆ' ଭାରତୀୟ ଲିପିର ରାଣୀ: ପ୍ରତାପ ଷଡଙ୍ଗୀ

Like this article?

Hey! I am Shuvanshu Kar. Did you liked this article and have suggestions to improve this article? Mail me your suggestions and feedback.

Share your comments