News

ବିମାନରେ ଯାତ୍ରା କରୁଛି ଲିଚୁ

ଚଳିତ ବର୍ଷ ଦେଶର ବିଭିନ୍ନ ଅଞ୍ଚଳରେ ପହଞ୍ଚିବା ପାଇଁ ଲିଚୁରେ ଡେଣା ଲାଗିଥିବା ଦେଖିବାକୁ ମିଳିଛି । ଆଉ ଏଥିପାଇଁ ବିହାର ସମେତ ମୁଜାଫରପୁରର ଲିଚୁ ବିମାନରେ ଉଡାଣ ଭରୁଛି ।

21 May, 2022 2:50 PM IST By: Shuvanshu Kar

ଫଳର ରାଣୀ ଲିଚୁ । ଦେଶର ଏହି ଫଳ ରାଣୀ ଲିଚୁ(litchi) ସହ ରହିଛି ବିହାରର ଗୁରୁତ୍ବପୂର୍ଣ୍ଣ ସମ୍ପର୍କ । ଆପଣ କହିପାରନ୍ତି ଯେ ବିହାରର ପରିଚୟ ହେଉଛି ଲିଚୁ । ମୁଜାଫରପୁର ଓ ଏହାର ଆଖପାଖ ଅଞ୍ଚଳରେ ଉତ୍ପାଦନ ହେଉଥିା ଲିଚୁ ନିଜର ସୁଗନ୍ଧ ଓ ସ୍ବାଦ ପାଇଁ ସାରା ବିଶ୍ବରେ ଜଣାଶୁଣା । ପ୍ରତିବର୍ଷ ଦେଶର ବିଭିନ୍ନ ସ୍ଥାନରେ ଏହାର ଚାହିଦା ରହିଥାଏ ।

ଲିଚୁକୁ ଦୀର୍ଘ ଦିନ ପାଇଁ ସଂରକ୍ଷିତ ରଖିବା ଏକ ବଡ ଚ୍ୟାଲେଞ୍ଜ । ଏଥିପାଇଁ ମୁଜାଫରପୁର ଲିଚୁ ଖାଇବାର ଭାଗ୍ୟ ସମସ୍ତଙ୍କର ହୋଇନଥାଏ । ହେଲେ ଚଳିତ ବର୍ଷ ଦେଶର ବିଭିନ୍ନ ଅଞ୍ଚଳରେ ପହଞ୍ଚିବା ପାଇଁ ଲିଚୁରେ ଡେଣା ଲାଗିଥିବା ଦେଖିବାକୁ ମିଳିଛି । ଆଉ ଏଥିପାଇଁ ବିହାର ସମେତ ମୁଜାଫରପୁରର ଲିଚୁ ବିମାନରେ ଉଡାଣ ଭରୁଛି ।

ବଜାରକୁ ଆସିସାରିଛି ଲାଲ ଟହଟହ ଲିଚୁ । ଏହା ସହିତ ଲିଚୁ ଚାଷୀ ଦେଶର ମୁଖ୍ୟ ସହରରେ ରହୁଥିବା ଲିଚୁପ୍ରେମୀଙ୍କ ପାଖକୁ ଲିଚୁ ପହଞ୍ଚାଇବା ପାଇଁ ପ୍ରୟାସ ଆରମ୍ଭ କରିଦେଇଛନ୍ତି । ଯାହାକି ସଫଳ ହେଉଥିବା ଦେଖିବାକୁ ମିଳୁଛି । ଏହି କ୍ରମରେ ଦରଭଙ୍ଗା ବିମାନ ବନ୍ଦରରୁ ଏକ ଟନ ଲିଚୁ ବେଙ୍ଗାଲୁରୁ ପଠାଯାଇଛି । ସେହିପରି ଆଗାମୀ ଦିନରେ ଏହି ଲିଚୁ ମୁମ୍ବାଇ, ଦିଲ୍ଲୀ, ହାଇଦ୍ରାବାଦ ଓ ଗୁଜୁରାଟ ପଠାଯିବାର ବ୍ୟବସ୍ଥା କରାଯାଇଛି ।

ଦରଭଙ୍ଗା ବିମାନବନ୍ଦର ସ୍ଥାନୀୟ ଚାଷୀଙ୍କ ପାଇଁ ଏକ ବରଦାନ ସାବ୍ୟସ୍ତ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାର ଉଦଘାଟନ କରିଥିଲେ । ବିମାନବନ୍ଦରରୁ ପ୍ରତିଦିନ 6 ଟନ ଲିଚୁ ଅନ୍ୟ ସହରକୁ ପଠାଯିବାର ନେଇ ଲକ୍ଷ୍ୟ ନିର୍ଦ୍ଧାରଣ କରାଯାଇଛି । ଏଥିପାଇଁ ଭିନ୍ନ ଭିନ୍ନ କାର୍ଗୋର ବ୍ୟବସ୍ଥା ହୋଇଛି । ସମସ୍ତ କାର୍ଗୋରେ ଲାଗିଛି ଶୀତତାପ ନିୟନ୍ତ୍ରକ । ଏହାଫଳରେ ଅଧଇକ ସମୟ ଯାଏ ଲିଚୁ ସତେଜ ରହିପାରିବ ।

ଫଳ ଚାଷର ଭିତିରି କଥା, ଜାଣି ରଖନ୍ତୁ !!!

ଲିଚି ଖାଉଛନ୍ତି କି, ଜଣାନ୍ତୁ ଆଶ୍ଚର୍ଯ୍ୟ ଜନକ ଉପକାରିତା |

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)