News

ରାଜ୍ୟରେ ଲାଗି ରହିଛି ପ୍ରବଳ ବର୍ଷା, ଆହୁରି ଛେଚିବା ନେଇ ଆଶଙ୍କା

ମୁଣ୍ଡଳୀ ଅତିକ୍ରମ କରୁଛି ମହାନଦୀର ବନ୍ୟାଜଳ । ରାଜ୍ୟରେ ବନ୍ୟା ସ୍ଥିତି ନେଇ ସମୀକ୍ଷା କରୁଛନ୍ତି SRC । ଲଘୁଚାପ ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ଲାଗି ରହିଛି । ୧୦ ଜିଲ୍ଲାକୁ ରେଡ୍‌ ୱାର୍ଣ୍ଣିଂ ।

14 August, 2022 2:00 PM IST By: Shuvanshu Kar

ରାଜ୍ୟରେ ଲଗାଣ ବର୍ଷା ଯୋଗୁ ବଢୁଛି ବିନ୍ୟା ଆଶଙ୍କା(Flood-like Situation) । ଉପରମୁଣ୍ଡରେ ବର୍ଷା(rain) ଯୋଗୁଁ ଫୁଲୁଛି ନଦୀର ଜଳସ୍ତର । ବିଭିନ୍ନ ତଳିଆ ଅଞ୍ଚଳ ଏବେ ପାଣି ପଶଇବାକୁ ଲାଗିଲାଣି । ସେପଟେ ଆଜି ମୁଣ୍ଡଳୀ ଅତିକ୍ରମ କରୁଛି ମହାନଦୀର ବନ୍ୟାଜଳ । ରାଜ୍ୟରେ ବନ୍ୟା ସ୍ଥିତି(Flood) ନେଇ ସମୀକ୍ଷା କରୁଛନ୍ତି SRC । ଲଘୁଚାପ ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ଲାଗି ରହିଛି । ୧୦ ଜିଲ୍ଲାକୁ ରେଡ୍‌ ୱାର୍ଣ୍ଣିଂ ।

ସେପଟେ ଲଘୁଚାପ ଅବପାତରେ ପରିଣତ ହୋଇସାରିଛି । ସୁଦୃଶ୍ୟ ଲଘୁଚାପ ଘନୀଭୂତ ହୋଇ ଅବପାତରେ ପରିଣତ ହୋଇଥିବା ସୂଚନା । ଉତ୍ତରପଶ୍ଚିମ ବଙ୍ଗୋପସାଗର ଓ ଉତ୍ତର ଓଡ଼ିଶା ଉପକୂଳରେ ଅବପାତର ରୂପ ନେଇଛି ଲଘୁଚାପ । ଏହା ଦୀଘାରୁ ଦକ୍ଷିଣ ପୂର୍ବର ୧୦ କିମି ଦୂରରେ କେନ୍ଦ୍ରୀଭୂତ ହୋଇଛି । ବାଲେଶ୍ୱରଠାରୁ ପୂର୍ବ ଉତ୍ତର-ପୂର୍ବକୁ ୯୦ କିମି ଦୂରରେ କେନ୍ଦ୍ରୀଭୂତ ହୋଇଥିବା ଜଣାପଡିଛି ।

ଚାରିଆଡ଼େ ବର୍ଷା ଲାଗି ରହିଛି । ବିପଦ ସଙ୍କେତ ଉପରେ ବୈତରଣୀ । ରାଜ୍ୟର ୨୧ଟି ସ୍ଥାନରେ ଅତି ପ୍ରବଳ ବର୍ଷା ରେକର୍ଡ । ୭୩ଟି ସ୍ଥାନରେ ପ୍ରବଳ ବର୍ଷାର ସୂଚନା ଦେଇଛନ୍ତି ପାଣିପାଗ ବିଜ୍ଞନି ଉମାଶଙ୍କର ଦାସ ।

ଜଳସ୍ତର ଆହୁରି ବଢିବା ନେଇ ଖବର ସାମ୍ନାକୁ ଆସୁଛି । ସମ୍ଭାବ୍ୟ ବନ୍ୟା ସ୍ଥିତି ନେଇ ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀଙ୍କ ସୂଚନା ଦେଇଛନ୍ତି । ହୀରାକୁଦର ୩୪ ଗେଟ ଖୋଲାଅଛି । ସ୍ଥିତି ଦେଖି ଆଗକୁ ଆହୁରି ଅଧତ୍କ ଖୋଲାଯିବ ବୋଲି କୁହାଯାଉଛି । ବଂଶଧାରା, ବୈତରଣୀ ଓ ଜଳକା ବିପଦ ସଂକେତ ଛୁଇଁଛି । ମୁଣ୍ଡଳୀରେ ୭ଟା ସୁଦ୍ଧା ୫ ଲକ୍ଷ ୫୬ ହଜାର କୁ୍ୟସେକ ଜଳ ପ୍ରବାହିତ ହୋଇସାରିଥିବା ସୂଚନା ।

ଆଜି ମଧ୍ୟ ରାଜ୍ୟସାରା ପ୍ରବଳ ବର୍ଷା ଲାଗି ରହିବ ବୋଲି କେନ୍ଦ୍ର ପାଣିବାଗ ବିଭାଗର ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି । କେତେକ ସ୍ଥାନରେ ଅତି ପ୍ରବଳ ଓ ଅତ୍ୟନ୍ତ ପ୍ରବଳ ବର୍ଷା ହେବ । କାଲିଠୁ ବର୍ଷାର ପରିମାଣ କମିବ ବୋଲି ଅନୁମାନ କରୁଛନ୍ତି IMD ଡିଜି ।

ସକ୍ରିୟ ହେଲା ଲଘୁଚାପ, ପ୍ରବଳରୁ ଅତିପ୍ରବଳ ବର୍ଷା ଆଶଙ୍କା

ଶେଷ ନିଦ୍ରାରେ ଶେୟାର ମାର୍କେଟ କିଙ୍ଗ ରାକେଶ ଝୁଝୁନଓ୍ବାଲା

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)