1. କୃଷି ଖବର

ଶେଷ ନିଦ୍ରାରେ ଶେୟାର ମାର୍କେଟ କିଙ୍ଗ ରାକେଶ ଝୁଝୁନଓ୍ବାଲା

ଶେୟର ମାର୍କେଟର ବିଗବୁଲ ରାକେଶ ଝୁଝୁନଓ୍ବାଲାଙ୍କ ପରଲୋକ । 62 ବର୍ଷରେ ଆଖି ବୁଜିଛନ୍ତି ରାକେଶ ଝୁଝୁନଓ୍ବାଲା ।

Shuvanshu Kar
Shuvanshu Kar
Rakesh Jhunjhunwala Passes Away At 62

Rakesh Jhunjhunwala Passes Away At 62

ଶେୟର ମାର୍କେଟର ବିଗବୁଲ ରାକେଶ ଝୁଝୁନଓ୍ବାଲା(Rakesh Jhunjhunwala)ଙ୍କ ପରଲୋକ । 62 ବର୍ଷରେ ଆଖି ବୁଜିଛନ୍ତି ରାକେଶ ଝୁଝୁନଓ୍ବାଲା(Rakesh Jhunjhunwala) । ଆଜି ସକାଳ 6.45 ରେ ତାଙ୍କର ନିଧନ ହୋଇଥିବା ମୁମ୍ବାଇର ବ୍ରିଚକ୍ୟାଣ୍ଡି ହସ୍ପିଟାଲ ପକ୍ଷରୁ ସୂଚନା ଦିଆଯାଇଛି ।

ରାକେଶ ଝୁନଝୁନଓ୍ବାଲା(Rakesh Jhunjhunwala)ଙ୍କ ବିୟୋଗରେ ଶୋକ ବ୍ୟକ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀ ଟ୍ବିଟ କରି ଲେଖିଛନ୍ତି, ରାକେଶ ଝୁନଝୁନଓ୍ବାଲା ଅବିସ୍ମରଣୀୟ ଥିଲେ। ସେ ଆର୍ଥିକ ଦୁନିଆରେ ଏକ ଅବିସ୍ମରଣୀୟ ଅବଦାନ ଛାଡିଛନ୍ତି । ସେ ମଧ୍ୟ ଭାରତର ଅଗ୍ରଗତି ପାଇଁ ଅତ୍ୟନ୍ତ ଆଗ୍ରହୀ ଥିଲେ । ତାଙ୍କର ଦେହାନ୍ତ ଦୁଃଖଦାୟକ । ପରିବାର ଏବଂ ପ୍ରଶଂସକଙ୍କ ପ୍ରତି ସମବେଦନା ଜଣାଇଛନ୍ତି ମୋଦି ।

ରାକେଶ ଝୁନଝନଓ୍ବାଲା(Rakesh Jhunjhunwala)ଙ୍କୁ ଭାରତର ଓ୍ବାରେନ ବଫେଟ ମଧ୍ୟ କୁହାଯାଏ । ଶେୟର ମାର୍କେଟର କିଙ୍ଗ ରାକେଶ ଝୁନଝନଓ୍ବାଲା ବିଗବୁଲ ଏୟାରଲାଇନ୍ସ ସେକ୍ଟରରକୁ ମଧ୍ୟ ଓହ୍ଲାଇ ସାରିଥିଲେ । ସେ ନୂଆ ଏୟାରଲାଇନ୍ସ କମ୍ପାନୀ ଆକାସା ଏୟାରରେ ମଧ୍ୟ ମୋଟା ଅଙ୍କର ଇନଭେଷ୍ଟ କରିଥିଲେ । 7 ଅଗଷ୍ଟରେ କମ୍ପାନୀର ଅପରେସନ ଆରମ୍ଭ ହୋଇଥିଲା ।

ଷ୍ଟକ ମାର୍କେଟରେ ନିବେଶ କରିଥିବା ଝୁନଝୁନଓ୍ବାଲାଙ୍କ ପାଖରେ 1000 କୋଟି ଟଙ୍କାର ସମ୍ପାତ୍ତି ଅଛି । ହେଲେ ସବୁଠୁ ବଡ କଥା ହେଉଛି ଯେ ଏତେ ଟଙ୍କାର ସମ୍ପତ୍ତିର ମାଲିକ ମାତ୍ର 5 ହଜାର ଟଙ୍କାରେ ନିଜ କାରବାର ଆରମ୍ଭ କରିଥିଲେ ।

୧୯୬୦ ଜୁଲାଇ ୫ରେ ଏକ ମଧ୍ୟବିତ୍ତ ପରିବାରରେ ଝୁନଝୁନୱାଲାଙ୍କ ଜନ୍ମ । ୧୯୮୫ରେ ନିଜର କଲେଜ ପଢା ସମୟରେ ଷ୍ଟକ ମାର୍କେଟରେ ପ୍ରବେଶ କରିଥିଲେ ରାକେଶ ଝୁନଝୁନୱାଲା । ସେତେବେଳେ ମାତ୍ର ୫ ହଜାର ଟଙ୍କା ନିବେଶ ଆରମ୍ଭ କରିଥିଲେ ରାକେଶ । ୧୯୮୬ରେ 'ଟାଟା ଟି' ଶେୟାର କିଣି ଝୁନଝୁନୱାଲା ଷ୍ଟକ ବଜାରରୁ ମୋଟା ଅଙ୍କର ଲାଭ କମାଇଥିଲେ ।

ଆକାସା ଏୟାର ସେୟାରରେ ରାକେଶ ଝୁନଝୁନୱାଲା ଏବଂ ତାଙ୍କ ପତ୍ନୀ ରେଖାଙ୍କର ସର୍ବାଧିକ ଅଂଶଧନ ଅଛି । ମିଳିତ ଭାବେ, ଏହି ବିମାନ କମ୍ପାନୀରେ ସମୁଦାୟ ଅଂଶଧନ 45.97 ପ୍ରତିଶତ ଅଟେ । ଏହା ବ୍ୟତୀତ ବିନୟ ଦୁବେ, ସଞ୍ଜୟ ଦୁବେ, ନୀରଜ ଦୁବେ, ମାଧବ ଭଟକୁଲି, ପିଏଆର କ୍ୟାପିଟାଲ ଭେଞ୍ଚର୍ସ, କାର୍ତ୍ତିକ ବର୍ମା ମଧ୍ୟ ଆକାସା ଏୟାରର ପ୍ରମୋଟର ଅଟନ୍ତି । ରାକେଶ ଝୁନଝୁନୱାଲାଙ୍କ ପରେ ବିନୟ ଦୁବେଙ୍କ ଶେୟର 16.13 ପ୍ରତିଶତ ଅଟେ। ଆକାସା ଏୟାର 13 ଅଗଷ୍ଟରୁ ବେଙ୍ଗାଲୁରୁ-କୋଚି ସେବା ଆରମ୍ଭ କରିଛି । ଏଥି ସହିତ, ଏହା ଅଗଷ୍ଟ 19ରୁ ବାଙ୍ଗାଲୋର-ମୁମ୍ବାଇ ଏବଂ ଚେନ୍ନାଇ-ମୁମ୍ବାଇ ପାଇଁ ସେପ୍ଟେମ୍ବର 15 ରୁ ସେବା ଆରମ୍ଭ କରିବ ।

ରାକେଶ ଝୁନଝୁନୱାଲାଙ୍କ ଆୟର ମୁଖ୍ୟ ଉତ୍ସ ହେଉଛି ଷ୍ଟକ୍ ମାର୍କେଟ୍ | ଝୁନଝୁନୱାଲାଙ୍କ ଏହି ସଫଳତାର କାହାଣୀ ମାତ୍ର 5 ହଜାର ଟଙ୍କାରୁ ଆରମ୍ଭ ହୋଇଥିଲା । ଆଜି ତାଙ୍କର ମୋଟ ଶେୟାର ମୂଲ୍ୟ ପ୍ରାୟ 40 ହଜାର କୋଟି ଅଟେ। ଏହି ସଫଳତା ହେତୁ ଝୁନଝୁନୱାଲାଙ୍କୁ ଭାରତୀୟ ଷ୍ଟକ୍ ମାର୍କେଟର ବିଗ୍ ବୁଲ କୁହାଯାଏ।

ଦେଶର ସମସ୍ତ PACS ପାଇଁ ଆଦର୍ଶ ଆଇନ ଆଣିବେ କେନ୍ଦ୍ର ସରକାର

'I am a Chinese, not a terrorist': କାହିଁକି କୋର୍ଟରେ ଏମିତି କହିଲେ Huawei India ସିଇଓ ?

Like this article?

Hey! I am Shuvanshu Kar. Did you liked this article and have suggestions to improve this article? Mail me your suggestions and feedback.

Share your comments