News

ଗ୍ରାହକଙ୍କୁ ପୁଣି ମହଙ୍ଗା ମାଡ଼,ଆଜିଠୁ ବଢିଲା ନୂଆ LPG ଗ୍ୟାସ୍ ଦର

ଗ୍ରାହକଙ୍କୁ ପୁଣି ମହଙ୍ଗା ମାଡ଼, ଆଜିଠୁ ବଢିଲା ନୂଆ ଏଲପିଜି ଗ୍ୟାସ୍ ଦର । ମହଙ୍ଗା ମାଡ ସହ ଯୁଝୁଥିବା ଖାଉଟିଙ୍କ ପାଇଁ ଖରାପ ଖବର । ଗୋଟେପଟେ ଘରୋଇ ରନ୍ଧନ ଗ୍ୟାସ ସିଲିଣ୍ଡର ଦର ଅହେତୁକ ଭାବେ ବଢିଥିବାବେଳେ ଏବେ ନୂଆ ଗ୍ୟାସ ଆଣିଲେ ପୂର୍ବ ଅପେକ୍ଷା ଦେବାକୁ ପଡିବ ଅଧିକ ଟଙ୍କା । ଫଳରେ ଏକ ନୂତନ ଘରୋଇ ଏଲପିଜି ସିଲିଣ୍ଡର କନେକ୍ସନ୍ ନେବାକୁ ଗ୍ରାହକଙ୍କ ପାଇଁ ମହଙ୍ଗା ହୋଇଯିବ ।

16 June, 2022 2:26 PM IST By: Sudesna Nayak

ମହଙ୍ଗା ମାଡ ସହ ଯୁଝୁଥିବା ଖାଉଟିଙ୍କ ପାଇଁ ଖରାପ ଖବର । ଗୋଟେପଟେ ଘରୋଇ ରନ୍ଧନ ଗ୍ୟାସ ସିଲିଣ୍ଡର ଦର ଅହେତୁକ ଭାବେ ବଢିଥିବାବେଳେ ଏବେ ନୂଆ ଗ୍ୟାସ ଆଣିଲେ ପୂର୍ବ ଅପେକ୍ଷା ଦେବାକୁ ପଡିବ ଅଧିକ ଟଙ୍କା । ଫଳରେ ଏକ ନୂତନ ଘରୋଇ ଏଲପିଜି ସିଲିଣ୍ଡର (lpg cylinder) କନେକ୍ସନ୍ ନେବାକୁ ଗ୍ରାହକଙ୍କ ପାଇଁ ମହଙ୍ଗା ହୋଇଯିବ ।

ସୂଚନା ଅନୁଯାୟୀ,ଖାଲି ଏତିକି ନୁହେଁ ଡବଲ ସିଲିଣ୍ଡର, ରେଗୁଲେଟର ଏବଂ ପାଞ୍ଚ କେଜି ସିଲିଣ୍ଡର ପାଇଁ ମଧ୍ୟ ଗ୍ରାହକଙ୍କୁ ଅଧିକ ଟଙ୍କା ଦେବାକୁ ପଡିବ । ଆଜିଠୁ ଏହି ବର୍ଦ୍ଧିତ ଦର ଲାଗୁ ହେବ ।

ନୂଆ ଦର ଅନୁଯାୟୀ, ଗ୍ରାହକ ମାନଙ୍କୁ ୧୪ କେଜି ଘରୋଇ ସିଲିଣ୍ଡର (cylinder)ର ନୂଆ ସଂଯୋଗ ପାଇଁ ୨୨୦୦ ଟଙ୍କା ଦେବାକୁ ପଡିବ । ବର୍ତ୍ତମାନ ଯାଏଁ ଏଥିପାଇଁ ଗ୍ରାହକଙ୍କୁ ୧୪୫୦ ଟଙ୍କା ଦେବାକୁ ପଡୁଥିଲା । ଏହାସହ ଗ୍ରାହକଙ୍କୁ ଡବଲ ସିଲିଣ୍ଡର ପାଇଁ ୨୯୦୦ ଟଙ୍କା ବଦଳରେ ଏଣିକି ୪୪୦୦ ଟଙ୍କା ଦେବାକୁ ପଡିବ । ଏହାବାଦ୍ ରେଗୁଲେଟର ପାଇଁ ମଧ୍ୟ ଗ୍ରାହକଙ୍କୁ ଆଜି ଠାରୁ ୨୫୦ ଟଙ୍କା ଦେବାକୁ ପଡିବ ।

ରାଷ୍ଟ୍ରୀୟ ତୈଳ ବିତରକ କମ୍ପାନୀଗୁଡିକ ଗୁରୁବାର ଠାରୁ ଘରୋଇ ଗ୍ୟାସ ସଂଯୋଗ ଦରବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି । ଘରୋଇ ଏଲପିଜି ସଂଯୋଗ ବ୍ୟବସ୍ଥା ଅଧିନରେ କମ୍ପାନୀଗୁଡିକ ୧୪.୨ କେଜିର ଏଲପିଜି ସିଲିଣ୍ଡରର ସିକ୍ୟୁରିଟି ଜମା ରାଶିରେ ୭୫୦ ଟଙ୍କା ବୃଦ୍ଧି କରାଯାଇଛି ।

ଏହା ଫଳରେ ଏକ ନୂତନ ରନ୍ଧନ ଗ୍ୟାସ୍ ସଂଯୋଗ ପାଇବା ପାଇଁ ପୂର୍ବରୁ ୧୪୫୦ ଟଙ୍କା ଦେବାକୁ ପଡୁଥିବାବେଳେ ଏବେ ଏଥିପାଇଁ୨,୨୦୦ ଟଙ୍କା ଦେବାକୁ ପଡିବ । ଏହାସହ ସିକ୍ୟୁରିଟି ଡିପୋଜିଟ ଭାବେ ୭୫୦ ଟଙ୍କା ଜମା କରିବାକୁ ପଡିବ । ରେଗୁଲେଟର ପାଇଁ ପୂର୍ବରୁ ୧୫୦ଟଙ୍କା ଦେବାକୁ ପଡୁଥିବାବେଳେ ଏବେ ଏଣିକି ଏଥିପାଇଁ ଗ୍ରାହକଙ୍କୁ ୨୫୦ ଟଙ୍କା ଦେବାକୁ ପଡିବ । ବର୍ଦ୍ଧିତ ଦର ଅନୁସାରେ ୧୪ କେଜିର ଗୋଟିଏ ସିଲିଣ୍ଡର ପାଇବାକୁ ପୂର୍ବରୁ ୧୪୫୦ ଟଙ୍କା ଦେବାକୁ ପଡୁଥିବାବେଳେ ଏବେ ୨୨୦୦ ଟଙ୍କା ଦେବାକୁ ପଡିବ ।

ଡବଲ ସିଲଇଣ୍ଡର ପାଇଁ ପୂର୍ବରୁ ୨୯୦୦ ଟଙ୍କା ଦେବାକୁ ପଡୁଥିବାବେଳେ ଆଜିଠାରୁ ୪୪୦୦ ଟଙ୍କା ଖର୍ଚ୍ଚ କରିବାକୁ ପଡିବ । ପାଞ୍ଚ କେଜି ସିଲିଣ୍ଡର ପାଇଁ ପୁର୍ବରୁ ୮୦୦ ଟଙ୍କା ସିକ୍ୟୁରିଟି ଭରିବାକୁ ପଡୁଥିବାବେଳେ ଏବେ ଏଥିପାଇଁ ୧୧୫୦ ଟଙ୍କା ଦେବାକୁ ପଡିବ ।

ପ୍ରକାଶ ଥାଉ ଯେ, କେବଳ ଏତିକି ନୁହେଁ ପାସ୍ବୁକ୍ ପାଇଁ ୨୫ ଟଙ୍କା ଓ ଗ୍ୟାସ୍ ପାଇପ୍ ପାଇଁ ଅଲଗା ୧୫୦ ଟଙ୍କା ଦେବାକୁ ପଡିବ । ଗୋଟେପଟେ ଘରୋଇ ଏଲପିଜି ବାରମ୍ବାର ବଢି ଏବେ ୧୦୦୦ ଟଙ୍କାକୁ ଟପିଥିବାବେଳେ ନୂଆ ଗ୍ୟାସ କନେକ୍ସନରେ ବଢିଥିବା ଦର ଲୋକଙ୍କ ଚିନ୍ତା ବଢାଇଛି । ବିଶେଷ କରି ମଧ୍ୟବିତ୍ତ ଲୋକଙ୍କ ଉପରେ ଚଡକ ପଡିଛି ।

LPG Price Hike: ୫୦ ଟଙ୍କା ବଢିଲା ଗ୍ୟାସ ଦର

ହାଣ୍ଡିଶାଳକୁ ମହଙ୍ଗା ମାଡ, ପୁଣି ବଢିଲା LPG ଦର

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)