1. କୃଷି ଖବର

ଖୁସି ଖବର: କମିଲା କମର୍ସିଆଲ ଏଲପିଜି ଦର

କିଛିଦିନ ହେବ ଗ୍ରାହକଙ୍କ ଓ ଖାଉଟିଙ୍କ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ତଥା ଖାଦ୍ୟର ଦର ବଢ଼ିବାରେ ଲାଗିଛି l କେତେବେଳେ ଡାଲି ଦର ତ ଆଉ କେତେବେଳେ ଗହମ ଦର l

Tanushree Mahapatra
Tanushree Mahapatra
Lpg cylinder prices slashed , image source - wikipedia

Lpg cylinder prices slashed , image source - wikipedia

କିଛିଦିନ ହେବ ଗ୍ରାହକଙ୍କ ଓ ଖାଉଟିଙ୍କ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ତଥା ଖାଦ୍ୟର ଦର ବଢ଼ିବାରେ ଲାଗିଛି l କେତେବେଳେ ଡାଲି ଦର ତ ଆଉ କେତେବେଳେ ଗହମ ଦର l ଏହାରି ମଧ୍ୟରେ ସିଲିଣ୍ଡର ଦର ମଧ୍ୟ ବଢିଥିଲା l ଯେଉଁଥି ପାଇଁ ଗ୍ରାହକଙ୍କ ଚିନ୍ତା ବଢିଥିଲା l ମାସ ଆରମ୍ଭରୁ ଗ୍ରାହକଙ୍କୁ ମିଳିଛି ଖୁସି ଖବର l କାରଣ ହ୍ରାସ ପାଇଛି ବ୍ୟବସାୟିକ ଏଲପିଜି ଦର l

ଏ ନେଇ ସମ୍ବାଦ ସରବରାହ ସଂସ୍ଥାନ ‘ଏଏନ୍‌ଆଇ’ ରିପୋର୍ଟ ଯୋଗେ ସୂଚନା ଦେଇଛି । ତୈଳ ବିପଣନକାରୀ କମ୍ପାନିମାନେ ଦର ସଂଶୋଧନ କରିଥିବାରୁ ଆଜିଠାରୁ ୧୯ କିଲୋ ଓଜନବିଶିଷ୍ଟ ବ୍ୟାବସାୟିକ ‘ଏଲ୍‌ପିଜି’ ସିଲିଣ୍ଡର୍‌ ଦର ୧୭୧ ଟଙ୍କା ୫୦ ପଇସା ହ୍ରାସ କରିଛି l

ସଂଶୋଧିତ ଦର ଅନୁଯାୟୀ, ଆଜିଠାରୁ ଦିଲ୍ଲୀରେ ୧୯ କିଲୋଗ୍ରାମ୍‌ ଓଜନବିଶିଷ୍ଟ ‘ଏଲ୍‌ପିଜି’ ସିଲିଣ୍ଡର ୧,୮୫୬ ଟଙ୍କା ୫୦ ପଇସାରେ ମିଳିବ । ‘ଇଣ୍ଡିଆନ୍‌ ଅଏଲ୍‌ ‌କର୍ପୋରେସନ୍‌’ ର ସୂଚନା ଅନୁସାରେ, ୧୯ କିଲୋଗ୍ରାମ୍‌ ଓଜନର ବ୍ୟାବସାୟିକ ‘ଏଲ୍‌ପିଜି’ ସିଲିଣ୍ଡର୍‌ ମୁମ୍ବାଇରେ ୧,୮୦୮ ଟଙ୍କା ୫୦ ପଇସା ରହିଛି l ସେହିପରି କୋଲ୍‌କାତାରେ ୧,୯୬୦ ଟଙ୍କା ୫୦ ପଇସା, ଚେନ୍ନାଇରେ ୨,୦୨୧ ଟଙ୍କା ୫୦ ପଇସାରେ ବିକ୍ରିୟ ହେଉଛି ସିଲିଣ୍ଡର ଗ୍ୟାସ ।

ଗତ କିଛି ମାସ ଧରି ଏହି ବ୍ୟବସାୟିକ ସିଲିଣ୍ଡର ଦର ଲଗାତାର ବୃଦ୍ଧି ହେଉଥିବାର ଦେଖିବାକୁ ମିଳିଥିଲା l ଗତ ଏପ୍ରିଲ ପହିଲାରେ ଗ୍ୟାସ ଦରରେ ମଧ୍ୟ ବୃଦ୍ଧି ଦେଖିବାକୁ ମିଳିଥିଲା l କିନ୍ତୁ ସେପଟେ ଅପରିବର୍ତ୍ତିତ ରହିଛି ଘରୋଇ ଗ୍ୟାସ ଦର l ଗ୍ୟାସ ଦର ବଢିବା ସହିତ ବଜାରରେ ମିଳୁଥିବା ଖାଦ୍ୟପେୟର ଦର ମଧ୍ୟ ବୃଦ୍ଧି ପାଇଥିଲା l ଯେଉଁଥିପାଇଁ ଖାଉଟିଙ୍କ ଚିନ୍ତା ବଢିଥିଲା l ତେବେ ଆଜିଠାରୁ ଗ୍ୟାସ ଦର କମିବା ପରେ ଗ୍ରାହକଙ୍କୁ ମିଳିବ ଅଶ୍ଵସ୍ତି l ବର୍ତ୍ତମାନ ସମୟରେ ମହଙ୍ଗା ମାଡରେ ପ୍ରାୟ ସମସ୍ତଙ୍କର ଆର୍ଥିକ ମେରୁଦଣ୍ଡ ଦୋହଲି ଯାଇଛି ।  ମୂଲ୍ୟହ୍ରାସ ଫଳରେ ବିଶେଷ ଭାବେ କ୍ଷୁଦ୍ର ବ୍ୟବସାୟୀଙ୍କୁ ଲାଭ ମିଳିବ ।

ଗ୍ୟାସ ଦାମ ବଢିଲେ ଖାଦ୍ଯ ପଦାର୍ଥ ଦର ମଧ୍ଯ ବଢିଥାଏ, ଯାହାକୁ ନେଇ ଏବେ ସାଧାରଣ ଲୋକ ବର୍ତ୍ତିବେ । ରେସ୍ତୋରାଁ, ଚା ଷ୍ଟଲ, ବଡ ବଡ ହୋଟେଲ ଏବଂ ଭୋଜନାଳୟ ଗୁଡିକରେ ବ୍ୟବସାୟିକ ସିଲିଣ୍ଡରର ବଡ ଉପଭାକ୍ତା ରହିଥାନ୍ତି । ବର୍ତ୍ତମାନ କମର୍ସିଆଲ ଗ୍ୟାସ୍ ସିଲିଣ୍ଡର ହୋଇଥିବାରୁ ସାଧାରଣ ଲୋକ ବହୁ ଖୁସି ଅଛନ୍ତି ।

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments