News

Lumpy Virus ଛଡାଇ ନେଇଛି କ୍ଷୂଦ୍ର ଦୁଗ୍ଧ ଚାଷୀଙ୍କ ଜୀବିକା

ଦେଶରେ ଲମ୍ପି ରୋଗ ବ୍ୟାପିବା ପରେ ଅନେକ ରାଜ୍ୟର ଅଧିକାଂଶ ପରିବାର ଦୁଗ୍ଧ ଉତ୍ପାଦନରେ ପ୍ରବଳ କ୍ଷତି ସହିସାରିଲେଣି । ଏହା ସେମାନଙ୍କର ଜୀବିକା ଛଡାଇ ନେଇଛି ।

04 October, 2022 4:12 PM IST By: Shuvanshu Kar

ଦେଶରେ ଲମ୍ପି ରୋଗ(Lumpy Skin Disease) ବ୍ୟାପିବା ପରେ ଅନେକ ରାଜ୍ୟର ଅଧିକାଂଶ ପରିବାର ଦୁଗ୍ଧ ଉତ୍ପାଦନରେ ପ୍ରବଳ କ୍ଷତି ସହିସାରିଲେଣି । ଏହା ସେମାନଙ୍କର ଜୀବିକା ଛଡାଇ ନେଇଛି ।

ବିଶେଷକରି ଶୁଷ୍କ ଏବଂ ଅର୍ଦ୍ଧ-ଶୁଷ୍କ ଅଞ୍ଚଳରେ ଭାରତର ଅଧିକାଂଶ ଗରିବ କୃଷକଙ୍କ ପାଇଁ ପଶୁପାଳନ ହେଉଛି ଚାଷର ମୁଖ୍ୟ ସ୍ରୋତ । 2019-20 ରେ ଏହି କ୍ଷେତ୍ର ମୋଟ ଅଭିବୃଦ୍ଧିରେ 4.35 ପ୍ରତିଶତ ଯୋଗଦାନ ଦେଇଛି ।

ବନ୍ୟା, ମରୁଡି ଭଳି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ପଶୁପାଳନ ଚାଷୀଙ୍କ ଆୟର ମୁଖ୍ୟ ଜରିଆ ପାଲଟିଥାଏ । ଫସଲ ତୁଳନାରେ ବିଶେ, କରି କ୍ଷୂଦ୍ର ଓ ସୀମାନ୍ତ ଚାଷୀଙ୍କ ପାଇଁ ଏହା ବେଶ ଲାଭଦାୟକ ସାବ୍ୟସ୍ତ ହୋଇଛି । ପଶୁପାଳନ କ୍ଷେତ୍ରରେ କ୍ଷୂଦ୍ର ଚାଷୀଙ୍କ ଅଧିକ ଭାଗ ରହିଥାଏ ।

ଦେଶର ରାଜସ୍ଥାନରେ ସବୁଠୁ ଅଧିକ ପଶୁ ସମ୍ପଦ ରହିଛି । ରାଜ୍ୟରେ ଅନେକ ଚାଷୀଙ୍କ ପାଇଁ ଏହି କ୍ଷେତ୍ର ବେଶ ମହତ୍ବ ରଖେ । ହେଲେ ଲମ୍ପି ରୋଗର ପ୍ରକୋପ ସେମାନଙ୍କ ଜୀବନ ଜୀବିକାକୁ ବିପଦ ମଧ୍ୟକୁ ଠେଲି ଦେଇଛି ।

ଏହି ରୋଗ ହେତୁ ସର୍ବାଧିକ ମୃତ୍ୟୁ ଗର୍ଭବତୀ ଗୋରୁମାନଙ୍କର ହୋଇଛି । ଚାଷୀମାନେ ଅଧିକ ଦୁଗ୍ଧ ଦେଉଥିବା ମଇଁଷିଙ୍କୁ ହରାଇଛି କ୍ଷତି ସହିଛନ୍ତି ।

ଭାରତରେ ଲମ୍ପି ରୋଗ କାରଣରୁ ପ୍ରାୟ 100,000 ଗୋରୁଙ୍କର ମୃତ୍ୟୁ ହୋଇସାରିଲାଣି । ଏକ ଆକଳନ ଅନୁଯାୟୀ ବର୍ତ୍ତମାନ ପର୍ଯ୍ୟନ୍ତ 300 କୋଟି ଟଙ୍କା ପ୍ରତ୍ୟକ୍ଷ ଅର୍ଥନୈତିକ କ୍ଷତି ହୋଇଛି ।

ଦୁଗ୍ଧ କ୍ଷେତ୍ର(Dairy Sector​)ରେ ଭାରତର ଭାଗିଦାରୀ 23 ପ୍ରତିଶତ । ଦେଶରେ ବାର୍ଷିକ 220 ମିଲିୟନ ଟନ ଦୁଗ୍ଧ ଉତ୍ପାଦନ(Dairy Production) ହେଉଛି । ବିଶ୍ବର ସବୁଠୁ ବଡ ଦୁଗ୍ଧ ଉତ୍ପାଦକ ଦେଶମାନଙ୍କ ମଧ୍ୟରେ ଅଗ୍ରଣୀ ରହିଛି ଭାରତ । ଏଭଳି ସ୍ଥିତିରେ ଯଦି ଲମ୍ପି ଭାଇରସ ଅଧିକ ବ୍ୟାପେ ତେବେ ଏହା ଦୁଗ୍ଧ କ୍ଷେତ୍ର ପାଇଁ ବଡ ଚିନ୍ତାର ବିଷୟ ହେବ । 

Dairy Sector: ବିଶ୍ବରେ ଅଗ୍ରଣୀ ଭାରତ, ବାର୍ଷିକ 9.5 ଲକ୍ଷ କୋଟି ଟଙ୍କା ମୂଲ୍ୟର ହେଉଛି ଦୁଗ୍ଧ ଉତ୍ପାଦନ

 

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)