1. କୃଷି ଖବର

ଆନ୍ତର୍ଜାତିକ ଡେୟାରୀ ମହାସଂଘ ବିଶ୍ୱ ଡେୟାରୀ ସମ୍ମେଳନ ୨୦୨୨ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

ଆନ୍ତର୍ଜାତିକ ଡେୟାରୀ ମହାସଂଘ ବିଶ୍ୱ ଡେୟାରୀ ସମ୍ମେଳନ (ଆଇଡିଏଫ ଡବ୍ଲୁଡିଏସ) ୨୦୨୨ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।

Shuvanshu Kar
Shuvanshu Kar
PM inaugurates International Dairy Federation World Dairy Summit 2022

PM inaugurates International Dairy Federation World Dairy Summit 2022

ଇଣ୍ଡିଆ ଏକ୍ସପୋ ସେଣ୍ଟର ଓ ମାର୍ଟ, ଗ୍ରେଟର ନଏଡାଠାରେ ଆୟୋଜିତ ଆନ୍ତର୍ଜାତିକ ଡେୟାରୀ ମହାସଂଘ ବିଶ୍ୱ ଡେୟାରୀ ସମ୍ମେଳନ (IDF World Dairy Summit 2022) ୨୦୨୨ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।

ସେପ୍ଟେମ୍ବର ୧୨ରୁ ୧୫ ପର୍ଯ୍ୟନ୍ତ ଚାରି ଦିନ ଧରି ଆୟୋଜିତ ହେବାକୁ ଥିବା ଆଇଡିଏଫ ଡବ୍ଲୁଡିଏସ ୨୦୨୨ରେ ବିଶ୍ୱ ଓ ଭାରତୀୟ ଡେୟାରୀ ଅଂଶୀଦାର ଯେମିତିକି ଉଦ୍ୟୋଗୀ, ବିଶେଷଜ୍ଞ, ଚାଷୀ, ନୀତି ପ୍ରସ୍ତୁତକାରୀ ଭାଗ ନେବେ । ପୋଷଣ ଓ ଜୀବନଜୀବିକା ପାଇଁ ଡେୟାରୀ ଏହି ସମ୍ମେଳନର ବିଷୟବସ୍ତୁ ।

ଆଇଡିଏଫ ଡବ୍ଲୁଡିଏସ ୨୦୨୨ରେ ୫୦ଟି ଦେଶର ପ୍ରାୟ ପ୍ରାୟ ୧୫୦୦ ପ୍ରତିଯୋଗୀ ଭାଗ ନେବେ । ଏହିପରି ସମ୍ମେଳନ ଭାରତରେ ପ୍ରାୟ ଅର୍ଦ୍ଧଶତାବ୍ଦୀ ପୂର୍ବରୁ ୧୯୭୪ରେ ଆୟୋଜିତ ହୋଇଥିଲା ।

କ୍ଷୁଦ୍ର ଓ ନାମମାତ୍ର ଡେୟାରୀ ଚାଷୀ ତଥା ମହିଳାଙ୍କୁ ସଶକ୍ତ କରୁଥିବା ଭାରତୀୟ ଡେୟାରୀ ଶିଳ୍ପର ବିଶେଷତ୍ୱ ହେଲା ଏହା ସମବାୟ ମଡେଲ ଉପରେ ଆଧାରିତ । ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିଭଙ୍ଗୀ ଦ୍ୱାରା ପ୍ରେରିତ ହୋଇ ସରକାର ଡେୟାରୀ କ୍ଷେତ୍ରର ବିକାଶ ପାଇଁ ଅନେକ ପଦକ୍ଷେପ ନେଇଛନ୍ତି । ଯାହାର ଫଳସ୍ୱରୂପ ବିଗତ ଆଠ ବର୍ଷରେ ଦୁଗ୍ଧ ଉତ୍ପାଦନରେ ୪୪ ପ୍ରତିଶତରୁ ଅଧିକ ବୃଦ୍ଧି ହୋଇଛି ।

ବିଶ୍ୱ ଦୁଗ୍ଧ ଉତ୍ପାଦନର ୨୩ ପ୍ରତିଶତ ତଥା ବର୍ଷକୁ ୨୧୦ ମିଲିୟନ ଟନ ଦୁଗ୍ଧ ଉତ୍ପାଦନ କରି ୮ କୋଟିରୁ ଅଧିକ ଡେୟାରୀ ଚାଷୀଙ୍କୁ ସଶକ୍ତ କରିଥିବା ଭାରତୀୟ ଡେୟାରୀ ଶିଳ୍ପର ସଫଳତାର କାହାଣୀ ଆଇଡିଏଫ ଡବ୍ଲୁଡିଏସ ୨୦୨୨ରେ ପ୍ରଦର୍ଶିତ ହେବ । ଏହି ସମ୍ମେଳନ ମାଧ୍ୟମରେ ଭାରତୀୟ ଡେୟାରୀ ଚାଷୀମାନେ ବିଶ୍ୱ ଡେୟାରୀ ଶିଳ୍ପର ସର୍ବୋତ୍ତମ ପ୍ରଥା ସମ୍ପର୍କରେ ଜାଣିପାରିବେ ।

ଦୁଗ୍ଧଚାଷୀଙ୍କୁ ବଡ ଉପହାର, IDF World Dairy Summit 2022ର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

Like this article?

Hey! I am Shuvanshu Kar. Did you liked this article and have suggestions to improve this article? Mail me your suggestions and feedback.

Share your comments