1. କୃଷି ଖବର

କୃଷକଙ୍କୁ ନୂଆବର୍ଷର ଉପହାର, ଟଙ୍କାଏରେ ମିଳୁଛି ଦୁଇ କିଲୋ ପିଆଜ

ଏଣିକି ବିଜେପି ଶାସିତ ମଧ୍ୟପ୍ରଦେଶରୁ ଏକ ଅଭାବନୀୟ ଦୃଶ୍ୟ ସାମ୍ନାକୁ ଆସିଛି । ଏଠାରେ ମାତ୍ର ପଚାଶ ପଇସାରେ ଏକ କିଲୋଗ୍ରାମ ପିଆଜ (onion) ମିଳୁଛି ।

Sudesna Nayak
Sudesna Nayak
madhya pradesh onion price mandsaur kisan mandi video viral

madhya pradesh onion price mandsaur kisan mandi video viral

ଏଣିକି ଦେଶବାସୀ ଏକା ସାଙ୍ଗରେ ମହାମାରୀ ଓ ମହଙ୍ଗା ମାଡ ସହ ଲଢେଇ କରୁଛନ୍ତି । ବଜାରରେ ପ୍ରାୟତଃ ସମସ୍ତ ଜିନିଷର ମୂଲ୍ୟ ବହୁ ବୃଦ୍ଧି ପାଇଛି । କିନ୍ତୁ ଏହି ସମୟରେ ବିଜେପି ଶାସିତ ମଧ୍ୟପ୍ରଦେଶରୁ ଏକ ଅଭାବନୀୟ ଦୃଶ୍ୟ ସାମ୍ନାକୁ ଆସିଛି । ଏଠାରେ ମାତ୍ର ପଚାଶ ପଇସାରେ ଏକ କିଲୋଗ୍ରାମ ପିଆଜ (onion) ମିଳୁଛି ।

ବଜାରରେ ପିଆଜ ମୂଲ୍ୟ (onion price) କିଲୋଗ୍ରାମ ପ୍ରତି ୧୦୦ ଟଙ୍କା ଅଧିକ ହେଲେ ଲୋକମାନଙ୍କ ମଧ୍ୟରେ ହାହାକାର ହୋଇଯାଇ ଥାଏ । ଯାହାକୁ ନେଇ କେତେକଙ୍କ ଘରେ ତ ପିଆଜର ବ୍ୟବହାର ମଧ୍ୟ କମିଯାଏ । ଦେଶର ଅର୍ଥମନ୍ତ୍ରୀ ମଧ୍ୟ ପିଆଜ ଖାଇବା ବନ୍ଦ କରିବାକୁ ପରାମର୍ଶ ଦେଇ ଦିଅନ୍ତି । ଆଉ ଯଦି ପିଆଜର ମୂଲ୍ୟ ହ୍ରାସ ପାଏ ସେତେବେଳେ ଚାଷୀଙ୍କ ଅସହାୟତାକୁ ବୁଝିବା ପାଇଁ କେହି କେବେ ଆସନ୍ତିନାହିଁ । ମଧ୍ୟପ୍ରଦେଶର ଏକ କୃଷକ ବଜାରରେ ସେହିଭଳି କିଛି ଦୃଶ୍ୟ ସାମ୍ନାକୁ ଦେଖିବାକୁ ମିଳିଥିଲା । ଯାହାର ଏକ ଭିଡିଓ ( video viral) ସୋସୋଆଲ ମିଡିଆରେ ଖୁବ ଭାଇରାଲ ହେଉଛି ।

କହିବାକୁ ଗଲେ, ଯେତେବେଳେ ପିଆଜର ହୋଲସେଲ ମୂଲ୍ୟ ଏତେ କମ୍ ଦିଆଯାଉଥିଲା ଯେ ସେଠାରେ ଥିବା ଚାଷୀମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଆଜ୍ଞା ହଁ, ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଏହା ଦେଖିବାକୁ ମିଳୁଛି ଯେ, ଜଣେ ପିଆଜ ଚାଷୀ କିପରି ବ୍ୟବସାୟୀଙ୍କ ଦ୍ୱାରା ପ୍ରତାଡନାର ଶିକାର ହେଉଛି । କିଲେ ପିଆଜକୁ ଗୋଟିଏ ଚାହା ଠାରୁ ବି କମ ଦାମରେ କିଣିବାକୁ ଚେଷ୍ଟା କରାଯାଉଛି ଏବଂ ତାପରେ ସେ ଚାଷୀ ପିଆଜ ବିକ୍ରୟ ନ କରିବାକୁ ନିଷ୍ପତ୍ତି ନେଇଥିଲେ ।

ସୋସିଆଲ ମିଡିଆରେ ଏହି ଭାଇରାଲ ହୋଇଥିବା ଭିଡିଓଟିକୁ ଦେଖିବା ପରେ ଜଣା ପଡୁଛି ଯେ, ଏହି ମାମଲାଟି ମଧ୍ୟପ୍ରଦେଶର ମନ୍ଦସୌରର ଜିଲ୍ଲାର ଅଟେ । ଜିଲ୍ଲାର କୃଷକମାନେ ମଧ୍ୟ ନିରାଶ ହୋଇଛନ୍ତି, କାରଣ ଲାଭ ତ ଦୂରର କଥା ସେମାନଙ୍କ ପିଆଜର ଲଗାଣ ମୂଲ୍ୟ ମଧ୍ୟ ବାହାରୁନାହିଁ । ବ୍ୟବସାୟୀମାନେ ପିଆଜର ମୂଲ୍ୟ ଏତେ କମ୍ କରୁଛନ୍ତି, ଯହା କଳ୍ପନାର ବାହାରେ ।

ରିପୋର୍ଟ ଅନୁଯାୟୀ, ମନ୍ଦସୌରର କୃଷକ ବଜାରରେ ବ୍ୟବସାୟୀମାନେ ପିଆଜର ମୂଲ୍ୟ କ୍ୱିଣ୍ଟାଲ ପିଛା ୫୦ ଟଙ୍କା ଅର୍ଥାତ୍ ଏକ କିଲୋଗ୍ରାମ ପାଇଁ ୫୦ ପଇସା ରଖୁଛନ୍ତି । ଯେତେବେଳେ ବଜାରରେ କୃଷକମାନେ ଏହି ମୂଲ୍ୟ ଶୁଣିଲେ, ସେମାନେ ପିଆଜ ବିକ୍ରୟ କରିବାକୁ ମନା କରିଦେଲେ ।

ସୂଚନା ଅନୁଯାୟୀ, କିସାନ ଆଟି ସେଲ୍ (@KisanItcell1) ନାମକ ଟ୍ୱିଟର ଆକାଉଣ୍ଟରେ ଏକ ଭିଡିଓ ସେୟାର କରାଯାଇଛି । ଯେଉଁଥିରେ କ୍ୟାପସନ୍ ଦିଆଯାଇଛି, 'MSP ଉପରେ ଆଇନ କାହିଁକି ଆବଶ୍ୟକ? ମଧ୍ୟପ୍ରଦେଶର ମନ୍ଦସୌରରେ ପୁନମଚାନ୍ଦ ପାଟିଦାର କିଲୋଗ୍ରାମ ପିଛା ୫୦ ପଇସାରେ ପିଆଜ ବିକ୍ରି କରିଥିଲେ । ଏହାର ଅର୍ଥ କ୍ୱିଣ୍ଟାଲ ପିଛା ୫୦ ଟଙ୍କା । ଆମେ ବଜାରରେ ଏହି ସମାନ ପିଆଜ କିଲୋଗ୍ରାମ ପିଛା ପ୍ରାୟ ୩୫ ରୁ ୪୦ ଟଙ୍କାରେ କିଣୁଛୁ ।

ପ୍ରକାଶ ଥାଉ ଯେ, ମଧ୍ୟପ୍ରଦେଶର ମନ୍ଦସୌରସ୍ଥିତ କୃଷି ବଜାର କମିଟିରେ ବ୍ୟବସାୟୀମାନଙ୍କ ଦ୍ୱାରା ୧୦୦ କିଲୋଗ୍ରାମ ପିଆଜ ପାଇଁ ୫୦ ଟଙ୍କାର ରସିଦ କଟାଉଥିଲା । ଯହାକୁ ବିରୋଧ କରିବା ସହ କୃଷକମାନେ ସେମାନଙ୍କ ପିଆଜ ବିକ୍ରି କରିବାକୁ ମନା କରିଦେଇଥିଲେ । କୃଷକମାନଙ୍କ କହିବା ଅନୁସାରେ ଗତମାସ ଶେଷରେ ବର୍ଷା ହେତୁ ବଜାରରେ ପିଆଜ ଭିଜି ଯାଇଥିଲା, ଯାହା ପରେ ବ୍ୟବସାୟୀମାନେ ପିଆଜର ଏତେ କମ୍ ମୂଲ୍ୟରେ ରଖିଥିଲେ । ବଜାରରେ ପିଆଜର ନିଲାମ କ୍ୱିଣ୍ଟାଲ ପିଛା ୧୦ ଟଙ୍କାରୁ ଆରମ୍ଭ ହୋଇଥିଲା, ପରେ ଏହାର ମୂଲ୍ୟ ୫୦ ଟଙ୍କା ପର୍ଯ୍ୟନ୍ତ ପହଞ୍ଚିଥିଲା । ସାଧାରଣତଃ, ବଜାରରେ କୃଷକମାନେ ପିଆଜ କ୍ୱିଣ୍ଟାଲକୁ ୧୪୦୦ ରୁ ୨୦୦୦ ଟଙ୍କା ପର୍ଯ୍ୟନ୍ତ ମୂଲ୍ୟ ପାଇଥାନ୍ତି ।

7th Pay Commission: କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ଗୁଡ ନ୍ୟୁଜ, ଦ୍ବିଗୁଣିତ ହୋଇପାରେ ଦରମା

SBI Recruitment: ବ୍ୟାଙ୍କରେ ଖାଲି ରହିଛି ପଦବୀ,ଶୀଘ୍ର ଆବେଦନ କରନ୍ତୁ

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments