1. କୃଷି ଖବର

ଆଜିଠୁ ଜନତା ମଇଦାନରେ ପୁଞ୍ଜି ନିବେଶର ମହାକୁମ୍ଭ

ଓଡ଼ିଶା ଶିଳ୍ପ ଜଗତରେ ସୃଷ୍ଟି ହେବ ଏକ ନୂଆ ଅଧ୍ୟାୟ । ଆଜିଠୁ ଓଡିଶା ରାଜଧାନୀ ଭୁବନେଶ୍ବରରେ ଲାଗିବ ଦେଶ ବିଦେଶର ପ୍ରମୁଖ ଶିଳ୍ପପତିଙ୍କ ଭିଡ଼ । ଆଜିଠୁ ଜନତା ମୈଦାନରେ ପୁଞ୍ଜି ନିବେଶର ମହାକୁମ୍ଭ ମେକ-ଇନ୍-ଓଡ଼ିଶା କନକ୍ଲେଭ ତୃତୀୟ ସଂସ୍କରଣ ଆରମ୍ଭ ହାଉଛି ।

Tanushree Mahapatra
Tanushree Mahapatra
Make in odisha conclave 3 starts from today

Make in odisha conclave 3 starts from today

ଓଡ଼ିଶା ଶିଳ୍ପ ଜଗତରେ ସୃଷ୍ଟି ହେବ ଏକ ନୂଆ ଅଧ୍ୟାୟ । ଆଜିଠୁ ଓଡିଶା ରାଜଧାନୀ ଭୁବନେଶ୍ବରରେ ଲାଗିବ ଦେଶ ବିଦେଶର ପ୍ରମୁଖ ଶିଳ୍ପପତିଙ୍କ ଭିଡ଼ । ଆଜିଠୁ ଜନତା ମୈଦାନରେ ପୁଞ୍ଜି ନିବେଶର ମହାକୁମ୍ଭ ମେକ-ଇନ୍-ଓଡ଼ିଶା କନକ୍ଲେଭ ( make in odisha conclave - 3 )   ତୃତୀୟ ସଂସ୍କରଣ ଆରମ୍ଭ ହାଉଛି । ସନ୍ଧ୍ୟାରେ କନକ୍ଲେଭର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

୫ ଦିନିଆ ମେଗା ବିଜନେସ୍ ସମିଟରେ ଯୋଗଦେବା ପାଇଁ ଏବେ ସୁଦ୍ଧା ୧୧ହଜାରରୁ ଅଧିକ ପଂଜୀକରଣ ହୋଇଛି ଯାହା କି ରାଜ୍ୟ ପାଇଁ ଏକ ଶୁଭ ସଂକେତ । ମୋଟ୍ ୩୮ଟି ଇଭେଣ୍ଟରେ ୧୨୪ଜଣ ବକ୍ତା ଯୋଗଦେବେ ।

ପାରଂପରିକ ଶିଳ୍ପ ବ୍ୟତୀତ ନୂଆ ନୂଆ କ୍ଷେତ୍ରରେ ବଡ଼ ନିବେଶ ପାଇଁ ଏଥର ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର । ମେଟାଲ, ମିନେରାଲ, ପେଟ୍ରୋକେମିକାଲ୍ସ, ଟେକ୍ସଟାଇଲ, ଫୁଡ୍ ପ୍ରସେସିଙ୍ଗ, ଅକ୍ଷୟ ଶକ୍ତି, ପର୍ଯ୍ୟଟନ ଓ ଆଇଟି କ୍ଷେତ୍ରକୁ ଫୋକସ୍ ଦିଆଯାଇଛି । ୧୩୦ରୁ ଅଧିକ ବଡ଼ ଓ ମଧ୍ୟମ ଶିଳ୍ପ କନକ୍ଲେଭରେ ସାମିଲ ହେବାକୁ ସହମତି ପ୍ରକାଶ କରିଛନ୍ତି । ସେମାନଙ୍କ ମଧ୍ୟରେ ରହିଛନ୍ତି ଆର୍ସେଲର ମିତ୍ତଲ ଅଧ୍ୟକ୍ଷ ଲକ୍ଷ୍ମୀନାରାୟଣ ମିତ୍ତଲ, କୁମାର ମଙ୍ଗଲମ ବିର୍ଲା, ବେଦାନ୍ତ ମୁଖ୍ୟ ଅନୀଲ ଅଗ୍ରଓ୍ବାଲ, ସଜ୍ଜନ ଜିନ୍ଦଲ, ଟାଟା ଷ୍ଟିଲ MD ଟିଭି ନରେନ୍ଦ୍ରନ, JSPL ମୁଖ୍ୟ ନବୀନ ଜିନ୍ଦଲ ପ୍ରମୁଖ ।

ସେମାନଙ୍କ ମଧ୍ୟରେ ରହିଛନ୍ତି ଆର୍ସେଲର ମିତ୍ତଲ ଅଧ୍ୟକ୍ଷ ଲକ୍ଷ୍ମୀନାରାୟଣ ମିତ୍ତଲ, କୁମାର ମଙ୍ଗଲମ ବିର୍ଲା, ବେଦାନ୍ତ ମୁଖ୍ୟ ଅନୀଲ ଅଗ୍ରଓ୍ବାଲ, ସଜ୍ଜନ ଜିନ୍ଦଲ, ଟାଟା ଷ୍ଟିଲ MD ଟିଭି ନରେନ୍ଦ୍ରନ, JSPL ମୁଖ୍ୟ ନବୀନ ଜିନ୍ଦଲ ପ୍ରମୁଖ । କୋଭିଡ୍ ସମୟରେ ରାଜ୍ୟକୁ ୩ ଲକ୍ଷ କୋଟି ଟଙ୍କାର ନିବେଶ ଆସିଥିବାରୁ ଏଥର ରେକର୍ଡ ସଂଖ୍ୟକ ନିବେଶ ଆସିବ ବୋଲି ଆଶା ରଖିଛି ଶିଳ୍ପ ବିଭାଗ । 

ପୂର୍ବରୁ ଦେଶର ବିଭିନ୍ନ ସହରରେ ରାଜ୍ୟ ସରକାରଙ୍କ ପକ୍ଷରୁ ରୋଡ୍ ସୋର ଆୟୋଜନ କରାଯାଇଥିଲା । ଏଥିରେ ବହୁ ବଡ଼ ବଡ଼ ଶିଳ୍ପପତି ସାମିଲ ହୋଇ ସେମାନଙ୍କର ସମର୍ଥନ ଦେଇଥିଲେ । ଚୀନ୍, ଅଷ୍ଟ୍ରେଲିଆ, ଜାପାନ, ନରଓ୍ବେ, ନେପାଳ, ବାଂଲାଦେଶ ଓ ଥାଇଲାଣ୍ଡ ପ୍ରଭୃତି ଦେଶର ନିବେଶକ କନକ୍ଲେଭରେ ଯୋଗ ଦେବାକୁ ସହମତି ପ୍ରକାଶ କରିଛନ୍ତି ।

ପିଏମ କିସାନ ଯୋଜନା E- KYC ଆବେଦନକୁ ଆଉ ୩ ଦିନ ବାକି

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments