1. କୃଷି ଖବର

ସ୍ୱାବଲମ୍ବୀ ଓଡିଶା ଲାଗି ଶିଳ୍ପ ମହାକୁମ୍ଭ; ମେକ ଇନ ଓଡିଶା କନକ୍ଳେଭ ୨୦୧୮:

ଶିଳ୍ପ ମହାକୁମ୍ଭ ମେକ ଇନ ଓଡିଶା ର ଦ୍ୱିତୀୟ ସଂସ୍କରଣ ରବିବାର ୧୧ ନଭେମ୍ବର ଠାରୁ ରାଜଧାନୀ ରେ ଆରମ୍ଭ ହୋଇସାରିଛି |ସ୍ଥାନୀୟ ଜନତା ମୈଦାନ ଠାରେ ରବିବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ଏହି ସମ୍ମିଳନୀ କୁ ଉଦଘାଟନ କରିଛନ୍ତି

KJ Staff
KJ Staff

ଶିଳ୍ପ ମହାକୁମ୍ଭ ମେକ ଇନ ଓଡିଶା ର ଦ୍ୱିତୀୟ ସଂସ୍କରଣ ରବିବାର ୧୧ ନଭେମ୍ବର ଠାରୁ ରାଜଧାନୀ ରେ ଆରମ୍ଭ ହୋଇସାରିଛି |ସ୍ଥାନୀୟ ଜନତା ମୈଦାନ ଠାରେ ରବିବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ଏହି ସମ୍ମିଳନୀ କୁ ଉଦଘାଟନ କରିଛନ୍ତି |ଏଥିରେ ରାଜ୍ୟ ସରକାର ଵିନିର୍ମାଣ କ୍ଷେତ୍ରରେ ଓଡିଶା ନିପୁଣତା ଏବଂ କେତେକ ଗୁରୁତ୍ୱପୂର୍ଣ କ୍ଷେତ୍ର ରେ ରହିଥିବା ପୁଞ୍ଜିନିବେଶ ସୂତ୍ର କୁ ପ୍ରଦର୍ଶନ କରିବେ |କନକ୍ଳେଭ ର ପ୍ରମୁଖ ୨୪ ଟି ବିଷୟ ମଧ୍ୟରୁ କୃଷି ବାଣିଜ୍ୟ ଓ ଏଗ୍ରି ମାର୍କେଟିଙ୍ଗ ଉପରେ ଚର୍ଚ୍ଚା , ରାଜ୍ୟ ର କୃଷି ସମ୍ପ୍ରଦାୟ କୁ ବେଶ ଲାଭଦାୟକ ସାବ୍ୟସ୍ତ ହୋଇଛି | ଏହି କାର୍ଯ୍ୟକ୍ରମ ର ଆକର୍ଷଣ ସାଜିଥିବା  "ଦେଓମାଳି "ନାମକ ଥିମ ପାଭିଲିୟନ ,ବୃତ୍ତାକାର ଗୁମ୍ବଜରେ ରାଜ୍ୟରେ ଥିବା ବିଭିନ୍ନ ସମ୍ଭାବନା କୁ ଦର୍ଶାଇଥିଲା |

ଟାଟା ଷ୍ଟିଲ ,ଆଦିତ୍ୟ ବିର୍ଲା ,ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଏବଂ ଆଇ.ଟି .ସି. ଭଳି ବୃହତ କମ୍ପାନୀ ବ୍ୟତୀତ ,ଥିରେ ୨୫ ରୁ ଅଧିକ ଏମ.ଏସ.ଏମ.ଇ. ଏବଂ ୨୦ ରୁ ଅଧିକ ଷ୍ଟାର୍ଟଅପ କମ୍ପାନୀ ପୁଞ୍ଜିନିବେଶ ,ଅଭିଜ୍ଞାତା ଏବଂ ସେମାନଙ୍କର ଵିନିର୍ମାଣ ଦକ୍ଷତା ପ୍ରଦର୍ଶନ କରିଥିଲେ |ଏଥିରେ ଜାପାନ,ଫ୍ରାନ୍ସ ,ରୁଷିଆ ,ଜର୍ମାନୀ ,ସାଉଦି ଆରବ ଓ ଇଉ.ଏ.ଇ ପରି ଭଳି ୬ ଟି ରାଷ୍ଟ୍ର ରୁ ଦେଶ ବିଦେଶ ର ୮୦୦ ଟି ଶିଳ୍ପପତି ଯୋଗଦାନ କରିଥିଲେ |ରିଲାଏନ୍ସ ର ମୁଖ୍ୟ ମୁକେଶ ଅମ୍ବାନୀ ,ଆଦିତ୍ୟ ବିର୍ଲା ଗୃପ ର ଅଧ୍ୟକ୍ଷ କୁମାର ମଙ୍ଗଳମ ବିର୍ଲା ,ଟାଟା ସନ୍ସ ଅଧ୍ୟକ୍ଷ ନଟରାଜନ ଚନ୍ଦ୍ରସେଖରନ ,ବେଦାନ୍ତ ଗୃପ ଅଧ୍ୟକ୍ଷ ଅନିଲ ଅଗ୍ରୱାଲ ,ଏସ.ବି.ଆଇ ଓ ବନ୍ଧନ ବ୍ୟାଙ୍କ ର ମୁଖ୍ୟ ପ୍ରମୁଖ୍ୟ ଭାବେ ଯୋଗଦାନ କରି କାର୍ଯ୍ୟକ୍ରମ  ର ଶୋଭା ବଢାଇଥିଲେ |

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments