1. କୃଷି ଖବର

ଆସନ୍ତାକାଲିଠୁ ଆରମ୍ଭ ହେବ ମେକ୍ ଇନ୍ ଓଡ଼ିଶା

ଆସନ୍ତାକାଲିଠୁ ଓଡିଶା ରାଜ୍ୟରେ ଆରମ୍ଭ ହେବ ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍ ୩ । ନିବେଶରେ ନୂଆ ଇତିହାସ ଲକ୍ଷ୍ୟ ରଚିବ ଓଡିଶା । ଓଡ଼ିଶାର ଶିଳ୍ପ ସମ୍ଭାବନା ଦେଖିବ ସାରା ବିଶ୍ବ । ନେତୃତ୍ବ ନେବେ ମୁଖ୍ୟମନ୍ତ୍ରୀ ନବୀନ । ଆସିବ ପୁଞ୍ଜି, ଲୋକଙ୍କୁ ମିଳିବ ରୋଜଗାର ।

Tanushree Mahapatra
Tanushree Mahapatra
Make in odisha conclave will started from tomorrow

Make in odisha conclave will started from tomorrow

ଆସନ୍ତାକାଲିଠୁ ଓଡିଶା ରାଜ୍ୟରେ ଆରମ୍ଭ ହେବ ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍ ( make in odisha conclave - 3 )  ୩ । ନିବେଶରେ ନୂଆ ଇତିହାସ ଲକ୍ଷ୍ୟ ରଚିବ ଓଡିଶା  । ଓଡ଼ିଶାର ଶିଳ୍ପ ସମ୍ଭାବନା ଦେଖିବ ସାରା  ବିଶ୍ବ । ନେତୃତ୍ବ ନେବେ ମୁଖ୍ୟମନ୍ତ୍ରୀ ନବୀନ । ଆସିବ ପୁଞ୍ଜି, ଲୋକଙ୍କୁ ମିଳିବ ରୋଜଗାର । ୨୦୧୬ ଓ ୨୦୧୮ ପରେ ଆୟୋଜିତ ହେଉଥିବା ଏହି ତୃତୀୟ ସଂସ୍କରଣ ଜନତା ମଇଦାନରେ ଅନୁଷ୍ଠିତ ହେବାକୁ ଯାଉଛି ଗତକାଲି  ।

ଏଥିପାଇଁ ସଜେଇ ହୋଇଛି ସମ୍ପୂର୍ଣ୍ଣ ଜନତା  ମଇଦାନ । ପୂର୍ବ ୨ ସମ୍ମିଳନୀର ସଫଳତାକୁ ଦେଖିଲେ ଆଗାମୀ ସମ୍ମିଳନୀ ଏକାଧିକ କୀର୍ତ୍ତିମାନ ରଚିବ ବୋଲି ଆଶା ରହିଛି  ।

ମୁଖ୍ୟମନ୍ତ୍ରୀଙ୍କଠାରୁ ( odisha cm ) ଆରମ୍ଭ କରି ରାଜ୍ୟ ପ୍ରଶାସନ ଓ ନିବେଶକ ମାନେ ବେଶ ଉତ୍ସାହିତ ଅଛନ୍ତି ଏହାକୁ ନେଇ  । ବହୁପ୍ରତିକ୍ଷିତ ଏହି ନିବେଶକ ସମ୍ମିଳନୀ ବିଶ୍ବ ସମୁଦାୟ ଆଗରେ ଓଡ଼ିଶାର  ରୂପାନ୍ତରଣ କାହାଣୀ ବଖାଣିବ । ତା ସହ ଓଡ଼ିଶାରେ ଭରି ରହିଥିବା ସମ୍ଭାବନାକୁ ଉଜାଗର କରିବ ରାଜ୍ୟ  । ଖଣି ଓ ଜଳସମ୍ପଦ ଭରି ରହିଥିବା ବେଳେ ଶିଳ୍ପ ଅନୁକୂଳ ପରିବେଶ ସୃଷ୍ଟି ପାଇଁ ରାଜ୍ୟ ସରକାର ଲଗାତାର ଉଦ୍ୟମ ଜାରି ରଖିଛନ୍ତି । ଓଡ଼ିଶାକୁ ନିୟମିତ ପୁଞ୍ଜି ନିବେଶ ଆସୁଛି । କୋଭିଡ଼ ମହାମାରି ବେଳେ ବି ଅନେକ ପ୍ରସ୍ତାବ ଆସିଥିଲା । ଯାହାକୁ ହାତ ଛଡା କରି ନାହିଁ ରାଜ୍ୟ l

ନିଜେ ମୁଖ୍ୟମନ୍ତ୍ରୀ ପୁଞ୍ଜିପତିଙ୍କୁ ଭେଟି ରାଜ୍ୟରେ ଥିବା ଶିଳ୍ପ ସମ୍ଭାବନା ନେଇ ଅବଗତ କରାଇବା ସହ ଓଡ଼ିଶାରେ ନିବେଶ ପାଇଁ ଆକର୍ଷିତ କରୁଛନ୍ତି । ଆଜିଠୁ ଅତିଥିଙ୍କ ଆଗମନ ଆରମ୍ଭ ହେବ । ପ୍ରତ୍ୟେକ କ୍ଷେତ୍ରରେ ନିବେଶକଙ୍କ ସହ ସମ୍ପୃକ୍ତ ବିଭାଗର ଅଧିକାରୀ ଶିଳ୍ପକୁ ପ୍ରୋତ୍ସାହନ ଲାଗି ମୁଖ୍ୟମନ୍ତ୍ରୀଙ୍କ ପଦକ୍ଷେପ ନେଇ ସୂଚିତ କରିବେ ସମସ୍ତଙ୍କୁ  । ରାଜ୍ୟକୁ ପୁଞ୍ଜିନିବେଶ ଆଣିବାକୁ ଚଳିତ ବର୍ଷ ଦୁବାଇ, ଦିଲ୍ଲୀ, ମୁମ୍ବାଇ, ବେଙ୍ଗାଳୁରୁ ଓ ହାଇଦ୍ରାବାଦରେ ସମ୍ମିଳନୀ କରି ନିବେଶକଙ୍କ ସହ ବ୍ୟକ୍ତିଗତ ଭାବେ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ  ।

୨୦୧୬ରେ ୨ଲକ୍ଷ, ୩ହଜାର ୨୩୫ କୋଟିର ୮୪ଟି ପୁଞ୍ଜିନିବେଶ ପ୍ରସ୍ତାବ ଆସିଥିଲା । ୨ଲକ୍ଷ ୨୯ହଜାର ୯୪୭କୋଟିର ୫୮ଟି ପ୍ରସ୍ତାବ ପାରିତ ହୋଇଛି । ଅନୁମୋଦିତ ଶିଳ୍ପରେ ଲକ୍ଷେ ୪ହଜାର ୭୬୨ଜଣଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି । ସେହିପରି ୨୦୧୮ ମେକ୍ ଇନ୍ ଓଡ଼ିଶା କନକ୍ଲେଭରେ ୪ଲକ୍ଷ ୨୩ହଜାର ୧୧୫କୋଟିର ୨୦୨ଟି ପୁଞ୍ଜିନିବେଶ ପ୍ରସ୍ତାବରୁ ୧୦୮ ଟି ପ୍ରସ୍ତାବ ମଞ୍ଜୁର ହୋଇଥିଲା । ଫଳରେ ୩ଲକ୍ଷ ୯୩ହଜାର ୫୯୭ କୋଟିର ପୁଞ୍ଜିନିବେଶ ସହ ୨ଲକ୍ଷ ୭୬ହଜାର ୭୯୦ଜଣଙ୍କୁ ନିଯୁକ୍ତି ସୁଯୋଗ ପାଇବେ । ନଭେମ୍ବର ୩୦ରୁ ୫ ଦିନ ଧରି ଚାଲିବ ପୁଞ୍ଜିପତି ସମ୍ମିଳନୀ ।

ପିଏମ କିସାନ ଯୋଜନା E- KYC ଆବେଦନକୁ ଆଉ ୩ ଦିନ ବାକି

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments