News

ରାଜ୍ୟ ସରକାର ଗ୍ରହଣ କଲେ ମୋଟ୍ ୮ ଲକ୍ଷ ୯୦ ହଜାର କୋଟି ଟଙ୍କାର ନିବେଶ ପ୍ରସ୍ତାବ

ଓଡ଼ିଶାର ରୂପାନ୍ତରଣ କ୍ଷେତ୍ରରେ ମେକ ଇନ ଓଡି଼ଶାର ଭୂମିକା ଗୁରୁତ୍ବପୂର୍ଣ୍ଣ । ରାଜ୍ୟ ସରକାର ଶିଳ୍ପର ବିକାଶ ଲାଗି ପ୍ରତିଶ୍ରୁତିବଦ୍ଧ ବୋଲି କହିଥିଲେ ଉତଘାଟନି ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ( odisha cm ) । ମେକ ଇନ ଓଡ଼ିଶା କନକ୍ଳେଭରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ - ରାଜ୍ୟରେ ଏବେ ନୂଆ ସୁଯୋଗ ସୃଷ୍ଟି ହେଉଛି ।

03 December, 2022 1:34 PM IST By: Tanushree Mahapatra

ଓଡ଼ିଶାର ରୂପାନ୍ତରଣ କ୍ଷେତ୍ରରେ ମେକ ଇନ ଓଡି଼ଶାର ଭୂମିକା ଗୁରୁତ୍ବପୂର୍ଣ୍ଣ । ରାଜ୍ୟ ସରକାର ଶିଳ୍ପର ବିକାଶ ଲାଗି ପ୍ରତିଶ୍ରୁତିବଦ୍ଧ ବୋଲି କହିଥିଲେ ଉତଘାଟନି ଉତ୍ସବରେ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ( odisha cm ) । ମେକ ଇନ ଓଡ଼ିଶା କନକ୍ଳେଭରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ - ରାଜ୍ୟରେ ଏବେ ନୂଆ ସୁଯୋଗ ସୃଷ୍ଟି ହେଉଛି । ଓଡିଶା ଏକ ପ୍ରଗତିଶୀଳ ରାଜ୍ୟ ଭାବେ ବିକଶିତ ହେବାରେ ଲାଗିଛି ।

ଶାନ୍ତି, ସମୃଦ୍ଧି ଓ ବିକାଶ କ୍ଷେତ୍ରରେ ଓଡିଶା ପ୍ରମୁଖ ଉଦାହରଣ ସାଜିଛି । ୨ ଦଶନ୍ଧି ଧରି ରାଜ୍ୟରେ ବିକାଶ ଜାରି ରହିଛି । ଫାଇଭ-ଟି ଯୋଗୁ ବିକାଶ ସବୁସ୍ତରରେ ପହଞ୍ଚି ପାରିଛି । ଶିକ୍ଷା ପ୍ରତି ଗୁରୁତ୍ବ, ଦକ୍ଷତା ବିକାଶ, କୃଷି, ମହିଳା ସଶକ୍ତିକରଣ, ଆଦିବାସୀ ବିକାଶ କ୍ଷେତ୍ରରେ ଓଡିଶା ପ୍ରମୁଖ ସଫଳତା ହାସଲ କରିଛି । ୭୦ଲକ୍ଷ ମହିଳା ଏସଏଚଜି ଗଠନ କରି ଓଡିଶା ଉଦାହରଣ ସୃଷ୍ଟି କରିଛି ।

ଗତ ୩ ରୁ ୪ ଦିନ ଧରି ଚାଲିଛି ଓଡିଶା ରାଜ୍ୟରେ ମେକ ଇନ ଓଡିଶା ର ( Make in Odisha )  କାର୍ଯ୍ୟକ୍ରମ l ଅନେକ ବଡ ବଡ ଶିଳ୍ପପତି ରଥିର ଯୋଗ ଦେଇଛନ୍ତି l ତେବେ ଆଜି  ଚତୁର୍ଥ ଦିନରେ ପହଞ୍ଚିଛି ଏହି କାନକ୍ଳେଭ l ମେକ ଇନ ଓଡିଶା କନକ୍ଳେଭ ୨୦୨୨ , ଏଥିରେ ସାମିଲ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ | ମହିଳା ଉଦ୍ୟୋଗୀଙ୍କ ମଧ୍ୟ ଏଥିରେ ସମାବେଶ ହୋଇଛି |

ମିଶନ ଶକ୍ତି ସଚିବ ସୁଜାତା କାର୍ତ୍ତିକେୟନଙ୍କ ଉଦବୋଧନ ଆଜି ଆମ ପାଇଁ ଖୁସି ଓ ଗର୍ବର ଦିବସ,ଦେଶର ବଡ଼ ବଡ଼ ମହିଳା ଉଦ୍ୟୋଗୀ ସାମିଲ ହୋଇଛନ୍ତି l ମିଶନ ଶକ୍ତି ମହିଳା ମାନେ ଏଥିରେ ସାମିଲ ହୋଇଛନ୍ତି | ଗାଁ ଗାଁ ରୁ ଆସିଛନ୍ତି ମିଶନ ଶକ୍ତି ଉଦ୍ୟୋଗୀ ମା ମାନେ,ଏହା ଆମ ପାଇଁ ଗର୍ବର ବିଷୟ l

ମେକ ଇନ ଓଡ଼ିଶା କନକ୍ଲେଭରେ ମୋଟ୍ ୮ ଲକ୍ଷ ୯୦ ହଜାର କୋଟି ଟଙ୍କାର ନିବେଶ ପ୍ରସ୍ତାବ ରାଜ୍ୟ ସରକାର ଗ୍ରହଣ କରିଛନ୍ତି । ମେକ ଇନ ଓଡ଼ିଶା କନକ୍ଲେଭe ତୃତୀୟ ଦିନରେ ଏକ ଲକ୍ଷ ୭୦ ହଜାର ୨୬୦ କୋଟି ଟଙ୍କାର ୧୮୦ଟି ନବେଶ ପ୍ରସ୍ତାବ ଗ୍ରହଣ କରିଛନ୍ତି । ଏଥିରେ ୩ ଲକ୍ଷ ୭୮ ହଜାର ୪୪୬ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ଖଣି ଓ ଇସ୍ପାତ କ୍ଷେତ୍ରରେ ୪୬ଟି କୃଷି ଓ ଖାଦ୍ୟ ପ୍ରକ୍ରୀୟାକରଣ କ୍ଷେତ୍ରରେ ୪୩ଟି ଆଇଟିରେ ୨୪ଟି ଶକ୍ତି ରିନ୍ୟୁଏବଲ ଏନର୍ଜି କ୍ଷେତ୍ରରେ ୨୨ଟି କେମିକାଲ ଓ ପ୍ଲାଷ୍ଟିକ କ୍ଷେତ୍ରରେ ୧୭ଟି ଟେକ୍ସଟାଇଲ ଓ ଗାର୍ମେଣ୍ଟ କ୍ଷେତ୍ରରେ ୯ଟି ଏଗ୍ରିମାର୍କେଟିଂ ଓ ଏଗ୍ରିବିଜନେସ କ୍ଷେତ୍ରରେ ୧୫୦ କୋଟି ଟଙ୍କାର ନିବେଶ ସହିତ ୧୯ଟି ପ୍ରସ୍ତାବ ଗ୍ରହଣ ହୋଇଛି ।

ଚଳିତ ମେକ ଇନ ଓଡ଼ିଶା କନକ୍ଲେଭରେ ବର୍ତ୍ତମାନ ସୁଦ୍ଧା ୪ଟି ପ୍ରକଳ୍ପର ଉଦଘାଟନ ଓ ୪ଟି ପ୍ରକଳ୍ପର ଶିଳାନ୍ୟାସ ହୋଇଛି । ଏଥିରେ ମୋଟ ୪ ହଜାର ୪୨୩ କୋଟି ଟଙ୍କା ନିବେଶ ହେଉଥିବା ବେଳେ ୧୪ ହଜାର ୨୭୦ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ମୋଟ୍ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୭ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବା ନେଇ ଶିଳ୍ପ ସଚିବ ହେମନ୍ତ ଶର୍ମା ପ୍ରେସମିଟରେ ସୂଚନା ଦେଇଛନ୍ତି ।

ମେକ୍‌ ଇନ ଓଡ଼ିଶା କନକ୍ଲେଭରେ ମୁଖ୍ୟମନ୍ତ୍ରୀ ନବୀନ

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)