1. କୃଷି ଖବର

ମେକ୍‌ ଇନ ଓଡ଼ିଶା କନକ୍ଲେଭରେ ମୁଖ୍ୟମନ୍ତ୍ରୀ ନବୀନ

ଗତକାଲି ସନ୍ଧ୍ୟା ରେ ବଡ ଜାକଜମକ ରେ ଉତଘାଟିତ ହୋଇଥିଲା ମେକ ଇନ ଓଡିଶା କାର୍ଯ୍ୟକ୍ରମ l ଏନେକ ଦେଶ ତଥା ଅନେକ ରାଜ୍ୟ ରୁ ଶିଳ୍ପପତି ମାନେ ଏଥିରେ ଯୋଗ ଦେଇଛନ୍ତି l ତେବେ aji ମେକ ଇନ୍‌ ଓଡ଼ିଶା କନକ୍ଲେଭର ଦ୍ବିତୀୟ ଦିନ ।

Tanushree Mahapatra
Tanushree Mahapatra
Cm naveen patnaik visits make in odisha conclave

Cm naveen patnaik visits make in odisha conclave

ଗତକାଲି ସନ୍ଧ୍ୟା ରେ ବଡ ଜାକଜମକ ରେ ଉତଘାଟିତ ହୋଇଥିଲା ମେକ ଇନ ଓଡିଶା ( make in odisha ) କାର୍ଯ୍ୟକ୍ରମ l ଏନେକ ଦେଶ ତଥା ଅନେକ ରାଜ୍ୟ ରୁ ଶିଳ୍ପପତି ମାନେ ଏଥିରେ ଯୋଗ ଦେଇଛନ୍ତି l ତେବେ ମେକ ଇନ୍‌ ଓଡ଼ିଶା କନକ୍ଲେଭର ଦ୍ବିତୀୟ ଦିନ । ଆୟୋଜିତ କାର୍ଯ୍ୟକ୍ରମ ପରିଦର୍ଶନ କରି ମିଶନ ଶକ୍ତି ଷ୍ଟଲରେ ଏସଏଚଜିଙ୍କ ଦ୍ଵାରା ପ୍ରଦର୍ଶିତ ସାମଗ୍ରୀ ବୁଲି ଦେଖିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ( odisha cm )  ।

ଉଦ୍ୟୋଗୀତା କ୍ଷେତ୍ରରେ ମା’ ମାନଙ୍କ ଦକ୍ଷତା ଏବଂ ଆଗକୁ ବଢ଼ିବା ପାଇଁ ଉଦ୍ୟୋଗୀ ମନୋଭାବ ସର୍ବଦା ପ୍ରେରଣାଦାୟୀ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ନିକଟରେ ମୁଖ୍ୟମନ୍ତ୍ରୀ ତାଙ୍କ ଋଣ ହାର ମଧ୍ୟ ବଢ଼ାଇଛନ୍ତି ଯାହା ତାଙ୍କୁ ନିକଟ ଭବିଷ୍ୟତରେ ସାହାଯ୍ୟ କରିବ l

ଆଜି ମେଗା ଶିଳ୍ପପତି ସମ୍ମିଳନୀର ପ୍ଲେନାରି ସେସନରେ ଯୋଗଦେବେ ମୁଖ୍ୟମନ୍ତ୍ରୀ । ମିତ୍ତଲ୍ ଗ୍ରୁପର ଏଲଏନ ମିତ୍ତଲ, ବେଦାନ୍ତ ଗ୍ରୁପର ମୁଖ୍ୟ ଅନିଲ ଅଗ୍ରଓ୍ବାଲ, ଟାଟା ଗ୍ରୁପର ଟିଭି ନରେନ୍ଦ୍ରନ, ସଜନ ଜିନ୍ଦଲ, ନବୀନ ଜିନ୍ଦଲ ପ୍ରମୁଖ ଏହି ବ୍ୟବସାୟୀ ସମ୍ମିଳନୀରେ ଯୋଗ ଦେବେ । ଅପରାହ୍ନ ୪ଟା ୩୦ରେ ଆନ୍ତର୍ଜାତୀୟ ମିଲେଟ ବର୍ଷ ୨୦୨୩ର କଟନ ରେଜର । ଏଥିରେ ମିଲେଟ୍ ର ଭୂମିକା, ଆଦିବାସୀ ଓ ମିଲ୍ଲେଟ ପ୍ରଭୃତି ବିଷୟରେ ଆଲୋଚନା ହେବ ।

 ମୁଖ୍ୟମନ୍ତ୍ରୀ ୨୦୨୨ ବର୍ଷର ଶିଳ୍ପ ନୀତି ଘୋଷଣା କରିବେ । କିଛିଦିନ ତଳେ ଏହା କ୍ୟାବିନେଟରେ ଘୋଷଣା ହୋଇଥିଲା । ୧୦ଟା ୩୦ ରେ ମେଗା ସମ୍ମିଳନୀ ଆୟୋଜିତ ହେବ । ଏଥିରେ ୨୦ରୁ ଅଧିକ ଏମଓୟୁ ସ୍ବାକ୍ଷରିତ ହେବାର ଅଛି । ଦୁଇ ହଜାରରୁ ଅଧିକ ବିଜନେସ ଡେଲିଗେଟ୍ସ ଯୋଗ ଦେବେ । ଶିଳ୍ପ ଓ ନିର୍ମାଣକୁ ଆର୍ଥିକ ପ୍ରୋତ୍ସାହନ ଶୀର୍ଷକ ଆଲୋଚନା ଚକ୍ର ୪ଟା ୩୦ରେ ଅନୁଷ୍ଠିତ ହେବ । ଏଥିରେ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ ଅଧ୍ୟକ୍ଷ ଏସଏସ ମୁନ୍ଦ୍ରା, ଏସବିଆଇର ଗୁଲସନ ମଲ୍ଲିଲ, ଏସଆଇଡିବିଆଇର ଅଧ୍ୟକ୍ଷ ଏସ ରମନ ପ୍ରମୁଖ ବକ୍ତା ଭାବେ ଯୋଗ ଦେବେ ।

ଏକ ନୂଆ ଓଡ଼ିଶା ଗଠନରେ ସମସ୍ତ ଶିଳ୍ପ ସମୁଦାୟର ଭୂମିକା ଗୁରୁତ୍ବପୂର୍ଣ୍ଣ । ମେକ ଇନ ଓଡିଶା କାର୍ଯ୍ୟକ୍ରମରେ ଅଧିକରୁ ଅଧିକ ପୁଞ୍ଜିନିବେଶ କରିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି କହିଛନ୍ତି ମୁଖ୍ୟଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର । ମେକ ଇନ ଓଡ଼ିଶା କନକ୍ଲେଭରେ ସେ କହିଛନ୍ତି ଶିଳ୍ପର ବିକାଶ କ୍ଷେତ୍ରରେ ରୋଡମ୍ୟାପ ପ୍ରସ୍ତୁତ କରିବା ଲାଗି ମେକ ଇନ ଓଡିଶାର ଭୂମିକା ଗୁରୁତ୍ବପୂର୍ଣ୍ଣ ।

୨୦୧୬ରେ ମେକ ଇନ ଓଡିଶାର ପ୍ରଥମ କନକ୍ଲେଭ ପରେ ୨ ଲକ୍ଷ କୋଟି ଟଙ୍କାର ନିବେଶ ହୋଇଛି । ୨୦୧୮ରେ ମେକ ଇନ ଓଡିଶାର ଦ୍ବିତୀୟ କାର୍ଯ୍ୟକ୍ରମ ହୋଇଥିଲା । ଏହା ପରେ ପ୍ରାୟ ୪ ଲକ୍ଷ କୋଟି ଟଙ୍କାର ନିବେଶ ସୁଯୋଗ ସୃଷ୍ଟି ହୋଇଥିଲା । ଚଳିତ ମେକ ଇନ ଓଡ଼ିଶା କାର୍ଯ୍ୟକ୍ରମରେ ମଧ୍ୟ ରାଜ୍ୟରେ ବିପୁଳ ପୁଞ୍ଜିନିବେଶର ସୁଯୋଗ ଆଶା କରାଯାଉଛି ।

ଆଜିଠୁ ଜନତା ମଇଦାନରେ ପୁଞ୍ଜି ନିବେଶର ମହାକୁମ୍ଭ

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments