1. କୃଷି ଖବର

ସରକାରଙ୍କ ତାଗିଦ: ଗହମ ଷ୍ଟକ୍ ଘୋଷଣା କରିବା ବାଧ୍ୟତାମୂଳକ

ମହଜୁଦ ସ୍ଥିତି ବାଧ୍ୟତାମୂଳକ ଭାବେ ଘୋଷଣା କରିବା ଲାଗି ଭାରତ ସରକାର ଆଦେଶ

Tanushree Mahapatra
Tanushree Mahapatra
mandatory declaration of stock position of wheat, image source - pixeles

mandatory declaration of stock position of wheat, image source - pixeles

ସାମଗ୍ରିକ ଖାଦ୍ୟ ନିରାପତ୍ତାକୁ ପରିଚାଳନା କରିବା ପାଇଁ ଏବଂ ମହଜୁଦଖୋରୀ ଓ ଅସାଧୁ ମୂଲ୍ୟବୃଦ୍ଧି ରୋକିବା ପାଇଁ, ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ବ୍ୟବସାୟୀ/ ହୋଲସେଲର, ରିଟେଲର, ବିଗ୍ ଚେନ୍ ରିଟେଲର ଏବଂ ପ୍ରୋସେସରମାନଙ୍କୁ ଗହମ ମହଜୁଦ ସ୍ଥିତି ବାଧ୍ୟତାମୂଳକ ଭାବେ ଘୋଷଣା କରିବା ଲାଗି ଭାରତ ସରକାର ଆଦେଶ ଦେଇଛନ୍ତି ।

ଏପ୍ରିଲ ପହିଲା ୨୦୨୪ ଏବଂ ତା'ପରେ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ପ୍ରତି ଶୁକ୍ରବାର ଦିନ ପୋର୍ଟାଲ (https://evegoils.nic.in/wheat/login.html)ରେ ଗହମର ଷ୍ଟକ୍ ସ୍ଥିତି ଘୋଷଣା କରିବାକୁ ହେବ। ପୋର୍ଟାଲରେ ଷ୍ଟକ୍ ନିୟମିତ ଏବଂ ସଠିକ୍ ଭାବରେ ପ୍ରକାଶିତ ହେଉଛି କି ନାହିଁ ତାହା ସୁନିଶ୍ଚିତ କରିବାକୁ ସମସ୍ତ ସମ୍ପୃକ୍ତ ବୈଧାନିକ ସଂସ୍ଥା କାର୍ଯ୍ୟ କରିବେ।

ଏହାବ୍ୟତୀତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସମସ୍ତ ବର୍ଗର ସଂସ୍ଥା ପାଇଁ ଗହମ ଷ୍ଟକ୍ ସମୟସୀମା ୩୧.୦୩.୨୦୨୪ରେ ଶେଷ ହେଉଛି। ଏହାପରେ ସଂସ୍ଥାଗୁଡ଼ିକୁ ପୋର୍ଟାଲରେ ଗହମ ମହଜୁଦ ରଖିବାର ପରିମାଣ ବିଷୟରେ ଜଣାଇବାକୁ ପଡ଼ିବ। ସବୁ ବର୍ଗର ସଂସ୍ଥା ପକ୍ଷରୁ ଚାଉଳ ଷ୍ଟକ୍ ଘୋଷଣା ହୋଇସାରିଛି। ପୋର୍ଟାଲରେ ପଞ୍ଜୀକୃତ ହୋଇନଥିବା କୌଣସି ସଂସ୍ଥା ନିଜକୁ ପଞ୍ଜୀକରଣ କରି ପ୍ରତି ଶୁକ୍ରବାର ଦିନ ଗହମ ଓ ଚାଉଳ ମହଜୁଦ ସ୍ଥିତି ସମ୍ପର୍କରେ ସୂଚନା ଦାଖଲ କରିବା ଆରମ୍ଭ କରିପାରିବେ। ଏଣିକି ସମସ୍ତ ବୈଧାନିକ ସଂସ୍ଥାଙ୍କୁ ନିୟମିତ ଭାବେ ପୋର୍ଟାଲରେ ସେମାନଙ୍କ ଗହମ ଓ ଚାଉଳ ମହଜୁଦ ସ୍ଥିତି ସମ୍ପର୍କରେ ଘୋଷଣା କରିବାକୁ ପଡ଼ିବ।

ଦର ନିୟନ୍ତ୍ରଣ ଏବଂ ଦେଶରେ ସହଜ ଉପଲବ୍ଧତା ସୁନିଶ୍ଚିତ କରିବା ପାଇଁ ଖାଦ୍ୟ ଓ ସାଧାରଣ ବଣ୍ଟନ ବିଭାଗ ଗହମ ଓ ଚାଉଳର ଷ୍ଟକ୍ ସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛି।

ଅଧିକ ପଢ଼ନ୍ତୁ

PM Kisan: ଏହି ଦିନ ଆସିବ 17ତମ କିସ୍ତି ! ଜାଣନ୍ତୁ କେମିତି କରିବେ Online KYC?

Radish: ଫିଟ୍ ରହିବାକୁ ଚାହୁଁଛନ୍ତି ? ଖାଆନ୍ତୁ ମୂଳାରୁ ପ୍ରସ୍ତୁତ ୫ଟି ସ୍ୱାଦିଷ୍ଟ ଖାଦ୍ୟ

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments

ଆମ ନ୍ୟୁଜଲେଟରକୁ ସବସ୍କ୍ରାଇବ୍ କରନ୍ତୁ । ଆପଣ ଆପଣଙ୍କ ଆଗ୍ରହ ଥିବା ଟପିକ୍‌ ବାଛିବେ ଏବଂ ଆମେ ଆପଣଙ୍କୁ ବଛା ବଛା ନ୍ୟୁଜ ଓ ଆପଣଙ୍କ ପସନ୍ଦ ଅନୁଯାୟୀ ଲାଟେଷ୍ଟ ଅପଡେଟ୍‌ ପଠାଇଦେବୁ ।

ନ୍ୟୁଜଲେଟର ସବସ୍କ୍ରାଇବ୍‌ କରନ୍ତୁ