1. କୃଷି ଖବର

ମଣ୍ଡିରୁ ଉଠୁନି ଧାନ, ଚାଷୀ ଅସନ୍ତୋଷ

ରାୟଗଡ଼ା: ରାୟଗଡା ଜିଲ୍ଲା ଗୁଣୁପୁର ବ୍ଲକ ଡମ୍ବସରା ଠାରେ ଥିବା ଧାନ ମଣ୍ଡିରେ ବ୍ୟାପକ ଅବ୍ୟବସ୍ଥା ଦେଖିବାକୁ ମିଳିଛି। ମିଲରସଙ୍କ ମନମାନି ପାଇଁ ଚାଷୀ ହନ୍ତସନ୍ତ ହେଉଥିବା ଅଭିଯୋଗ ହେଉଛି।

KJ Staff
KJ Staff

ରାୟଗଡ଼ା: ରାୟଗଡା ଜିଲ୍ଲା ଗୁଣୁପୁର ବ୍ଲକ ଡମ୍ବସରା ଠାରେ ଥିବା ଧାନ ମଣ୍ଡିରେ ବ୍ୟାପକ ଅବ୍ୟବସ୍ଥା ଦେଖିବାକୁ ମିଳିଛି। ମିଲରସଙ୍କ ମନମାନି ପାଇଁ ଚାଷୀ ହନ୍ତସନ୍ତ ହେଉଥିବା ଅଭିଯୋଗ ହେଉଛି।

ଚାଷୀ ଯେପରି ଶୋଷଣର ଶିକାର ନ ହୋଇ ଉଚିତ ମୂଲ୍ୟରେ ନିଜର ଅମଳ ଫସଲକୁ ବିକ୍ରୟ କରିପାରିବେ ସେଥିପାଇଁ ଖୋଲା ଯାଇଛି ବିଭିନ୍ନ ମଣ୍ଡି। ହେଲେ ମଣ୍ଡିରେ ବ୍ୟାପକ ଅବ୍ୟବସ୍ଥା ସାଙ୍ଗକୁ ମିଲର ଙ୍କ ମନମାନି ଯୋଗୁଁ ହନ୍ତସନ୍ତ ହେଉଛନ୍ତି ଚାଷୀ। ଏହା ସାଙ୍ଗକୁ ଧାନର ଗୁଣବତ୍ତାକୁ ଆଳ କରି ବ୍ୟାପକ କଟନୀ ଛଟଣୀ କରାଯାଉଥିବା, ପରିବହନ ବାବଦୀୟ ଖର୍ଚ୍ଚ ମିଳୁ ନ ଥିବା ଅଭିଯୋଗ ହୋଇଛି। ପରିଶ୍ରମ କରି ଚାଷୀ ଧାନ ମଣ୍ଡିକୁ ଧାନ ବିକ୍ରି ପାଇଁ ଆସୁଥିବା ବେଳେ ମିଲରସଙ୍କ ଦେଖା ମିଳୁନି। ଆଜି ସକାଳୁ ଚାଷୀ ମାନେ ଧାନ ଧରି ମଣ୍ଡିକୁ ଆସିଥିଲେ ମଧ୍ୟ ଅପରାହ୍ନ ଯାଏଁ ମିଲରସଙ୍କ ଦେଖା ମିଳି ନ ଥିବା ଅଭିଯୋଗ କରିଛନ୍ତି ଚାଷୀ। ଖବର ପାଇ ଗୁଣୁପୁର ଉପଖଣ୍ଡ ଯୋଗାଣ ଅଧିକାରୀ, ସମବାୟ ଓ ନିୟନ୍ତ୍ରିତ ବଜାର ସମିତି କର୍ମକର୍ତ୍ତା ପ୍ରମୁଖ ପହଞ୍ଚି ଚାଷୀଙ୍କ ସହ ଆଲୋଚନା କରିଥିଲେ।

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments