News

ବଜାରରୁ ଉଭାନ ଆମ୍ବ, ଚିନ୍ତାରେ ଚାଷୀ

ଫଳ ମାନଙ୍କ ମଧ୍ୟରେ ରାଜା ଆମ୍ବ । ହେଲେ ଏଥର ନା ଗଛରେ ନା ବଜାରରେ, କେଉଁଠି ବି ଆମ୍ବ(mango)ଦେଖିବାକୁ ମିଳୁନି । ଯେମିତି ଉଭାନ ହୋଇଯାଇଛନ୍ତି ଫଳମାନଙ୍କ ରାଜା ।

22 May, 2022 10:29 AM IST By: Shuvanshu Kar

ଫଳ ମାନଙ୍କ ମଧ୍ୟରେ ରାଜା ଆମ୍ବ । ହେଲେ ଏଥର ନା ଗଛରେ ନା ବଜାରରେ, କେଉଁଠି ବି ଆମ୍ବ(mango)ଦେଖିବାକୁ ମିଳୁନି । ଯେମିତି ଉଭାନ ହୋଇଯାଇଛନ୍ତି ଫଳମାନଙ୍କ ରାଜା ।

ଖରା ଦିନେ ବଜାରରେ ପ୍ରଚୁର ଆମ୍ବ ଦେଖିବାକୁ ମିଳେ । ହେଲେ ଚଳିତ ବର୍ଷ ମେ ମାସ ସରିବାକୁ ବସିଥିବାବେଳେ ଆମ୍ବ ଗାଏବ ହୋଇଯାଇଛି । ଗତ ଥର ଆମ୍ବର ଅଭାବି ବିକ୍ରି ହୋଇଥିଲା, କିନ୍ତୁ ଏଥର ଉତ୍ପାଦନ କମ ହୋଇଥିବାରୁ ଏହାର ଅଭାବ ଦେଖଇବାକୁ ମିଳିଛି ।

କେନ୍ଦୁଝର ଜିଲ୍ଲାରେ ଉତ୍ପାଦନ ହେଉଥଇବା ଆମ୍ବର ଚାହିଦା ସାରା ରାଜ୍ୟରେ ରହିଛି । ଦୋଶରୀ,ଆମ୍ରପଲ୍ଲି, ଲେଙ୍ଗେଡା, ଲାଟ ସୁନ୍ଦରି, ବାଇଗଣ ପଲେଇ , , କ୍ଷୀର ସାଗର ଆଦି ଉନ୍ନତ କିସମର ଆମ୍ବ ଚାଷୀଙ୍କୁ ବହୁ ଲାଭ ଦେଇଥାଏ । ଗତ ବର୍ଷ ପ୍ରଚୁର ଆମ୍ବ ଫଳିଥିଲା ବେଳେ ଏ ବର୍ଷ ଗଛରୁ ଆମ୍ବ ସମ୍ପୂର୍ଣ୍ଣ ଉଭାନ ।

ସେହିପରି ଅନୁଗୋଳ ଜିଲ୍ଲାରେ ମଧ୍ୟ ପ୍ରଚୁର ଆମ୍ବଚାଷ(mango cultivation) ହୋଇଥଆଏ । ଅନୁଗୋଳ ଆମ୍ବର ମଧ୍ୟ ବେଶ ଚାହିଦା ରହିଛି । ଏଠାରେ ପାଖିପାଖି ୨୦ ହଜାର ଏକରରୁ ଅଧିକ ଜମିରେ ଆମ୍ବ ଚାଷ ହୁଏ । ହେଲେ ଏଥର ଜିଲ୍ଲାରେ ଆମ୍ବ ଉତ୍ପାଦନ କମିଥିବା ଚାଷିମାନେ କହିଛନ୍ତି । କାଁ ଭାଁ ଅଲ୍ପ କିଛି ଗଛରେ ଆମ୍ବ ଫଳିଛି । ଯାହାକୁ ନେଇ ଚାଷୀମାନେ ଚିନ୍ତାରେ ଅଛନ୍ତି ।

ସେପଟେ ମାଲକାନଗିରି ଓ କରାପୁଟ ଜିଲ୍ଲାରୁ ପ୍ରତିବର୍ଷ ବିଭିନ୍ନ କିସମର ଆମ୍ବ ପଡ଼ୋଶୀ ରାଜ୍ୟକୁ ପଠାଯାଏ । ହେଲେ ଏବର୍ଷ ଆମ୍ବ ଗଛରେ ଆମ୍ବ ଅଭାବ ଯୋଗୁ ପର୍ଯ୍ୟାପ୍ତ ଯୋଗାଣ ହୋଇପାରୁ ନାହିଁ । ଆମ୍ବ ଫଳି ନଥିବାରୁ ଚାଷୀ ବ୍ୟାପକ କ୍ଷତି ସହୁଛନ୍ତି । ଆମ୍ବ ବର୍ଷେ ଫଳିଲେ ବର୍ଷେ ଫଳେନି। ହେଲେ ଚଳିତ ଥର ଜଳବାୟୁରେ ପରିବର୍ତ୍ତନ ଯୋଗୁଁ ଏଭଳି ହୋଇଥିବା ବିଶେଷଜ୍ଞମାନେ କହିଛନ୍ତି ।

ଆମ୍ବର ମଣିଷ: କିଷାନ ସୁମନ

ଉପକାରୀ ଆମ୍ବ, ଆପଣ ଜାଣନ୍ତି କି ? ?

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)