1. କୃଷି ଖବର

Mann Ki Baat: ଜଳ ସଂରକ୍ଷଣକୁ ନେଇ କଣ ବାର୍ତ୍ତା ଦେଲେ ମୋଦି ? ଜାଣନ୍ତୁ...

ପ୍ରଧାନମନ୍ତ୍ରୀ କହିଛନ୍ତି, ଆମ ଦେଶରେ କ୍ରମାଗତ ମୌସୁମୀ ବିସ୍ତାର ହେବାରେ ଲାଗିଛି । ଅନେକ ରାଜ୍ୟରେ ବର୍ଷା ମଧ୍ୟ ବଢ଼ୁଛି । ବର୍ତମାନ ଜଳ ଓ ଜଳସଂରକ୍ଷଣ ଦିଗରେ ସ୍ୱତନ୍ତ୍ର ପ୍ରୟାସ କରିବାର ସମୟ ।

Shuvanshu Kar
Shuvanshu Kar
Mann Ki Baat: Know What is Modi's message on water conservation?

Mann Ki Baat: Know What is Modi's message on water conservation?

ଜଳସଂରକ୍ଷଣକୁ ନେଇ ମନ୍ କୀ ବାତ(Mann Ki Baat) କାର୍ଯ୍ୟକ୍ରମରେ ନିଜ ମତ ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀ କହିଛନ୍ତି, ଆମ ଦେଶରେ କ୍ରମାଗତ ମୌସୁମୀ ବିସ୍ତାର ହେବାରେ ଲାଗିଛି । ଅନେକ ରାଜ୍ୟରେ ବର୍ଷା ମଧ୍ୟ ବଢ଼ୁଛି । ବର୍ତମାନ ଜଳ ଓ ଜଳସଂରକ୍ଷଣ(water conservation) ଦିଗରେ ସ୍ୱତନ୍ତ୍ର ପ୍ରୟାସ କରିବାର ସମୟ । ଆମ ଦେଶରେ ତ ଯୁଗଯୁଗ ଧରି ଏହି ଦାୟିତ୍ୱ ସମାଜ ହିଁ ମିଳିମିଶି ଉଠାଇଆସିଛି ।

ପ୍ରଧାନମନ୍ତ୍ରୀ କହିଛନ୍ତି, ଆପଣଙ୍କର ମନେ ଥିବ, "ମନ୍ କୀ ବାତ'(Mann Ki Baat)ରେ ଆମେ ଥରେ ପାହାଚ ଥିବା କୂଅ ଅର୍ଥାତ ବାୱଡିର ଐତିହ୍ୟ ସମ୍ପର୍କରେ ଆଲୋଚନା କରିଥିଲେ । ବାୱଡି ସେହି ବଡ଼ବଡ଼ କୂଅକୁ କୁହାଯାଏ ଯେଉଁଠି ତଳକୁ ଓହ୍ଲାଇବା ପାଇଁ ପାହାଚ ରହିଥାଏ । ରାଜସ୍ଥାନର ଉଦୟପୁରରେ ଏପରି ଶହଶହ ବର୍ଷ ପୁରୁଣା ଏକ ବାୱଡ଼ି ରହିଛି "ସୁଲତାନ କୀ ବାୱଡି' । ଏହାକୁ ରାଓ ସୁଲତାନ ସିଂହ ନିର୍ମାଣ କରାଇଥିଲେ, କିନ୍ତୁ ଉପେକ୍ଷା କାରଣରୁ ଧୀରେ ଧୀରେ ଏହି ଜାଗା ପରିତ୍ୟକ୍ତ ହୋଇଗଲା ଏବଂ ଅଳିଆ ଆବର୍ଜନା ଗଦାରେ ପରିଣତ ହେଲା ।

ଦିନେ କେତେକ ଯୁବକ ବୁଲୁଥିବାବେଳେ ସେଠାରେ ପହଂଚିଲେ ଏବଂ ତା'ର ସ୍ଥିତିକୁ ଦେଖି ବହୁତ ଦୁଃଖ ପ୍ରକାଶ କଲେ । ସେହି ଯୁବକମାନେ ସେହି ମୁହୂର୍ତରେ ସୁଲତାନ କୀ ବାୱଡିର ଚିତ୍ର ଓ ଭାଗ୍ୟ ବଦଳାଇବା ପାଇଁ ପ୍ରତିଜ୍ଞା କଲେ । ସେମାନେ ଏହି ମିସନର ନାମ ରଖିଲେ "ସୁଲତାନ କୀ ସୁର୍-ତାନ' । ଆପଣ ଭାବୁଥିବେ ଯେ ଏହି ସୁର୍-ତାନ୍ କ'ଣ? ବାସ୍ତବରେ ଏହି ଯୁବକମାନେ କେବଳ ବାୱଡ଼ିର କାୟା ପରିବର୍ତନ କଲେ ନାହିଁ, ବରଂ ସେମାନେ ସଂଗୀତର ସ୍ୱର ଓ ତାଳ ସହିତ ମଧ୍ୟ ଯୋଡ଼ିଦେଲେ ।

ସୁଲତାନ କୀ ବାୱଡ଼ିର ସଫେଇ ପରେ, ତାକୁ ସଜାଇବା ପରେ, ସେଠାରେ ସ୍ୱର ଓ ସଂଗୀତର କାର୍ଯ୍ୟକ୍ରମ ହୋଇଥାଏ । ଏହି ପରିବର୍ତନର ଏତେ ଚର୍ଚ୍ଚା ହେଉଛି ଯେ ବିଦେଶରୁ ମଧ୍ୟ ଅନେକ ଲୋକ ଏହାକୁ ଦେଖିବାକୁ ଆସୁଛନ୍ତି । ଏହି ସଫଳ ପ୍ରୟାସର ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥାଟି ହେଉଛି ଅଭିଯାନ ଆରମ୍ଭ କରିଥିବା ଯୁବକମାନେ ଚାର୍ଟାର୍ଡ ଆକାଉଂଟାଂଟ । ସଂଯୋଗରୁ ବର୍ତମାନଠାରୁ କିଛିଦିନ ପରେ, ୧ ଜୁଲାଇରେ ଚାଟାର୍ଡ ଆକାଉଂଟାଂଟ ଦିବସ ଆସୁଛି ।

ଜଳ ଜୀବନ ମିଶନର ୫୦% ସଫଳତା ହାସଲ

କିପରି କରିବେ ଜଳ ସଂରକ୍ଷଣ !

ମୋଦି କହିଛନ୍ତି, ମୁଁ ଦେଶର ସମସ୍ତ ଚାର୍ଟାର୍ଡ ଆକାଉଂଟାଂଟଙ୍କୁ ଆଗୁଆ ଅଭିନନ୍ଦନ ଜଣାଉଛି । ଆମେ ନିଜର ଜଳଉତ୍ସଗୁଡ଼ିକୁ, ସଂଗୀତ ଓ ଅନ୍ୟ ସାମାଜିକ କାର୍ଯ୍ୟକ୍ରମ ସହିତ ଯୋଡ଼ି ସେଗୁଡ଼ିକ ପ୍ରତି ଏହିପରି ସଚେତନତାର ଭାବ ସୃଷ୍ଟି କରିପାରିବା । ଜଳ ସଂରକ୍ଷଣ ତ ବାସ୍ତବରେ ଜୀବନ ସଂରକ୍ଷଣ । ଆପଣ ଦେଖିଥିବେ, ଆଜିକାଲି ଅନେକ "ନଦୀ ମହୋତ୍ସବ' କରାଯାଉଛି । ଆପଣଙ୍କ ସହରରେ ମଧ୍ୟ ଏହିଭଳି ଯେଉଁ ଜଳଉତ୍ସ ରହିଛି, ସେଠାରେ କିଛି ନା କିଛି ଆୟୋଜନ ନିଶ୍ଚୟ କରନ୍ତୁ ।

Like this article?

Hey! I am Shuvanshu Kar. Did you liked this article and have suggestions to improve this article? Mail me your suggestions and feedback.

Share your comments