1. କୃଷି ଖବର

ଆଉ ଜଣେ ମହାରଥୀ ଙ୍କର ପରଲୋକ !

ଆଖି ବୁଜିଲେ ଗୋଆ ର ମୁଖ୍ୟ ମନ୍ତ୍ରୀ ମନୋହର ପରିକାର କର୍କଟ ନେଲା ଜୀବନ ୬୩ ରେ ମୃତ୍ୟୁ ଗୋଆ ରେ ୭ ଦିନ ର ଶୋକ ଏବଂ ଦିନିକିଆ ଛୁଟ୍ଟୀ

KJ Staff
KJ Staff

-ଆଖି ବୁଜିଲେ ଗୋଆ ର ମୁଖ୍ୟ ମନ୍ତ୍ରୀ ମନୋହର ପରିକାର
-କର୍କଟ ନେଲା ଜୀବନ
-୬୩ ରେ ମୃତ୍ୟୁ
-ଗୋଆ ରେ ୭ ଦିନ ର ଶୋକ ଏବଂ ଦିନିକିଆ ଛୁଟ୍ଟୀ

୪ ଥର ଗୋଆ ର ମୁଖ୍ୟମନ୍ତ୍ରୀ ହୋଇଥିବା ମନୋହର ପରିକାର ପୂର୍ବରୁ ଥରେ କେନ୍ଦ୍ର ସରକାରଙ୍କ ଅଧିନସ୍ଥ ଦେଶ ର ସୁରକ୍ଷା ମନ୍ତ୍ରୀ ମଧ୍ୟ ରହିସାରିଛନ୍ତି |୧୯୭୮ ରେ ସେ ଆଇ.ଆଇ.ଟି ବମ୍ବେ ରୁ ଧାତୁ ତତ୍ୱ ବିଜ୍ଞାନ ଉପରେ ସ୍ନାତକ ହାସଲ କରିଥିଲେ |

ଗତ ବର୍ଷ ଫେବୃଆରୀ ମାସରୁ ସେ କର୍କଟ ରୋଗ ରେ ପୀଡିତ ବୋଲ ଜଣାପଡିଲା ପରେ ବହୁ ବାର ଦିଲ୍ଲୀ ,ବମ୍ବେ ,ନ୍ୟୁ ୟର୍କ ପରି ସ୍ଥାନ ରେ ଚିକିତ୍ସା ଅଧିନସ୍ଥ ଥିଲେ | ନ୍ୟୁ ୟର୍କ ରୁ ଫେରିଲା ପରେ ସେ ନାକ ରେ ଖାଦ୍ୟ ଏବଂ ନିଶ୍ୱାସ ପରିଚାଳନା ଲାଗି ଏକ ଟ୍ୟୁବ ଲଗାଇଥିଲେ |ତଥାପି କମି ନଥିଲା ଦେଶ ସେବା ଲାଗି ତାଙ୍କର ଦୃଢ ମନୋବଳ |

ଗି.ଏଫ.ପି ଏବଂ ଏମ.ଗି.ପି ସହ ଏବେ ସେ ସଂଗଠିତ ଭାବେ ସରକାର ଗଠନ କରିଥିଲେ |ଗତ କଲି ସେ ପାନାଜୀ ଠାରେ ଥିବା ନିଜ ବାସଭବନ ରେ ଦେହତ୍ୟାଗ କରିଥିଲେ ଏବଂ ଏହା ପରେ ଗୋଆ ରେ ପୁନର୍ବାର ମୁଖ୍ୟମନ୍ତ୍ରୀ ପଦପି ଲାଗି ନିର୍ବାଚନ ଅନୁଷ୍ଠିତ ହେବ |ତାଙ୍କର ଶୋକ ରେ ଆଜି ସମ୍ପୂର୍ଣ ଦେଶ | ତାଙ୍କର ସମ୍ମାନ ରେ ସମସ୍ତ ରାଜ୍ୟ ର ରାଜଧାନୀ ଏବଂ ଦିଲ୍ଲୀ ରେ ଜାତୀୟ ପତକା ଆଜି ଅଧା ନଇଁ ରହିବ |

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments