News

ମୌସୁମୀ ସକ୍ରିୟ, ଆହୁରି ୫ ଦିନ ଯାଏଁ ପ୍ରବଳ ବର୍ଷା

ଓଡ଼ିଶାର ଦକ୍ଷିଣ ପ୍ରାନ୍ତରେ ସୃଷ୍ଟି ହୋଇଥିବା ଲଘୁଚାପ ଏବେ ଉପକୂଳବର୍ତ୍ତୀ ଅଞ୍ଚଳରେ ରହିଛି । ଏହାର ପ୍ରଭାବରେ ମୌସୁମୀ ସକ୍ରିୟ ହେବା ସହ ଅଧିକ ବର୍ଷା କରାଇବ । ଆସନ୍ତା ୫ଦିନ ଯାଏଁ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ ।

11 July, 2022 10:01 AM IST By: Sudesna Nayak

ଓଡ଼ିଶା (Odisha)ର ଦକ୍ଷିଣ ପ୍ରାନ୍ତରେ ସୃଷ୍ଟି ହୋଇଥିବା ଲଘୁଚାପ (Low Pressure) ଏବେ ଉପକୂଳବର୍ତ୍ତୀ ଅଞ୍ଚଳରେ ରହିଛି । ଏହାର ପ୍ରଭାବରେ ମୌସୁମୀ (MANSOON) ସକ୍ରିୟ ହେବା ସହ ଅଧିକ ବର୍ଷା (RAIN)କରାଇବ । ଆସନ୍ତା ୫ଦିନ ଯାଏଁ ପ୍ରବଳରୁ ଅତି ପ୍ରବଳ ବର୍ଷା (RAIN)ହୋଇପାରେ । ଆଞ୍ଚଳିକ ପାଣିପାଗ ବିଜ୍ଞାନ ବିଭାଗ (IMD)ଏଭଳି ପୂର୍ବାନୁମାନ କରିଛି ।

ସୂଚନା ଅନୁଯାୟୀ, ପାଣିପାଗ ବିଶେଷଜ୍ଞ ପ୍ରଫେସର ଡା. ସୁରେନ୍ଦ୍ରନାଥ ପଶୁପାଳକଙ୍କ ପୂର୍ବାନୁମାନ କହୁଛି, ଏହି ଗୋଟିଏ ଲଘୁଚାପ (Low Pressure) ନୁହେଁ, ଏହା ପରେ ପୁଣି ଆଉ ଏକ ଲଘୁଚାପ ସୃଷ୍ଟି ହେବ । ଓଡ଼ିଶା (Odisha) ଓ ସଂଲଗ୍ନ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଯୋଗୁ ୧୧ରୁ ୧୩ ରାଜ୍ୟରେ ମଧ୍ୟମରୁ ପ୍ରବଳ ବର୍ଷା (RAIN)ହେବ । ସେହିଭଳି ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ (Low Pressure) ହେବ । ଏହା ଅଧିକ ଘନୀଭୂତ ହୋଇ ୧୪ରେ ଅବପାତ ରୂପ ନେବ । ଏହା ଓଡ଼ିଶା (Odisha) ଉପରେ ଦୁଇ ଦିନ ରହିବ । ପରେ ଉତ୍ତର ପଶ୍ଚିମ ଓ ପଶ୍ଚିମ ଦିଗକୁ ଗତି କରିବ । ଏହାର ପ୍ରଭାବରେ ୧୪ରୁ ୧୬ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା (RAIN) ହୋଇପାରେ । ୧୭ ରୁ ବର୍ଷା (RAIN)କମିଯିବ । ସେ ସପ୍ତାହରେ ବିସ୍ତୃତ ବର୍ଷା (RAIN)ସମ୍ଭାବନା କମ୍‌ ବୋଲି ସେ କହିଛନ୍ତି ।

ତେବେ ଲଘୁଚାପ (Low Pressure)ପ୍ରଭାବରୁ ଦକ୍ଷିଣ ଓଡ଼ିଶାରେ ସବୁଠୁ ଅଧିକ ବର୍ଷା (RAIN)ହେବ । ଏହି ସପ୍ତାହରେ ବର୍ଷା ୨୦୦ ମିଲିମିଟରରୁ ଅଧିକ ବର୍ଷା (RAIN)ହେବ । ସ୍ଥାନେ ସ୍ଥାନେ ୩୦୦ମିମିରୁ ଅଧିକ ବର୍ଷା (RAIN)ହୋଇପାରେ । ୧୪ ରୁ ୧୬ ତିନି ଦିନ ଯାଏଁ କେତେକ ସ୍ଥାନରେ ଅତି ପ୍ରବଳ ବର୍ଷା (RAIN) ହେବ । ଭଦ୍ରକ ଜିଲ୍ଲା, ବାଲେଶ୍ୱର ଜିଲ୍ଲା, ମୟୂରଭଞ୍ଜ ଜିଲ୍ଲା, ସୁନ୍ଦରଗଡ଼ ଜିଲ୍ଲା ଓ କେନ୍ଦୁଝର ଜିଲ୍ଲାର କିଛି ଅଞ୍ଚଳରେ କମ୍‌ ବର୍ଷା (RAIN) ହେବ ବୋଲି ପ୍ରଫେସର ପଶୁପାଳକ କହିଛନ୍ତି । ୧୫ ତାରିଖ ଓ ୧୬ ତାରିଖରେ ଅତି ପ୍ରବଳ ବର୍ଷା (RAIN) ହୋଇପାରେ ବୋଲି ସେ କହିଛନ୍ତି ।

ଏ ସପ୍ତାହରେ ଲଗାଣ ବର୍ଷା (RAIN) ଯୋଗୁ ମହାନଦୀ ଓ ଦକ୍ଷିଣ ଓଡ଼ିଶାର ସମସ୍ତ ନଦୀରେ ପାଣି ଫୁଲିବ । ଭାରି ବର୍ଷା (RAIN)ସମ୍ଭାବନା ଥିବାରୁ ୧୭ ଯାଏଁ ବୁଣାବୁଣି ନ କରିବାକୁ ପ୍ରଫେସର ପଶୁପାଳକ ପରାମର୍ଶ ଦେଇଛନ୍ତି । ପରବର୍ତ୍ତୀ ସପ୍ତାହରେ ବିଶେଷ ବର୍ଷା (RAIN) ନଥିବାରୁ ସେ ସମୟରେ ରୁଆ ରୋଇ କରିବାକୁ ସେ ପରାମର୍ଶ ଦେଇଛନ୍ତି । ତଳି ହୋଇଯାଇଥିଲେ କାଦୁଅ ପାଇଁ ପାଣି ରଖନ୍ତୁ । ଲଗାଯାଇଥିବା କିଆରୀରୁ ଜଳ ନିଷ୍କାସନ ସୁବିଧା କରିବାକୁ ସେ ଚାଷୀ (FARMERS)ଙ୍କୁ ପରାମର୍ଶ ଦେଇଛନ୍ତି ।

ପ୍ରକାଶ ଥାଉ ଯେ, ସେପଟେ ରବିବାର (SUNDAY)ଝାରସୁଗୁଡ଼ାରେ ୧୪.୪, ସମ୍ବଲପୁରରେ ୧୩.୨, ବାରିପଦାରେ ୧୦.୬, ଢେଙ୍କାନାଳରେ ୧୦.୨, ସୋନପୁରରେ ୫.୮ ଓ ଅନୁଗୁଳରେ ୪ ମିଲିମିଟର ବର୍ଷା (RAIN) ରେକର୍ଡ ହୋଇଛି ।

ଆସୁଛି ଆଉ 2ଟି ଲଘୁଚାପ, ତୁହାକୁ ତୁହା ଅଜାଡିବ!

ଜୁଲାଇ ୮ରୁ ଲଘୁଚାପ,ସାରା ଓଡ଼ିଶାରେ ପ୍ରବଳ ବର୍ଷା

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)