1. କୃଷି ଖବର

ଆସୁଛି ଆଉ 2ଟି ଲଘୁଚାପ, ତୁହାକୁ ତୁହା ଅଜାଡିବ!

ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷା ଜାରି ରହିଛି । ତେବେ ବଙ୍ଗୋପସାଗରରେ ପୁଣି 2ଟି ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ଓଡିଶାରେ ୧୦ ଦିନ ପର୍ଯ୍ୟନ୍ତ ଲଗାଣ ବର୍ଷା ସମ୍ଭାବନା ରହିଛି । ଏନେଇ ସୂଚନା ଦେଇଛନ୍ତି ପାଣିପାଗ ବିଶେଷଜ୍ଞ ଡ. ଶରତ ସାହୁ ।

Sudesna Nayak
Sudesna Nayak
heavy raining in twin cities cuttack bhubaneswar

heavy raining in twin cities cuttack bhubaneswar

ଲଘୁଚାପ (Low Pressure) ପ୍ରଭାବରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷା (RAIN)ଜାରି ରହିଛି । ତେବେ ବଙ୍ଗୋପସାଗରରେ ପୁଣି 2ଟି ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ଓଡିଶା (Odisha)ରେ ୧୦ ଦିନ ପର୍ଯ୍ୟନ୍ତ ଲଗାଣ ବର୍ଷା (RAIN) ସମ୍ଭାବନା ରହିଛି । ଏନେଇ ସୂଚନା ଦେଇଛନ୍ତି ପାଣିପାଗ ବିଶେଷଜ୍ଞ ଡ. ଶରତ ସାହୁ ।

ସୂଚନା ଅନୁଯାୟୀ, ଆରବ ସାଗର ଓ ବଙ୍ଗୋପସାଗରରୁ ମୌସୁମୀ (Monsoon)ବାୟୁ ପ୍ରବାହ ଯୋଗୁଁ ଉପକୂଳ ଓଡିଶା (Odisha)ରେ ପ୍ରବଳ ବର୍ଷା (RAIN)ହେବାର ସମ୍ଭାବନା ରହିଛି । ଆସନ୍ତା 8 ତାରିଖରେ ବଙ୍ଗୋପସାଗରରେ ଲଘୁଚାପ (Low Pressure) ସୃଷ୍ଟି ହେବାର ସମ୍ଭାବନା ରହିଥିବା ବେଳେ ଆସନ୍ତା 11 ତାରିଖ ବେଳକୁ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ (Low Pressure)ସୃଷ୍ଟି ହେବ । ଯାହା ଏକ ଗଭୀର ଅବପାତର ରୂପ ନେବାର ସମ୍ଭାବନା ରହିଛି ବୋଲି କହିଛନ୍ତି ଶରତ ସାହୁ । ଏଥିଯୋଗୁଁ ରାଜ୍ୟରେ ୧୦ ଦିନ ପର୍ଯ୍ୟନ୍ତ ଲଗାଣ ବର୍ଷା (RAIN) ହେବ, କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା (RAIN) ହେବାର ସମ୍ଭାବନା ରହିଛି ।

ଅନ୍ୟପଟେ ଜୁନ ମାସରେ 40 ପ୍ରତିଶତ ନିଆଣ୍ଟିଆ ବର୍ଷା (RAIN)କୁ ଭରଣା କରିବ ଏହି 2 ଲଘୁଚାପ । ଏବେ ଓଡିଶାରେ ସକ୍ରିୟ ରହିଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ, ଏଥିଯୋଗୁଁ ବର୍ଷା (RAIN) ଲାଗି ରହିଛି । ଆସନ୍ତା 24 ଘଣ୍ଟା ପାଇଁ 11ଟି ଜିଲ୍ଲାକୁ ୟେଲୋ ୱାର୍ଣିଂ (Yellow Warning)ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ (Imd)। ସେହିସବୁ ଜିଲ୍ଲା ଗୁଡିକ ହେଲା ମାଲକାନଗିରି ଜିଲ୍ଲା, କୋରାପୁଟ ଜିଲ୍ଲା, କଳାହାଣ୍ଡି ଜିଲ୍ଲା, ନବରଙ୍ଗପୁର ଜିଲ୍ଲା, କନ୍ଧମାଳ ଜିଲ୍ଲା, ରାୟଗଡା ଜିଲ୍ଲା, ବୌଦ୍ଧ ଜିଲ୍ଲା, ଅନୁଗୋଳ ଜିଲ୍ଲା, ଢେଙ୍କାନାଳ ଜିଲ୍ଲା, କେନ୍ଦୁଝର ଜିଲ୍ଲା, ମୟୂରଭଞ୍ଜ ଜିଲ୍ଲା । ଏହିସବୁ ଜିଲ୍ଲାରେ ପ୍ରବଳ ବର୍ଷା (RAIN) ହେବାର ସମ୍ଭାବନା ଥିବା ନେଇ ସୂଚନା ଦେଇଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର (Imd)

ପ୍ରକାଶ ଥାଉ ଯେ, ରାଜ୍ୟର ବିଭିନ୍ନ ସ୍ଥାନରେ ଗତକାଲି ପ୍ରବଳ ବର୍ଷା ହୋଇଛି । ବିଶେଷ କରି କଟକ-ଭୁବନେଶ୍ୱର ଅଞ୍ଚଳରେ ବର୍ଷାର ପରିମାଣ ଅଧିକ ରହିଛି । ରାଜଧାନୀ ଭୁବନେଶ୍ୱରରେ ସକ୍ରିୟ ଥିବା ନିମ୍ନ ଚାପ ରେଖା ଏବଂ ଘୁର୍ଣ୍ଣି ବଳୟ ପ୍ରଭାବରେ ପୂର୍ବ ଦିଗରୁ ବଙ୍ଗୋପସାଗର ମଧ୍ୟରୁ ରାଜ୍ୟକୁ ପ୍ରବେଶ କରୁଥିବା ମେଘ ଖଣ୍ଡ ପ୍ରଭାବରେ ବର୍ଷା (RAIN) ଲାଗିରହିଛି ।

ଜୁଲାଇ ୮ରୁ ଲଘୁଚାପ,ସାରା ଓଡ଼ିଶାରେ ପ୍ରବଳ ବର୍ଷା

ଲଘୁଚାପ ପ୍ରଭାବରେ ୪ ଦିନ ପ୍ରବଳ ବର୍ଷା: ଭିଜିବ ଏହି ସବୁ ଜିଲ୍ଲା,ଜାଣନ୍ତୁ...

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments