1. କୃଷି ଖବର

GI TAGGED: କାଇ ସମାଜରେ ଖୁସିର ଲହରୀ

କାଇ ସମାଜରେ ଖୁସିର ଲହରୀ l କାଇ ପିମ୍ପୁଡି ଚଟଣିକୁ ମିଳିଲା ଜିଆଇ ଟ୍ୟାଗ ମାନ୍ୟତା ବା ଭୌଗଳିକ ପରିଚୟ । ଯାହାକୁ ଅନେକ ଦିନରୁ ଅପେକ୍ଷା କରିଥିଲା ଜିଲ୍ଲାବାସୀ l

Tanushree Mahapatra
Tanushree Mahapatra
mayurbhanj kai chutni gets GI tag, image source - pexels.com

mayurbhanj kai chutni gets GI tag, image source - pexels.com

ରାଜ୍ୟର ୩୦ ଜିଲ୍ଲା ମଧ୍ୟରେ ମୟୂରଭଞ୍ଜ ଜିଲ୍ଲା ଖୁବ ସୁନ୍ଦର ଭୌଗଳିକତା ଦୃଷ୍ଟିରୁ l ଏହି ଜିଲ୍ଲାର ଶିମିଳିପାଳ ସଂଲଗ୍ନ ଆଦିବାସୀଙ୍କ ଅଞ୍ଚଳ l ବିଭିନ୍ନ ପନିପରିବା ଠାରୁ ଆରମ୍ଭ କରି ଫଳ ପର୍ଯ୍ୟନ୍ତ ମଧ୍ୟ ଚାଷ କରନ୍ତି ଏଠାକାର ଆଦିବାସୀ l ଏଠାକାର ଚାଲିଚଳଣୀ ବେଶ ପୋଷାକରେ ରହିଛି ଖୁବ ତାରତମ୍ୟ l ଜିଲ୍ଲାରେ ରହିଛି ଅନେକ ଆକର୍ଷଣୀୟ ସ୍ଥାନ l

ପ୍ରତିବର୍ଷ ବିଭିନ୍ନ ରାଜ୍ୟ ଏବଂ ଜିଲ୍ଲାରୁ ଏଠାକୁ ଅଂମେକ ପର୍ଯ୍ୟଟକ ଆସିଥାନ୍ତି l ତେବେ ଏଠାକାର ଖାଦ୍ୟ ରହିଛି କିଛି ନୂଆ ପୁରୁଣା ଖାଦ୍ୟ ଯାହାକୁ ସେଠାକାର ଲୋକେ ଅନେକ ଦିନରୁ ଖାଦ୍ୟ ରୂପେ ଖାଇ ଆସୁଛନ୍ତି l ଏହି ଖାଦ୍ୟ ମଧ୍ୟରେ ରହିଛି କାଇ ପିମ୍ପୁଡି ଚଟଣି l ଆଉ ଏବେ ଏହି କାଇ ପିମ୍ପୁଡି ଚଟଣିକୁ ମିଳିଲା ଜିଆଇ ଟ୍ୟାଗ ମାନ୍ୟତା ବା ଭୌଗଳିକ ପରିଚୟ । ଯାହାକୁ ଅନେକ ଦିନରୁ ଅପେକ୍ଷା କରିଥିଲା ଜିଲ୍ଲାବାସୀ l

ମୟୂରଭଞ୍ଜ ଜିଲ୍ଲା କୃଷି ବିଜ୍ଞାନ କେନ୍ଦ୍ର (୨) ଯଶିପୁର ପକ୍ଷରୁ ଆରମ୍ଭ ହୋଇଥିବା ଏହି ପ୍ରୟାସ ସଫଳ ହୋଇଛି । ତେବେ କାଇ ପିମ୍ପୁଡି ଚଟଣିକୁ ଏହି ମାନ୍ୟତା ପ୍ରଦାନ ପ୍ରକ୍ରିିୟାରେ ଅଗ୍ରଗତି ସ୍ୱରୂପ ସେପ୍ଟେମ୍ବର ୧ ତାରିଖ ବିଜ୍ଞପ୍ତି ପ୍ରକାଶ ପାଇଥିଲା । କେନ୍ଦ୍ର ସରକାରଙ୍କ ଜୋଗ୍ରାଫିକାଲ ଇଣ୍ଡିକେସନ ବିଭାଗ ପକ୍ଷରୁ ଏନେଇ ଅବଗତ କରାଯାଇଥିଲା ।

ତେବେ ଏହି ମାନ୍ୟତା ପାଇବାକୁ ହେଲେ ଅନେକ କିଛି ତଥ୍ୟ ପ୍ରଦାନ କରିବାକୁ ପଡିଥାଏ l ତେବେ ୩ମାସ ମଧ୍ୟରେ କାଇ ପିମ୍ପୁଡି ଚଟଣିକୁ ଉପରେ କୌଣସି ଅଭିଯୋଗ ନଥିବାରୁ ଜିଆଇ ଟ୍ୟାଗ ମାନ୍ୟତା ପରିଚୟ ପାଇବାରେ ସକ୍ଷମ ହୋଇଛି । କିନ୍ତୁ ଏ ପର୍ଯ୍ୟନ୍ତ କେନ୍ଦ୍ର ସରକାରଙ୍କ ଜୋଗ୍ରାଫିକାଲ ଇଣ୍ଡିକେସନ ରେଜିଷ୍ଟ୍ରି ପ୍ରମାଣପତ୍ର ଓ ଅନ୍ୟାନ୍ୟ ବୈଧତା ପ୍ରଦର୍ଶିତ ହେଉଥିଲେ ହେଁ ମନ୍ତ୍ରଣାଳୟ ପକ୍ଷରୁ କିଛି ଘୋଷଣା ବାକି ଅଛି । ଏହି ଖବର ଜଣାପଡିବା ପରେ ମୟୂରଭଞ୍ଜ ଜିଲ୍ଲାର କାଇ ସମାଜ ଓ ମୟୂରଭଞ୍ଜ ଜିଲ୍ଲାବାସୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି ।

ତେବେ କାଇ ପିମ୍ପୁଡି ଚଟଣିକୁ ବିଭିନ୍ନ ପ୍ରକାର ଉଦ୍ଦେଶ୍ୟରେ ବ୍ୟବହାର କରାଯାଏ l ମସ୍ଥ୍ୟ ପାଇଁ ମଧ୍ୟ ଏହାକୁ ବ୍ୟବହାର କାରଣଟି ଜିଲ୍ଲାବାସୀ l ଜିଲ୍ଲାର ଆଦିମ ଆଦିବାସୀ ବହୁଯୁଗରୁ ଥଣ୍ଡା, କାଶ, କଫ, ଛିଙ୍କ ଓ ଜ୍ୱର ହେଲେ କାଇ ପିମ୍ପୁଡ଼ି ସହିତ ତେନ୍ତୁଳି, ଧାନୁଆ ଲଙ୍କା, ଗୋଲମରିଚ ଓ ଅନ୍ୟାନ୍ୟ ସାମଗ୍ରୀ ସହିତ ମିଶାଇ ଶିଳରେ ବାଟି ପ୍ରସ୍ତୁତ ହେଉଥିବା ଚଟଣି ସେବନ କରି ସୁସ୍ଥ ହୋଇଥାନ୍ତି । ଯାହା ଆଜି ମଧ୍ୟ ଏହି ଜିଲ୍ଲାରେ ପ୍ରଚଳିତ ହୋଇ ରହିଛି।

ଅନେକ ବାଦ ବିବାଦ ପରେ ମୟୂରଭଞ୍ଜ ଜିଲ୍ଲା କୃଷି ବିଜ୍ଞାନ କେନ୍ଦ୍ର(୨) ଯଶିପୁର ପକ୍ଷରୁ ୨୦୨୦ ଡିସେମ୍ବର ୭ ତାରିଖରେ ଜିଆଇ ଟ୍ୟାଗ ମାନ୍ୟତା ପାଇଁ ଜିଆଇ ଆବେଦନ ନଂ ୭୨୫ ଦ୍ୱାରା ଆବେଦନ କରାଯାଇଥିଲା । କାରଣ ଅନେକ ଦିନ ହେବ କାଇ ପିମ୍ପୁଡି ଚଟଣିକୁ ଏହି ମାନ୍ୟତା ଦେବା ପାଇଁ ବିଭିନ୍ନ ମହଲରେ ଦାବି କରାଯାଉଥିଲା l ଯାହା ଆଜି ସଫଳ ହୋଇଛି l ଜିଆଇ ଟ୍ୟାଗ ପାଇଁ ଆବେଦନ ସମୟରେ ଅନେକ ବାଧାବିଘ୍ନ ଓ ଚ୍ୟାଲେଞ୍ଜ ଫଳପ୍ରଦ ପରେ ଖୁସିବ୍ୟକ୍ତ ରହିଛନ୍ତି ଆବେଦନକାରିମାନେ । ମୟୂରଭଞ୍ଜ ଜିଲ୍ଲାର ଏହି ପୁରାତନ ଔଷଧୀୟ ଖାଦ୍ୟର ପ୍ରସ୍ତୁତି, ବ୍ୟବହାର, ଉପକାରିତା ଏବଂ ବୈଶିଷ୍ଟ୍ୟ ରହିଛି ଯାହାପାଇଁ ଜିଲ୍ଲାରେ ଅଧିକ ମାତ୍ରାରେ ଏହା ଖାଦ୍ୟ ଭାବେ ଗ୍ରହଣ କରିଥାନ୍ତି ଲୋକେ ।

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments