1. କୃଷି ଖବର

କିଛି ନୂଆ କରିବାର ଆଶା, ସୃଷ୍ଟି କରିବ କୃଷିଜଗତରେ ଇତିହାସ

କୃଷି ଜାଗରଣ, ଆଜି ଦେଶ ତଥା ଦେଶ ବାହାରେ ନିଜର ପରିଚୟ ସୃଷ୍ଟି କରିପାରିଛି l ଆଉ ଏହା ଆଜି ଏକ ସଫଳ କୃଷି ପ୍ରତିଷ୍ଠାନ ହୋଇପାରିଛି l ଆଉ ଏହା କେବଳ ସଫଳ ହୋଇପାରିଛି ସଂସ୍ଥାର ସମ୍ପାଦକ ଏମ.ସି ଡୋମିନିକଙ୍କ ପାଇଁ ଆଉ ତାଙ୍କୁ ଏହି କାମରେ ସାହାଯ୍ୟ କରିଛନ୍ତି ତାଙ୍କ ଧର୍ମପତ୍ନୀ ଯିଏକି କମ୍ପାନୀର ନିର୍ଦ୍ଦେଶିକା ରହିଛନ୍ତି ଶ୍ରୀମତୀ ସାଇନି ଡୋମିନିକ l

Tanushree Mahapatra
Tanushree Mahapatra
M.c Dominic , founder of Krishi Jagran

M.c Dominic , founder of Krishi Jagran

କୃଷି ଜାଗରଣ, ଆଜି ଦେଶ ତଥା ଦେଶ ବାହାରେ ନିଜର ପରିଚୟ ସୃଷ୍ଟି କରିପାରିଛି l ଆଉ ଏହା ଆଜି ଏକ ସଫଳ କୃଷି ପ୍ରତିଷ୍ଠାନ ହୋଇପାରିଛି l ଆଉ ଏହା କେବଳ ସଫଳ ହୋଇପାରିଛି ସଂସ୍ଥାର ସମ୍ପାଦକ ଏମ.ସି ଡୋମିନିକଙ୍କ ପାଇଁ ଆଉ ତାଙ୍କୁ ଏହି କାମରେ ସାହାଯ୍ୟ କରିଛନ୍ତି ତାଙ୍କ ଧର୍ମପତ୍ନୀ ଯିଏକି କମ୍ପାନୀର ନିର୍ଦ୍ଦେଶିକା ରହିଛନ୍ତି ଶ୍ରୀମତୀ ସାଇନି ଡୋମିନିକ l ଆଜିକୁ ଏକ ନୂଆ ଚିନ୍ତାଧାରା ନେଇ ଆରମ୍ଭ ହୋଇଥିବା ଏହି କୃଷି ସଂସ୍ଥାଟିକୁ ୨୭ ବର୍ଷ ମଧ୍ୟ ପୂରିଯାଇଛି l

ନିଜର ନିରନ୍ତର ଚେଷ୍ଟା ବଳରେ ଚାଷୀଙ୍କ ଛୋଟ ରୁ ଛୋଟ ସମସ୍ୟାର ସମାଧାନ ପାଇଁ ଏହି କୃଷି ସଂସ୍ଥା କାର୍ଯ୍ୟ କରିଆସିଛି l ଏହି ସଂସ୍ଥା ୧୨ଟି ଭାଷା ଉପରେ ନିଜ କାର୍ଯ୍ୟ ଜାରି ରଖିଛି l ଏକ ଉନ୍ନତ କୃଷି ଗ୍ରାମୀଣ ଭାରତ , କୃଷି ବୈଜ୍ଞାନିକ, ବ୍ୟବସାୟ ଗୋଷ୍ଠୀ ଏବଂ ପ୍ରଶାସନିକ କ୍ଷେତ୍ରରେ ଜ୍ଞାନ ଆଦାନ ପ୍ରଦାନ ପାଇଁ ଏକ ସ୍ୱତନ୍ତ୍ର ପ୍ଲାଟଫର୍ମ l

ଭାରତୀୟ କୃଷକମାନଙ୍କୁ ଭାରତରେ କୃଷିର ଅଗ୍ରଗତି ବିଷୟରେ ଶିକ୍ଷା ଦେବା ଏବଂ ସେମାନଙ୍କୁ ଆଧୁନିକ ଜ୍ଞାନକୌଶଳ ମାଧ୍ୟମରେ ଉତ୍ପାଦ ବ୍ୟବହାର କରିବା ବିଷୟରେ ଅବଗତ କରାଇବା l କୃଷି ସମ୍ପ୍ରଦାୟକୁ ଏନଜିଓ ମଧ୍ୟରେ ଏକ ଦାୟିତ୍ୱପୂର୍ଣ୍ଣ ଇଣ୍ଟରଫେସ୍ ଭାବରେ କାର୍ଯ୍ୟ କରିବା | ସଠିକ ଭାବେ କୃଷି ରାସାୟନିକ ପଦାର୍ଥର ବ୍ୟବହାରକୁ ସମର୍ଥନ କରିବା ଏବଂ ସ୍ଥାୟୀ କୃଷି ପାଇଁ ଜୈବିକ ଚାଷକୁ ପ୍ରୋତ୍ସାହିତ କରିବା ଦିଗରେ ସଂସ୍ଥା ନିଜର କାର୍ଯ୍ୟ କରୁଛି l

ସବୁଠାରୁ ବଡ଼ ବିଷୟ ହେଲା କୃଷିକୁ ଏକ ସଠିକ ମଞ୍ଚ ଦେବା l ଯେଉଁଠି ସେ ନିଜର ଅଭିଜ୍ଞତା ବାଣ୍ଟି ପାରିବ ଅନ୍ୟ ଚାଷୀଙ୍କ ସହିତ l ଯାହା ଅନ୍ୟ ଚାଷୀ ଉତ୍ସାହ ଯୋଗାଇବ କୃଷିକ୍ଷେତ୍ରରେ l ଆଉ ଏହିପରି କିଛି ନୂଆ ଚିନ୍ତାଧାରାକୁ ନେଇ ଗତକାଲି ଅନୁଷ୍ଠିତ ହେବାକୁ ଯାଉଛି ମିଲେନିୟର ଫାର୍ମର ଅଫ ଇଣ୍ଡିଆ ୨୦୨୩ ପୁରସ୍କାର l ଯେଉଁଠି ଦେଶର ଶ୍ରେଷ୍ଠ ଚାଷୀଙ୍କୁ କରାଯିବ ସମ୍ମାନିତ l କୃଷି ଜାଗରଣର ସମ୍ପଦକଙ୍କ ଦ୍ୱାରା ଚିନ୍ତିତ ଏକ ମହତ ଉଦ୍ଦେଶ୍ୟ ନେଇ ଗତକାଲି IARI ପୁସା ମେଳା ପଡ଼ିଆରେ ୩ଦିନ ଧରି ଏହା ଆୟୋଜିତ ହେବାକୁ ଯାଉଛି l

ଆଉ ଏହି ମହତ ଚିନ୍ତାଧାରାକୁ ସମ୍ମାନ ଦେଇ ମିଲେନିୟର ଫାର୍ମର ଅଫ ଇଣ୍ଡିଆ ପୁରସ୍କାରରେ ମହିନ୍ଦ୍ରା ଟ୍ରାକ୍ଟରସ ନିଜକୁ ମୁଖ୍ୟ ପ୍ରାୟୋଜକ ଭାବେ ସାମିଲ କରିଛି l ଏହି ୩ଦିନ ଦେଶର ଶ୍ରେଷ୍ଠ ଚାଷୀଙ୍କୁ ମଞ୍ଚ ପ୍ରଦାନ କରିବ ଏହି ସଂସ୍ଥା ଯେଉଁଠି ପୁରସ୍କୃତ ସମସ୍ତ ଚାଷୀଙ୍କୁ ମିଳିବ ନିଜ ସଂଘର୍ଷର କାହାଣୀ କହିବାକୁ l ଆଜି କୃଷି ଜଗତରେ ନିଜ ଚେଷ୍ଟା ବଳରେ ଏକ ସଫଳ ଚାଷୀର ଉଦାହରଣ ହୋଇପାରିଛନ୍ତି ଏହି ଚାଷୀ l ଏବେ ଦେଶ ଦେଖିବ ଆଉ ଶୁଣିବ ଏହି ସଫଳ ଚାଷୀଙ୍କ କାହାଣୀ l ଆଉ ଆଶା ଚାଷପ୍ରତି ମନ ହରାଉଥିବା ଚାଷୀ ପୁଣି ଥରେ ଉତ୍ସାହ ପାଇବେ ଚାଷକାର୍ଯ୍ୟ ପ୍ରତି l ତେବେ ଆସନ୍ତୁ ଆମେ ସମସ୍ତେ ମିଶି ଏହି କୃଷି ମହାସମ୍ମିଳନୀ ପୁରସ୍କାରକୁ ସଫଳ କରିବାରେ ଏକଜୁଟ ହେବା l

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments