News

ବଢ଼ିବ ପାରଦ, କମିବ ଶୀତ ; ୧୦ରୁ କୋହଲା ପାଗ

ରାଜ୍ୟରେ ଏବେ ପାରଦ ଉପରମୁହାଁ ହୋଇଥିବା ବେଳେ ଗତକାଲି (ଗୁରୁବାର) ରାତିରେ ଶୀତ ଅପେକ୍ଷାକୃତ କମ୍‌ ରହିଥିଲା । ଧୀରେଧୀରେ ରାଜ୍ୟର ରାତି ତାପମାତ୍ରା ବଢ଼ିବ ଓ ଶୀତ କମିବ ।

07 January, 2022 12:02 PM IST By: Sudesna Nayak

ଏଣିକି ବଦଳୁଛି ପାଣିପାଗର ମିଜାଜ । ରାଜ୍ୟରେ ଏବେ ପାରଦ ଉପରମୁହାଁ ହୋଇଥିବା ବେଳେ ଗତକାଲି (ଗୁରୁବାର) ରାତିରେ ଶୀତ ଅପେକ୍ଷାକୃତ କମ୍‌ ରହିଥିଲା । ଧୀରେଧୀରେ ରାଜ୍ୟର ରାତି ତାପମାତ୍ରା ବଢ଼ିବ ଓ ଶୀତ କମିବ (winter will decrease)।

ଆସନ୍ତା ୩ ଦିନରେ ରାତି ତାପମାତ୍ରା ପ୍ରାୟ ୪ ଡିଗ୍ରି ବଢ଼ିବ ଓ ଶୀତ କମିଯିବ (winter will decrease) ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି । ଅନ୍ୟପଟେ ରାଜ୍ୟରେ ୱେଷ୍ଟର୍ଣ୍ଣ ଡିଷ୍ଟରବାନ୍ସ ପ୍ରଭା‌ବରେ ୧୦ ତାରିଖ ଆଡ଼କୁ ବର୍ଷା (Rain)ର ସମ୍ଭାବନା ରହିଛି । ଫଳରେ ରାଜ୍ୟରୁ ଶୀତ ଗାୟବ ହୋଇଯିବ ଓ ପାଗ କୋହଲା ରହିବ ।

ଚାଷୀଙ୍କ ମୁଣ୍ଡରେ ଚଡକ

ୱେଷ୍ଟର୍ଣ୍ଣ ଡିଷ୍ଟରବାନ୍ସ ପ୍ରଭା‌ବରେ ରାଜ୍ୟରେ ୧୦ ରୁ ପାଗରେ ପରିବର୍ତ୍ତନ ଆସିଯିବ । ଉତ୍ତର ଓଡ଼ିଶା ସମେତ ଉପକୂଳ ଓ ଆଭ୍ୟନ୍ତରରେ ଅଧିକ ବର୍ଷା (Rain) ରହିବ । ଫଳରେ ଏହା ପୁଣି ଥରେ ଚାଷୀ (farmers)ଙ୍କ ମୁଣ୍ଡବିନ୍ଧାର କାରଣ ହୋଇଛି । ଏଭଳି ପାଗରେ ଫସଲ ରୋଗପୋକ ଯୋଗୁଁ କ୍ଷତିଗ୍ରସ୍ତ ହେବାର ସମ୍ଭାବନା ମଧ୍ଯ ବହୁ ରହିଛି ।

କହିବାକୁ ଗଲେ, ଅନ୍ୟପଟେ ଧାନ ମଳା ସରିନଥିବାରୁ କୃଷି ବିଜ୍ଞାନୀମାନେ ଧାନ ଗମୁଆ ହୋଇ ନଷ୍ଟ ହେବାର ଆଶଙ୍କା ମଧ୍ୟ ପ୍ରକାଶ କରିଛନ୍ତି ।

ପ‌ାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ ଆକଳନ କରିଛନ୍ତି ଯେ, ୧୦ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ ସାରା ରାଜ୍ୟରେ ବର୍ଷା (Rain)ହେବ । ଆଭ୍ୟନ୍ତରୀଣ ଓଡ଼ିଶାରେ ସମୁଦାୟ ବର୍ଷା ୨୫ରୁ ୩୦ ମିମି ରହିପାରେ । ଉପକୂଳରେ ବର୍ଷା କମ୍‌ ରହିବ । ୧୧ ତାରିଖରୁ ୧୪ ତାରିଖ ଯାଏଁ ଆକାଶ ମେଘୁଆ ରହବ । ତାପମାତ୍ରା କମିବ, ଦିନର ପାଗ କୋହଲା ରହିବ । ଆର୍ଦ୍ରତା ମଧ୍ଯ ବଢ଼ିବ । ଏହାଦ୍ବାରା ଫସଲରେ ରୋଗପୋକ ସମସ୍ୟା ବଢ଼ିବ । ବିଶେଷ କରି ପନିପରିବା, ମୁଗ, ବିରି, ସୋରିଷ, ଶିମ୍ବ ଓ ଚିନାବାଦାମ ଆଦିରେ ରୋଗପୋକ ଲାଗି ଫସଲ ନଷ୍ଟ ହେବାର ମଧ୍ଯ ବହୁ ଆଶଙ୍କା ରହିଛି ।

ପ୍ରକାଶ ଥାଉ ଯେ, ଅନ୍ୟପଟେ ଅନେକ ସ୍ଥାନରେ ଖଳାରୁ ଧାନ ମଳାଯାଇପାରିନାହିଁ । ବାରମ୍ବାର ପାଗ ଖରାପ ହେତୁ ଧାନ ମଳିବା ସମ୍ଭବ ହୋଇନାହିଁ । ଅନେକ ସ୍ଥାନରେ ବିଲ ପାଣିରୁ ଅଣାଯାଇଥିବା ଧାନ ଏଯାଏଁ ଶୁଖି ନାହିଁ । ଏଣୁ ୧୦ ତାରିଖ ପୂର୍ବରୁ ଧାନ ସବୁକୁ ଯଥା ସ୍ଥାନରେ ଘୋଡ଼ାଇ ରଖିବାକୁ ଚାଷୀ (farmers)ଙ୍କୁ ପରାମର୍ଶ ଦେଇଛନ୍ତି ଡ. ସୁରେନ୍ଦ୍ରନାଥ ପଶୁପାଳକ । ଏଥିସହ ଯେତେ ଶୀଘ୍ର ସମ୍ଭବ ହୋଇପାରୁଛି ଧାନ ମଳିବା‌ କାମ ଶେଷ କରିବାକୁ ସେ କହି ରଖିଛନ୍ତି ।

ପ‌ାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ଯେ, ୱେଷ୍ଟର୍ଣ୍ଣ ଡିଷ୍ଟର୍‌ବାନ୍ସ ଯୋଗୁଁ ଓଡ଼ିଶାରେ ଏହି ସମୟରେ ବର୍ଷା (Rain)ହେବା କିଛି ନୂଆ କଥା ନୁହେଁ । କିନ୍ତୁ ଏହାର ପ୍ରଭାବ ସବୁବେଳେ ଉତ୍ତର ଓଡ଼ିଶା ଯାଏଁ ସୀମିତ ରହିଥାଏ । କିନ୍ତୁ ସାମ୍ଭାବ୍ୟ ୱେଷ୍ଟର୍ଣ୍ଣ ଡିଷ୍ଟରବାନ୍ସ ପ୍ରଭାବରେ କେବଳ ଉତ୍ତର ଓଡ଼ିଶା ନୁହେଁ ସମଗ୍ର ଓଡ଼ିଶାରେ ବର୍ଷା ହେବ । ଆଭ୍ୟନ୍ତର ଓ ଉପକୂଳରେ ବି ବର୍ଷାର ପରିମାଣ ଅଧିକ ରହିବ ବୋଲି ସୂଚନା ଦେଇଛନ୍ତି ।

ସାରା ରାଜ୍ୟରେ ଶୀତର ଲହରୀ : ଚାରିଆଡେ ଘନ କୁହୁଡିର ଆସ୍ତରଣ

ଆହୁରି ୩ ଦିନ ହାଡଥରା ଶୀତ, ୧୦ରେ ବର୍ଷା

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)