1. କୃଷି ଖବର

ଆହୁରି ୩ ଦିନ ହାଡଥରା ଶୀତ, ୧୦ରେ ବର୍ଷା

ଆହୁରି ୩ ଦିନ ହାଡଥରା ଶୀତ । ମେଘୁଆ ପାଗ ପରେ ଏବେ ସାରା ରାଜ୍ୟରେ ଶୀତର ଲହରୀ ଜାରି ରହିଛି । ରାଜ୍ୟରେ ଶୀତ ଆହୁରି ଜାରି ରହିବ । ଆସନ୍ତା ୩ ଦିନ ଯାଏଁ କିଛି ସ୍ଥାନରେ ରାତି ତାପମାତ୍ରା ସ୍ୱାଭାବିକ ଠାରୁ ୩ ରୁ ୪ ଡିଗ୍ରୀ ତଳକୁ ଖସିପାରେ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରି କହିଛି ।

Sudesna Nayak
Sudesna Nayak
rain news winter news

rain news winter news

ଆହୁରି ୩ ଦିନ ହାଡଥରା ଶୀତ । ମେଘୁଆ ପାଗ ପରେ ଏବେ ସାରା ରାଜ୍ୟରେ ଶୀତର ଲହରୀ ଜାରି ରହିଛି । ରାଜ୍ୟରେ ଶୀତ ଆହୁରି ଜାରି ରହିବ । ଆସନ୍ତା ୩ ଦିନ ଯାଏଁ କିଛି ସ୍ଥାନରେ ରାତି ତାପମାତ୍ରା ସ୍ୱାଭାବିକ ଠାରୁ ୩ ରୁ ୪ ଡିଗ୍ରୀ ତଳକୁ ଖସିପାରେ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରି କହିଛି ।

ରବିବାର ଦିନ ଦାରିଙ୍ଗିବାଡ଼ିରେ ରାତି ତାପମାତ୍ରା ୮ ଡିଗ୍ରୀ ଥିବାବେଳେ ସୋମବାର ଏହା ୭ ଡିଗ୍ରୀକୁ ଖସିଛି । ଟିଟିଲାଗଡ଼ରେ ସ୍ୱାଭାବିକ ଠାରୁ ୩.୨ ଡିଗ୍ରୀ ପାରଦ କମିଥିବା ବିଭାଗ ପକ୍ଷରୁ ହିଁ କୁହାଯାଇଛି ।

ସୋମବାର ଦିନ ରାଜ୍ୟର ବିଭିନ୍ନ ସ୍ଥାନରେ ରାତି ତାପମାତ୍ରା ଖସିଛି । ମଙ୍ଗଳବାର ଦିନ ଏହା ଜାରି ରହିପାରେ । ୫ କିମ୍ବା ୬ ତାରିଖରୁ ରାଜ୍ୟରେ ଶୀତ କମିବ ବୋଲି ସୂଚନା ମିଳିଛି ।

କହିବାକୁ ଗଲେ, ସେହିଭଳି ସ୍ମାର୍ଟ ସିଟି ଭୁବନେଶ୍ୱରରେ ସ୍ୱାଭାବିକ ଠାରୁ ୧.୬ ଡିଗ୍ରୀ ପାରଦ କମ ରହିଥିବା ପାଣିପାଗ ବିଭାଗ ସୂଚନା ଦେଇଛି ।

ମଙ୍ଗଳବାର ଦିନ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶା, ଗଜପତି ଏବଂ ଗଞ୍ଜାମରେ ମଧ୍ୟ କୁହୁଡ଼ି ଅନୁଭୂତ ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି ।

ସୂଚନା ଅନୁଯାୟୀ, ଆସନ୍ତା ୫ ତାରିଖରୁ ରାଜ୍ୟରେ ଶୀତ କମିପାରେ ବୋଲି ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି । ରାଜ୍ୟର ବିଭିନ୍ନ ସ୍ଥାନରେ ପର୍ଯ୍ୟାୟକ୍ରମେ ଶୀତ କମିବ । ଉତ୍ତର ଉପକୂଳରେ ତାପମାତ୍ରା ୩ ରୁ ୪ ଡିଗ୍ରୀ ବଢ଼ିବ । ଦକ୍ଷିଣ ଉପକୂଳରେ ୨ ରୁ ୩ ଡିଗ୍ରୀ ବଢ଼ିବ । ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ୪ ଡିଗ୍ରୀ ବଢ଼ିଯିବ ବୋଲି ମଧ୍ୟ ସେ କହିଛନ୍ତି ।

ପ୍ରକାଶ ଥାଉ ଯେ, ସେହିଭଳି ଆସନ୍ତା ୧୦ ଓ ୧୧ ତାରିଖରେ ରାଜ୍ୟର ବିଭିନ୍ନ ସ୍ଥାନରେ ସାମାନ୍ୟ ବର୍ଷା ହେବ ବୋଲି ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ଆକଳନ କରିଛନ୍ତି ।

ଫେରିବ ଶୀତ, ୫ ଡିଗ୍ରୀ ଯାଏଁ ଖସିବ ପାରଦ

ରାଜ୍ୟର ୮ ଜିଲ୍ଲାରେ ଘନ କୁହୁଡ଼ି ସହ ପ୍ରବଳ ବର୍ଷା ସମ୍ଭାବନା

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments