1. କୃଷି ଖବର

ରାଜ୍ୟର ୮ ଜିଲ୍ଲାରେ ଘନ କୁହୁଡ଼ି ସହ ପ୍ରବଳ ବର୍ଷା ସମ୍ଭାବନା

ରାଜ୍ୟର ୮ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା । ଆହୁରି ୮ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଜାରି ରହିବ ବର୍ଷା । ବର୍ଷା ସହ ଘନ କୁହୁଡିରେ ଅସ୍ତବ୍ୟସ୍ତ ହେବ ଜନଜୀବନ ।

Sudesna Nayak
Sudesna Nayak
heavy rains are expected in eight districts OF ODISHA

heavy rains are expected in eight districts OF ODISHA

ରାଜ୍ୟର ୮ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା । ଆହୁରି ୮ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଜାରି ରହିବ ବର୍ଷା । ବର୍ଷା ସହ ଘନ କୁହୁଡିରେ ଅସ୍ତବ୍ୟସ୍ତ ହେବ ଜନଜୀବନ ।

ସୂଚନା ଅନୁଯାୟୀ, ଗୁରୁବାର ପୂର୍ବାହ୍ନ ସୁଦ୍ଧା ୮ ଟି ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ ବୋଲି ଜଣାପଡିଛି । ଏଥିସହ ପରବର୍ତ୍ତୀ ଦୁଇ ଦିନ ପର୍ଯ୍ୟନ୍ତ ଅଧା ଓଡ଼ିଶାରେ ଘନ କୁହୁଡ଼ି ପଡ଼ିବାର ଆଶଙ୍କା ଥିବାରୁ ସମସ୍ତ ସତର୍କତା ଅବଲମ୍ବନ କରିବାକୁ ସ୍ବତନ୍ତ୍ର ରିଲିଫ କମିସନର(ଏସ୍‌ଆରସି)ଙ୍କ ପକ୍ଷରୁ ପରାମର୍ଶ ଦିଆଯାଇଛି ।

ବରଗଡ଼ ଜିଲ୍ଲା, ସମ୍ବଲପୁର ଜିଲ୍ଲା, ଝାରସୁଗୁଡ଼ା ଜିଲ୍ଲା, ସୁନ୍ଦରଗଡ଼ ଜିଲ୍ଲା, ଦେବଗଡ଼ ଜିଲ୍ଲା, ଅନୁଗୁଳ ଜିଲ୍ଲା, କେନ୍ଦୁଝର ଜିଲ୍ଲା ଓ ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳ ବର୍ଷା ସହ କୁଆପଥର ପଡ଼ିବାର ମଧ୍ୟ ସମ୍ଭାବନା ରହିଛି ।

ତେବେ ଆଜି(ଗୁରୁବାର) ରାତିରୁ ଶୁକ୍ରବାର ସକାଳ ମଧ୍ୟରେ ସୁନ୍ଦରଗଡ଼ ଜିଲ୍ଲା, ଝାରସୁଗୁଡ଼ା ଜିଲ୍ଲା, ବରଗଡ଼ ଜିଲ୍ଲା, ସମ୍ବଲପୁର ଜିଲ୍ଲା, ଦେବଗଡ଼ ଜିଲ୍ଲା, ଅନୁଗୁଳ ଜିଲ୍ଲା, ଢେଙ୍କାନାଳ ଜିଲ୍ଲା, କେନ୍ଦୁଝର ଜିଲ୍ଲା, ମୟୂରଭଞ୍ଜ ଜିଲ୍ଲା, ବାଲେଶ୍ବର ଜିଲ୍ଲା, ଯାଜପୁର ଜିଲ୍ଲା, ଭଦ୍ରକ ଜିଲ୍ଲା ଓ କଟକ ଜିଲ୍ଲାର ଅଧିକାଂଶ ସ୍ଥାନରେ ଘନ କୁହୁଡ଼ି ହେବ ବୋଲି ଜଣାପଡିଛି ।

ଶୁକ୍ରବାର ରାତିରୁ ଶନିବାର ସକାଳ ମଧ୍ୟରେ ଉପକୂଳ ଓଡ଼ିଶାର ସମସ୍ତ ଜିଲ୍ଲା ସମେତ ବୌଦ୍ଧ ଜିଲ୍ଲା, ଅନୁଗୁଳ ଜିଲ୍ଲା, କନ୍ଧମାଳ ଜିଲ୍ଲା, ନୟାଗଡ଼ ଜିଲ୍ଲା, ଢେଙ୍କାନାଳ ଜିଲ୍ଲା, କେନ୍ଦୁଝର ଜିଲ୍ଲା ଓ ମୟୂରଭଞ୍ଜ ଜିଲ୍ଲାରେ ଘନ କୁହୁଡ଼ି ପଡ଼ିବ । ଯାହା ଫଳରେ ରାସ୍ତା ଠିକ୍‌ ଭାବେ ଦୃଶ୍ୟମାନ ହେବନି । ଏଥିସହିତ ପ୍ରବଳ ବର୍ଷା ହେବାକୁ ଥିବାରୁ ଅମଳ ହୋଇ ଖଳାରେ ପଡ଼ିଥିବା ଫସଲକୁ ଘୋଡ଼ାଇ ରଖିବାକୁ ଚାଷୀମାନଙ୍କୁ ପରାମର୍ଶ ଦିଆଯାଇଛି । ଘନ କୁହୁଡ଼ି ସମୟରେ ଟ୍ରାଫିକ ସମସ୍ୟା ତଥା ଗାଡ଼ି ଚଳାଚଳରେ ପ୍ରଭାବ ପଡ଼ିବାର ଆଶଙ୍କା ଥିବାରୁ ଜିଲ୍ଲା ପ୍ରଶାସନ ଏ ଦିଗରେ ସମସ୍ତ ପଦକ୍ଷେପ ନେବାକୁ କୁହାଯାଇଛି ।

ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦେଶକ ଡ.ଏଚ୍‌ ଆର ବିଶ୍ବାସ କହିଛନ୍ତି ଯେ, ଦୁଇ ଦିନ ପର୍ଯ୍ୟନ୍ତ ସର୍ବନିମ୍ନ ତାପମାତ୍ରାରେ ସେଭଳି କୌଣସି ପରିବର୍ତ୍ତନ ହେବନି । ମାତ୍ର ପରବର୍ତ୍ତୀ ୩ ଦିନ ଅର୍ଥାତ ନୂଆବର୍ଷରୁ ସର୍ବନିମ୍ନ ତାପମାତ୍ରା ୩ ରୁ ୫ ଡିଗ୍ରି ପର୍ଯ୍ୟନ୍ତ ହ୍ରାସ ପାଇବ । ପାରଦ ସ୍ବାଭାବିକ କିମ୍ବା ତା ଠାରୁ କମ୍ ରହିବା ହେତୁ ଥଣ୍ଡା ଅନୁଭୂତ ହେବ । ଏଥିସହିତ ଘନ କୁହୁଡ଼ି ମଧ୍ୟ ପଡ଼ିବ ।

ଆଉ ୨ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଜାରି ରହିବ ବର୍ଷା

ବଦଳିଲା ପାଗ : ଚାରି ଦିନ ଘନ କୁହୁଡ଼ି ସହ ବର୍ଷା, ୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments