1. କୃଷି ଖବର

ବଦଳିଲା ପାଗ : ଚାରି ଦିନ ଘନ କୁହୁଡ଼ି ସହ ବର୍ଷା, ୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ବଦଳିଲା ପାଗ, କମିଲା ଶୀତ । ରାଜ୍ୟକୁ ବଙ୍ଗୋପସାଗରରୁ ଉଷ୍ମ ଜଳୀୟବାଷ୍ପ ପ୍ରବେଶ କରୁଥିବାରୁ ସର୍ବନିମ୍ନ ତାପମାତ୍ରା ବୃଦ୍ଧି ପାଇବା ସହ କିଛି ସ୍ଥାନରେ ଘନ କୁହୁଡି ଦୃଶ୍ୟମାନ ହେଉଛି ।

Sudesna Nayak
Sudesna Nayak
Odisha weather update imd predict fog and rain in 7 districts

Odisha weather update imd predict fog and rain in 7 districts

ବଦଳିଲା ପାଗ, କମିଲା ଶୀତ । ରାଜ୍ୟକୁ ବଙ୍ଗୋପସାଗରରୁ ଉଷ୍ମ ଜଳୀୟବାଷ୍ପ ପ୍ରବେଶ କରୁଥିବାରୁ ସର୍ବନିମ୍ନ ତାପମାତ୍ରା ବୃଦ୍ଧି ପାଇବା ସହ କିଛି ସ୍ଥାନରେ ଘନ କୁହୁଡି ଦୃଶ୍ୟମାନ ହେଉଛି ।

ମଙ୍ଗଳବାର ସକାଳ ୮ ଟା ୩୦ ମଧ୍ୟରେ ୭ ଜିଲ୍ଲା କନ୍ଧମାଳ, କଳାହାଣ୍ଡି, ବଲାଙ୍ଗିର, ଗଜପତି, ଗଞ୍ଜାମ, ମାଲକାନଗିରି ଓ କୋରାପୁଟକୁ ଘନ କୁହୁଡି ନେଇ ପାଣିପାଗ ବିଜ୍ଞାନ କେନ୍ଦ୍ର ୟେଲୋ ୱାର୍ଣ୍ଣିଂ ଜାରି କରିଦେଇଛି ।

ଆଭ୍ୟନ୍ତରୀଣ ଓ ଉପକୂଳ ଓଡିଶାର କିଛି ସ୍ଥାନରେ ହାଲୁକା କୁହୁଡି ସମ୍ଭାବନା ରହିଛି । ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପଶ୍ଚିମା ବାୟୁ ପ୍ରବାହ ଫଳରେ କେତେକ ସ୍ଥାନରେ ହାଲୁକା ବର୍ଷା ହୋଇପାରେ ବୋଲି ସୂଚନା ମିଳିଛି । ଉତ୍ତରପୂର୍ବ ରାଜସ୍ଥାନରୁ ବିଦ୍ଧର୍ଭ ପର୍ଯ୍ୟନ୍ତ ଲମ୍ବିଥିବା ଏକ ନିମ୍ନଚାପରେଖା ପ୍ରଭାବରେ ମଙ୍ଗଳବାର ସକାଳ ୮ ଟା ୩୦ ମଧ୍ୟରେ ସୁନ୍ଦରଗଡ, କେଉଁଝର, ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡା, ଝାରସୁଗୁଡା, ଯାଜପୁର ଜିଲ୍ଲାରେ ହାଲୁକାରୁ ମଧ୍ୟମଧରଣର ବର୍ଷା ହେବା ନେଇ ପାଣିପାଗ କେନ୍ଦ୍ର ଆକଳନ କରିଛି ।

କହିବାକୁ ଗଲେ, ବିଶେଷ କରି ସୁନ୍ଦରଗଡ଼, ଝାରସୁଗୁଡ଼ା ଜିଲ୍ଲାରେ ହିଁ ବର୍ଷାର ପରିମାଣ ଅଧିକ ରହିବା ସମ୍ଭାବନା ରହିଛି ।

ସେହିପରି ଆସନ୍ତାକାଲି ସୁନ୍ଦରଗଡ଼, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ ଜିଲ୍ଲାରେ ବର୍ଷାର ପରିମାଣ ବଢ଼ିବା ସମ୍ଭାବନା ରହିଛି । ୩୦ ତାରିଖ ବେଳକୁ ବର୍ଷାର ପରିମାଣ ହ୍ରାସ ପାଇବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିସାରିଛି ।

ସୂଚନା ଥାଉ ଯେ, ଏଥିସହ ରାଜ୍ୟରେ ସୋମବାର ଦିନ ତମାମ ପାଗ ମେଘୁଆ ରହିଥିଲା । କିଛି କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଥିବା ରେକର୍ଡ ହୋଇଛି । ଆଗକୁ ଆହୁରି ୪ ଦିନ ପର୍ଯ୍ୟନ୍ତ ଏଭଳି ପାଗ ଜାରି ରହିବ ଏବଂ କିଛି କିଛି ସ୍ଥାନରେ ବର୍ଷାର ବି ସମ୍ଭାବନା ଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି ।

ଆଜିଠୁ ବର୍ଷା, ୨୯ ଯାଏଁ ବର୍ଷିବ

ବଢୁଛି ଶୀତ,ଥରୁଛି ଓଡ଼ିଶା

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments