1. କୃଷି ଖବର

ଆଜିଠୁ ବର୍ଷା, ୨୯ ଯାଏଁ ବର୍ଷିବ

ଆଜି ଠୁ ଘନ କୁହୁଡି ସହିତ ପ୍ରବଳ ବର୍ଷା । ଆଜି(ସୋମବାର) ଠାରୁ ସାରା ରାଜ୍ୟରେ ବର୍ଷା ସମ୍ଭାବନା ରହିଛି । ସୋମବାର ସକାଳୁ ସକାଳୁ ଘନ କୁହୁଡି ସାଙ୍ଗକୁ ପ୍ରବଳ ବର୍ଷା ହେବା ନେଇ ହିଁ ପାଣିପାଗ ବିଭାଗ ଅନୁମାନ ଲଗାଇଛି । ଘନ କୁହୁଡି ପାଇଁ ଏବେ ୧୧ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ମଧ୍ୟ କରାଯାଇଛି ।

Sudesna Nayak
Sudesna Nayak
rain in odisha from today

rain in odisha from today

ଆଜି ଠୁ ଘନ କୁହୁଡି ସହିତ ପ୍ରବଳ ବର୍ଷା । ଆଜି(ସୋମବାର) ଠାରୁ ସାରା ରାଜ୍ୟରେ ବର୍ଷା ସମ୍ଭାବନା ରହିଛି । ସୋମବାର ସକାଳୁ ସକାଳୁ ଘନ କୁହୁଡି ସାଙ୍ଗକୁ ପ୍ରବଳ ବର୍ଷା ହେବା ନେଇ ହିଁ ପାଣିପାଗ ବିଭାଗ ଅନୁମାନ ଲଗାଇଛି । ଘନ କୁହୁଡି ପାଇଁ ଏବେ ୧୧ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ମଧ୍ୟ କରାଯାଇଛି ।

କହିବାକୁ ଗଲେ, ବିଶେଷ କରି ପଶ୍ଚିମ ଓଡ଼ିଶାରେ ସ୍ୱଳ୍ପରୁ ମଧ୍ୟ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ୨୯ ତାରିଖ ଯାଏଁ ସୁନ୍ଦରଗଡ଼ ସମେତ, ଝାରସୁଗୁଡ଼ା ଓ କେନ୍ଦୁଝରରେ ହାଲୁକା ବର୍ଷା ହୋଇପାରେ । ମଙ୍ଗଳବାର ଓ ବୁଧବାର ରାଜ୍ୟରେ ବର୍ଷାର ପରିମାଣ ସାମାନ୍ୟ ବୃଦ୍ଧି ହୋଇପାରେ ।

ଆଭ୍ୟନ୍ତରୀଣ ଓଡ଼ିଶାରେ ରାତ୍ରି ତାପମାତ୍ରା ସ୍ବାଭାବିକ ତାପମାତ୍ରା ଠାରୁ ୨ ରୁ ୩ ଡିଗ୍ରି ଯାଏ ଅଧିକ ରହିଅଛି । ସେହିଭଳି ଉପକୂଳବର୍ତୀ ଅଞ୍ଚଳ‌ରେ ରାତି ତାପମାତ୍ରା ସ୍ବାଭାବିକ ଠାରୁ ୧ ରୁ ୨ ଡିଗ୍ରି ଅଧିକ ରହିଅଛି । ଓଡ଼ିଶା ମଧ୍ୟକୁ ପ୍ରବେଶ କରୁଥିବା ଏହି ଉଷ୍ମ ଜଳୀୟବାଷ୍ପପୂର୍ଣ୍ଣ ବାୟୁ ପ୍ରଭାବରେ ତଥା ବାୟୁମଣ୍ଡଳର ସ୍ଥିରତ‌ା ଓ ଆକାଶ ନିର୍ମଳ ଯୋଗୁଁ ରାଜ୍ୟର କିଛି ଅଞ୍ଚଳରେ ଘନ କୁହୁଡ଼ି ଓ ହାଲୁକାରୁ ମଧ୍ୟମଧରଣର କୁହୁଡ଼ି ମଧ୍ୟ ଦୃଶ୍ୟମାନ ହୋଇଅଛି ।

ଆଜି ସକାଳେ ରାଜ୍ୟର ୧୧ ଜିଲ୍ଲାରେ ଘନ କୁହୁଡି ହେବ ବୋଲି ଆକଳନ କରିସାରିଛି ପାଣିପାଗ କେନ୍ଦ୍ର । ମୟୂରଭଞ୍ଜ, କେନ୍ଦୁଝର, ସମ୍ବଲପୁର, କନ୍ଧମାଳ, ଦେବଗଡ଼, ଅନୁଗୁଳ, ଗଞ୍ଜାମ, କଳାହାଣ୍ଡି, ମାଲକାନଗିରି ଓ କୋରାପୁଟରେ ଘନ କୁହୁଡି ଦେଖିବାକୁ ମିଳିଛି । ଆସନ୍ତା ୪ରୁ ୫ ଦିନ ଯାଏଁ ଶୀତ କମିବ । ରାତ୍ରି ତାପମାତ୍ରା ସ୍ୱାଭାବିକ ଠାରୁ ୨ ରୁ ୩ ଡିଗ୍ରୀ ଅଧିକ ରହିବ । ଯାହା ଫଳରେ ରାଜ୍ୟରେ ଶୀତର ପ୍ରକୋପ ବିଶେଷ ରହିବ ନାହିଁ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି ।

୨୮ ଓ ୨୯ ତାରିଖରେ ରାଜ୍ୟରେ ବର୍ଷାର ବିସ୍ତୃତି ଓ ପରିମାଣରେ ସାମାନ୍ୟ ବୃଦ୍ଧି ଘଟିବାର ସମ୍ଭାବନା ମଧ୍ୟ ରହିଛି । ଏଥିସହ ରାଜ୍ୟର କିଛି ଜିଲ୍ଲାରେ ଆଜି (ସୋମବାର) ସଂଧ୍ୟାରୁ ଘନ କୁହୁଡ଼ିର ସମ୍ଭାବନାକୁ‌ ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଆସନ୍ତା ୪ ରୁ ୫ ଦିନ ପର୍ଯ୍ୟନ୍ତ ରାଜ୍ୟର ସର୍ବନିମ୍ନ ରାତ୍ରି ତାପମାତ୍ରା ୨ ରୁ ୩ ଡିଗ୍ରି ପର୍ଯ୍ୟନ୍ତ ଅଧିକ ରହିବ । ଫଳରେ ରାଜ୍ୟରେ ଶୀତ ପ୍ରକୋପ ବିଶେଷ ରହିବ ନାହିଁ ବୋଲି କେନ୍ଦ୍ର କହିଛି ।

ସୂଚନା ଥାଉ ଯେ,ଭୁବନେଶ୍ବର ଓ କଟକର ରାତ୍ରି ତାପମାତ୍ରା ୧୮ ଡିଗ୍ରି ପାଖାପାଖି ରହିବ । ଶୀତ ସମ୍ପୂର୍ଣ୍ଣ କମ୍‌ ରହିବ ଓ ସକାଳ‌େ ଘନ କୁହୁଡ଼ି ଦେଖାଯିବ ।

ବଢୁଛି ଶୀତ,ଥରୁଛି ଓଡ଼ିଶା

ବଢୁଛି ଶୀତ, ଦାରିଙ୍ଗବାଡ଼ିରେ ୩.୫ ଡିଗ୍ରୀକୁ ଖସିଲା ପାରଦ

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments