1. କୃଷି ଖବର

ବଢୁଛି ଶୀତ, ଦାରିଙ୍ଗବାଡ଼ିରେ ୩.୫ ଡିଗ୍ରୀକୁ ଖସିଲା ପାରଦ

ଦାରିଙ୍ଗବାଡ଼ିରେ ହାଡ଼ଭଙ୍ଗା ଶୀତ । ଦାରିଙ୍ଗବାଡି ଏବଂ ଫୁଲବାଣୀରେ ପ୍ରବଳ ଶୀତ ଅନୁଭୂତ ହେଉଛି । ଦାରିଙ୍ଗବାଡ଼ିରେ ୩.୫ ଡିଗ୍ରୀକୁ ଖସିଲା ପାରଦ । ଲଗାତର ୨ ଦିନ ଧରି ଜାଡ଼ରେ ଥରୁଛି କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡ଼ି ଓ ଫୁଲବାଣୀ ।

Sudesna Nayak
Sudesna Nayak
daringbadi temperature touches 3.5 degrees

daringbadi temperature touches 3.5 degrees

ଦାରିଙ୍ଗବାଡ଼ିରେ ହାଡ଼ଭଙ୍ଗା ଶୀତ । ଦାରିଙ୍ଗବାଡି ଏବଂ ଫୁଲବାଣୀରେ ପ୍ରବଳ ଶୀତ ଅନୁଭୂତ ହେଉଛି । ଦାରିଙ୍ଗବାଡ଼ିରେ ୩.୫ ଡିଗ୍ରୀକୁ ଖସିଲା ପାରଦ । ଲଗାତର ୨ ଦିନ ଧରି ଜାଡ଼ରେ ଥରୁଛି କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡ଼ି ଓ ଫୁଲବାଣୀ ।

ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ, ଆହୁରି ୨ ରୁ ୩ ଦିନ ଧରି ଶୀତ ଲାଗି ରହିବ । ଦାରିଙ୍ଗବାଡ଼ି ଅଞ୍ଚଳରେ ଗତକାଲି ୩.୫ ଡିଗ୍ରୀ ତାପମାତ୍ରା ଥିଲା । ସେହିପରି ଫୁଲବାଣୀରେ ୬.୫ ଡିଗ୍ରୀ ତାପମାତ୍ରା ଥିଲା । ପୂରା କନ୍ଧମାଳ ଜିଲ୍ଲାରେ ଶୀତର ପ୍ରକୋପ ଦେଖିବାକୁ ମିଳୁଛି ।

ସକାଳ ୯ଟା ପର୍ଯ୍ୟନ୍ତ ଘନ କୁହୁଡ଼ିର ଆସ୍ତରଣ ଦେଖିବାକୁ ମିଳୁଛି । ଶୀତର ପ୍ରଭାବରେ ଲୋକମାନଙ୍କ ଦୈନନ୍ଦିନ ଜୀବନ ଶୈଳୀରେ ମଧ୍ୟ ପରିବର୍ତ୍ତନ ଦେଖିବାକୁ ମିଳୁଛି । ଲୋକମାନେ ବହୁ କଷ୍ଟରେ ଜୀବନଯାପନ କରୁଛନ୍ତି । ଦିନ ମଜୁରିଆ ମାନେ ସକାଳ ଆଠଟା ପରିବର୍ତ୍ତେ ସକାଳ ଦଶଟା ବେଳେ ଦୈନଦୀନ କାର୍ଯ୍ୟ ଆରମ୍ଭ କରୁଛନ୍ତି । ସ୍ଥାନେ ସ୍ଥାନେ ଶୀତରୁ ତ୍ରାହି ପାଇଁ ନିଆଁ ପୁଆଁଉଛନ୍ତି ଲୋକେ ।

କହିବାକୁ ଗଲେ, ଅନ୍ୟପକ୍ଷରେ ନୀଳଗିରିରେ ମଧ୍ୟ ଶୀତର ପ୍ରକୋପ ବହୁ ଦେଖିବାକୁ ମିଳିଛି । ପାହାଡ଼ ପର୍ବତଘେରା ଅଞ୍ଚଳରେ ଶୀତର ଲହରୀରେ ଲୋକମାନେ ଅସ୍ତବ୍ୟସ୍ତ ହୋଇପଡ଼ିଲେଣି । ପାରଦ ୧୧ ଡିଗ୍ରୀକୁ ଖସିଲାଣି । ନୀଳଗିରିରେ ଶୀତର ପ୍ରକୋପ ଏତେ ବୃଦ୍ଧି ପାଇଛି ଯେ ଅପରାହ୍ନ ୪ ଟାରୁ ରାତି ପର୍ଯ୍ୟନ୍ତ ଓ ଭୋର୍ ସମୟ ଠାରୁ ଦିନ ୧୦ ଟା ପର୍ଯ୍ୟନ୍ତ ଜନଜୀବନ ପୁରା ଅସ୍ତବ୍ୟସ୍ତ ହୋଇପଡୁଛି । ଶୀତଦାଉରୁ ରକ୍ଷା ପାଇବା ପାଇଁ ଅଞ୍ଚଳବାସୀମାନେ ଗାଁ ମୁଣ୍ଡରେ ନିଆଁ ପୁଆଁଉଥିବା ଦେଖିବାକୁ ମିଳିଛି । ଏକାଧିକ ଶୀତବସ୍ତ୍ର ପିନ୍ଧିବା ପରେ ବି ଶୀତରୁ ତ୍ରାହି ମିଳୁ ନାହିଁ । ଶୀତରେ ବୟସ୍କ,ବୃଦ୍ଧା ଏବଂ ଛୋଟ ପିଲା ଅଧିକ ସତର୍କ ରହିବାର ଆବଶ୍ୟକତା ମଧ୍ୟ ରହିଛି ।

ତେବେ ଅଧା ଓଡ଼ିଶାରେ ୧୦ ଡିଗ୍ରୀ ତଳକୁ ଖସିଲାଣି ତାପମାତ୍ରା । ଆଗାମୀ ୩ ଦିନ ଯାଏଁ ମଧ୍ୟ ଶୀତର ଲହରୀ ଜାରି ରହିବ ବୋଲି ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଉତ୍ତର ଦିଗରୁ ଓଡ଼ିଶାର ସ୍ଥଳଭାଗକୁ ଆସୁଥିବା ଥଣ୍ଡା ଏବଂ ଶୁଷ୍କ ବାୟୁ ପ୍ରବାହ ପାଇଁ ଜାଡ଼ ବଢି ଚାଲିଛି । ଅତି ତୀବ୍ର ଶୀତ ଲହରୀ ପାଇଁ ୭ ଜିଲ୍ଲାକୁ ଅରେଞ୍ଜ ଏବଂ ୧୯ ଜିଲ୍ଲାକୁ ୟେଲୋ ଆଲର୍ଟ ମଧ୍ୟ ଜାରି କରାଯାଇଛି ।

ରାତିରେ ବାଇକ ଏବଂ ଖୋଲା କାରରେ ନ ବୁଲିବାକୁ ପରାମର୍ଶ ଦିଆଯାଇଛି । ଶିଶୁ ଏବଂ ବୟସ୍କ ବିନା ଶୀତବସ୍ତ୍ରରେ ବାହାରକୁ ନବାହାରିବା ପାଇଁ ପରାମର୍ଶ ମଧ୍ୟ ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ଆହୁରି ବଢିବ ଶୀତ, ଦାରିଙ୍ଗବାଡିରେ ରେକର୍ଡ ହେଲା ସିଜନର ସର୍ବନିମ୍ନ ତାପମାତ୍ରା ୪ ଡିଗ୍ରୀ

ଜାଡର ମାଡ଼ରେ ଥରୁଛି ଓଡ଼ିଶା, ୧୧ ଡିଗ୍ରୀ ତଳେ ୮ ସହର

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments