1. କୃଷି ଖବର

ଖରାଟିଆ ଚାଷର ଉପକାରିତା !!

ଏବେ ଦିନେ ଦୁଇଦିନ ଭିତରେ ଓଡ଼ିଶାରେ ମୌସୁମୀ ପହଞ୍ଚି ଯିବ l ଏହାକୁ ଦୃଷ୍ଟିରେ ରଖି ଚାଷୀଭାଇମାନେ ଖୁବ ଶୀଘ୍ର ତତ୍ପରତାର ସହିତ ନିଜର ଜମିକୁ ଭଲ ଭାବରେ ଚାଷ କରି ବିହନ ବୁଣିବାକୁ ପ୍ରସ୍ତୁତ କରି ରଖନ୍ତୁ l ସାଧାରଣତଃ ବିହନ ବୁଣିବାର ବହୁ ପୂର୍ବରୁ ଜମିକୁ ଖରା ସମୟରେ ଚାଷ କରି ପ୍ରସ୍ତୁତ କରି ରଖିବାକୁ ହିଁ ଖରାଟିଆ ଚାଷ କୁହାଯାଏ l ସେଇଥି ପାଇଁ କଥାରେ କୁହାଯାଏ, ‘ଚାଷ ତର ତର ବଣିଜ ମଠ’ l ପ୍ରାଥମିକ ସ୍ତରରେ ଏହା ଜମିକୁ ପ୍ରସ୍ତୁତ କରି ରଖିଥାଏ l ଆସନ୍ତୁ ଆଜି ଆମେ ଏଠାରେ ଆଲୋଚନା କରିବା ଖରାଟିଆ ଚାଷର ଉପଯୋଗୀତାଗୁଡ଼ିକ l

Sugyan Kumar Nayak

ବିହନର ସଠିକ ସ୍ଥାପନା ଏବଂ ଫସଲ ବୃଦ୍ଧିପାଇଁ ଏହା ଅନୂକୁଳ ବାତାବରଣ ସୃଷ୍ଟି କରିଥାଏ I ଏହି କାମ ମୁଖ୍ୟତଃ ଏକ ହଳ ସାହାଯ୍ୟରେ କରାଯାଏ I ଜମି ପ୍ରସ୍ତୁତିକରଣ କିମ୍ବା ହଳକରିବା ଦ୍ୱାରା ଗଛର ଅବଶେଷ ମାଟିରେ ମିଶିଯାଇ ଏହାକୁ ଉର୍ବର କରିଥାଏ I ଏହି ପ୍ରକ୍ରିୟା ଦ୍ୱାରା ପୁର୍ବବର୍ତ୍ତୀ ଫସଲରେ ଥିବା ରୋଗ ପୋକ, କୀଟାଣୁ ଏବଂ ରୋଗକାରୀ ଜୀବାଣୁ ନଷ୍ଟ ହୋଇଯିବା ସହ ଚିରସ୍ଥାୟୀ ତୃଣ ସବୁ ମଧ୍ୟ ନଷ୍ଟ ହୋଇଯାଇଥାଏ l ଖରାଟିଆ ହଳକରିବା ଦ୍ୱାରା ଗଛର ଅବଶେଷ ମାଟିରେ ମିଶିଯାଇ ଏହାକୁ ଉର୍ବର କରେ l ଖରାଟିଆ ହଳରେ ଫସଲର ଚେର ଗଭୀର ଭାବେ ମାଟି ଭିତରେ ପଶିବା ଯୋଗୁଁ ଚେରକୁ ଉତ୍ତମ ପାଣି ଓ ପୋଷକ ଶୋଷଣ କରିବାରେ ସାହାଯ୍ୟ କରେ ଏବଂ ମାଟି ଟେଳାକୁ ଗୁଣ୍ଡ କରି ମୃତ୍ତିକାର ଗଠନକୁ ଉନ୍ନତି କରିଥାଏ I ସାଧାରଣ ଫସଲ ପାଇଁ ୧୫ ରୁ ୨୦ ସେ.ମି. ଗହୀର ପର୍ଯ୍ୟନ୍ତ ହଳ କରିବା ଉଚିତ ଏବଂ ଗଭୀର ରୋପିତ ଫସଲ ପାଇଁ ୨୫ ରୁ ୩୦ ସେ.ମି. ପର୍ଯ୍ୟନ୍ତ ଗହୀର ହଳ କରିବା ଉଚିତ I

ହଳ କରିବାର ପଦ୍ଧତି

ହଳ ବଳଦ କିମ୍ବା ଟ୍ରାକ୍ଟର ସାହାଯ୍ୟରେ ହଳ କରାଯାଏ I ହଳ ବଳଦ ଏବଂ ଟ୍ରାକ୍ଟର ସାହାଯ୍ୟରେ ହଳକରିବା ଭିତରେ ମଧ୍ୟ ପାର୍ଥକ୍ୟ ରହିଛି l ଜମି ପ୍ରସ୍ତୁତି ପାଇଁ ଯଦି ଟ୍ରାକ୍ଟର ଦ୍ୱାରା ହଳ କରାଯାଉଥାଏ ତେବେ ଦୁଇରୁ ତିନିଥର କରିବା ଦରକାର ଏବଂ ଯଦି ବଳଦ ଦ୍ୱାରା କରାଯାଉଥାଏ ତେବେ ଚାରିରୁ ପାଞ୍ଚ ଥର ହଳ କରିବା ଆବଶ୍ୟକ l ମାଟି ଟେଳାକୁ ଭାଙ୍ଗିବା ତଥା ମୃତ୍ତିକାର ଜଳୀୟ ଅଂଶ ମାତ୍ରା ସଂରକ୍ଷଣ କରିବା ପାଇଁ ଜମିକୁ ସମତୁଲ କରନ୍ତୁ l ୱିଡର ବ୍ୟବହାର କରି ଜମି ହିଡରୁ ତୃଣସବୁକୁ ବାହାରକରି ଦିଅନ୍ତୁ l ଜମିରୁ ଅତ୍ୟଧିକ ପାଣି ନିଷ୍କାସନ କରି ଦିଅନ୍ତୁ I ପାଣି ନିଷ୍କାସନ କରିବା ପୂର୍ବରୁ ନାଳୀ ଭିତରୁ ଅନାବନା ଗଛଲତା ସବୁ ବାହାର କରିଦିଅନ୍ତୁ ଯେପରି ପାଣି ଭଲଭାବରେ ପ୍ରବାହିତ ହୋଇ ପାରିବ I ଏହିପରି ଭାବରେ ଚାଷୀଭାଇମାନେ ଖରା ଟିଆ ଚାଷ କରିଲେ ସେମାନଙ୍କୁ ଉପଯୁକ୍ତ ଅମଳ ମିଳିପାରିବ ଏବଂ ସେମାନେ ଲାଭବାନ ହୋଇପାରିବେ l

Like this article?

Hey! I am Sugyan Kumar Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments