1. କୃଷି ଖବର

ଦେଶର ଶ୍ରେଷ୍ଠ କୃଷକଙ୍କୁ କରାଯିବ ପୁରସ୍କୃତ

ମିଲେନିୟର ଫାର୍ମର ଅଫ ଇଣ୍ଡିଆ ପୁରସ୍କାର ୨୦୨୪ ପାଇଁ ଆରମ୍ଭ ହୋଇଛି ପଞ୍ଜିକରଣ l ଯେଉଁଠି ଦେଶର ସର୍ବଶ୍ରେଷ୍ଠ ଚାଷୀଙ୍କୁ କରାଯିବ ସମ୍ମାନିତ l ଆବେଦନ କରିବା ପାଇଁ ଆର୍ଟିକଲରେ ଦିଆଯାଇଛି ଲିଙ୍କ l ନିଜକୁ ପଞ୍ଜିକୃତ କରିବା ପାଇଁ ସେହି ଲିଙ୍କକୁ ଯାଇ ଆବେଦନ କରନ୍ତୁ l

Tanushree Mahapatra
Tanushree Mahapatra
Mfoi farmer award programme 2024

Mfoi farmer award programme 2024

ଦେଶରେ ବିଭିନ୍ନ ବର୍ଗର ପୁରସ୍କାର ପ୍ରଦାନ କରାଯାଉଥିବା ଦେଖିବାକୁ ମିଳେ l ବିଶେଷ ଜଣେ ବ୍ୟକ୍ତି ବିଶେଷଙ୍କୁ ରୋଲ ମଡେଲ ଭାବେ ମଧ୍ୟ ଗ୍ରହଣ କରିଥାନ୍ତି ଲୋକେ l ଆଉ ଏହି ବିଷୟକୁ ନିଜ ଚିନ୍ତାଧାରାରେ ସାମିଲ କରି ଏକ ନୂଆ ବୈପ୍ଲବିକ ଉଦ୍ୟମ ଆରମ୍ଭ ହୋଇଛି l ଯେଉଁଠି ଚାଷୀଙ୍କୁ ଏବଂ ଚାଷରେ ଚାଲିଥିବା ବିଭିନ୍ନ ପରିବର୍ତ୍ତନକୁ ଦେଖିବ ଜାଣିବ ଦେଶ l କାରଣ ଚାଷୀଙ୍କୁ ସର୍ବଶ୍ରେଷ୍ଠ ପୁରସ୍କାରରେ ପୁରସ୍କୃତ କରିବା ପାଇଁ ଆୟୋଜିତ ହେବାକୁ ଯାଉଛି " ମିଲେନିୟର ଫାର୍ମର ଅଫ ଇଣ୍ଡିଆ ପୁରସ୍କାର - ୨୦୨୪ " l

ଏହି କାର୍ଯ୍ୟକ୍ରମ ପ୍ରତିବର୍ଷ ଆୟୋଜିତ କରାଯିବ l ଆଉ ଯାହାର ପୂର୍ବ ସଂସ୍କରଣ ୨୦୨୩ ମସିହା ଡିସେମ୍ବର ମାସରେ ଆୟୋଜିତ ହୋଇଥିଲା l ଯେଉଁଠି ଦେଶର କୋଣ ଅନୁକୋଣରୁ ଚାଷୀ ନିଜର ଯୋଗଦାନ ଦେଇଥିଲେ l ଆଉ ଏଥିପାଇଁ ପଞ୍ଜିକରଣ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଯାଇଛି l ଯାହାର ସମସ୍ତ ତଥ୍ୟ ଜାଣିବାକୁ ହେଲେ ଆର୍ଟିକଲରେ ଦିଆଯାଇଥିବା ଲିଙ୍କକୁ ଯାଇ ପରିଦର୍ଶନ କରନ୍ତୁ l

" ମିଲେନିୟର ଫାର୍ମର ଅଫ ଇଣ୍ଡିଆ ପୁରସ୍କାର " କିମ୍ବା MFOI 2023 ଯାହା ଏକ ଉଚ୍ଚ ଚିନ୍ତାଧାରାକୁ ନେଇ ଆୟୋଜିତ କରାଯାଇଥିଲା l ଦିଲ୍ଲୀ ସ୍ଥିତ କୃଷି ଜାଗରଣ ସଂସ୍ଥା ଦ୍ୱାରା ଆୟୋଜିତ ହୋଇଥିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ତଥା ଟାଇଟେଲ ପ୍ରାୟୋଜକ ରହିଥିଲା ମହିନ୍ଦ୍ରା ଟ୍ରାକ୍ଟରସ l ଏହି କାର୍ଯ୍ୟକ୍ରମ ଡିସେମ୍ବର ମାସ ୬ ତାରିଖରୁ ଆରମ୍ଭ ହୋଇ ୮ ତାରିଖ ପର୍ଯ୍ୟନ୍ତ ୩ ଦିନ ଧରି ପୁସା ମେଳା ପଡ଼ିଆ ଠାରେ ଆୟୋଜିତ ହୋଇଥିଲା l ଯାହା ସମ୍ପୂର୍ଣ୍ଣ ଚାଷ ଜଗତ ପାଇଁ ଏକ ନୂଆ ଅନୁଭବ ଏବଂ ଅନୁଭୂତି ଥିଲା l

କୃଷି ଜାଗରଣ ସଂସ୍ଥା ଯାହା ଆଜିକୁ ୨୭ ବର୍ଷ ଧରି ଚାଷୀଙ୍କ ପାଇଁ ନିଜର ନିରନ୍ତର ସେବା ଜାରି ରଖିଛି l ଚାଷୀଙ୍କୁ ପ୍ରତ୍ୟେକ ନୂଆ ନୂଆ ପରିବର୍ତ୍ତନ ସହିତ ପରିଚିତ କରାଇବାରେ ନିଜର ଉଦ୍ୟମ ଜାରି ରଖିଛି l ଚାଷ କ୍ଷେତ୍ରରେ ବିଭିନ୍ନ ନୂଆ ଏବଂ ବୈପ୍ଲବିକ ପଦକ୍ଷେପ ନେଇଛି ଯାହା ପ୍ରତ୍ୟେକ ଥର ସଫଳତା ହାସଲ ମଧ୍ୟ କରିଛି l କୃଷି ସାମ୍ବାଦିକତା ଠାରୁ ଆରମ୍ଭ କରି କୃଷି ମେଳା ପର୍ଯ୍ୟନ୍ତ ଆୟୋଜିତ କରିଛି ଏହି ସଂସ୍ଥା l ତେବେ ମିଲେନିୟର ଫାର୍ମର ଅଫ ଇଣ୍ଡିଆ ପୁରସ୍କାର ଏକ ନୂଆ ଭିନ୍ତାଧାରାକୁ ନେଇ ଆୟୋଜିତ କରିଥିଲେ କୃଷି ଜାଗରଣ ସଂସ୍ଥାର ମୁଖ୍ୟ ସମ୍ପାଦକ ଏବଂ ତାଙ୍କୁ ଏହି କାର୍ଯ୍ୟକ୍ରମ ପାଇଁ ସହଯୋଗ କରିଥିଲେ ତାଙ୍କ ଧର୍ମ ପତ୍ନୀ ଯିଏକି ସଂସ୍ଥାର ମୁଖ୍ୟ ନିର୍ଦ୍ଦେଶକ ରହିଛନ୍ତି l

ଏକ ନୂଆ ଚିନ୍ତାଧାରା ଏବଂ ଉଦ୍ଦେଶ୍ୟକୁ ନେଇ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମକୁ ସଫଳ କରିବାରେ ଅନେକ କୃଷି ଜଗତ ସହିତ ଜଡିତ ଥିବା କମ୍ପାନୀ ମାନଙ୍କର ମଧ୍ୟ ସହଯୋଗ ରହିଥିଲା l ସ୍ପନସର ଠାରୁ ଆରମ୍ଭ କରି ବ୍ୟଂକିଙ୍ଗ ପାର୍ଟନର ପର୍ଯ୍ୟନ୍ତ ସମସ୍ତେ ନିଜର ସହଯୋଗ ପ୍ରଦାନ କରିଥିଲେ l ଏହି ତିନି ଦିନିଆ କାର୍ଯ୍ୟକ୍ରମ ରେ ଦେଶର ହଜାର ହଜାର ଚାଷୀ , କୃଷି ଶିଳ୍ପପାତି , କୃଷି ବୈଜ୍ଞାନିକ , କୃଷି ବିଶ୍ୱବିଦ୍ୟାଳୟ ଗୁଡିକର କୁଳପତି , କୃଷି ବୈଜ୍ଞାନିକ କେନ୍ଦ୍ରର ମୁଖ୍ୟ ଏବଂ କୃଷି ସହିତ ଜଡିତ ବିଭିନ୍ନ ସାର କମ୍ପନୀ ସାମିଲ ହୋଇଥିଲେ l ୩ ଦିନିଆ ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଷ୍ଟଲ ମଧ୍ୟ ଦେଖିବାକୁ ମିଳିଥିଲା ଯେଉଁଠି ଚାଷୀଙ୍କ ପାଇଁ ବିଭିନ୍ନ ଚାଷ ଉପକରଣ ଠାରୁ ଆରମ୍ଭ କରି ବିଭିନ୍ନ ବିହନ ମଧ୍ୟ ପ୍ରଦର୍ଶନ କରାଯାଇଥିଲା l ଯାହା ଦ୍ୱାରା ଚାଷୀ ଅନ୍ୟ ଚାଷ ପ୍ରଣାଳୀ ସହିତ ମଧ୍ୟ ପରିଚିତ ହୋଇପାରିଥିଲା l

ଏହି କାର୍ଯ୍ୟକ୍ରମରେ କେନ୍ଦ୍ରୀୟ କୃଷି ବିଭାଗୀୟ ମନ୍ତ୍ରୀମାନେ ଯୋଗଦେଇ ଚାଷୀଙ୍କୁ ଉଦବୋଧନ ଦେଇଥିଲେ l ଚାଷୀଙ୍କୁ ସାର ବ୍ୟବହାର ଠାରୁ ଆରମ୍ଭ କରି ନୂତନ ଚାଷ ପ୍ରଣାଳୀ ଏବଂ ଚାଷ ଉପକରଣ ବ୍ୟବହାର ପାଇଁ ପ୍ରବର୍ତ୍ତାଇଥିଲେ l ବିଭିନ୍ନ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା ଯେଉଁଠି ବିଭିନ୍ନ ବିଷୟ ଉପରେ ଆଲୋଚନା କରାଯାଇଥିଲା l ଚାଷୀ ମଧ୍ୟ ନିଜର ବିଭିନ୍ନ ପ୍ରଶ୍ନ ରଖିଥିଲେ ଯାହାର ଉତ୍ତର ଦେଇଥିଲେ ସମସ୍ତ ଉପସ୍ଥିତ ବୈଜ୍ଞାନିକମାନେ l ଏବେ ଖାଲି ଅପେକ୍ଷା ୨୦୨୪ ରେ ଅନୁଷ୍ଠିତ ହେବାକୁ ଥିବା ମିଲେନିୟର ଫାର୍ମର ଅଫ ଇଣ୍ଡିଆ ପୁରସ୍କାର କାର୍ଯ୍ୟକ୍ରମକୁ l

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments