ଯେପରି ଆମେ ସମସ୍ତେ ଜାଣିଛେ, କୃଷି ହେଉଛି ଦେଶର ଅର୍ଥନୀତିର ମେରୁଦଣ୍ଡ l ଯାହାକି ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ l କୃଷି ଦେଶରେ ଆର୍ଥିକ ଅଭିବୃଦ୍ଧିରେ ସକ୍ରିୟ ସହଯୋଗ କରୁଛି l ଦେଶର ଆର୍ଥିକ ମେରୁଦଣ୍ଡକୁ ମଜବୁତ କରିବାରେ କୃଷି ସମ୍ପୂର୍ଣ୍ଣ ଭାବେ ସାହାଯ୍ୟ କରୁଛି l ଏବେ ଅନେକ ଯୁବପିଢ଼ି ଏବଂ ଅବସରପ୍ରାପ୍ତ କର୍ମଚାରୀ ଚାକିରୀ ଛାଡି ନିଜକୁ ଚାଷ କାର୍ଯ୍ୟରେ ନିୟୋଜିତ କରୁଛନ୍ତି l ଯାହାଦ୍ୱାରା ସେମାନେ ଅନେକ ଟଙ୍କା ରୋଜଗାର କରିପାରୁଛନ୍ତି l ଏବେ ଏହି କୃଷି ଜଗତରେ ୨୯ ବର୍ଷ ହେବ ପାଦ ରେ ପାଦ ମିଶାଇ ଚାଲୁଛି ଦିଲ୍ଲୀ ସ୍ଥିତ କୃଷି ଜାଗରଣ ସଂସ୍ଥା l ଚାଷୀଙ୍କ ପାଇଁ ଅନେକ ରାଜ୍ୟରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରିଥାଏ l
ଏହି କୃଷି ଜାଗରଣ ସଂସ୍ଥା ପ୍ରାୟତଃ ୨୩ ଟି ରାଜ୍ୟରେ ଏବଂ ୧୨ ଟି ଭାଷାରେ ନିଜ କାର୍ଯ୍ୟ ଜାରି ରଖିଛି l କୃଷି ଓ କୃଷକମାନଙ୍କୁ ଦୃଷ୍ଟିରେ ରଖି କୃଷି କ୍ଷେତ୍ରରେ ଅଧିକରୁ ଅଧିକ ଉନ୍ନତି ପାଇଁ ଆଜିକୁ ୨୯ ବର୍ଷ ହେବ ଏହି ସଂସ୍ଥା ନିଜ କାର୍ଯ୍ୟ ଜାରି ରଖିଛି, ଯାହାକି ଅତି ପ୍ରଶଂସନୀୟ । ଦେଶ ଭିତରେ ତଥା ଦେଶ ବାହାରେ ମଧ୍ୟ କୃଷି ଜାଗରଣକୁ ପ୍ରଶଂସା କରାଯାଉଛି ତାହାର କାର୍ଯ୍ୟ ପାଇଁ l
କୃଷି ଜାଗରଣ ଅନେକ ରାଜ୍ୟରେ ଭିନ୍ନ ଭିନ୍ନ ସ୍ଥାନରେ କୃଷି ମେଳା ଆୟୋଜନ କରି ସଫଳତା ମଧ୍ୟ ହାସଲ କରିଛି l ସେହିପରି ଚଳିତ ବର୍ଷ ପାଇଁ ଦ୍ଵିତୀୟ କୃଷି ମହାକୁମ୍ଭ ଆୟୋଜନ କରିବାକୁ ଯାଉଛି କୃଷି ଜାଗରଣ l ଯେପରି ଆମେ ଜାଣିଛୁ , ପ୍ରତିବର୍ଷ ଅନେକ ବର୍ଗର ପୁରସ୍କାର ପ୍ରଦାନ କରାଯାଇଥାଏ l ତେବେ କୃଷକଙ୍କୁ ଏ ପର୍ଯ୍ୟନ୍ତ କୌଣସି ପୃଥକ ପୁରସ୍କାର ପ୍ରଦାନ କରାଯାଉଥିବା ଦେଖିବାକୁ ମିଳିନାହିଁ l ଏହି କଥାକୁ ଆଲୋକପାତ କରି କୃଷି ଜାଗରଣ ଗତବର୍ଷ ୨୦୨୩ ଡିସେମ୍ବର ମାସରେ ଏକ ବଡ ମେଗା ଇଭେଣ୍ଟ ଆୟୋଜନ କରିଥିଲା l ଯେଉଁଥିରେ ଦେଶ କୋଣ ଅନୁକୋଣରୁ ଅନେକ ହଜାର ହଜାର ଚାଷୀ ଏଥିରେ ନିଜର ଯୋଗଦାନ ଦେଇଥିଲେ l ଏହି ମେଗା ଇଭେଣ୍ଟ ତଥା କୃଷି ମହାକୁମ୍ଭ ଜରିଆରେ ଦେଶର କୋଟିପତି କୃଷକଙ୍କୁ ସମ୍ମାନିତ କରାଯାଇଥିଲା l ଯାହାଙ୍କୁ ଦେଖି ଅନ୍ୟ କୃଷକମାନେ ଚାଷ ପ୍ରତି ଆହୁରି ଅଧିକ ରୁ ଅଧିକ ପ୍ରୋତ୍ସାହିତ ହୋଇଥିଲେ l
ତେବେ ବିଭିନ୍ନ ବର୍ଗର ଚାଷକାର୍ଯ୍ୟ କରୁଥିବା ଚାଷୀ ଏହି କାର୍ଯ୍ୟକ୍ରମରେ ନିଜକୁ ନିୟୋଜିତ କରାଯାଇଥିଲା l ସଂସ୍ଥା ଦ୍ୱାରା ପ୍ରକାଶିତ ପଞ୍ଜିକରଣ ଲିଙ୍କ ଜରିଆରେ ଚାଷୀ ଏ ସଂକ୍ରାନ୍ତ ସମସ୍ତ ତଥ୍ୟ ଆପଣ ପାଇ ପାରିବେ l ଏହି ଆର୍ଟିକଲ ମଧ୍ୟରେ ତଥ୍ୟ ପ୍ରଦାନ କରାଯାଇଛି l ବର୍ତ୍ତମାନ ଏକ ବିଶେଷ ଏବଂ ଗର୍ବିତ କାର୍ଯ୍ୟକ୍ରମ ହେବାକୁ ଯାଉଛି ଆସନ୍ତା ମାସ ଡିସେମ୍ବରରେ l ଏହା ଅତ୍ୟନ୍ତ ଆନନ୍ଦଦାୟକ ଯେ କୃଷି ଜାଗରଣ ଚଳିତ ବର୍ଷ ମଧ୍ୟ "ମିଲେନିୟର୍ ଫାର୍ମର ଅଫ୍ ଇଣ୍ଡିଆ ଆୱାର୍ଡ ୨୦୨୪ " ଆୟୋଜନ କରିବାକୁ ଯାଉଛି । ଏହି କାର୍ଯ୍ୟକ୍ରମ ୧ ରୁ ୩ ଡିସେମ୍ବର ପର୍ଯ୍ୟନ୍ତ ଦିଲ୍ଲୀର ପୁସା ଫେୟାର ଗ୍ରାଉଣ୍ଡରେ ଅନୁଷ୍ଠିତ ହେବ l ଏଥର ଏହି କାର୍ଯ୍ୟକ୍ରମ ପୂର୍ବ ଅପେକ୍ଷା ଆହୁରି ବଡ଼ ଏବଂ ପ୍ରେରଣାଦାୟକ ହେବାକୁ ଯାଉଛି l କାରଣ କେବଳ ଭାରତ ନୁହେଁ ବିଶ୍ୱର ଅନେକ ଦେଶର ପ୍ରଗତିଶୀଳ କୃଷକମାନେ ଏଥିରେ ଭାଗ ନେଉଛନ୍ତି।
ତେବେ ଏହି କାର୍ଯ୍ୟକ୍ରମ ପାଇଁ ଆପଣଙ୍କୁ ଭିସିଟର ପାସ ଆବଶ୍ୟକ ରହିଛି l ଆଜି ହିଁ ଏଥିପାଇଁ ଆବେଦନ କରନ୍ତୁ l ତେବେ ଆପଣ କିପରି ପଂଜିକୃତ କରିବେ ନିଜକୁ ? ସେ ନେଇ ନିମ୍ନଲିଖିତ ଆର୍ଟିକଲରେ ତଥ୍ୟ ପ୍ରଦାନ କରାଯାଇଛି ନିମ୍ନରେ l ଭିସିଟର ପାସ ପାଇଁ ପଞ୍ଜିକରଣ ସମୟରେ କୌଣସି ସମସ୍ୟା ହେଲେ ଆପଣ ପ୍ରଦାନ କରାଯାଇଥିବା ନମ୍ବର ମାଧ୍ୟମରେ ଆମ ସହିତ ଯୋଗାଯୋଗ କରିପାରିବେ l
MFOI LINKS - https://millionairefarmer.in/get-visitor-pass/
Share your comments