1. କୃଷି ଖବର

MFOI Samridh Kisan Utsav: ଛତିଶଗଡ଼ରେ ଆୟୋଜିତ ହେଲା "ସମୃଦ୍ଧ କିସାନ ଉତ୍ସବ "

କୃଷି ଜାଗରଣ ଦ୍ୱାରା ଛତିଶଗଡର ଏଲେସୁରର ଡି.କେ.ଏସ୍ କଲେଜ ଅଫ ଏଗ୍ରିକଲଚର ଏଣ୍ଡ ରିସର୍ଚ୍ଚ ଷ୍ଟେସନରେ ଜାନୁଆରୀ ୧୮ , ୨୦୨୪ ରେ ମେଳାର ଆୟୋଜନ ହୋଇଛି |

Tanushree Mahapatra
Tanushree Mahapatra
Mfoi samridh kisan utsav fair being organized today by krishi Jagran

Mfoi samridh kisan utsav fair being organized today by krishi Jagran

କୃଷି ଜାଗରଣ ଗତ ୨୭ ବର୍ଷ ଧରି କୃଷି କ୍ଷେତ୍ରରେ ନିରନ୍ତର କାର୍ଯ୍ୟ କରିଆସୁଛି । ଏଥି ସହିତ, କୃଷି ଜାଗରଣ କମ୍ପାନୀ ସମୟ ସମୟରେ କୃଷି ମେଳାର ଆୟୋଜନ କରିଥାଏ l ଯାହାର ଉଦ୍ଦେଶ୍ୟ ହେଉଛି କୃଷି ବିଶେଷଜ୍ଞଙ୍କ ମାଧ୍ୟମରେ କୃଷକମାନଙ୍କ ମଧ୍ୟରେ ବୈଷୟିକ ସୂଚନା ପ୍ରଦାନ କରିବା, ସଚେତନତା ସୃଷ୍ଟି କରିବା ଏବଂ ସେମାନଙ୍କୁ ଏକ ପ୍ଲାଟଫର୍ମ ଯୋଗାଇବା, ଯାହାଦ୍ୱାରା କୃଷକମାନେ ସଚେତନ ହେବେ। ଏକ ନୂତନ ଧାରଣା ବାଣ୍ଟିବା ସହିତ ଅନ୍ୟ କୃଷକମାନଙ୍କୁ ମଧ୍ୟ ସହାୟତା ପ୍ରଦାନ କରିବା ଯାହାଦ୍ୱାରା ସେମାନେ ଆତ୍ମନିର୍ଭରଶୀଳ ହୋଇପାରିବେ l

ସୂଚନଯୋଗ୍ୟ ଯେ, ଡିସେମ୍ବର ୬ ରୁ ୮, ୨୦୨୩ ପର୍ଯ୍ୟନ୍ତ, ନୂଆଦିଲ୍ଲୀର ପୁସା ଆଇଏଆରଆଇ ଫେୟାର ଗ୍ରାଉଣ୍ଡରେ 'ମହିନ୍ଦ୍ରା ମିଲିଅନେୟାର ଫାର୍ମର ଅଫ୍ ଇଣ୍ଡିଆ ଆୱାର୍ଡ -୨୦୨୩ ' ଆୟୋଜିତ ହୋଇଥିଲା । ଯାହାକି କୃଷି ଜାଗରଣ ଦ୍ୱାରା ଆୟୋଜିତ ହୋଇଥିଲା ଏବଂ ମହିନ୍ଦ୍ରା ଟ୍ରାକ୍ଟର ଦ୍ୱାରା ପ୍ରାୟୋଜିତ | କୃଷି ଜଗତର ବହୁ ପ୍ରତିଷ୍ଠିତ ବ୍ୟକ୍ତିତ୍ୱ ଏହି ତିନି ଦିନିଆ ମିଲିଅନେୟାର କିସାନ ମହାକୁମ୍ଭରେ ଭାଗ ନେଇଥିଲେ | ଏହା ବ୍ୟତୀତ ଦେଶର ବିଭିନ୍ନ କୋଣ ଅନୁକୋଣରୁ ହଜାର ହଜାର କୃଷକ ଏହି କିସାନ ମହାକୁମ୍ଭରେ ଭାଗ ନେଇଥିଲେ । ଏହି ସମୟ ମଧ୍ୟରେ ଦେଶରେ ଶହ ଶହ କୃଷକଙ୍କୁ 'ମିଲିଅନେୟାର ଫାର୍ମର୍ ଅଫ୍ ଇଣ୍ଡିଆ ପୁରସ୍କାର -୨୦୨୩' ସମ୍ମାନରେ ସମ୍ମାନିତ କରାଯାଇଥିଲା। ଏହି କ୍ରମରେ, କୃଷି ଜାଗରଣ ଆଜି ଛତିଶଗଡର ଭାଟପାରା ଠାରେ MFOI "ସମୃଦ୍ଧ କିସାନ ଉତ୍ସବ " ୨୦୨୪ ମେଳାର ଆୟୋଜନ କରିଛନ୍ତି l

ଏହି ସମୃଦ୍ଧ କୃଷି ମହୋତ୍ସବରେ ଶହ ଶହ କୃଷକ ଅଂଶଗ୍ରହଣ କରିଛନ୍ତି। ଏହା ବ୍ୟତୀତ ମହିନ୍ଦ୍ରା ଟ୍ରାକ୍ଟର ଏବଂ ଅନ୍ୟାନ୍ୟ କମ୍ପାନୀ ଏହି ସମୃଦ୍ଧ କୃଷି ମହୋତ୍ସବରେ ଅଂଶଗ୍ରହଣ କରିଛନ୍ତି। ଏଥି ସହିତ, ଏହି କୃଷି ମହୋତ୍ସବର ବିଷୟବସ୍ତୁ ହେଉଛି - 'ଧାନ ଫସଲରେ ରୋଗ ଏବଂ କୀଟନାଶକ ପରିଚାଳନା, ମିଲେଟ ଚାଷ, ଟ୍ରାକ୍ଟର ଶିଳ୍ପରେ ନୂତନ ଆବିଷ୍କାର ଏବଂ ଟ୍ରାକ୍ଟରର ରକ୍ଷଣାବେକ୍ଷଣ ' |

ସମୃଦ୍ଧ କିସାନ ଉତ୍ସବ :

କୃଷି ଜାଗରଣ ଦ୍ୱାରା ଛତିଶଗଡର ଏଲେସୁରର ଡି.କେ.ଏସ୍ କଲେଜ ଅଫ ଏଗ୍ରିକଲଚର ଏଣ୍ଡ ରିସର୍ଚ୍ଚ ଷ୍ଟେସନରେ ଜାନୁଆରୀ ୧୮ , ୨୦୨୪ ରେ ମେଳାର ଆୟୋଜନ ହୋଇଛି  | ଏହି ଏକ ଦିନିଆ ସମୃଦ୍ଧ କୃଷି ମହୋତ୍ସବର ବିଷୟବସ୍ତୁ ହେଉଛି “ଧାନ ଫସଲରେ ରୋଗ ଏବଂ କୀଟନାଶକ ପରିଚାଳନା, ମିଲେଟ ଚାଷ, ଟ୍ରାକ୍ଟର ଶିଳ୍ପରେ ନୂତନତ୍ୱ ଏବଂ ଟ୍ରାକ୍ଟରର ରକ୍ଷଣାବେକ୍ଷଣ ” | କୃଷକମାନଙ୍କୁ ସଶକ୍ତିକରଣ ଏବଂ ସମୃଦ୍ଧ ଭାରତ ପାଇଁ ସର୍ବାଧିକ ଆୟ ବୃଦ୍ଧି ପାଇଁ ଏହି ମେଳା ଉତ୍ସର୍ଗୀକୃତ | ଆପଣଙ୍କୁ କହିରଖୁଛୁ ଯେ ଏହି କୃଷି ମହୋତ୍ସବରେ ଟ୍ରାକ୍ଟର ଶିଳ୍ପରେ ନବସୃଜନ ଏବଂ ଟ୍ରାକ୍ଟର ରକ୍ଷଣାବେକ୍ଷଣ ସମ୍ବନ୍ଧରେ ମହିନ୍ଦ୍ରା ଟ୍ରାକ୍ଟରର ଷ୍ଟଲ ମଧ୍ୟ ସ୍ଥାପନ କରାଯାଇଛି । ଯେଉଁଠି ଆପଣ ପାଇବେ ନୂଆ ନୂଆ ମଡେଲର ଟ୍ରାକ୍ଟର l

ଏହା ବ୍ୟତୀତ ଡେପୁଟି ଡାଇରେକ୍ଟର ଉଦ୍ୟାନ କୃଷି, ଉଦ୍ୟାନ କୃଷି ବିଭାଗ, ବିଲାସପୁର, ଭାରତର ଧନୀ କୃଷକ ପୁରସ୍କାର ବିଜେତା ଡକ୍ଟର ରାଜ ରାମ ତ୍ରିପାଠୀ, ଡକ୍ଟର ଅରୁଣ କୁମାର ତ୍ରିପାଠୀ, ମୁଖ୍ୟ, କେ.ଭି.କେ ବିଲାସପୁର, ମନୋଜ ଚୌହାନ ଯୁଗ୍ମ ନିର୍ଦ୍ଦେଶକ ଇତ୍ୟାଦି ବିଶିଷ୍ଟ ଲୋକ ଯୋଗଦାନ କରିଥିଲେ l

‘MFOI କିସାନ ଭାରତ ଯାତ୍ରା ୨୦୨୩ -୨୪ ’ କ’ଣ ? -

'MFOI କିସାନ୍ ଭାରତ ଯାତ୍ରା ୨୦୨୩-୨୪ ' ସ୍ମାର୍ଟ ଗ୍ରାମଗୁଡିକର ଗ୍ରାମାଞ୍ଚଳର କୃଷି ଦୃଶ୍ୟପଟ୍ଟରେ ପରିବର୍ତ୍ତନ କରିବାର କଳ୍ପନା କରିଥାଏ l MFOI କିସାନ ଭାରତ ଯାତ୍ରା ଡିସେମ୍ବର ୨୦୨୩  ରୁ ନଭେମ୍ବର ୨୦୨୪ ପର୍ଯ୍ୟନ୍ତ ଦେଶ ଭ୍ରମଣ କରିବାକୁ ଲକ୍ଷ୍ୟ ରଖିଛି, ଯାହା ଚାରି ହଜାରରୁ ଅଧିକ ସ୍ଥାନର ଏକ ବିଶାଳ ନେଟୱାର୍କକୁ ଆବୃତ କରିବ | ୨୬ ହଜାର କିଲୋମିଟରରୁ ଅଧିକ ଏକ ଉଲ୍ଲେଖନୀୟ ଦୂରତା ଏଥିରେ ଅନ୍ତର୍ଭୁକ୍ତ କରାଯାଇଛି | ଏହି ମିଶନର ମୂଳ ଉଦ୍ଦେଶ୍ୟ ହେଉଛି କୃଷି ସମ୍ପ୍ରଦାୟରେ ସକରାତ୍ମକ ପରିବର୍ତ୍ତନ ଆଣିବା, ଯାହା ଦ୍ୱାରା କୃଷକମାନେ ସେମାନଙ୍କର ସାମାଜିକ-ଅର୍ଥନୈତିକ ପୃଷ୍ଠଭୂମି ବୃଦ୍ଧି କରି ସଶକ୍ତ ହୋଇପାରିବେ। ଏହା ସହିତ ଚାଷୀଙ୍କ ହିତରେ ଚାଲିଥିବା ସରକାରୀ ଯୋଜନା ବିଷୟରେ କୃଷକମାନଙ୍କୁ ଅବଗତ କରାଇବାକୁ ପଡିବ ଯାହାଦ୍ୱାରା ସେମାନେ ଏହାର ଉଚିତ ଫାଇଦା ନେଇ ପାରିବେ l

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments