1. କୃଷି ଖବର

MFOI Samridh Kisan Utsav 2024: ମିରଟ ରେ ଆୟୋଜିତ

ମୁଖ୍ୟ ଆକର୍ଷଣ ପାଲଟିଥିଲା ମହିନ୍ଦ୍ରା ଟ୍ରାକ୍ଟରସ l ଯାହା ବିଷୟରେ ଚାଷୀ ନୂଆ ନୂଆ ତଥ୍ୟ ପାଇଥିଲେ l

Tanushree Mahapatra
Tanushree Mahapatra
MFOI Samridh Kisan Utsav meerut

MFOI Samridh Kisan Utsav meerut

କୃଷି ସାମ୍ବାଦିକତା କ୍ଷେତ୍ରରେ ପାରଦର୍ଶିତା ପାଇଁ ଜଣାଶୁଣା କୃଷି ଜାଗରଣ ଗତ ୨୭ ବର୍ଷ ଧରି କୃଷକ ଏବଂ କୃଷି କ୍ଷେତ୍ରର ବିକାଶ ପାଇଁ ନିରନ୍ତର କାର୍ଯ୍ୟ କରିଆସୁଛନ୍ତି । କୃଷି ଜାଗରଣ ସମୟ ସମୟରେ କୃଷକମାନଙ୍କ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରିଥାନ୍ତି l ଏହି ପରିପ୍ରେକ୍ଷୀରେ, କୃଷି ଜାଗରଣ ସମଗ୍ର ଦେଶରେ MFOI ସମୃଦ୍ଧ କିସାନ୍ ଉତ୍ସବ ୨୦୨୪ ଆୟୋଜନ କରୁଛନ୍ତି l ଚାଷୀଙ୍କୁ ଏକ ପ୍ଲାଟଫର୍ମ ଯୋଗାଇବା MFOI ସମୃଦ୍ଧ କିସାନ୍ ଉତ୍ସବର ମୂଳ ଉଦ୍ଦେଶ୍ୟ l

ଯାହା ଦ୍ୱାରା କୃଷକମାନେ କୃଷିରେ ନୂତନ ପରୀକ୍ଷଣ କରି ସେମାନଙ୍କର ଆୟ ବୃଦ୍ଧି କରିପାରିବେ l କୃଷି ସମ୍ବନ୍ଧୀୟ ନୂତନ କୌଶଳ ସହିତ କୃଷି ସମ୍ବନ୍ଧୀୟ ସୂଚନା ପାଇପାରିବେ ଏବଂ ସେମାନଙ୍କର ଧାରଣା ମଧ୍ୟ ବାଣ୍ଟିପାରିବେ l

ସମୃଦ୍ଧ କିସାନ୍ ଉତ୍ସବ ସମୟରେ କୃଷକମାନଙ୍କୁ କୃଷି ଜାଗରଣ ସ୍ୱତନ୍ତ୍ର ପଦକ୍ଷେପ 'ଭାରତ ର କୋଟିପତି କୃଷକ ' ପୁରସ୍କାର ବିଷୟରେ ଅବଗତ କରାଯାଉଛି । ଯାହାଫଳରେ କୃଷକମାନେ MFOI ବିଷୟରେ ଅଧିକ ଜାଣିପାରିବେ l ଏହା ସହିତ ଚାଷ କ୍ଷେତ୍ରରେ ଉତ୍କୃଷ୍ଟ କାର୍ଯ୍ୟ କରୁଥିବା କୋଟିପତି କୃଷକଙ୍କୁ ମଧ୍ୟ ସମ୍ମାନିତ କରାଯାଉଛି l

ମିରଟରେ MFOI ସମୃଦ୍ଧ କିସାନ୍ ଉତ୍ସବ

ଗତକାଲି ମହାରାଷ୍ଟ୍ର ସତାରା ଏବଂ ଉତ୍ତରପ୍ରଦେଶ ରାଜ୍ୟର ହାପୁର ଜିଲ୍ଲାରେ MFOI ସମୃଦ୍ଧ କିସାନ ଉତ୍ସବ ଆୟୋଜିତ ହୋଇଥିଲା l ଯାହାକି ସଫଳ ହୋଇଥିଲା l ସେହିପରି ଆଜି ମଧ୍ୟ କୃଷି ଜାଗରଣ ଦ୍ୱାରା ଆୟୋଜିତ ମହିନ୍ଦ୍ରା ଟ୍ରାକ୍ଟରସ ଦ୍ୱାରା ପ୍ରାୟୋଜିତ MFOI ସମୃଦ୍ଧ କିସାନ ଉତ୍ସବ ଉତ୍ତରପ୍ରଦେଶ ହସ୍ତିନାପୁର ମିରଟ ଠାରେ ଆୟୋଜିତ ହୋଇଥିଲା l ଯେଉଁଠି ଚାଷୀଙ୍କୁ MFOI ପୁରସ୍କାର ସମ୍ପର୍କରେ ବୁଝାଯାଇଥିଲା ଏବଂ ବିଭିନ୍ନ କୃଷି ସହିତ ଜଡିତ ଚାଷୀ ଅନେକ ବିଷୟ ଉପରେ ଆଲୋଚନା କରିଥିଲେ l ପ୍ରାୟତଃ ୨୧ ଜଣ ପ୍ରଗତିଶୀଳ ଚାଷୀଙ୍କୁ ସମ୍ମାନିତ କରାଯାଇଥିଲା l ଦେବରାଜ , ଯୋଗେନ୍ଦ୍ର , ସଞ୍ଜୟ ତ୍ୟାଗୀ , କାଶୀରାମ , ଅଜିତ , ପ୍ରବୀଣ କୁମାର ଇତ୍ୟାଦି ନାମକ ଚାଷୀଙ୍କୁ ଅତିଥି ସମ୍ମାନିତ କରାଯାଇଥିଲା l ତେବେ ଚାଷୀ ଖୁସି ବ୍ୟକ୍ତ କରିଥିଲେ ସମ୍ମାନିତ ହେବାପରେ l ମୁଖ୍ୟ ଆକର୍ଷଣ ପାଲଟିଥିଲା ମହିନ୍ଦ୍ରା ଟ୍ରାକ୍ଟରସ l ଯାହା ବିଷୟରେ ଚାଷୀ ନୂଆ ନୂଆ ତଥ୍ୟ ପାଇଥିଲେ l ଧାନୁକା ଏଗ୍ରିଟେକ ଲିମିଟେଡ଼ ( Powered by Dhanuka Limited ) ଏହି ଉତ୍ସବରେ ସହଯୋଗ ଦେଇଛି l 

ବହୁ ବିଶେଷଜ୍ଞ ଉପସ୍ଥିତ ଥିଲେ

କୃଷି କ୍ଷେତ୍ର ସହ ଜଡିତ ଅନେକ କମ୍ପାନୀର ବିଶେଷଜ୍ଞ ତଥା ପ୍ରତିନିଧୀମାନେ ମଧ୍ୟ 'ସମ୍ରିଦ୍ଧ କିସାନ୍ ଉତ୍ସବ 'ରେ ଭାଗ ନେଇଥିଲେ । କୃଷି ଏବଂ ଚାଷ ସମ୍ବନ୍ଧୀୟ ବିଭିନ୍ନ ପ୍ରସଙ୍ଗରେ ତାଙ୍କ ମତାମତ ବାଣ୍ଟିଥିଲେ । ଏଥିମଧ୍ୟରୁ ଡକ୍ଟର ଓମବୀର ସିଂ, କେଭି କେ ହେଡ-ହସ୍ତିନାପୁର, ଡକ୍ଟର ନବୀନ ଚନ୍ଦ୍ର (ସହକାରୀ ପ୍ରଫେସର- ଉଦ୍ଭିଦ ସୁରକ୍ଷା ), ରାକେଶ ତିୱାରୀ (ସହକାରୀ ପ୍ରଫେସର , ମୃତ୍ତିକା ବିଜ୍ଞାନ), ଡକ୍ଟର ଜେ.କେ ଆର୍ଯ୍ୟ (ସହକାରୀ ପ୍ରଫେସର- ପ୍ରାକୃତିକ ଚାଷ ) ଏବଂ ଅନ୍ୟାନ୍ୟ ବିଶେଷଜ୍ଞ ଉପସ୍ଥିତ ଥିଲେ।

MFOI କ’ଣ ?

ବର୍ତ୍ତମାନ ଆପଣ ଭାବୁଥିବେ ଏହି MFOI କ’ଣ ? ଏହାକୁ ସରଳ ଭାଷାରେ କହିବାକୁ ଗଲେ ଦେଶର ପ୍ରାୟ ପ୍ରତ୍ୟେକ ଅଞ୍ଚଳରେ କିଛି ବଡ ବ୍ୟକ୍ତିତ୍ୱ ଅଛନ୍ତି l ଯାହାର ଏକ ସ୍ୱତନ୍ତ୍ର ପରିଚୟ ଅଛି l କିନ୍ତୁ, ଯେତେବେଳେ କୃଷକଙ୍କ କଥା ଆସେ, କିଛି ଲୋକ କ୍ଷେତରେ ବସିଥିବା ଜଣେ ଗରିବ ଏବଂ ଅସହାୟ କୃଷକଙ୍କ ମୁହଁ ଦେଖନ୍ତି l କିନ୍ତୁ ପ୍ରକୃତ ପରିସ୍ଥିତି ଏହିପରି ନୁହେଁ l ଏହି ଦ୍ୱନ୍ଦ୍ୱକୁ ଦୂର କରିବା ପାଇଁ କୃଷି ଜାଗରଣ 'କୋଟିପତି କୃଷକ ଇଣ୍ଡିଆ' ପୁରସ୍କାର ଶୋ'ର ପଦକ୍ଷେପ ଆରମ୍ଭ କରିଛନ୍ତି  l ଯାହା ମାଧ୍ୟମରେ କୃଷକମାନେ କେବଳ ଗୋଟିଏ କିମ୍ବା ଦୁଇଟି ଜିଲ୍ଲା କିମ୍ବା ରାଜ୍ୟ ସ୍ତରରେ ନୁହେଁ, ଜାତୀୟ ସ୍ତରରେ ମଧ୍ୟ ଏକ ଭିନ୍ନ ପରିଚୟ ପାଇବେ ।

କୃଷି ଜାଗରଣର ଏହି ପଦକ୍ଷେପ କେବଳ ଜାତୀୟ ନୁହେଁ ଆନ୍ତର୍ଜାତୀୟ ସ୍ତରରେ ମଧ୍ୟ ଦେଶର କେତେକ ଅଗ୍ରଣୀ କୃଷକ ଚୟନ କରି ଏକ ଭିନ୍ନ ପରିଚୟ ଦେବା ପାଇଁ କାର୍ଯ୍ୟ କରିବ । ଏହି ପୁରସ୍କାର ଶୋ’ରେ ସେହି କୃଷକମାନଙ୍କୁ ସମ୍ମାନିତ କରାଯିବ ଯେଉଁମାନେ ବାର୍ଷିକ ୧୦ ଲକ୍ଷରୁ ଅଧିକ ରୋଜଗାର କରୁଛନ୍ତି ଏବଂ କୃଷିରେ ଅଭିନବ ପ୍ରୟାସ କରି ସେମାନଙ୍କ ଆଖପାଖରେ ଥିବା ଚାଷୀଙ୍କ ପାଇଁ ଏକ ଉଦାହରଣ ସୃଷ୍ଟି କରୁଛନ୍ତି l

MFOI Samridh Kisan Utsav 2024: ସତାରା କିସାନ ଉତ୍ସବ ସଫଳ

ସଫଳ ହେଲା ହାପୁର ସମୃଦ୍ଧ କିସାନ ଉତ୍ସବ ୨୦୨୪

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments