1. କୃଷି ଖବର

MFOI Samridh Kisan Utsav 2024: ସତାରା କିସାନ ଉତ୍ସବ ସଫଳ

ମୁଖ୍ୟ ଆକର୍ଷଣ ସାଜିଥିଲା ମହିନ୍ଦ୍ରା ଟ୍ରାକ୍ଟରସ ଷ୍ଟଲ......

Tanushree Mahapatra
Tanushree Mahapatra
mfoi samridh kisan utsav of maharastra satara

mfoi samridh kisan utsav of maharastra satara

ଭାରତ ଏକ କୃଷି ପ୍ରଧାନ ଦେଶ l ଯେଉଁଠି ଅଧିକାଂଶ ଲୋକ ଚାଷ ଉପରେ ନିର୍ଭରଶୀଳ l ଦେଶର ବିକାଶରେ କୃଷକମାନେ ସର୍ବଦା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଆସୁଛନ୍ତି । କିନ୍ତୁ ସେ ପାଇବାକୁ ଥିବା ସ୍ୱୀକୃତି ଆଜି ପର୍ଯ୍ୟନ୍ତ ତାଙ୍କୁ ମିଳିପାରିନାହିଁ l ବର୍ତ୍ତମାନ ଦେଶର ଅଗ୍ରଣୀ କୃଷି ମିଡିଆ ହାଉସ୍ ' କୃଷି ଜାଗରଣ ' କୃଷକମାନଙ୍କୁ ଏହି ପରିଚୟ ପ୍ରଦାନ କରିବାର ଦାୟିତ୍ୱ ବହନ କରିଛି । ଗତବର୍ଷ କୃଷି ମହାକୁମ୍ଭ ଆୟୋଜନ କରିଥିଲା ଯାହାର ନାମ MFOI ଆୱାର୍ଡ ୨୦୨୩ l ଯାହା ସଫଳ ମଧ୍ୟ ହୋଇଥିଲା l ଏହି ପୁରସ୍କାର ସୋ ମାଧ୍ୟମରେ ଦୁଇଟି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି ଯାହାରଣ ନାମ MFOI ସମୃଦ୍ଧ କିସାନ ଉତ୍ସବ ଏବଂ MFOI VVIF କିସାନ ଭାରତ ଯାତ୍ରା l

ବାସ୍ତବରେ, କୃଷି ଜାଗରଣର କୌଣସି ପରିଚୟର ଆବଶ୍ୟକତା ନାହିଁ l କୃଷି ସାମ୍ବାଦିକତା କ୍ଷେତ୍ରରେ ପାରଦର୍ଶିତା ପାଇଁ ଜଣାଶୁଣା କୃଷି ଜାଗରଣ ଗତ ୨୭ ବର୍ଷ ଧରି କୃଷକ ଏବଂ କୃଷି କ୍ଷେତ୍ରର ବିକାଶ ପାଇଁ ନିରନ୍ତର କାର୍ଯ୍ୟ କରିଆସୁଛନ୍ତି । କୃଷି ଜାଗରଣ ଗଣମାଧ୍ୟମ ସଂସ୍ଥା ସମୟ ସମୟରେ କୃଷକମାନଙ୍କ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରନ୍ତି l ଏହି କ୍ରମରେ, କୃଷକମାନଙ୍କୁ ସମ୍ମାନିତ କରିବା ପାଇଁ MFOI ପୁରସ୍କାର ସୋ ଅନୁକୁଲ୍ୟରେ ଦେଶର ବିଭିନ୍ନ ସ୍ଥାନରେ MFOI Samridh Kisan Utsav 2024 ଆୟୋଜିତ ହେଉଛି l ଯାହା ଏକ ଦିବସୀୟ କାର୍ଯ୍ୟକ୍ରମ ଅଟେ l

ମାର୍ଚ୍ଚ ୧୨, ୨୦୨୪ ତଥା ଆଜି ମହାରାଷ୍ଟ୍ରର ସତାରା କେ.ଭି.କେ-ବୋରଗାଓଁ ଠାରେ ଅନୁଷ୍ଠିତ ହୋଇଛି   'MFOI Samridh Kisan Utsav'। ଏହି କାର୍ଯ୍ୟକ୍ରମ କୃଷକ ସମ୍ପ୍ରଦାୟକୁ ସମୃଦ୍ଧ ଦିଗରେ ତ୍ୱରାନ୍ୱିତ କରିବା ପାଇଁ ଏବଂ କିପରି ସେମାନଙ୍କର ଆୟ ବୃଦ୍ଧି ଅଧିକରୁ ଅଧିକ ହେବ ସେ ନେଇ କେନ୍ଦ୍ରିତ l ଏହା ଆଜି ସକାଳ ୧୦ ଘଟିକା ସମୟରେ ଆୟୋଜିତ ହୋଇଥିଲା  l ଏଥିରେ ଧାନୁକା ଏଗ୍ରିଟେକ କମ୍ପାନୀ ( powered by DHANUKA ) ସହଯୋଗ କରିଛି l ଏକ ଦିବସୀୟ କାର୍ଯ୍ୟକ୍ରମରେ ଅନେକ ଚାଷୀ ଭାଗ ନେଇଥିବାର ଦେଖିବାକୁ ମିଳିଥିଲା l

ପ୍ରଗତିଶୀଳ କୋଟିପତି କୃଷକମାନଙ୍କୁ ଉତ୍ସାହିତ କରିବା

'MFOI Samridh Kisan Utsav' କୋଟିପତି କୃଷକ ତଥା କୃଷି କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ରଖିଥିବା ପ୍ରଗତିଶୀଳ ବ୍ୟକ୍ତିବିଶେଷଙ୍କୁ ମଧ୍ୟ ଉତ୍ସାହିତ କରିବ l ସେଠାରେ ଉପସ୍ଥିତ ଥିବା ସମସ୍ତ ଚାଷୀଙ୍କୁ ସମ୍ମାନିତ କରାଯାଇଥିଲା l ଗଠନମୂଳକ ସଂଳାପ, ନେଟୱାର୍କିଂ ସୁଯୋଗ ଏବଂ ଜ୍ଞାନ ବଣ୍ଟନ ଅଧିବେଶନରେ ଅଂଶଗ୍ରହଣ କରିବାକୁ ଏହି ଅଞ୍ଚଳର କୃଷକମାନଙ୍କୁ ନିମନ୍ତ୍ରଣ କରାଯାଇଥିଲା  l ଅଧିକ ସଂଖ୍ୟାରେ କୃଷକ ମଧ୍ୟ ଜଗଦାନ ଦେଇଥିଲେ l

ଆୟୋଜିତ ହୋଇଥିବା ଏହି କାର୍ଯ୍ୟକ୍ରମକୁ କୃଷି ଜାଗରଣର ଇଭେଣ୍ଟ ମୁଖ୍ୟ ସୃତି ଯୋଶୀ ଅତିଥିଙ୍କୁ ସ୍ୱାଗତ ଜଣାଇ ଆରମ୍ଭ କରିଥିଲେ l ମଞ୍ଚ ଉପରେ ଅତିଥିଙ୍କୁ ଫୁଲତୋଡ଼ା ଦେଇ ସ୍ୱାଗତ ଜଣାଇଥିଲେ l ସେଠାରେ mfoi ପୁରସ୍କାର ପ୍ରଗତିଶୀଳ ଚାଷୀଙ୍କୁ ପ୍ରଦାନ କରାଯାଇଥିଲା l ଉପସ୍ଥିତ ଥିବା ଚାଷୀଙ୍କ ମଧ୍ୟରୁ ୧୫ ଜନ ପ୍ରଗତିଶୀଳ ଚାଷୀଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଥିଲା l

ବୋରଗାଓଁ, ସତାରା ଠାରେ ଆୟୋଜିତ ଏହି 'ସମୃଦ୍ଧ କିସାନ ଉତ୍ସବ ' ସମୟରେ କୃଷି କ୍ଷେତ୍ରରେ ଉତ୍କୃଷ୍ଟ କାର୍ଯ୍ୟ କରୁଥିବା ପ୍ରଗତିଶୀଳ ମିଲିଅନେୟାର କୃଷକମାନଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା। ଏହି କୃଷକମାନଙ୍କ ମଧ୍ୟରେ ଯୁବରାଜ ଆନନ୍ଦ, ବିଜୟ ମହୋହର, ଧାନାଜୀ ଡାଙ୍ଗେ, ଅଶୋକ ଯାଦବ, ବିକ୍ରମ ବାଲକୃଷ୍ଣ ଚାବନ, ସତୀଶ କାଟକ, ରାହୁଲ ସୋମନାଥ ବଂଶଲ, ସାନ୍ତୋଶ କଲବୋର, ରାଧେଶ୍ୟାମ, ସଚିନ ଘୋରପେଡ, ଅଜୟ ସାଲୁଙ୍କେ, ପ୍ରଶାନ୍ତ କାଦମ, ଶ୍ରୀକାନ୍ତ ଜଗତ୍ ଅଦର, ମିଲିନ୍ଦ ମନେ, ସାଗର ଆଗାଦେ, ଭଗବାନ୍ କୁଣ୍ଡଲିକ୍ ଗାଇକୱାଡ, ସୋମନାଥ କାମାଥେ, ମନୋଜ ଯାଦବଙ୍କୁ ଅନ୍ତର୍ଭୁକ୍ତ କରାଯାଇଥିଲା। ଏହା ବ୍ୟତୀତ କିଛି କୃଷକ ଉତ୍ପାଦକ ସଂଗଠନକୁ ମଧ୍ୟ ସମ୍ମାନିତ କରାଯାଇଥିଲା।ମୁଖ୍ୟ ଆକର୍ଷଣ ସାଜିଥିଲା ମହିନ୍ଦ୍ରା ଟ୍ରାକ୍ଟରସ ଷ୍ଟଲ l ଯେଉଁଠି ନୂଆ ନୂଆ ଟ୍ରାକ୍ଟର ପ୍ରଦର୍ଶିତ କରାଯାଇଥିଲା କମ୍ପାନୀ ଦ୍ୱାରା l ଚାଷୀ ନିଜେ ସମସ୍ତ ତଥ୍ୟ ପଚାରି ବୁଝିଥିଲେ l ଆଜିର ଏହି ଏକ ଦିବସୀୟ କାର୍ଯ୍ୟକ୍ରମଟି ସଫଳ ଭାବେ ଶେଷ ହୋଇଛି l

କୃଷି କ୍ଷେତ୍ର ସହ ଜଡିତ ଅନେକ କମ୍ପାନୀର ବିଶେଷଜ୍ଞ ତଥା ପ୍ରତିନିଧୀମାନେ ' ସମୃଦ୍ଧ କିସାନ ଉତ୍ସବ 'ରେ ଭାଗ ନେଇଥିଲେ। କୃଷି ଏବଂ ଚାଷ ସମ୍ବନ୍ଧୀୟ ବିଭିନ୍ନ ପ୍ରସଙ୍ଗରେ ସମସ୍ତେ ତାଙ୍କ ମତାମତ ବାଣ୍ଟିଥିଲେ। ଏଥିମଧ୍ୟରୁ ଡକ୍ଟର ସୁରଜ ନାଲୋଡ (ସହକାରୀ ପ୍ରଫେସର ଉଦ୍ଭିଦ ସୁରକ୍ଷା, କେନ୍ଦ୍ରୀୟ ଆଖୁ ଅନୁସନ୍ଧାନ କେନ୍ଦ୍ର, ପାଡେଗାଓଁ, ସତାରା) ଆଖୁରେ ରୋଗ ଏବଂ କୀଟନାଶକ ପରିଚାଳନା ଉପରେ ଆଲୋଚନା କରିଥିଲେ l ହର୍ଷଲ ସାବଲ (ଡିଲର, ମହିନ୍ଦ୍ରା ଟ୍ରାକ୍ଟର) ଟ୍ରାକ୍ଟରର ରକ୍ଷଣାବେକ୍ଷଣ ଏବଂ ଟ୍ରାକ୍ଟର ଶିଳ୍ପରେ ଉଦ୍ଭାବନ ବିଷୟରେ ଆଲୋଚନା କରିଥିଲେ l ଡଃ କଲ୍ୟାଣ ବାବର (ଏସଏମଏସ ଫୁଡ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି, କେଭିକେ ବୋରଗାଓଁ, ସତାରା) କୃଷକମାନଙ୍କୁ ମିଲେଟ ଚାଷ ବିଷୟରେ ସୂଚନା ଦେଇଥିଲେ ଏବଂ ସତୀଶ ଭାୟାଲ (ବିକ୍ରୟ କାର୍ଯ୍ୟନିର୍ବାହୀ, ସତାରା, ଧନୁକା ଆଗ୍ରିଟେକ ଲିମିଟେଡ) କୃଷକମାନଙ୍କୁ ଫସଲ ଯତ୍ନ ଏବଂ ଧନୁକା କମ୍ପାନୀର ଉତ୍ପାଦ ବିଷୟରେ ସୂଚନା ଦେଇଥିଲେ । ଏମାନଙ୍କ ବ୍ୟତୀତ ଡକ୍ଟର ଭାରତ ଖଣ୍ଡେକର (କାର୍ଯ୍ୟକ୍ରମ ସଂଯୋଜକ, କେ.ଭି.କେ.-କରାଡ, ସତାରା) ଏବଂ କେ.ଭି.କେ. କୃଷକମାନେ ଯୋଗଦେଇଥିଲେ l

ୟୁପି ହାପୁରରେ ଆୟୋଜିତ ହେବ: MFOI Samridh Kisan Utsav 2024

MFOI KISAN BHARAT YATRA: ଆମେ ବି ହେବୁ କୋଟିପତି କୃଷକ

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments

ଆମ ନ୍ୟୁଜଲେଟରକୁ ସବସ୍କ୍ରାଇବ୍ କରନ୍ତୁ । ଆପଣ ଆପଣଙ୍କ ଆଗ୍ରହ ଥିବା ଟପିକ୍‌ ବାଛିବେ ଏବଂ ଆମେ ଆପଣଙ୍କୁ ବଛା ବଛା ନ୍ୟୁଜ ଓ ଆପଣଙ୍କ ପସନ୍ଦ ଅନୁଯାୟୀ ଲାଟେଷ୍ଟ ଅପଡେଟ୍‌ ପଠାଇଦେବୁ ।

ନ୍ୟୁଜଲେଟର ସବସ୍କ୍ରାଇବ୍‌ କରନ୍ତୁ