News

MFOI Samridh Kisan Utsav: ମହାରାଷ୍ଟ୍ର ସତାରାରେ ହେବ କୃଷି ଉତ୍ସବ

ମାର୍ଚ୍ଚ ୧୨, ୨୦୨୪ ମହାରାଷ୍ଟ୍ରର ସାତାର କେ.ଭି.କେ-ବୋରଗାଓଁ ଠାରେ ଅନୁଷ୍ଠିତ ହେବାକୁ ଯାଉଛି 'MFOI Samridh Kisan Utsav'।

08 March, 2024 12:19 PM IST By: Tanushree Mahapatra

ଭାରତ ଏକ କୃଷି ବହୁଳ ଦେଶ l ଦେଶର ବିକାଶରେ କୃଷକମାନେ ସର୍ବଦା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଆସୁଛନ୍ତି । କିନ୍ତୁ ସେ ପାଇବାକୁ ଥିବା ସ୍ୱୀକୃତି ଆଜି ପର୍ଯ୍ୟନ୍ତ ତାଙ୍କୁ ମିଳିପାରିନାହିଁ l ବର୍ତ୍ତମାନ ଦେଶର ଅଗ୍ରଣୀ କୃଷି ମିଡିଆ ହାଉସ୍ ' କୃଷି ଜାଗରଣ ' କୃଷକମାନଙ୍କୁ ଏହି ପରିଚୟ ପ୍ରଦାନ କରିବାର ଦାୟିତ୍ୱ ବହନ କରିଛି ।

ବାସ୍ତବରେ, କୃଷି ଜାଗରଣର କୌଣସି ପରିଚୟର ଆବଶ୍ୟକତା ନାହିଁ l କୃଷି ସାମ୍ବାଦିକତା କ୍ଷେତ୍ରରେ ପାରଦର୍ଶିତା ପାଇଁ ଜଣାଶୁଣା କୃଷି ଜାଗରଣ ଗତ ୨୭ ବର୍ଷ ଧରି କୃଷକ ଏବଂ କୃଷି କ୍ଷେତ୍ରର ବିକାଶ ପାଇଁ ନିରନ୍ତର କାର୍ଯ୍ୟ କରିଆସୁଛନ୍ତି । କୃଷି ଜାଗରଣ ଗଣମାଧ୍ୟମ ସଂସ୍ଥା ସମୟ ସମୟରେ କୃଷକମାନଙ୍କ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରନ୍ତି l ଏହି କ୍ରମରେ, କୃଷକମାନଙ୍କୁ ସମ୍ମାନିତ କରିବା ପାଇଁ MFOI ପୁରସ୍କାର ସୋ ଅନୁକୁଲ୍ୟରେ ଦେଶର ବିଭିନ୍ନ ସ୍ଥାନରେ MFOI Samridh Kisan Utsav 2024 ଆୟୋଜିତ ହେଉଛି l

ମାର୍ଚ୍ଚ ୧୨, ୨୦୨୪ ମହାରାଷ୍ଟ୍ରର ସାତାର କେ.ଭି.କେ-ବୋରଗାଓଁ ଠାରେ ଅନୁଷ୍ଠିତ ହେବାକୁ ଯାଉଛି  'MFOI Samridh Kisan Utsav'। ଏହି କାର୍ଯ୍ୟକ୍ରମ କୃଷକ ସମ୍ପ୍ରଦାୟକୁ ସମୃଦ୍ଧ ଦିଗରେ ତ୍ୱରାନ୍ୱିତ କରିବା ପାଇଁ ଏବଂ କିପରି ସେମାନଙ୍କର ଆୟ ବୃଦ୍ଧି ଅଧିକରୁ ଅଧିକ ହେବ ସେ ନେଇ କେନ୍ଦ୍ରିତ l ଏହା ମାର୍ଚ୍ଚ ୧୨ ତାରିଖ ସକାଳ ୧୦ ଘଟିକା ସମୟରେ ଆୟୋଜିତ ହେବ l ଏଥିରେ ଧାନୁକା ଏଗ୍ରିଟେକ କମ୍ପାନୀ ( powered by DHANUKA ) ସହଯୋଗ କରିବ ଏହି କିସାନ ଉତ୍ସବକୁ l

କୃଷକମାନଙ୍କୁ ସଶକ୍ତିକରଣ ଏବଂ କୃଷି ସଫଳତାର ଏକ ନୂତନ ଯୁଗରେ ଆଗେଇ ନେବା ଉପରେ ଧ୍ୟାନ ଦେଇ, 'MFOI Samridh Kisan Utsav' ସମସ୍ତ କୃଷକଙ୍କ ପାଇଁ ଏକ ଜ୍ଞାନଦାୟକ ଅଭିଜ୍ଞତା ହେବ ବୋଲି ପ୍ରତିଶୃତି ନେଇ କୃଷି ଜାଗରଣ ଗଣମାଧ୍ୟମ ସଂସ୍ଥା ଏହାକୁ ପ୍ରତି ରାଜ୍ୟରେ ଆୟୋଜିତ କରିବା ପାଇଁ ସୂଚନା ଦେଇଛନ୍ତି l ବିଭିନ୍ନ ଡୋମେନରେ କୃଷି ବିଶେଷଜ୍ଞମାନେ ଏହି ଉତ୍ସବରେ ଚାଷୀଙ୍କୁ ଚାଷ କ୍ଷେତ୍ରରେ ଅନୁଗ୍ରହ ପ୍ରଦାନ କରିବେ, ଆଧୁନିକ ଜ୍ଞାନକୌଶଳ ଗ୍ରହଣ ଠାରୁ ଆରମ୍ଭ କରି ଉନ୍ନତ ଫସଲ ପରିଚାଳନା କୌଶଳ ପର୍ଯ୍ୟନ୍ତ ବିଭିନ୍ନ ବିଷୟ ଉପରେ ଅନ୍ତର୍ନିହିତ ସୂଚନା ବାଣ୍ଟିବେ l

ମହିନ୍ଦ୍ରା ଟ୍ରାକ୍ଟର ପ୍ରଦର୍ଶନ

ମହୀନ୍ଦ୍ର ଟ୍ରାକ୍ଟରଙ୍କ ଦ୍ୱାରା କୃଷି ଉପକରଣରେ ଅତ୍ୟାଧୁନିକ ଉଦ୍ଭାବନଗୁଡ଼ିକର କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ହେବ l କୃଷକମାନେ କୃଷି ପ୍ରଣାଳୀରେ ପରିବର୍ତ୍ତନ ଆଣିବା ଏବଂ ଉତ୍ପାଦକତା ବୃଦ୍ଧି ପାଇଁ ଡିଜାଇନ୍ ହୋଇଥିବା ନୂତନ ଟ୍ରାକ୍ଟରର ଆଧୁନିକ ବୈଶିଷ୍ଟ୍ୟ ଏବଂ ସାମର୍ଥ୍ୟକୁ ନିଜେ ଦେଖିବାର ସୁଯୋଗ ପାଇବେ l

ପ୍ରଗତିଶୀଳ କୋଟିପତି କୃଷକମାନଙ୍କୁ ଉତ୍ସାହିତ କରିବା

'MFOI Samridh Kisan Utsav' କୋଟିପତି କୃଷକ ତଥା କୃଷି କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ରଖିଥିବା ପ୍ରଗତିଶୀଳ ବ୍ୟକ୍ତିବିଶେଷଙ୍କୁ ମଧ୍ୟ ଉତ୍ସାହିତ କରିବ l ସେଠାରେ ଉପସ୍ଥିତ ଥିବା ସମସ୍ତ ଚାଷୀଙ୍କୁ ସମ୍ମାନିତ ମଧ୍ୟ କରାଯିବ l ଗଠନମୂଳକ ସଂଳାପ, ନେଟୱାର୍କିଂ ସୁଯୋଗ ଏବଂ ଜ୍ଞାନ ବଣ୍ଟନ ଅଧିବେଶନରେ ଅଂଶଗ୍ରହଣ କରିବାକୁ ଏହି ଅଞ୍ଚଳର କୃଷକମାନଙ୍କୁ ନିମନ୍ତ୍ରଣ କରାଯାଇଛି l

ସୋଲାପୁରରେ ଆୟୋଜିତ 'MFOI ସମୃଦ୍ଧ କିସାନ ଉତ୍ସବ', ଜାଣନ୍ତୁ କ'ଣ ରହିଛି ଖାସ....

MFOI VVIF KISAN BHARAT YATRA: ସାମିଲ ହେଲା STIHL

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)