1. କୃଷି ଖବର

ସୋଲାପୁରରେ ଆୟୋଜିତ 'MFOI ସମୃଦ୍ଧ କିସାନ ଉତ୍ସବ', ଜାଣନ୍ତୁ କ'ଣ ରହିଛି ଖାସ....

କୃଷି ଜାଗରଣ ଆଜିକାଲି ସାରା ଦେଶରେ 'MFOI ସମୃଦ୍ଧ କିସାନ ଉତ୍ସବ 2024' ଆୟୋଜନ କରିଅଛି | କୃଷକମାନଙ୍କୁ ଏକ ପ୍ଲାଟଫର୍ମ ଯୋଗାଇବା MFOI ସମୃଦ୍ଧ କିସାନ ଉତ୍ସବର ମୂଳ ଉଦ୍ଦେଶ୍ୟ |

Sudesna Nayak
Sudesna Nayak
MFOI Samridh Kisan Utsav organized in solapur

MFOI Samridh Kisan Utsav organized in solapur

MFOI Samridh Kisan Utsav 2024: କୃଷି ସାମ୍ବାଦିକତା କ୍ଷେତ୍ରରେ ଜଣାଶୁଣା କୃଷି ଜାଗରଣ ସଂସ୍ଥା ଗତ 27 ବର୍ଷ ଧରି କୃଷକ ଏବଂ କୃଷି କ୍ଷେତ୍ରର ବିକାଶ ପାଇଁ ନିରନ୍ତର କାର୍ଯ୍ୟ କରିଆସୁଛନ୍ତି । କୃଷି ଜାଗରଣ ସମୟ ସମୟରେ କୃଷକମାନଙ୍କ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରିଆସୁଛି | ଏହି ପରିପ୍ରେକ୍ଷୀରେ, କୃଷି ଜାଗରଣ ଆଜିକାଲି ସାରା ଦେଶରେ 'MFOI ସମୃଦ୍ଧ କିସାନ ଉତ୍ସବ 2024' ଆୟୋଜନ କରିଅଛି | କୃଷକମାନଙ୍କୁ ଏକ ପ୍ଲାଟଫର୍ମ ଯୋଗାଇବା MFOI ସମୃଦ୍ଧ କିସାନ ଉତ୍ସବର ମୂଳ ଉଦ୍ଦେଶ୍ୟ |

ଏହା ବ୍ୟତୀତ ସମୃଦ୍ଧ କିସାନ ଉତ୍ସବ ଦ୍ବାରା କୃଷକମାନଙ୍କୁ କୃଷି ଜାଗରଣର ସ୍ୱତନ୍ତ୍ର ପଦକ୍ଷେପ 'ମିଲେନିୟର ଫାର୍ମର୍ ଅଫ୍ ଇଣ୍ଡିଆ' (Millionaire Farmer of India) ପୁରସ୍କାର ବିଷୟରେ ମଧ୍ୟ ଅବଗତ କରାଯାଉଛି। ଯାହାଫଳରେ କୃଷକମାନେ MFOI ବିଷୟରେ ଅଧିକ ଜାଣିପାରିବେ | କେବଳ ଏତିକି ନୁହେଁ, 'ସମୃଦ୍ଧ କିସାନ ଉତ୍ସବ' ଦ୍ବାରା ଚାଷ କ୍ଷେତ୍ରରେ ଉତ୍କୃଷ୍ଟ କାର୍ଯ୍ୟ କରୁଥିବା କୋଟିପତି କୃଷକଙ୍କୁ ମଧ୍ୟ ସମ୍ମାନିତ କରାଯାଉଛି । ଏହି କ୍ରମରେ ମହାରାଷ୍ଟ୍ରର ସୋଲାପୁରରେ ଆଜି (7 ମାର୍ଚ୍ଚ, ଗୁରୁବାର) 'ସମୃଦ୍ଧ କିସାନ ଉତ୍ସବ' ଆୟୋଜିତ ହେଉଛି । କୃଷି ବିଜ୍ଞାନ କେନ୍ଦ୍ର,ସୋଲାପୁରରେ ଆୟୋଜିତ ହେଉଥିବା ଏହି 'ସମୃଦ୍ଧ କିସାନ ଉତ୍ସବ' ରେ ମହିନ୍ଦ୍ରା ଟ୍ରାକ୍ଟରସ, ଧାନୁକା, ସହିତ କୃଷି କ୍ଷେତ୍ର ସହିତ ଜଡିତ ଅନେକ କମ୍ପାନୀ,ବହୁ କୃଷି ବିଶେଷଜ୍ଞ, ଭାଗ ନେଉଛନ୍ତି ।


କୋଟିପତି ଚାଷୀଙ୍କୁ ସମ୍ମାନିତ କରାଯିବ...

ସୋଲାପୁରରେ ଆୟୋଜିତ ଏହି 'ସମୃଦ୍ଧ କିସାନ ଉତ୍ସବ' ରେ କୃଷି କ୍ଷେତ୍ରରେ ଉତ୍କୃଷ୍ଟ କାର୍ଯ୍ୟ କରୁଥିବା କୋଟିପତି କୃଷକଙ୍କୁ ସମ୍ମାନିତ କରାଯିବ। ଏହି କୃଷକମାନଙ୍କ ମଧ୍ୟରେ ସନ୍ଦୀପ ଜରେଶ ପାଟିଲ, ନାଗରାଜ ନନ୍ଦରାଜ, ବ୍ରହ୍ମଦେବ ବିଶ୍ୱଭର କଦମ, ସଚିନ ଉତ୍ତମ ନଲୱାଡେ, ବ୍ରହ୍ମଦେବ ନବନାଥ ସାରଦେ, ଅତୁଲ ଦତ୍ତ୍ରାୟା ଚାହନ, ଅଭୟସିଂ ଅରୁଣ ଭୋସଲେ, ସମାଧାନ ଭୋସଲେ, ଅନିଲ ତୁକୁରାମ ଦେଶମୁଖ,ପୁଷ୍ପରାଜ ପଟେଲ,ଶିବାଜୀ ନିବୃତ୍ତି ଭନବସେ, ଦୀପକ ମାନେ,ରାଜୁ ଡୋକେ, ରାଜୁ ଡୋକ, ସନ୍ଦୀପ ମଧୁକର ଦେଶମୁଖ, ନାଗନାଥ ଗୌତମ ଦେଶମୁଖ, ମଲ୍ଲିକନାଥ ବିରଭଦ୍ର ଖାଡେ, ରାଜ୍ୟ ଜୟକୁମାର ଦୋଶୀ, ଚନ୍ଦ୍ରକାନ୍ତ ମଧୁକର ଅନ୍ବୁଲେ, ନନ୍ଦ କିଶୋର ମଧୁକର ସପାଟେ, ସୁନୀଲ ମୁଣ୍ଡଫେନ, ସୁହାସ ନାମଦେବ କ୍ଷୀରସାଗର, ବାସୁଦେବ ଭାସ୍କର ଗାୟକବାଡ,ନିତିନ ନିମ୍ବାଲକର,ଦିପକ ଶଙ୍କର ତାଥେ, କିରଣ ଡୋକେ, ଏବଂ ପର୍ଶୁରାମ ମୋରେ ଅନ୍ତର୍ଭୁକ୍ତ ।

ଅନେକ ବିଶେଷଜ୍ଞ ମଧ୍ୟ ଏଥିରେ ଭାଗ ନେଉଛନ୍ତି ....

'ସମୃଦ୍ଧ କିସାନ ଉତ୍ସବ'ରେ କୃଷି କ୍ଷେତ୍ର ସହ ଜଡିତ ଅନେକ କମ୍ପାନୀର ବିଶେଷଜ୍ଞ ତଥା ପ୍ରତିନିଧୀମାନେ
ଭାଗ ନେଉଛନ୍ତି, ଯେଉଁମାନେ କୃଷି ଏବଂ କୃଷି ସମ୍ବନ୍ଧୀୟ ବିଭିନ୍ନ ପ୍ରସଙ୍ଗରେ ସେମାନଙ୍କ ମତାମତ ବାଣ୍ଟିବେ । ଏଥିମଧ୍ୟରେ ଡକ୍ଟର ପଙ୍କଜ ମାଡାବୀ (ଏସଏମଏସ ପ୍ଲାଣ୍ଟ ପ୍ରୋଟେକସନ, କୃଷି ବିଜ୍ଞାନ କେନ୍ଦ୍ର ମୋହଲ ଜିଲ୍ଲା-ସୋଲାପୁର) ଆଖୁରେ ରୋଗ ଏବଂ କୀଟନାଶକ ପରିଚାଳନା, ରାମଦାସ ଉକାଲେ (ZMM, Mahindra Tractor about Maintainance of Tractors), ଘନଶ୍ୟାମ ପୁରୋଷୋତ୍ତମ ଇଂଙ୍ଗଲେ (SME (Subject Matter Expert), Dhanuka Agritech Limited about Crop Care),ପ୍ରକାଶ ଚଉରେ (Director, Loknete sugar factory) ଏବଂ ଡକ୍ଟର ଟି.ଆର ଓ୍ବାଲକୁଡେ (Programme Coordinator, KVK Mohol Dist-solapur about Activities of KVK) ଅନ୍ତର୍ଭୁକ୍ତ।

 

MFOI କ’ଣ ?

ବର୍ତ୍ତମାନ ଆପଣ ଭାବୁଥିବେ ଏହି MFOI କ’ଣ ? ଏହାକୁ ସରଳ ଭାଷାରେ କହିବାକୁ ଗଲେ କୃଷି ଜାଗରଣ ସଂସ୍ଥା 'ମିଲେନିୟର ଫାର୍ମର୍ ଅଫ୍ ଇଣ୍ଡିଆ ଆଓ୍ବାର୍ଡ' ଶୋ'ର ପଦକ୍ଷେପ ଆରମ୍ଭ କରିଛନ୍ତି, ଯାହା ମାଧ୍ୟମରେ କୃଷକମାନେ କେବଳ ଗୋଟିଏ କିମ୍ବା ଦୁଇଟି ଜିଲ୍ଲା କିମ୍ବା ରାଜ୍ୟ ସ୍ତରରେ ନୁହେଁ, ରାଷ୍ଟ୍ରିୟ ସ୍ତରରେ ମଧ୍ୟ ଏକ ଭିନ୍ନ ପରିଚୟ ପାଇବେ ।

କୃଷି ଜାଗରଣର ଏହି ପଦକ୍ଷେପ କେବଳ ଜାତୀୟ ନୁହେଁ ଆନ୍ତର୍ଜାତୀୟ ସ୍ତରରେ ମଧ୍ୟ ଦେଶର କେତେକ ଅଗ୍ରଣୀ କୃଷକ ଚୟନ କରି ଏକ ଭିନ୍ନ ପରିଚୟ ଦେବା ପାଇଁ କାର୍ଯ୍ୟ କରିବ ।

କାର୍ଯ୍ୟକ୍ରମ କେଉଁଠାରେ ଅନୁଷ୍ଠିତ ହେବ?

'ମିଲେନିୟର ଫାର୍ମର୍ ଅଫ୍ ଇଣ୍ଡିଆ ଆୱାର୍ଡ -2023' ର ସଫଳତା ପରେ ବର୍ତ୍ତମାନ କୃଷି ଜାଗରଣ ଦ୍ୱିତୀୟ ସଂସ୍କରଣ MFOI 2024 ଆୟୋଜନ କରିବାକୁ ଯାଉଛନ୍ତି | ଯାହାକି ଡିସେମ୍ବର 1 ରୁ 5, 2024 ପର୍ଯ୍ୟନ୍ତ ଆୟୋଜିତ ହେବ | MFOI 2024 ପାଇଁ ପ୍ରସ୍ତୁତି ଆରମ୍ଭ ହୋଇସାରିଛି | କୃଷି ଜାଗରଣ ମଧ୍ୟ କିଷାନ ଭାରତ ଯାତ୍ରା (MFOI Kisan Bharat Yatra) ମାଧ୍ୟମରେ କୃଷକମାନଙ୍କୁ ସଚେତନ କରାଉଛନ୍ତି |

MFOI ପୁରସ୍କାରରେ ଯୋଗଦେବା ପାଇଁ ଏହିସବୁ କରନ୍ତୁ...

କୃଷକ, କମ୍ପାନୀ ଏବଂ କୃଷି କ୍ଷେତ୍ର ସହିତ ଜଡିତ ଅନ୍ୟମାନେ ମଧ୍ୟ MFOI ଆୱାର୍ଡ ଏବଂ MFOI ସମୃଦ୍ଧ କିସାନ ଉତ୍ସବ 2024 ର ଏକ ଅଂଶ ହୋଇପାରନ୍ତି | ଏଥିପାଇଁ କୃଷି ଜାଗରଣ ତୁମ ସମସ୍ତଙ୍କୁ ନିମନ୍ତ୍ରଣ କରୁଅଛି । MFOI 2024 କିମ୍ବା ସମୃଦ୍ଧ କିସାନ ଉତ୍ସବ ସମୟରେ ଷ୍ଟଲ୍ ବୁକିଂ କିମ୍ବା କୌଣସି ପ୍ରକାରର ସ୍ପନସରସିପ ପାଇଁ, ଆପଣ କୃଷି ଜାଗରଣ ସହିତ ଯୋଗାଯୋଗ କରିପାରିବେ l ଅଧିକ ସୂଚନା ପାଇଁ MFOI ର ଅଫିସିଆଲ୍ ୱେବସାଇଟ୍ https://millionairefarmer.in/ ପରିଦର୍ଶନ କରନ୍ତୁ । ଏହା ବ୍ୟତୀତ, ଆପଣଙ୍କୁ ଦିଆଯାଇଥିବା ନମ୍ବରକୁ ମଧ୍ୟ କଲ କରିପାରିବେ - କୃଷି ଜାଗରଣ : 971 114 1270 | ପରିକସିତ ତ୍ୟାଗୀ: 989 133 4425 | | ହର୍ଷ କପୁର: 989 172 4466 |

MFOI VVIF KISAN BHARAT YATRA: ସାମିଲ ହେଲା STIHL

MFOI Kisan Bharat Yatra: କୃଷକଙ୍କୁ ସଶକ୍ତ କରିବାର ପ୍ରୟାସ

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments