1. କୃଷି ଖବର

MFOI Kisan Bharat Yatra: କୃଷକଙ୍କୁ ସଶକ୍ତ କରିବାର ପ୍ରୟାସ

ଚାଷୀଙ୍କୁ ଅଧିକ ରୁ ଅଧିକ ସଶକ୍ତ କରିବାର ପ୍ରୟାସ l ଏ ନେଇ କ'ଣ କହିଲେ ଝାନ୍ସୀ କୃଷି ବିଶ୍ୱବିଦ୍ୟାଳୟ କୁଳପତି ....?

Tanushree Mahapatra
Tanushree Mahapatra
Mfoi kisan bharat yatra of central and west india zone

Mfoi kisan bharat yatra of central and west india zone

ଭାରତ ଏକ କୃଷି ପ୍ରଧାନ ଦେଶ l ଦେଶର ବିକାଶରେ କୃଷକମାନେ ସର୍ବଦା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଆସୁଛନ୍ତି। କିନ୍ତୁ ସେ ପାଇବାକୁ ଥିବା ସ୍ୱୀକୃତି ଆଜି ପର୍ଯ୍ୟନ୍ତ ପାଇ ନାହାନ୍ତି l ଆମେ ଏପରି କହିବାର କାରଣ, ଆମେ ଯେତେବେଳେ ଅନ୍ୟ କୌଣସି ଵିଭାଗରେ ଶ୍ରେଷ୍ଠ ବ୍ୟକ୍ତିବିଶେଷଙ୍କ କଥା ଭାବି ଥାଉ ସହଜରେ ସମସ୍ତ ତଥ୍ୟ ମିଳିଥାଏ l 

କିନ୍ତୁ, ଯଦି ମେ ଜଣେ ଶ୍ରେଷ୍ଠ ଚାଷୀଙ୍କ ବିଷୟରେ ଆଲୋଚନା କରୁଥାଉ ତେବେ ଆଜି ପର୍ଯ୍ୟନ୍ତ ସେହିପରି କିଛି ବିଶେଷ ତଥ୍ୟ ଆମ ଦୃଷ୍ଟିକୁ ଆସିନଥାଏ l କୃଷକମାନଙ୍କୁ ଏହି ମାନ୍ୟତା ଦେବା ପାଇଁ ଦେଶର ଅଗ୍ରଣୀ କୃଷି ଗଣମାଧ୍ୟମ ସଂସ୍ଥା କୃଷି ଜାଗରଣ 'ମିଲିୟନର ଫାର୍ମର୍ ଅଫ୍ ଇଣ୍ଡିଆ' (MFOI) ପୁରସ୍କାରର ପଦକ୍ଷେପ ଆରମ୍ଭ କରିଛନ୍ତି। ଏହା ଅଧୀନରେ କୃଷକମାନଙ୍କୁ ସମ୍ମାନିତ କରାଯିବ ଯେଉଁମାନେ କୃଷି କ୍ଷେତ୍ରର ବିକାଶରେ ଉଲ୍ଲେଖନୀୟ ଅବଦାନ ଦେଇଛନ୍ତି ଏବଂ କ୍ରମାଗତ ଭାବରେ ଅଗ୍ରଗତି କରୁଛନ୍ତି । କୃଷକମାନଙ୍କୁ MFOI ପଦକ୍ଷେପ ବିଷୟରେ ଅବଗତ କରାଇବା ପାଇଁ କୃଷି ଜାଗରଣ 'MFOI କିସାନ୍ ଭାରତ ଯାତ୍ରା' ଆରମ୍ଭ କରିଛନ୍ତି, ଯାହା ଦେଶର ପ୍ରତ୍ୟେକ କୋଣ ଅନୁକୋଣକୁ ଯାଇ କୃଷକମାନଙ୍କୁ 'କୋଟିପତି କୃଷକ' ପୁରସ୍କାର ବିଷୟରେ ଅବଗତ କରାଇବ ଏବଂ ସମସ୍ତଙ୍କୁ ଏହି କାର୍ଯ୍ୟକ୍ରମରେ ଯୋଡିବା ପାଇଁ ପ୍ରେରଣା ମଧ୍ୟ ପ୍ରଦାନ କରିବ l

ଏହି କ୍ରମରେ ଗତକାଲି ମଙ୍ଗଳବାର (ମାର୍ଚ୍ଚ ୫, ୨୦୨୪) କେନ୍ଦ୍ରୀୟ ଏବଂ ପଶ୍ଚିମ ଭାରତ ଅଞ୍ଚଳର 'MFOI କିସାନ ଭାରତ ଯାତ୍ରା' ଝାନ୍ସୀରେ ଫ୍ଲାଗ୍ ଅଫ କରାଯାଇଥିଲା, ଯାହା କେନ୍ଦ୍ରୀୟ ଏବଂ ପଶ୍ଚିମ ଭାରତର ଗ୍ରାମାଞ୍ଚଳ ପରିଦର୍ଶନ କରିବ ଏବଂ କୃଷକମାନଙ୍କୁ MFOI ପଦକ୍ଷେପ ବିଷୟରେ ଶିକ୍ଷା ଦେବ ସଚେତନତା ସୃଷ୍ଟି ପାଇଁ କାର୍ଯ୍ୟ କରିବ l ଏଥିପାଇଁ ରାନୀ ଲକ୍ଷ୍ମୀ ବାଇ କୃଷି ବିଶ୍ୱବିଦ୍ୟାଳୟ, ଝାନ୍ସୀ ଠାରେ ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା l ଯେଉଁଠାରେ କୃଷକମାନଙ୍କୁ ଏହି ପଦକ୍ଷେପ ବିଷୟରେ ଅବଗତ କରାଇବା ସହିତ କୃଷି କ୍ଷେତ୍ରରେ ଉତ୍କୃଷ୍ଟ କାର୍ଯ୍ୟ କରୁଥିବା କୋଟିପତି କୃଷକଙ୍କୁ ସମ୍ମାନିତ କରାଯାଇଥିଲା l

ମୁଖ୍ୟ ଅତିଥି ଭାବରେ ଆରଏଲବିସିଏର କୁଳପତି ଡକ୍ଟର ଅଶୋକ କୁମାର ସିଂ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଚାଷରେ ଘଟୁଥିବା ନିରନ୍ତର ବିକାଶ ଏବଂ କୃଷକମାନଙ୍କ ସହ ଜଡିତ ବିଭିନ୍ନ ପ୍ରସଙ୍ଗରେ ତାଙ୍କ ମତାମତ ବାଣ୍ଟିଥିଲେ l ଏମାନଙ୍କ ବ୍ୟତୀତ ଏହି କାର୍ଯ୍ୟକ୍ରମରେ ମମତା ଜୈନ (ଗୋଷ୍ଠୀ ସମ୍ପାଦକ ତଥା ସିଏମଓ, କୃଷି ଜାଗରଣ ) ଅଶ୍ୱାନୀ ସିଂ - ମହିନ୍ଦ୍ରା ଟ୍ରାକ୍ଟର୍ସ, ଅମିତ ସିଂ - ଟ୍ରାକ୍ଟର୍ସ, ଅନିଲ କୁମାର ଭର୍ମା - ଜୈନ ଜଳସେଚନ ସିଷ୍ଟମ ଲିମିଟେଡ, ଡକ୍ଟର ଅନିଲ କୁମାର - ଶିକ୍ଷା ନିର୍ଦ୍ଦେଶକ, ଆରଏଲବିସିଏ ଝାନ୍ସୀ ଏବଂ ଅନ୍ୟାନ୍ୟ କୃଷକମାନେ ଏଥିରେ ଭାଗ ନେଇଥିଲେ ।

'କୃଷକମାନେ ସ୍ୱୀକୃତି ପାଇବେ'

ସମସ୍ତଙ୍କୁ ସ୍ୱାଗତ କରି କୃଷି ଜାଗରଣର ନିର୍ଦ୍ଦେଶକ ସାଇନି ଡୋମିନିକ୍ ଏହି କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ଏହା ପରେ କୃଷି ଜାଗରଣ ର ପ୍ରତିଷ୍ଠାତା ତଥା ସମ୍ପାଦକ ଏମ୍ ସି ଡୋମିନିକ କୃଷକମାନଙ୍କୁ ସମ୍ବୋଧିତ କରି କହିଥିଲେ ଯେ ମୁଁ ଖୁସି, ଆଜି ମୁଁ ଦେଶକୁ ଖାଇବାକୁ ଦେଉଥିବା ଲୋକଙ୍କ ମଧ୍ୟରେ ଅଛି । ସେ କହିଥିଲେ ଯେ ମୁଁ ନିଜେ ଏକ କୃଷକ ପରିବାରରୁ ଆସିଛି ଏବଂ ଯେତେବେଳେ ମୁଁ ଛୋଟ ଥିଲି, ମୋ ଗାଁର ସବୁଠାରୁ ଧନୀ କୃଷକ ହେବା ମୋର ସ୍ୱପ୍ନ ଥିଲା l କିନ୍ତୁ, ମୁଁ କେବେବି ସେହି ସୁଯୋଗ ପାଇଲି ନାହିଁ l ଦେଶରେ ଅନେକ କୃଷକ ଅଛନ୍ତି ଯେଉଁମାନେ ଏହି ସ୍ୱପ୍ନ ଦେଖନ୍ତି । କିନ୍ତୁ, ସେମାନଙ୍କୁ କୌଣସି ସୁଯୋଗ ଦିଆଯାଉ ନାହିଁ କିମ୍ବା ସେମାନଙ୍କର ପରିଶ୍ରମକୁ ପ୍ରଶଂସା କରାଯାଏ ନାହିଁ l ଏହାକୁ ଧ୍ୟାନରେ ରଖି ଆମେ MFOI ଆରମ୍ଭ କରିଛୁ l ଯେଉଁଥିରେ କୃଷକ ବିକାଶରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ଦେଉଥିବା ଏହିପରି କୃଷକମାନଙ୍କୁ ସମ୍ମାନିତ କରାଯିବ ।

ଚାଷୀଙ୍କୁ ମିଳିବ ଗୋଟିଏ ପ୍ଲାଟଫର୍ମ

ସେ କହିଛନ୍ତି ଯେ ଯେତେବେଳେ ଦେଶର ସବୁଠାରୁ ଧନୀ ବ୍ୟକ୍ତିଙ୍କ କଥା ଆସେ ସେତେବେଳେ ଅମ୍ବାନୀ ଏବଂ ଆଦାନୀଙ୍କ ନାମ ଆସେ । ଯେତେବେଳେ କି, କୃଷକମାନଙ୍କ କଥା, ଏହା ଉପରେ କୌଣସି ଆଲୋଚନା ହୁଏନାହିଁ l କିନ୍ତୁ MFOI ର ଏହି ପଦକ୍ଷେପ ହେଉଛି ଦେଶର ଏପରି କୃଷକମାନଙ୍କୁ ଖୋଜିବା ଯେଉଁମାନେ କୃଷି କ୍ଷେତ୍ରରେ ଉତ୍କୃଷ୍ଟ କାର୍ଯ୍ୟ କରୁଛନ୍ତି | ସେ କହିଛନ୍ତି ଯେ ଗତ ବର୍ଷ MFOI ର ଏକ ବିଶାଳ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା, କିନ୍ତୁ ଚଳିତ ବର୍ଷ ଆମର ଲକ୍ଷ୍ୟ ହେଉଛି ଧନୀ କୃଷକମାନଙ୍କୁ କେବଳ ଦେଶ ନୁହେଁ ବରଂ ବିଶ୍ୱର ଚାଷୀଙ୍କୁ ଭାରତକୁ ଆଣିବା ଏବଂ ସେମାନଙ୍କୁ ଏକ ପ୍ଲାଟଫର୍ମ ଯୋଗାଇବା l ଯେଉଁଠାରେ ସେମାନେ ଭାରତର କୃଷକମାନଙ୍କ ସହିତ ସେମାନଙ୍କର ମତାମତ ବାଣ୍ଟିପାରିବେ l ସେ କହିଛନ୍ତି ଯେ MFOI ୨୦୨୪ ପାଇଁ ପଞ୍ଜୀକରଣ ଆରମ୍ଭ ହୋଇଛି ଏବଂ ଆମେ ଦେଶର କୋଣ ଅନୁକୋଣରୁ ଆବେଦନ ଗ୍ରହଣ କରୁଛୁ l

ଚାଷକୁ ବ୍ୟବସାୟ ଭାବେ ଦେଖିବା ଉଚିତ୍

ଏହି କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବାବେଳେ ମୁଖ୍ୟ ଅତିଥି ଡଃ. ଅଶୋକ କୁମାର ସିଂ, କୁଳପତି ପ୍ରଫେସର ଆରଏଲବି ବିଶ୍ୱବିଦ୍ୟାଳୟର ସବୁଠାରୁ ବଡ ତଥା ପ୍ରଥମ ଦାୟିତ୍ତ୍ୱ ହେଉଛି କୃଷକ। ଏହା ପରେ ଛାତ୍ରମାନଙ୍କର ପର୍ଯ୍ୟାୟ ଆସେ l ସେ କହିଛନ୍ତି ଯେ ଆଜି ଆମ ବିଶ୍ୱବିଦ୍ୟାଳୟରେ ପଢ଼ୁଥିବା ଛାତ୍ରମାନେ ଆସନ୍ତାକାଲି କୃଷି କ୍ଷେତ୍ର ଏବଂ କୃଷକମାନଙ୍କ ପାଇଁ କାର୍ଯ୍ୟ କରିବେ। ସେ କହିଛନ୍ତି ଯେ କୃଷକଙ୍କ ବିକାଶ ପାଇଁ ଅନେକ ପ୍ରକାରର ଯୋଜନା ଚାଲିଛି । କିନ୍ତୁ, ବିକାଶ ହିଁ ଘଟେ ଯେତେବେଳେ କୃଷକ ନିଜେ ଆଗକୁ ଆସନ୍ତି ଏବଂ କିଛି କରିବାକୁ ଚାହାଁନ୍ତି l ସେ କହିଛନ୍ତି ଯେ ଚାଷୀଙ୍କୁ ବୁଝିବାକୁ ହେବ ଯେ ଚାଷ କେବଳ ଚାଷ ନୁହେଁ। ଏହାକୁ ମଧ୍ୟ ଏକ ବ୍ୟବସାୟ ଭାବରେ ଦେଖିବା ଆବଶ୍ୟକ l କେବଳ ସେତେବେଳେ ଆମେ ଏଥିରୁ ଭଲ ଲାଭ ପାଇବାକୁ ସମର୍ଥ ହେବା l

ଏହା ସହିତ ସେ କୃଷି କ୍ଷେତ୍ରରେ ଜଳର ଅଭାବ ବିଷୟରେ ମଧ୍ୟ ନିଜର ମତ ରଖିଥିଲେ l ସେ କହିଛନ୍ତି ଯେ ଦେଶରେ ଜଳ ଅଭାବ ହେତୁ କୃଷି ପ୍ରଭାବିତ ହୋଇସାରିଛି । ଏଭଳି ପରିସ୍ଥିତିରେ କୃଷକମାନେ କମ୍ ଜଳ ଭିତ୍ତିକ ଚାଷ ଉପରେ ଧ୍ୟାନ ଦେବା ଉଚିତ୍ । ସେ କହିଛନ୍ତି ଯେ କୃଷକମାନେ ଚାଷ ସହିତ ପଶୁପାଳନ ପ୍ରତି ଧ୍ୟାନ ଦେବା ଆବଶ୍ୟକ । ଏହାଦ୍ୱାରା ଚାଷୀଙ୍କ ଆୟ ବୃଦ୍ଧି ପାଇବ l  ନିରନ୍ତର କୃଷକମାନଙ୍କ ସହ ଯୋଡି ହୋଇ ସେମାନଙ୍କ ବିକାଶ ଦିଗରେ କାର୍ଯ୍ୟ କରିବୁ । ଶେଷରେ, କୃଷକମାନଙ୍କୁ ସମ୍ମାନ ଜଣାଇବା ପାଇଁ କୃଷି ଜାଗରଣର ପଦକ୍ଷେପ MFOI କୁ ପ୍ରଶଂସା କରିଥିଲେ l ସେ ଏହାକୁ କୃଷକଙ୍କ ବିକାଶ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି କହିଛନ୍ତି ।

MFOI ପୁରସ୍କାରରେ ଯୋଗଦେବା ପଞ୍ଜିକରଣ କରନ୍ତୁ

କୃଷକ, କମ୍ପାନୀ ଏବଂ କୃଷି କ୍ଷେତ୍ର ସହିତ ଜଡିତ ଅନ୍ୟମାନେ ମଧ୍ୟ MFOI ପୁରସ୍କାର ଏବଂ MFOI ସମୃଦ୍ଧ  କିସାନ୍ ଉତ୍ସବ ୨୦୨୪ ର ଏକ ଅଂଶ ହୋଇପାରନ୍ତି l ଏଥିପାଇଁ କୃଷି ଜାଗରଣ ତୁମ ସମସ୍ତଙ୍କୁ ନିମନ୍ତ୍ରଣ କରୁଛି l MFOI ୨୦୨୪ କିମ୍ବା Samridh Kisan Utsav ରେ ଏକ ଷ୍ଟଲ୍ ବୁକିଂ କିମ୍ବା ଅନ୍ୟ ଯେକୌଣସି ପ୍ରକାରର ପ୍ରାୟୋଜକ ପାଇଁ, ଆପଣ କୃଷି ଜାଗରଣ ସହିତ ଯୋଗାଯୋଗ କରିପାରିବେ l ପୁରସ୍କାର ଶୋ କିମ୍ବା ଅନ୍ୟ କୌଣସି ପ୍ରୋଗ୍ରାମ ସହିତ ଜଡିତ ସୂଚନା ପାଇଁ, ଏହି ଗୁଗୁଲ୍ ଫର୍ମ ପୂରଣ କରନ୍ତୁ l ଅଧିକ ସୂଚନା ପାଇଁ MFOI ର ଅଫିସିଆଲ୍ ୱେବସାଇଟ୍

https://millionairefarmer.in/ ପରିଦର୍ଶନ କରନ୍ତୁ l ଏହା ବ୍ୟତୀତ, ଆପଣ ଦିଆଯାଇଥିବା ନମ୍ବରକୁ ମଧ୍ୟ କଲ କରିପାରିବେ - କୃଷି ଜାଗରଣ : 971 114 1270  ପରୀକସିତ ତ୍ୟାଗୀ : 989 133 4425 , ହର୍ଷ କପୁର: 989 172 4466 l

MFOI VVIF Kisan Bharat Yatra: ଝାନ୍ସୀରେ ଫ୍ଲାଗ ଅଫ କାର୍ଯ୍ୟକ୍ରମ ଅନୁଷ୍ଠିତ

MFOI Samridh Kisan Utsav 2024: ମାର୍ଚ୍ଚ ମାସର ସମ୍ପୂର୍ଣ୍ଣ ତାଲିକା ଦେଖନ୍ତୁ

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments