1. କୃଷି ଖବର

୬୦୦୦ ହଜାର କି.ମି ଅତିକ୍ରମ କଲା MFOI VVIF କିସାନ ଭାରତ ଯାତ୍ରା

ନୂଆ ପଦକ୍ଷେପ ଚାଷ ଜଗତରେ ବୈପ୍ଲବିକ ପରିବର୍ତ୍ତନ ଆଣିବ ବୋଲି ଆଶା....

Tanushree Mahapatra
Tanushree Mahapatra
mfoi vvif kisan bharat yatra completed 6000 km

mfoi vvif kisan bharat yatra completed 6000 km

କୃଷି ଜାଗରଣ ସଂସ୍ଥା ଦ୍ୱାରା ଆରମ୍ଭ ହୋଇଥିବା ' MFOI, VVIF କିସାନ୍ ଭାରତ ଯାତ୍ରା ' ବିଭିନ୍ନ ରାଜ୍ୟରେ ଥିବା ଚାଷୀଙ୍କୁ ନିଜ ସହିତ ସାମିଲ କରିଛି  l ଆଶା ଏବଂ ନୂଆ ଲକ୍ଷ୍ୟ ନେଇ ଆରମ୍ଭ ହୋଇଥିବା ଏକ ନୂଆ ପଦକ୍ଷେପ ଚାଷ ଜଗତରେ ବୈପ୍ଲବିକ ପରିବର୍ତ୍ତନ ଆଣିବ ବୋଲି ଆଶା କରାଯାଉଛି  l ଯାହା ଚାଷୀଙ୍କୁ ଦେବ ନୂଆ ଉନ୍ମାଦ ଚାଷକାମ ପାଇଁ l

ଆହୁରି ଅଧିକ ପ୍ରଭାବଶୀଳ କରିବ ଚାଷୀଙ୍କୁ ଚାଷକାମ କରିବା ପାଇଁ  l ୨୭ ବର୍ଷ ଚାଷୀଙ୍କ ସହିତ ଯୋଡି ହୋଇ ଚାଷ ଜଗତରେ ନୂଆ କିରଣ ଆଣିବା ଲକ୍ଷ୍ୟରେ କାମ କରୁଛି କୃଷି ଜାଗରଣ ସଂସ୍ଥା l ଯାହାଦ୍ୱାରା ଏହି କାର୍ଯ୍ୟକ୍ରମ ଆୟୋଜିତ ହେଉଛି l ଯାହାର ପ୍ରତ୍ୟେକ ପ୍ରତିନିଧି ଦିନ ରାତି ସମାନ କରି ଚାଷୀଙ୍କୁ ଚାଷ କାମରେ ସଠିକ ତଥ୍ୟ ଏବଂ ସଠିକ ସହାୟତା ପ୍ରଦାନ କରିବାରେ ନିଜକୁ ସାମିଲ କରିଛନ୍ତି l ନିକଟରେ ଏହି ସଂସ୍ଥା ଡିସେମ୍ବର ୬ ତାରିଖରୁ ୮ ତାରିଖ ପର୍ଯ୍ୟନ୍ତ ଏକ ସମ୍ମାନଜନକ ପୁରସ୍କାର କାର୍ଯ୍ୟକ୍ରମର ଆୟୋଜନ କରିଥିଲା ଯାହାର ନା ହେଉଛି " ମିଲେନିୟର ଫାର୍ମର ଅଫ ଇଣ୍ଡିଆ ୨୦୨୩ ପୁରସ୍କାର " l ଯେଉଁଠି ହଜାର ହଜାର ଚାଷୀ ନିଜକୁ ସାମିଲ କରି ସମ୍ମାନ ପାଇଥିଲେ l ଏହି ପୁରସ୍କାର ଅନୁକୁଲ୍ୟରେ ଏହି ରୋଡ଼ ସୋ ର ଆୟୋଜନ କରାଯାଇଛି l ଯାହା ସମସ୍ତ ରାଜ୍ୟର ଚାଷୀଙ୍କୁ ଯୋଡ଼ିବ ଏହି ପୁରସ୍କାରରେ l

୬୦୦୦ କି.ମି ଅତିକ୍ରମ କଲା

ଏହି MFOI VVIF କିସାନ ଭାରତ ଯାତ୍ରା ଗତ ଡିସେମ୍ବର ମାସରୁ ଆରମ୍ଭ ହୋଇଥିଲା l କୃଷକମାନଙ୍କୁ MFOI ର ଏହି ପଦକ୍ଷେପ ବିଷୟରେ ଅବଗତ କରାଇବା ପାଇଁ କୃଷି ଜାଗରଣ କିସାନ ଭାରତ ଯାତ୍ରା ଆରମ୍ଭ କରିଛନ୍ତି, ଯାହା ଦେଶର ପ୍ରତ୍ୟେକ କୋଣ ଅନୁକୋଣକୁ ଯାଇ କୃଷକମାନଙ୍କୁ 'ମିଲିଅନେୟାର ଫାର୍ମର୍ ଅଫ୍ ଇଣ୍ଡିଆ ' ପୁରସ୍କାର ପ୍ରଦାନ କରିବ । ବର୍ତ୍ତମାନ ଏହି ଯାତ୍ରା ଏକ ନୂତନ ମାଇଲଖୁଣ୍ଟ ହାସଲ କରିଛି l ଗୋଟିଏ ପଟେ ଯାତ୍ରୀ କୃଷକମାନଙ୍କ ମଧ୍ୟରେ ନିଜର ପରିଚୟ ସୃଷ୍ଟି କରିବାରେ ସଫଳ ହୋଇଛନ୍ତି । ଏଥି ସହିତ ଏହି ଯାତ୍ରା ୬ ହଜାର କିଲୋମିଟରରୁ ଅଧିକ ଦୂରତା ମଧ୍ୟ ଅତିକ୍ରମ କରିଛି l ଏହି ଯାତ୍ରା କ୍ରମାଗତ ଭାବରେ ଜାରି ରହିଥିବା ଜାନୁଆରୀ ୩୦ , ୨୦୨୪ ରେ ଦିଲ୍ଲୀର ଉଜା କୃଷି ବିଜ୍ଞାନ କେନ୍ଦ୍ରରୁ ଆରମ୍ଭ ହୋଇଥିଲା । ଯାହା ହରିୟାଣା , ପଞ୍ଜାବ , ରାଜସ୍ଥାନ , ମଧ୍ୟପ୍ରଦେଶ ଏବଂ ଉତ୍ତର ପ୍ରଦେଶ ଭଳି ରାଜ୍ୟ ଅତିକ୍ରମ କରିଛି ଏ ପର୍ଯ୍ୟନ୍ତ l

MFOI କିସାନ ଭାରତ ଯାତ୍ରା କ’ଣ ?

ଆସନ୍ତୁ ଆପଣଙ୍କୁ କହିବା ଯେ 'MFOI VVIF କିସାନ୍ ଭାରତ ଯାତ୍ରା ୨୦୨୩-୨୪ ' ସ୍ମାର୍ଟ ଗ୍ରାମଗୁଡିକର ଗ୍ରାମାଞ୍ଚଳର ଦୃଶ୍ୟ ପରିବର୍ତ୍ତନ କରିବାର କଳ୍ପନା କରିଥାଏ l MFOI VVIF କିସାନ ଭାରତ ଯାତ୍ରା ଡିସେମ୍ବର ୨୦୨୩ ରୁ ନଭେମ୍ବର ୨୦୨୪ ପର୍ଯ୍ୟନ୍ତ ଦେଶ ଭ୍ରମଣ କରିବାକୁ ଲକ୍ଷ୍ୟ ରଖି ୧ ଲକ୍ଷରୁ ଅଧିକ ଚାଷୀଙ୍କ ନିକଟରେ ପହଞ୍ଚିବ।

ଯେଉଁଥିରେ ୪ ହଜାରରୁ ଅଧିକ ସ୍ଥାନର ଏକ ବିଶାଳ ନେଟୱାର୍କ ଅନ୍ତର୍ଭୂକ୍ତ ହେବ ଏବଂ ୨୬ ହଜାର କିଲୋମିଟରରୁ ଅଧିକ ଦୂରତା ବିଶିଷ୍ଟ ହେବ ଏହି ଯାତ୍ରା l ଏହି ମିଶନର ମୂଳ ଉଦ୍ଦେଶ୍ୟ ହେଉଛି କୃଷି ସମ୍ପ୍ରଦାୟରେ ସକରାତ୍ମକ ପରିବର୍ତ୍ତନ ଆଣିବା l ଯାହାଦ୍ୱାରା ସେମାନଙ୍କର ସାମାଜିକ-ଅର୍ଥନୈତିକ ପୃଷ୍ଠଭୂମି ବୃଦ୍ଧି କରି କୃଷକମାନଙ୍କୁ ସଶକ୍ତ କରିବା l

ରାଜସ୍ଥାନ ଦେବନଗରରେ MFOI, VVIF Kisan Bharat Yatra

MFOI Samridh Kisan Utsav 2024: ମହାରାଷ୍ଟ୍ର ବାରମତିରେ କିସାନ ଉତ୍ସବ

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments