1. କୃଷି ଖବର

MFOI, VVIF Kisan Bharat Yatra: କୃଷି ବୈଜ୍ଞାନିକଙ୍କ ମିଳିଲା ସମର୍ଥନ

ଦିଲ୍ଲୀ ଠାରେ ଏହାର ୨ୟ ସଂସ୍କରଣ ଆୟୋଜିତ ହେବାକୁ ଯାଉଛି ....

Tanushree Mahapatra
Tanushree Mahapatra
mfoi vvif kisan bharat yatra got the support of senior scientist of kvk

mfoi vvif kisan bharat yatra got the support of senior scientist of kvk

କୃଷକମାନଙ୍କ ଆର୍ଥିକ ସ୍ଥିତିରେ ଉନ୍ନତି ଆଣିବା ପାଇଁ କୃଷି ଜାଗରଣ ଭାରତୀୟ କୃଷିରେ ଏକ ବୈପ୍ଲବିକ ପରିବର୍ତ୍ତନ ଆଣିଛନ୍ତି । ମହିନ୍ଦ୍ରା ଟ୍ରାକ୍ଟରଙ୍କ ଦ୍ୱାରା ପ୍ରାୟୋଜିତ ' ମିଲେନିୟର୍ ଫାର୍ମର୍ ଅଫ୍ ଇଣ୍ଡିଆ ପୁରସ୍କାର 'ର ଚମତ୍କାର ସଫଳତା ପରେ ୨୦୨୪ ଆର୍ଥିକ ବର୍ଷରେ ନୂଆ ଦିଲ୍ଲୀ ଠାରେ ଏହାର ୨ୟ ସଂସ୍କରଣ ଆୟୋଜିତ ହେବାକୁ ଯାଉଛି l

STIHL ସହଭାଗିତା ସଂଗଠନ ' MFOI, VVIF କିସାନ୍ ଭାରତ ଯାତ୍ରାରେ ସାମିଲ ହୋଇଛି l ଯାହା ସାରା ଦେଶରେ ଚାଷୀଙ୍କୁ ସଶକ୍ତ କରିବାକୁ ଲକ୍ଷ୍ୟ ରଖିଛି l କୃଷିରେ ବ୍ୟବହୃତ ହେଉଥିବା ଉନ୍ନତ ଯନ୍ତ୍ରପାତି ସହିତ ଚାଷୀଙ୍କୁ ପରିଚିତ କରାଉଛି । ଏହି କ୍ରମରେ, 'MFOI, VVIF କିସାନ୍ ଭାରତ ଯାତ୍ରା' ବର୍ତ୍ତମାନ ଭୋପାଳ ଏବଂ ରାଇସେନ୍ ଜିଲ୍ଲାର ଫନ୍ଦାକଲା, ପହରିଆ, ସିଲୱାନି ଏବଂ ସିଂହପୁର ଭଳି ଗ୍ରାମରେ ପହଞ୍ଚିଥିଲା l ଯେଉଁଠି ଚାଷୀଙ୍କୁ ଏହି ପୁରସ୍କାର ସମ୍ପର୍କରେ ଜ୍ଞାନ ପ୍ରଦାନ କରାଯାଇଥିଲା ଏବଂ ଏହି ପୁରସ୍କାର ସୋ ରେ ସାମିଲ ହେବା ପାଇଁ ନିମନ୍ତ୍ରଣ କରିଥିଲା କୃଷି ଜାଗରଣ ଟିମ l

ଏହି ଗସ୍ତ ସମୟରେ କୃଷି ଜାଗରଣ ଦଳ ପ୍ରଗତିଶୀଳ କୃଷକଙ୍କୁ ଭେଟି ସେମାନଙ୍କୁ 'MFOI ପୁରସ୍କାର' ବିଷୟରେ ଅବଗତ କରାଇଥିଲେ। ଆମେ ଆପଣଙ୍କୁ କହିରଖୁଛୁ ଯେ ଏହି ରୋଡ୍ ସୋ’ର ସଫଳତା ହେଉଛି ତାରା ଚାନ୍ଦ ମେୱାଡା, ପ୍ରେମ ଲୋଧି ଏବଂ ଅରବିନ୍ଦ ରଘୁଭାନ୍ସିଙ୍କ ପରି କୃଷକଙ୍କ ଅଂଶଗ୍ରହଣ l ଯେଉଁମାନେ କୃଷି କ୍ଷେତ୍ରରେ ନୂତନତ୍ୱ ଏବଂ ନମନୀୟତାର ପ୍ରତୀକ l  STIHL ଏହାର କୃଷି ଉପକରଣ ପ୍ରଦର୍ଶନ କରି କୃଷି ଉତ୍ପାଦନ ଏବଂ ଦକ୍ଷତା ବୃଦ୍ଧି ଦିଗରେ ପ୍ରତିବଦ୍ଧତା ପ୍ରଦର୍ଶନ କରିଥିଲା ଚାଷୀଙ୍କ ସମ୍ମୁଖରେ ​​l

ଏହି ଯାତ୍ରାର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥଳ ଥିଲା ରାଇସେନ୍ ର କୃଷି ବିଜ୍ଞାନ କେନ୍ଦ୍ର, ଯେଉଁଠାରେ ବରିଷ୍ଠ ତଥା ପ୍ରମୁଖ ବୈଜ୍ଞାନିକ ତଥା କେ.ଭି.କେ ରାଇସେନ୍‌ର ମୁଖ୍ୟ ଡକ୍ଟର ସ୍ୱପ୍ନିଲ ଦୁବେଙ୍କ ସହ ଏକ ଆଲୋଚନା ହୋଇଥିଲା। ଡକ୍ଟର ଦୁବେ 'MFOI, VVIF କିସାନ ଭାରତ ଯାତ୍ରା' ମିଶନକୁ ସମର୍ଥନ ଜଣାଇବା ସହ ଯାତ୍ରା ସମୟରେ ନିରନ୍ତର ସହାୟତା ପ୍ରଦାନ କରିବେ ବୋଲି ପ୍ରତିଶୃତି ଦେଇଥିଲେ କୃଷି ଜାଗରଣ ଟିମକୁ ।

MFOI କିସାନ ଭାରତ ଯାତ୍ରା କ’ଣ ? :-

ଆସନ୍ତୁ ଆପଣଙ୍କୁ କହିବା ଯେ 'MFOI କିସାନ୍ ଭାରତ ଯାତ୍ରା ୨୦୨୩-୨୪ ସ୍ମାର୍ଟ ଗ୍ରାମଗୁଡିକର ଗ୍ରାମାଞ୍ଚଳର ଦୃଶ୍ୟ ପରିବର୍ତ୍ତନ କରିବାର କଳ୍ପନା କରିଥାଏ l MFOI କିସାନ ଭାରତ ଯାତ୍ରା ଡିସେମ୍ବର ୨୦୨୩  ରୁ ନଭେମ୍ବର ୨୦୨୪ ପର୍ଯ୍ୟନ୍ତ ଦେଶ ଭ୍ରମଣ କରିବାକୁ ଲକ୍ଷ୍ୟ ରଖି ୧ ଲକ୍ଷରୁ ଅଧିକ ଚାଷୀଙ୍କ ନିକଟରେ ପହଞ୍ଚିଛି । ଯେଉଁଥିରେ 4 ହଜାରରୁ ଅଧିକ ସ୍ଥାନର ଏକ ବିଶାଳ ନେଟୱାର୍କ ଅନ୍ତର୍ଭୂକ୍ତ ହେବ ଏବଂ ୨୬ ହଜାର କିଲୋମିଟରରୁ ଅଧିକ ଦୂରତା ବିଶିଷ୍ଟ ହେବ l ଏହି ମିଶନର ମୂଳ ଉଦ୍ଦେଶ୍ୟ ହେଉଛି କୃଷି ସମ୍ପ୍ରଦାୟରେ ସକରାତ୍ମକ ପରିବର୍ତ୍ତନ ଆଣିବା, ଯାହାଦ୍ୱାରା ସେମାନଙ୍କର ସାମାଜିକ-ଅର୍ଥନୈତିକ ପୃଷ୍ଠଭୂମି ବୃଦ୍ଧି କରି କୃଷକମାନଙ୍କୁ ସଶକ୍ତ କରିବା l

ଏକ ଲକ୍ଷରୁ ଅଧିକ ଚାଷୀଙ୍କୁ ସଂଯୋଗ କରିବାକୁ ଲକ୍ଷ୍ୟ :-

MFOI ଇଣ୍ଡିଆ ଟୁର୍ ର ଶୁଭାରମ୍ଭ ଭାରତରେ କୋଟିପତି ଚାଷୀଙ୍କ ସଫଳତା ଏବଂ ସେମାନଙ୍କ ଦ୍ୱାରା କରାଯାଇଥିବା କାର୍ଯ୍ୟକୁ ଏକ ନୂଆ ପରିଚୟ ଦେବା ଦିଗରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଅଟେ l ଏହି ଦେଶବ୍ୟାପୀ ଯାତ୍ରା ଏକ ଲକ୍ଷରୁ ଅଧିକ ଚାଷୀଙ୍କ ସହ ସଂଯୋଗ ହେବ, ୪୫୨୦ ସ୍ଥାନ ଅତିକ୍ରମ କରିବ ଏବଂ ୨୬ ,୦୦୦ କିଲୋମିଟରରୁ ଅଧିକ ଦୂରତା ଅତିକ୍ରମ କରିବ । ଏତେ ପରିମାଣରେ କୃଷକଙ୍କ ସହିତ ସଂଯୋଗ କରି ସେମାନଙ୍କ ସଫଳତାର କାହାଣୀକୁ ବିଶ୍ୱକୁ ଆଣିବ ଯାହା ଚାଷ ଜଗତକୁ ଏକ ନୂଆ ପରିଚୟ ପ୍ରଦାନ କରିବ l

ଅଧିକ ପଢ଼ନ୍ତୁ

Cumin Price: ଶୀଘ୍ର ହ୍ରାସ ପାଇବ ଜିରା ମୂଲ୍ୟ!

Orange: ସକାଳେ ଖାଆନ୍ତୁ ଏହି ଫଳ, ହୃଦଘାତ ପାଇଁ ଅମୋଘ ଔଷଧ

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments