1. କୃଷି ଖବର

MFOI VVIF Kisan Bharat Yatra: ଜାଣନ୍ତୁ କ’ଣ ବିଶେଷ ଥିଲା!

କୃଷକମାନଙ୍କୁ ଚିହ୍ନିବା ଏବଂ ସମ୍ମାନ ଦେବା ପାଇଁ ଏକ ଉତ୍କୃଷ୍ଟ ପଦକ୍ଷେପ

Tanushree Mahapatra
Tanushree Mahapatra
Mfoi vvif kisan bharat yatra reached bhind

Mfoi vvif kisan bharat yatra reached bhind

ସେଣ୍ଟ୍ରାଲ ଇଣ୍ଡିଆ ଜୋନର 'MFOI, VVIF କିସାନ ଭାରତ ଯାତ୍ରା' ଜାରି ରହିଛି l ଏହି ଯାତ୍ରା କେନ୍ଦ୍ରୀୟ ଭାରତର ଚାଷୀଙ୍କ ଠାରୁ ବହୁତ ଭଲ ପ୍ରତିକ୍ରିୟା ଗ୍ରହଣ କରୁଛି l ଏହି ଯାତ୍ରା ସମୟରେ କୃଷକମାନଙ୍କୁ ଚିହ୍ନିବା ଏବଂ ସମ୍ମାନ ଦେବା ପାଇଁ ଏକ ଉତ୍କୃଷ୍ଟ ପଦକ୍ଷେପ ବୋଲି କୃଷି ଜାଗରଣ ପଦକ୍ଷେପ MFOI ବିଷୟରେ ମଧ୍ୟ କୃଷକମାନଙ୍କୁ ଅବଗତ କରାଯାଉଛି । ବର୍ତ୍ତମାନ ଏହି ଯାତ୍ରା ମଧ୍ୟପ୍ରଦେଶ ଦେଇ ଗତି କରୁଛି। ଯେଉଁଠାରେ, ଏହି ପଦକ୍ଷେପକୁ ବହୁତ ପ୍ରଶଂସା କରାଯାଉଛି l

ଏହି କ୍ରମରେ ସୋମବାର (ମାର୍ଚ୍ଚ ୧୮, ୨୦୨୪), 'MFOI, VVIF କିସାନ୍ ଭାରତ ଯାତ୍ରା' ମଧ୍ୟପ୍ରଦେଶର ଭୀଣ୍ଡରେ ପହଞ୍ଚିଛି l ଯେଉଁଠାରେ, ଯାତ୍ରା ବିଲଗାଓଁ ଚୌଧୁର, ଟୁଣ୍ଡିଲା ଏବଂ ବରହେଡ ଗ୍ରାମ ଦେଇ ଯାଇଥିଲା l ସ୍ଥାନୀୟ କୃଷକମାନେ କୃଷକମାନଙ୍କୁ ସମ୍ମାନିତ କରିବାର ପଦକ୍ଷେପ ବିଷୟରେ ଜାଣି ବହୁତ ଖୁସି ହେଲେ ଏବଂ ସେମାନେ ଏହି ପଦକ୍ଷେପକୁ ସମର୍ଥନ କରିଥିଲେ l ଏହି ସମୟରେ ନିହାଲ ସିଂ କୁଶୱା, ଜଗଦୀଶ କାନସାନ, ରାମ ସ୍ୱରୂପ , ଜଗଦୀଶ ,  ସ୍ବରୁପମ ସିଂ ପାନୁ ଏବଂ ମୁକେଶ ଯାଦବଙ୍କ ପରି କୃଷକମାନେ କୃଷି ଜାଗରଣ ଟିମ ସହ ଆଲୋଚନା କରି କୃଷକମାନେ ସମ୍ମୁଖୀନ ହେଉଥିବା ଆଞ୍ଚଳିକ ସମସ୍ୟା ବିଷୟରେ କହିଥିଲେ ।

ଏହି ସମୟରେ, 'MFOI, VVIF କିସାନ ଭାରତ ଯାତ୍ରା'ରେ କୃଷି ଯନ୍ତ୍ରପାତି ଉତ୍ପାଦନକାରୀ କମ୍ପାନୀ ଷ୍ଟିଲ୍ (STIHL), ଯାହା ପଶ୍ଚିମ ଏବଂ କେନ୍ଦ୍ରୀୟ ଭାରତ ଜୋନ୍ ପାଇଁ ଅଂଶୀଦାର ଭାବରେ କୃଷି ଜାଗରଣ ସହ ଜଡିତ ରହିଛି , ଏହାର କୃଷି ଉପକରଣ ପ୍ରଦର୍ଶନ କରି କୃଷକମାନଙ୍କୁ ଚାଷ ଉପକରଣ ବିଷୟରେ ଅବଗତ କରାଉଛି । ଆମେ ଆପଣଙ୍କୁ କହିରଖୁଛୁ ଯେ ମହିନ୍ଦ୍ରା ଟ୍ରାକ୍ଟର ଦ୍ୱାରା ପ୍ରାୟୋଜିତ 'MFOI, VVIF କିସାନ ଭାରତ ଯାତ୍ରା', ଅଗ୍ରଣୀ କୃଷି ଉପକରଣ ଉତ୍ପାଦନକାରୀ ପଶ୍ଚିମ ଏବଂ କେନ୍ଦ୍ରୀୟ ଅଞ୍ଚଳ ପାଇଁ କୃଷି ଜାଗରଣ ସହିତ ସହଭାଗୀ ହୋଇଛନ୍ତି । ଏହି ସହଭାଗୀତାର ଉଦ୍ଦେଶ୍ୟ ହେଉଛି କୋଟିପତି କୃଷକମାନଙ୍କୁ ସଂଯୋଗ କରିବା, କୃଷି ସମ୍ପ୍ରଦାୟ ମଧ୍ୟରେ ଗର୍ବ ଏବଂ ପ୍ରେରଣା ଯୋଗାଇବା l ପଶ୍ଚିମ ଏବଂ କେନ୍ଦ୍ରୀୟ ରାଜ୍ୟର 'MFOI, VVIF କିସାନ୍ ଭରତ ଯାତ୍ରା' ସମୟରେ STIHL ଇଣ୍ଡିଆ କମ୍ପାନୀ ମଧ୍ୟ କୃଷକମାନଙ୍କୁ କୃଷି ଏବଂ କୃଷି ଉପକରଣ ସମ୍ବନ୍ଧୀୟ ସୂଚନା ପ୍ରଦାନ କରିବା ସହିତ ସେମାନଙ୍କୁ ସଚେତନ କରାଇବ ଏବଂ ଏହି ରୋଡ଼ ସୋ ରେ ସହଯୋଗୀ ରହିଛି l

MFOI କିଷାନ ଭାରତ ଯାତ୍ରା କ’ଣ ?

ଆସନ୍ତୁ ଆପଣଙ୍କୁ କହିବା ଯେ 'MFOI କିସାନ୍ ଭରତ ଯାତ୍ରା ୨୦୨୩-୨୪ ' ସ୍ମାର୍ଟ ଗ୍ରାମଗୁଡିକର ଗ୍ରାମାଞ୍ଚଳର ଦୃଶ୍ୟ ପରିବର୍ତ୍ତନ କରିବାର କଳ୍ପନା କରିଥାଏ l MFOI କିସାନ ଭାରତ ଯାତ୍ରା ଡିସେମ୍ବର ୨୦୨୩ ରୁ ନଭେମ୍ବର ୨୦୨୪ ପର୍ଯ୍ୟନ୍ତ ଦେଶ ଭ୍ରମଣ କରିବାକୁ ଲକ୍ଷ୍ୟ ରଖି ୧ ଲକ୍ଷରୁ ଅଧିକ ଚାଷୀଙ୍କ ନିକଟରେ ପହଞ୍ଚିଛି। ଯେଉଁଥିରେ ୪ ହଜାରରୁ ଅଧିକ ସ୍ଥାନର ଏକ ବିଶାଳ ନେଟୱାର୍କ ଅନ୍ତର୍ଭୂକ୍ତ ହେବ ଏବଂ ୨୬ ହଜାର କିଲୋମିଟରରୁ ଅଧିକ ଦୂରତା ବିଶିଷ୍ଟ ହେବ l ଏହି ମିଶନର ମୂଳ ଉଦ୍ଦେଶ୍ୟ ହେଉଛି କୃଷି ସମ୍ପ୍ରଦାୟରେ ସକରାତ୍ମକ ପରିବର୍ତ୍ତନ ଆଣିବା, ଯାହାଦ୍ୱାରା ସେମାନଙ୍କର ସାମାଜିକ-ଅର୍ଥନୈତିକ ପୃଷ୍ଠଭୂମି ବୃଦ୍ଧି କରି କୃଷକମାନଙ୍କୁ ସଶକ୍ତ କରିବା l

ଏକ ଲକ୍ଷରୁ ଅଧିକ ଚାଷୀଙ୍କୁ ସଂଯୋଗ କରିବାକୁ ଲକ୍ଷ୍ୟ

MFOI ଇଣ୍ଡିଆ ଟୁର୍ ର ଶୁଭାରମ୍ଭ ଭାରତରେ କୋଟିପତି ଚାଷୀଙ୍କ ସଫଳତା ଏବଂ ସେମାନଙ୍କ ଦ୍ୱାରା କରାଯାଇଥିବା କାର୍ଯ୍ୟକୁ ଚିହ୍ନିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଅଟେ l ଏହି ଦେଶବ୍ୟାପୀ ଏହି ଯାତ୍ରା ଏକ ଲକ୍ଷରୁ ଅଧିକ ଚାଷୀଙ୍କ ସହ ସଂଯୋଗ ହେବ, ୪୫୨୦ ସ୍ଥାନ ଅତିକ୍ରମ କରିବ ଏବଂ ୨୬,000 କିଲୋମିଟରରୁ ଅଧିକ ଦୂରତା ଅତିକ୍ରମ କରିବ । ଏତେ ପରିମାଣରେ କୃଷକମାନଙ୍କ ସହିତ ସଂଯୋଗ କରି  ସେମାନଙ୍କର ସଫଳତାର କାହାଣୀକୁ ବିଶ୍ୱକୁ ଆଣିବ l

MFOI, VVIF Kisan Bharat Yatra: ଶ୍ରୀ-ଗଙ୍ଗାନଗର ଚାଷୀ ହେଲେ ଉତ୍ସାହିତ

MFOI, VVIF Kisan Bharat Yatra: କେ.ଭି.କେ ବୈଜ୍ଞାନିକଙ୍କ ମିଳିଲା ସହଯୋଗ

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments