
Mfoi vvif kisan bharat yatra reached Gujarat
ମହିନ୍ଦ୍ରା ଟ୍ରାକ୍ଟର ଦ୍ୱାରା ପ୍ରାୟୋଜିତ କୃଷି ଜାଗରଣ 'MFOI, VVIF କିସାନ ଭାରତ ଯାତ୍ରା', ଦେଶର ପ୍ରଗତିଶୀଳ କୃଷକମାନଙ୍କୁ ଭେଟି ସେମାନଙ୍କ ଦ୍ୱାରା କରାଯାଇଥିବା କାର୍ଯ୍ୟକୁ ପ୍ରଶଂସା କରି ଗୁଜୁରାଟର ବିଭିନ୍ନ ସ୍ଥାନ ପରିଦର୍ଶନ କରିଥିଲେ l ଏହି ଯାତ୍ରା ଗୁଜୁରାଟର ଚାଷୀଙ୍କଠାରୁ ପୂର୍ଣ୍ଣ ସମର୍ଥନ ପାଇଛି l କୃଷି ଜାଗରଣ ଏହି ଯାତ୍ରା ମାଧ୍ୟମରେ ଗୁଜୁରାଟର କୃଷକମାନଙ୍କୁ ନୂତନ ଜ୍ଞାନକୌଶଳ ସହିତ କୃଷି ସମ୍ବନ୍ଧୀୟ ଜ୍ଞାନ ପ୍ରଦାନ କରିଥିଲେ । ଯାହାଫଳରେ ସେ ଚାଷରୁ ଭଲ ଲାଭ ପାଇପାରିବେ l
ଏପରି ପରିସ୍ଥିତିରେ, ଆସନ୍ତୁ ଦେଖିବା ଗୁଜୁରାଟର କୃଷକମାନେ କୃଷି ଜାଗରଣ ଦ୍ୱାରା ଆରମ୍ଭ ହୋଇଥିବା ଏହି ଯାତ୍ରା ମାଧ୍ୟମରେ କ’ଣ ଲାଭ କରୁଛନ୍ତି ? ଆସନ୍ତୁ ଏହା ବିଷୟରେ ବିସ୍ତୃତ ଭାବରେ ଜାଣିବା…
କୃଷକମାନଙ୍କଠାରୁ ପୂର୍ଣ୍ଣ ସମର୍ଥନ ପାଇଛି
'MFOI, VVIF କିସାନ ଭାରତ ଯାତ୍ରା' ଗୁଜୁରାଟର କୃଷକମାନଙ୍କୁ ନୂତନ ପ୍ରଯୁକ୍ତିବିଦ୍ୟା ଏବଂ ଉନ୍ନତ ଚାଷ ବିଷୟରେ ଅବଗତ କରାଉଛି l ଆମେ ଆପଣଙ୍କୁ କହିରଖୁଛୁ ଯେ ନିକଟରେ ଏହି ଯାତ୍ରା ସମୟରେ ଗୁଜୁରାଟର ହାଲଭାଡ, ରାମପୁରା, ଲାଉନା ଏବଂ ବନାସକାଣ୍ଠା ଗାଁ ର ଚିନୁ ଭାଇ ପଟେଲ, ମନୋଜ ଭାଇ ପନାରା, ରମେଶ ଭାଇ ଏବଂ ଉଦେଶୀ ଭାଇ ପଟେଲ ଭଳି ସ୍ଥାନୀୟ ଚାଷୀଙ୍କ ଠାରୁ ଟିମ ସମ୍ପୂର୍ଣ୍ଣ ସହାୟତା ପାଇଥିଲା । ଏହା ବ୍ୟତୀତ ଗୁଜୁରାଟର ପ୍ରଗତିଶୀଳ କୃଷକମାନଙ୍କୁ ମଧ୍ୟ ଏହି ଯାତ୍ରା ସମୟରେ ସମ୍ମାନିତ କରାଯାଇଥିଲା ।
MFOI ପୁରସ୍କାର ୨୦୨୪ କେବେ ଏବଂ କେଉଁଠାରେ ଅନୁଷ୍ଠିତ ହେବ ?
କୃଷି ଜାଗରଣ MFOI ୨୦୨୪ ଆୟୋଜନ କରିବାକୁ ଯାଉଛନ୍ତି l ଯାହାକି ଚଳିତ ବର୍ଷ ଶେଷରେ ଅର୍ଥାତ୍ ଡିସେମ୍ବର ୨୦୨୪ (୧ ରୁ ୩ ଡିସେମ୍ବର) ରେ ନୂଆଦିଲ୍ଲୀରେ ଆୟୋଜିତ ହେବ l MFOI ୨୦୨୪ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇସାରିଛି l
କୃଷି ଜାଗରଣ କିସାନ୍ ଭାରତ ଯାତ୍ରା (MFOI କିସାନ୍ ଭାରତ ଯାତ୍ରା) ମାଧ୍ୟମରେ କୃଷକମାନଙ୍କୁ ସଚେତନ କରାଉଛନ୍ତି l ଏହି ଯାତ୍ରା ଦେଶର ପ୍ରତ୍ୟେକ କୋଣକୁ ଯାଇ କୃଷକମାନଙ୍କୁ MFOI ବିଷୟରେ ଅବଗତ କରାଇବ ଏବଂ ସେମାନଙ୍କୁ କୃଷକମାନଙ୍କ ପାଇଁ ସର୍ବ ବୃହତ ପୁରସ୍କାର ପ୍ରଦର୍ଶନୀକୁ ଆସିବାକୁ ନିମନ୍ତ୍ରଣ ମଧ୍ୟ କରିବ l
ଅଧିକ ପଢ଼ନ୍ତୁ
Share your comments