STIHL ସହଭାଗିତାରେ 'MFOI, VVIF କିସାନ ଭାରତ ଯାତ୍ରା' ମଧ୍ୟପ୍ରଦେଶର ସେଓନି ଜିଲ୍ଲାରେ ପହଞ୍ଚିଛି l ଏହି ଯାତ୍ରା ମାଧ୍ୟମରେ କୃଷକମାନେ ମହିନ୍ଦ୍ରା ଟ୍ରାକ୍ଟର ଦ୍ୱାରା ପ୍ରାୟୋଜିତ କୃଷି ଜାଗରଣ ଦ୍ୱାରା ଆୟୋଜିତ ' ମିଲେନିୟର୍ ଫାର୍ମର୍ ଅଫ୍ ଇଣ୍ଡିଆ ପୁରସ୍କାର' ବିଷୟରେ ସଚେତନ କରୁଛନ୍ତି ଚାଷୀଙ୍କୁ । ତେବେ ଏହି ଯାତ୍ରା ପଶ୍ଚିମ ଏବଂ ମଧ୍ୟ ଭାରତ ଦେଇ ଗତି କରୁଛି l ଏହା ମଧ୍ୟପ୍ରଦେଶର ସେଓନି ଜିଲ୍ଲାରେ ଅବସ୍ଥିତ ଧାନୋରା ଏବଂ ପାଣ୍ଡିୱାଡା ଗ୍ରାମକୁ ଗସ୍ତ କରିଥିଲା ଯେଉଁଠାରେ ଏହି ଯାତ୍ରା କୃଷି ଉତ୍କର୍ଷର ପଥ ପରିଷ୍କାର କରିଛି ।
ଏହି ଯାତ୍ରାର ପ୍ରତ୍ୟେକ ଷ୍ଟପ୍ରେ କୃଷି ଜାଗରଣ ଟିମ କୃଷକମାନଙ୍କୁ ମହିନ୍ଦ୍ରା ଟ୍ରାକ୍ଟରଙ୍କ ଦ୍ୱାରା ପ୍ରାୟୋଜିତ ' ମିଲେନିୟର୍ ଫାର୍ମର୍ ଅଫ୍ ଇଣ୍ଡିଆ ପୁରସ୍କାର' ସହିତ ପରିଚିତ କରାଇଥିଲେ, ଯାହା କୃଷି ସମ୍ପ୍ରଦାୟର ନିରନ୍ତର ଉଦ୍ୟମକୁ ତଥା ନିରନ୍ତର ଉତ୍ସର୍ଗକୁ ପାଳନ କରିବାକୁ ଲକ୍ଷ୍ୟ ରଖିଛି । ଯାତ୍ରା ସମୟରେ, STIHL ଏକ ନିରନ୍ତର ସାଥୀ ହୋଇ କୃଷକମାନଙ୍କୁ ଆଧୁନିକ କୃଷି ଉପକରଣ ସହିତ କୃଷି ପ୍ରଣାଳୀକୁ ଶୃଙ୍ଖଳିତ କରିବା ପାଇଁ ପରିକଳ୍ପନା କରିଥିଲା l
ମଧ୍ୟପ୍ରଦେଶର ସେଓନି ଜିଲ୍ଲାରେ 'MFOI, VVIF କିସାନ ଭାରତ ଯାତ୍ରା'ର ସଫଳତା ସୀତାରାମ ଯାଦବଙ୍କ ପରି କୃଷକ ତଥା ଧନୋରା ପ୍ରଗତିଶୀଳ କୃଷକ ଉତ୍ପାଦକ ଭଳି ସଂଗଠନର ବିପୁଳ ସମର୍ଥନ ଏବଂ ସହଯୋଗ ଯୋଗୁଁ ସଫଳ ହୋଇଥିଲା ।
ମହିନ୍ଦ୍ରା ଟ୍ରାକ୍ଟର ଦ୍ୱାରା ପ୍ରାୟୋଜିତ 'MFOI ପୁରସ୍କାର' ସମ୍ପର୍କରେ -
ମହିନ୍ଦ୍ରା ଟ୍ରାକ୍ଟର ଦ୍ୱାରା ପ୍ରାୟୋଜିତ ମିଲେନିୟର୍ ଫାର୍ମର୍ (MFOI) ପୁରସ୍କାର ସେହି ଭାରତୀୟ କୃଷକମାନଙ୍କ ପାଇଁ, ଯେଉଁମାନେ ସେମାନଙ୍କର ଆୟକୁ ଦ୍ୱିଗୁଣିତ କରିନାହାଁନ୍ତି ବରଂ ସେମାନଙ୍କର ନିରନ୍ତର ଉଦ୍ୟମ ଏବଂ ଅଭିନବ କୃଷି ଅଭ୍ୟାସ ମାଧ୍ୟମରେ ସଫଳତା ହାସଲ କରିଛନ୍ତି l ଏହା ହେଉଛି ଧନୀ ତଥା ପ୍ରଗତିଶୀଳ କୃଷକ ତଥା କେତେକ କୃଷି ଶୀର୍ଷ କର୍ପୋରେଟରଙ୍କୁ ଏକ ଛାତ ତଳେ ଏକାଠି କରି ଭାରତର କୃଷି ତଥା ସହଯୋଗୀ କ୍ଷେତ୍ରର ପ୍ରକୃତ ହିରୋ ମାନଙ୍କୁ ସମ୍ମାନ ଏବଂ ସମ୍ମାନିତ କରିବା l ଆହୁରି ମଧ୍ୟ, ଏହି କୃଷକମାନେ ବିଶ୍ୱରେ ନିଜର ସ୍ୱତନ୍ତ୍ର ପରିଚୟ ପାଇପାରିବେ l
MFOI ପୁରସ୍କାର 2024 କେବେ ଏବଂ କେଉଁଠାରେ ଅନୁଷ୍ଠିତ ହେବ?
କୃଷି ଜାଗରଣ ଦ୍ୱାରା MFOI 2024 ଆୟୋଜନ କରିବାକୁ ଯାଉଛନ୍ତି l ଯାହାକି ଚଳିତ ବର୍ଷ ଶେଷରେ ଅର୍ଥାତ୍ ଡିସେମ୍ବର ୨୦୨୪ (୧ ରୁ ୩ ଡିସେମ୍ବର) ରେ ନୂଆଦିଲ୍ଲୀରେ ଆୟୋଜିତ ହେବ l MFOI 2024 ପାଇଁ ପ୍ରସ୍ତୁତି ଆରମ୍ଭ ହୋଇସାରିଛି l କୃଷି ଜାଗରଣ ମଧ୍ୟ କିସାନ ଭାରତ ଯାତ୍ରା (MFOI କିସାନ ଭାରତ ଯାତ୍ରା) ମାଧ୍ୟମରେ କୃଷକମାନଙ୍କୁ ସଚେତନ କରାଉଛନ୍ତି l ଏହି ଯାତ୍ରା ଦେଶର ପ୍ରତ୍ୟେକ କୋଣକୁ ଯାଇ କୃଷକମାନଙ୍କୁ MFOI ବିଷୟରେ ଅବଗତ କରାଇବ ଏବଂ ସେମାନଙ୍କୁ କୃଷକମାନଙ୍କ ପାଇଁ ସର୍ବ ବୃହତ ପୁରସ୍କାର ପ୍ରଦର୍ଶନୀକୁ ଆସିବାକୁ ନିମନ୍ତ୍ରଣ କରିବା ଭଳି କାର୍ଯ୍ୟ କରୁଛି l
ଅଧିକ ପଢ଼ନ୍ତୁ
ମିଲେନିୟର୍ ଫାର୍ମର୍ ଅଫ୍ ଇଣ୍ଡିଆ: ୧ ରୁ ୩ ଡିସେମ୍ବର ମଧ୍ୟରେ ଅନୁଷ୍ଠିତ
'MFOI, VVIF Kisan Bharat Yatra: କୃଷି ଜାଗରଣ ପତ୍ରିକା ସହ ଚାଷୀ ହେଲେ ପରିଚିତ
Share your comments