1. କୃଷି ଖବର

ଟମାଟୋ ପରେ ଏବେ କନ୍ଦାଇବ କ୍ଷୀର, ଆଜିଠୁ ଲାଗୁ ହେଲା

ଦେଶରେ କିଛି ରାଜ୍ୟରେ ମୌସୁମୀ ବର୍ଷା ଜାରି ରହିଛି l ଅନ୍ୟପଟେ ଦେଶର ବର୍ଷା ବିତ୍ପାତ ଯୋଗୁଁ କ୍ଷତି ହେଲାଣି ଅନେକ ଚାଷ ଯେଉଁଥିପାଇଁ ବଢିଛି ପରିବା ଚାଷ l ପାରିବ ଠାରୁ ଆରମ୍ଭ କରି ଖାଦ୍ୟ ଶସ୍ୟ , ମସଲା ଜାତୀୟ ଏବଂ ଚାଉଳ , ଡାଲି ଦ୍ୱାରା ଏବେ ଆକାଶ ଛୁଆଁ ହୋଇଛି l

Tanushree Mahapatra
Tanushree Mahapatra
Milk price hike , image source - .pexels.com

Milk price hike , image source - .pexels.com

ଦେଶରେ କିଛି ରାଜ୍ୟରେ ମୌସୁମୀ ବର୍ଷା ଜାରି ରହିଛି l ଅନ୍ୟପଟେ ଦେଶର ବର୍ଷା ବିତ୍ପାତ ଯୋଗୁଁ କ୍ଷତି ହେଲାଣି ଅନେକ ଚାଷ ଯେଉଁଥିପାଇଁ ବଢିଛି ପରିବା ଚାଷ l ପାରିବ ଠାରୁ ଆରମ୍ଭ କରି ଖାଦ୍ୟ ଶସ୍ୟ , ମସଲା ଜାତୀୟ ଏବଂ ଚାଉଳ , ଡାଲି ଦ୍ୱାରା ଏବେ ଆକାଶ ଛୁଆଁ ହୋଇଛି l ଯାହାକୁ ନେଇ ଖାଉଟି ଆସନ୍ତି ପ୍ରକାଶ କରିଛନ୍ତି l ତେବେ ଏହି ସବୁ ଖାଦ୍ୟ ପଦାର୍ଥର ଦର ନିୟନ୍ତ୍ରଣ କରିବା ପାଇଁ ସରକାର ନିଜ ଉଦ୍ୟମ ଜାରି ରଖିଛନ୍ତି l ବଜାରରେ ଏବେ ଏହିପରି ଦର ବଢୁଥିବାବେଳେ ଆଉ ଏକ ଖବର ଆସିଛି l ବଢିଛି ନିତ୍ୟ ବ୍ୟବହାର୍ଯ୍ୟ କ୍ଷୀର ଦର l

ଏବେ ଟମାଟୋର ମହଙ୍ଗା ମାଡ଼କୁ ନେଇ ଦେଶବାସୀ କଲବଲ ହେଉଥିବାବେଳେ ବଢିଛି କ୍ଷୀର ଦର । ଦେଶର ଅଧିକାଂଶ ରାଜ୍ୟରେ ଟମାଟୋ ଦର ଏବେ କେଜି ପିଛା ୧୦୦ ଟପିଥିବା ବେଳେ ଅନେକ ସ୍ଥାନରେ ୨୦୦ରୁ ୩୦୦ ଟଙ୍କା ମଧ୍ୟରେ ବିକ୍ରି କରାଯାଉଛି । ଜନତାଙ୍କୁ ଶସ୍ତାରେ ଟମାଟୋ ଯୋଗାଇଦେବା ପାଇଁ କେନ୍ଦ୍ର ସରକାର ନିକଟରେ କମ୍ ଦରରେ ଟମାଟୋ ବିକ୍ରି ମଧ୍ୟ ଆରମ୍ଭ କରିଛନ୍ତି । ଯେଉଁଥିରେ କିଛି ରାଜ୍ୟର ଲୋକଙ୍କୁ କମ ଦାମରେ ଏହା ଉପଲବ୍ଧ କରାଯାଉଛି l ତେବେ ଏହା ମଧ୍ୟରେ ପୁଣି ଏକ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ମହଙ୍ଗା ହୋଇଯାଇଛି ଯାହାକୁ ଚିନ୍ତା ପ୍ରକାଶ କରୁଛନ୍ତି ଗ୍ରାହକ ।

ସୂଚନା ଅନୁଯାୟୀ, ଆଜିଠାରୁ କର୍ଣ୍ଣାଟକ ସରକାର ନନ୍ଦିନୀ କ୍ଷୀରର ମୂଲ୍ୟ ଲିଟର ପିଛା ୩ ଟଙ୍କା ବଢ଼ାଇଛନ୍ତି ଯାହାକି ଆଜିଠାରୁ ଏହି ରାଜ୍ୟରେ ଲାଗୁ କରାଯିବ । ତେବେ କ୍ଷୀର ଲିଟର ପିଛା ୫ ଟଙ୍କା ବଢ଼ାଇବା ପାଇଁ କର୍ଣ୍ଣାଟକ ମିଲକ ଫେଡେରେସନ ପକ୍ଷରୁ ପ୍ରସ୍ତାବ ଆଗତ କରାଯାଇଥିଲା ଯାହାକୁ ମଞ୍ଜୁରୀ ମିଳିଛି ଏବଂ ବଢିଛି କ୍ଷୀର ଦର । ମାତ୍ର ରାଜ୍ୟର ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଶେଷରେ ୩ ଟଙ୍କା ଦର ବୃଦ୍ଧି କରିଥିଲେ କ୍ଷୀର ଦର । ଏନେଇ ଗତ ମାସ ୨୧ ତାରିଖରେ ହୋଇଥିବା ମୁଖ୍ୟମନ୍ତ୍ରୀ ଓ କେଏମଏମ ମଧ୍ୟରେ ଅନୁଷ୍ଠିତ ବୈଠକରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇଥିବା ସୂଚନା ରହିଥିଲା ।

ଏହି ଦର ବୃଦ୍ଧି ପରେ ଏବେ ଗ୍ରାହକଙ୍କ ମୁଣ୍ଡରେ ଚଡ଼କ ପଡିଛି । କାରଣ କ୍ଷୀର ମୂଲ୍ୟ ବୃଦ୍ଧି ହେବା ଫଳରେ ଏଥିରୁ ପ୍ରସ୍ତୁତ ଚା’, ପନିର, ଦହି, ଛେନା ପରି ଅନ୍ୟ ଦୁଗ୍ଧ ଜାତୀୟ ସାମଗ୍ରୀର ମୂଲ୍ୟ ମଧ୍ୟ ବୃଦ୍ଧି ପାଇବାର ସମ୍ଭାବନା ସୃଷ୍ଟି ହୋଇଛି । କମ୍ପାନୀର କହିବା ଅନୁଯାୟୀ , ୩୯ ଟଙ୍କାରେ ବିକ୍ରି ହେଉଥିବା କ୍ଷୀର ବର୍ତ୍ତମାନ ୪୨ ଟଙ୍କା ଲିଟରରେ ବିକ୍ରି ହେବ । ଅନ୍ୟାନ୍ୟ ସ୍ଥାନରେ ସମାନ ୫୪ ରୁ ୫୬ ଟଙ୍କା ମଧ୍ୟରେ ବିକ୍ରି ହୋଇଥାଏ । ତେବେ ସେହିପରି ତାମିଲନାଡୁରେ ଏହାର ମୂଲ୍ୟ ଲିଟର ପିଛା ୪୪ ଟଙ୍କା ରହିଛି । ନିକଟରେ କିଛି ଦିନ ହେବ ପନିପରିବା ଦର ଆକାଶ ଛୁଆଁ ହୋଇଥିଲା ଯେଉଁଥିରେ ଏବେ ପରିବର୍ତ୍ତନ ହୋଇଛି । ବର୍ତ୍ତମାନ ମଧ୍ୟ ଏମିତି ସ୍ଥାନ ରହିଛି ଯେଉଁଠିଦର ଅଧିକ ରହିଛି । ବିଶେଷ କରି ଟମାଟୋ ଦର ବୃଦ୍ଧି ପାଇଁ ଅନେକ ଅସନ୍ତୋଷ ପ୍ରକାଶ କରୁଛନ୍ତି । କେବଳ ଟମାଟୋ ନୁହେଁ ଅନ୍ୟ ପନିପରିବା ଦର ମଧ୍ୟ ସାଧାରଣ ଜନତାଙ୍କୁ ଖୁବ ବାଧୁଥିବା ଅଭିଯୋଗ କରିଛନ୍ତି । ଏହାରି ମଧ୍ୟରେ କ୍ଷୀର ଦର ବଢିବା ଆଉ ଏକ ଚିନ୍ତାର ବିଷୟ l

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments