1. କୃଷି ଖବର

Milk quality: ରାଜ୍ୟର ୩୦ ପ୍ରତିଶତ କ୍ଷୀର ନମୂନା ନିମ୍ନମାନର

କାରଣ ୩୦ ପ୍ରତିଶତ କ୍ଷୀରର ନମୂନା ନିମ୍ନମାନର l କ୍ଷୀରରେ ରହିଥିବା ‘ଆଫ୍ଲାଟକ୍ସିନ’ ଫଙ୍ଗସକୁ ନେଇ ବିଶେଷଜ୍ଞମାନେ ଚିନ୍ତାବ୍ୟକ୍ତ କରିଛନ୍ତି ।

Tanushree Mahapatra
Tanushree Mahapatra
milk quality report of odisha , image source - pexels.com

milk quality report of odisha , image source - pexels.com

ପ୍ରତିଦିନ କ୍ଷୀର ସମସ୍ତଙ୍କ ଜୀବନରେ ଆବଶ୍ୟକରେ ପଡ଼େ l କ୍ଷୀର ଆମର ଜଣେ ମଣିଷର ପୋଷଣର ଆବଶ୍ୟକତାକୁ ପୂରଣ କରିବାରେ ଏକ ପ୍ରମୁଖ ଭୂମିକା ନିର୍ବାହ କରେ । ଯାହା ଛୋଟ ଛୁଆରୁ ଆରମ୍ଭ କରି ବୃଦ୍ଧ ପର୍ଯ୍ୟନ୍ତ ସମସ୍ତଙ୍କୁ ଆବଶ୍ୟକ ପଡିଥାଏ ଦୈନନ୍ଦିନ ଜୀବନରେ l ତେବେ ପିଉଥିବା କ୍ଷୀରର ବିଶୁଦ୍ଧତାକୁ ନେଇ ଆସିଛି ଏକ ଭୟଙ୍କର ରିପୋର୍ଟ । କ୍ଷୀରରେ କେବଳ ଅପମିଶ୍ରଣ ହେଉ ନାହିଁ ଏବେ ଏହା ଅନ୍ୟ ଦିଗକୁ ଗତି କରୁଥିବା ଦେଖିବାକୁ ମିଳିଛି l ପ୍ରତିଦିନ ପିଉଥିବାଜ କ୍ଷୀର ଶୁଦ୍ଧତା ବିଷାକ୍ତ ଆଡ଼କୁ ଚାଲିଗଲାଣି । ତେବେ ନିକଟରେ ଜାତୀୟ ସ୍ତରରେ କରାଯାଇଥିବା ଏକ ସର୍ବେକ୍ଷଣରୁ ଆସିଛି ଏଭଳି ଏକ ଚିନ୍ତାଜନକ ତଥ୍ୟ  ।

ରାଜ୍ୟରେ ଅନେକ ସ୍ଥାନରେ ଚାଷୀ ଚାଷ କରିବା ସହିତ ଗୋପଳନ ମଧ୍ୟ କରୁଛି l ନିଜ ଖାଇବା ସହିତ ବଜାରରେ ମଧ୍ୟ ବିକ୍ରି କରୁଛନ୍ତି ଉତ୍ପାଦିତ କ୍ଷୀରକୁ l ଆଉ କିଛି ଲୋକ ବେପାର କରିବା ଉଦ୍ଦେଶ୍ୟରେ କ୍ଷୀର ଉତ୍ପାଦନ କରୁଛନ୍ତି l ତେବେ ଆସିଥିବା ଏକ ରିପୋର୍ଟ ଅନୁଯାୟୀ ବିକ୍ରି ହେଉଥିବା କ୍ଷୀର ଅତି ନିମ୍ନମାନର ଥିବା ଦର୍ଶାଯାଇଛି l କାରଣ ୩୦ ପ୍ରତିଶତ କ୍ଷୀରର ନମୂନା ନିମ୍ନମାନର l କ୍ଷୀରରେ ରହିଥିବା ‘ଆଫ୍ଲାଟକ୍ସିନ’ ଫଙ୍ଗସକୁ ନେଇ ବିଶେଷଜ୍ଞମାନେ ଚିନ୍ତାବ୍ୟକ୍ତ କରିଛନ୍ତି ।

କାରଣ ଯଦି ରିପୋର୍ଟକୁ ଦେଖାଯିବା ତେବେ ପ୍ରତି ୧୦ ଲିଟରରୁ ପ୍ରାୟ ଗୋଟିଏ ଲିଟର କ୍ଷୀର ପିଇବା ଅନୁପଯୋଗୀ ହୋଇପଡିଥିବା କୁହାଯାଉଛି । ଆଉ କ୍ଷୀରରେ ଏହି ଆଫ୍ଲାଟକ୍ସିନ ରହିବା ଦ୍ୱାରା ତାହା ଛୋଟ ପିଲାଙ୍କ କ୍ଷେତ୍ରରେ ପେଟ ରୋଗ ବଢ଼ାଉଥିବା କୁହାଯାଇଛି । ଆଉ ଏହି ପାଳ ବା କୁଟାରେ ଆଫ୍ଲାଟକ୍ସିନ ଫଙ୍ଗସ୍ ସୃଷ୍ଟି ହୋଇଥାଏ ଯାହା ପ୍ରତିଦିନ ଗାଈଙ୍କୁ ଖାଦ୍ୟ ରୂପେ ଦିଆଯାଉଛି । ବିଶେଷ କରି ବର୍ଷାଦିନେ ପଚି ଯାଇଥିବା ନଡ଼ାରେ ଏହି ଫଙ୍ଗସ ଅଧିକ ଦେଖିବାକୁ ମିଳୁଛି l ତେବେ ଗୋପାଳକମାନେ କିମ୍ବା ବ୍ୟବସାୟୀମାନେ ଏନେଇ ଅଜ୍ଞ ରହିଥିବା ବେଳେ ନିମ୍ନମାନର ନଡ଼ାକୁ ଗାଈ ଏବଂ ମଇଁଷିଙ୍କୁ ଖାଇବାକୁ ଦେଇଥାନ୍ତି ପ୍ରତିଦିନ।

ନଡ଼ାରେ ଥିବା ଏହି ମାରାତ୍ମକ ଫଙ୍ଗସର ଉପସ୍ଥିତି କ୍ଷତିକାରକ ହୋଇଥାଏ ପଶୁଙ୍କ ପାଇଁ । ତେଣୁ ପ୍ରତିଦିନ ଗାଈଗୋରୁଙ୍କୁ ସବୁଜ ଚାରା ଦେବାର ନିହାତି ଆବଶ୍ୟକତା ରହିଛି । ଯାହାଦ୍ୱାରା ସେମାନେ ଦେଉଥିବା କ୍ଷୀର ଉଚ୍ଚମାନର ହେବା ସହିତ ପଶୁଙ୍କ ସ୍ୱାସ୍ଥ୍ୟ ମଧ୍ୟ ଭଲ ରହିବ l

ତେବେ ଏ ନେଇ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି)ର ଜଣେ ପ୍ରଫେସରଙ୍କ କହିବା ଅନୁଯାୟୀ, ପଚିସଢ଼ି ଯାଇଥିବା ନଡ଼ାରେ ଆଫ୍ଲାଟକ୍ସିନ ଫଙ୍ଗସ ଥାଏ । ଯାହା ପଶୁଙ୍କ ପାଇଁ କ୍ଷତିକାରକ l ତେଣୁ ଚାଷୀ ଓ ଗୋପାଳକଙ୍କୁ ବର୍ଷାଦିନେ ନଡ଼ାକୁଟାକୁ ପାଣିରେ ଧାଇ ସାରିବା ପରେ ଖରାରେ ଶୁଖାଇ ଗାଈଗୋରୁଙ୍କୁ ଦେବା ନେଇ ସଚେତନତା ମଧ୍ୟ କରାଯାଉଛି । କାରଣ ରାଜ୍ୟରେ ଉପଲବ୍ଧ ହେଉଥିବା କ୍ଷୀରରେ କେତେ ପରିମାଣରେ ଆଫ୍ଲାଟକ୍ସିନ ରହିଛି ସେ ବାବଦରେ କିଛି ତଥ୍ୟ ନାହିଁ । କିନ୍ତୁ , ଗୋପାଳକମାନେ ବିକ୍ରି କରୁଥିବା କ୍ଷୀରକୁ ସଂଗ୍ରହ କରି ଏକ ପରୀକ୍ଷା କରାଗଲେ ଏହା ସ୍ପଷ୍ଟ ହୋଇ ପାରନ୍ତା ।

ତେବେ ଆଫ୍ଲାଟକ୍ସିନ ଯୁକ୍ତ କ୍ଷୀର ସେବନ କରିବା ଫଳରେ ରୋଗ ଅଧିକ ହେବାର ସମ୍ଭାବନା ଦେଖିବାକୁ ମିଳିବ l ରୋଗ ପ୍ରତିଷେଧକ କମ୍ ଥିବା ଶିଶୁଙ୍କଠାରେ ଏଭଳି କ୍ଷୀର ଫଙ୍ଗଲ ଡାଇରିଆ, ଅପପୁଷ୍ଟି, ଓଜନ ହ୍ରାସ ଭଳି ସମସ୍ୟା ଦେଖାଦେବାର ଆଶଙ୍କା ଅଧିକ ରହିଥାଏ । ଗତ ୨ ବର୍ଷରେ ପରୀକ୍ଷା ହୋଇଥିବା କ୍ଷୀର ନମୂନାରେ ଓଡ଼ିଶାର ସ୍ଥିତି ସେତେଟା ଭଲ ନଥିଲା । ତେବେ ନିକଟରେ ହୋଇଥିବା ଦେଶବ୍ୟାପୀ କ୍ଷୀର ନମୂନା ପରୀକ୍ଷାର ଫଳାଫଳ ତୁଳନାରେ ଓଡ଼ିଶାର ସ୍ଥିତି ଅପେକ୍ଷାକୃତ ଭଲ ରହିଥିବା ଭାରତୀୟ ଖାଦ୍ୟ ସୁରକ୍ଷା ଓ ମାନକ କର୍ତ୍ତୃପକ୍ଷ (FSSAI) ପକ୍ଷରୁ ସୂଚନା ଦେଇ କୁହାଯାଇଛି ।

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments