
Millet café will be opened in lok seva bhawan
ଜାତୀୟ ତଥା ଅନ୍ତର୍ଜାତୀୟସ୍ତରରେ ମିଲେଟ୍ ଉତ୍ପାଦନ ତଥା ବ୍ୟବହାର ପାଇଁ ପ୍ରଚାର ପ୍ରସାର କ୍ଷେତ୍ରରେ ଓଡ଼ିଶା ଆଗରେ ରହିଛି। କୃଷି ଓଡ଼ିଶାରେ ମିଲେଟ୍ ଏବେ ‘ମାସ୍କଟ’ ଭାବେ ପରିଚିତ। ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ମାଣ୍ଡିଆର ପ୍ରଚାର ପ୍ରସାର ଓ ଖାଦ୍ୟ ଥାଳିରେ ଲଘୁ କ୍ଷୁଦ୍ରଶସ୍ୟର ପୁନରୁଦ୍ଧାର ପାଇଁ ୨୦୧୭ ମସିହାରେ ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଥିଲା ‘ଓଡ଼ିଶା ମିଲେଟ୍ ମିଶନ୍’।
ଜାତିସଂଘ ଦ୍ୱାରା ୨୦୨୩କୁ ଅନ୍ତର୍ଜାତୀୟ ମିଲେଟ୍ ବର୍ଷ ଭାବରେ ଘୋଷଣା କରାଯାଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ଅନ୍ତର୍ଜାତୀୟ ମିଲେଟ୍ ବର୍ଷକୁ ସକ୍ରିୟ ଭାବରେ ପାଳନ କରିବା ସହିତ ମିଲେଟ୍ ବ୍ୟବହାରର ପୁନଃମୂଲ୍ୟାୟନ ଦିଗରେ ପଦକ୍ଷେପ ନିଆଯାଇଛି।
ଏହାରି ଅଧୀନରେ ପୁଷ୍ଟିଶସ୍ୟ ଚାଷକୁ ସରକାର ପ୍ରୋତ୍ସାହନ ଦେବା ସହିତ ଏହାକୁ ଚାଷଜମିରୁ ଖାଦ୍ୟ ଥାଳି ପର୍ଯ୍ୟନ୍ତ ନେବା ପାଇଁ ବିଭିନ୍ନ ପଦକ୍ଷେପ ନେଉଛନ୍ତି । ରାଜ୍ୟ ସରକାର ମିଳଲେଟ ଚାଷୀଙ୍କୁ ସମସ୍ତ ସାହାଯ୍ୟ ମଧ୍ୟ କରୁଛନ୍ତି ଚାଷ କାର୍ଯ୍ୟ ପାଇଁ l ଏବେ ରାଜ୍ୟ ର ମିଲେଟ ଆଉ ରାଜ୍ୟ ଭିତରେ ସୀମିତ ହୋଇ ରହିନାହିଁ ଏହା ରାଜ୍ୟ ବାହାରକୁ ରପ୍ତାନି ହେବା ସହିତ ବିଦେଶ କୁ ମଧ୍ୟ ରପ୍ତାନି ଆରମ୍ଭ କରାଯାଇଛି l ଯାହା ଚାଷୀଙ୍କୁ ଆହୁରି ଉତ୍ସାହିତ କରିଛି ଚାଷ କାର୍ଯ୍ୟ ପାଇଁ l
ମାଣ୍ଡିଆ ବା ମିଲେଟ ଦେହକୁ ଭଲ, ଖାଇବାକୁ ଭାରି ସ୍ବାଦିଷ୍ଟ । ଏଥିପାଇଁ ତ, ଏବେ ସବୁଠି ମାଣ୍ଡିଆରୁ ପ୍ରସ୍ତୁତ ଖାଦ୍ୟର ବଢ଼ିଛି ଆଦର । ଯାହା ମହିଳାଙ୍କୁ ଦେଇଛି ରୋଜଗାର । ସ୍ନାକ୍ସ ଆଇଟମ ଠାରୁ ଆରମ୍ଭ କରି ରସଗୋଲା, ଲଡୁ, ମଣ୍ଡା, କାକରା, ପୁରୀ, ପକୁଡ଼ି ସବୁ ତିଆରି ହୋଇ ପାରୁଛି ମାଣ୍ଡିଆରୁ । ଦେଖିବାକୁ ମିଳିଛି ଯେ ମାଲକାନଗିରି ଜିଲ୍ଲାର ମହିଳା ସଦସ୍ୟାମାନେ ମାଣ୍ଡିଆରୁ ଖାଦ୍ୟ ପ୍ରସ୍ତୁତ କରି ବଜାରରେ ବିକ୍ରି କରୁଛନ୍ତି ଯାହା ପାଇଁ ସେମାନେ ବ୍ୟାଙ୍କରୁ ଋଣ ନେଉଛନ୍ତି । ଏହାର ଆଦର ବଢୁଥିବାରୁ ଅଧିକ ଅର୍ଡର ବି ଆସୁଛି ଲୋକଙ୍କ ପାଖରୁ । ଘର କାମ ସାରି ଘରେ ବସି ରହୁଥିବା ମହିଳାଙ୍କ ହାତ ଏବେ ମାଣ୍ଡିଆ ଯୁକ୍ତ ଖାଦ୍ୟ ପ୍ରସ୍ତୁତିରେ ପୁରା ବ୍ୟସ୍ତ ରହୁଛି । ଆଉ ବେକାର ବସୁ ନାହାନ୍ତି ମହିଳା l
ଆଉ ଏବେ ରାଜ୍ୟ ସରକାର ମିଲେତକୁ ପ୍ରାଧାନ୍ୟ ଦେଇ ଆଉ ଏକ ପଦକ୍ଷେପ ନେଇଛନ୍ତି l ଯାହା ହେଉଛି ଲୋକସେବା ଭବନ ପରିସରରେ ଖୋଲିବାକୁ ଯାଉଛି ‘ମିଲେଟ୍ ଶକ୍ତି କାଫେ’। ଆସନ୍ତା ଅକ୍ଷୟ ତୃତୀୟା ଅର୍ଥାତ ୨୩ ତାରିଖରେ ଏହାର ଶୁଭାରମ୍ଭ ହେବ । ଭବନକୁ ଆସୁଥିବା କର୍ମଚାରୀ ଏବଂ ପରିଦର୍ଶକଙ୍କ ମଧ୍ୟରେ ପୁଷ୍ଟିଶସ୍ୟକୁ ପ୍ରୋତ୍ସାହିତ କରିବା ପାଇଁ ଏଭଳି ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ନିଆଯାଇଛି ରାଜ୍ୟ ସରକାରଙ୍କ ଦ୍ୱାରା । ଏହି କାଫେର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପୁଷ୍ଟିଶସ୍ୟରୁ ପ୍ରସ୍ତୁତ ବିଭିନ୍ନ ଖାଦ୍ୟକୁ ଅଧିକରୁ ଅଧିକ ବ୍ୟାପକ କରିବା ପାଇଁ ଓଡ଼ିଶା ମିଲେଟ୍ସ ମିଶନ କାର୍ଯ୍ୟରତ ଯାହା ଚାଷୀଙ୍କୁ ଏବେ ଉଚିତ ରୋଜଗାର ମଧ୍ୟ ଯୋଗାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ସୁନ୍ଦରଗଡ, କେନ୍ଦୁଝର, ପୁରୀ ଗୋଲ୍ଡେନ ବିଚ୍ ଏବଂ କଟକ ବାରବାଟୀ ପ୍ୟାଲେସଠାରେ ମିଲେଟ୍ ଶକ୍ତି କାଫେ ଖୋଲାଯାଇଛି । ଭୁବନେଶ୍ୱର ବିମାନ ବନ୍ଦର ଏବଂ କଳିଙ୍ଗ ଷ୍ଟାଡିଅମରେ ଅଛି ମିଲଲେଟ କାଫେ । ଲୋକସେବା ଭବନ ମିଲେଟ କାଫେ ପରିଚାଳନା କରିବେ SHG ର ମହିଳା ।
Share your comments