1. କୃଷି ଖବର

ବାଜରା ଚାଷ: ଏହି ସ୍ଥାୟୀ ଫସଲକୁ କେମିତି ବଢାଇବେ, ଜାଣନ୍ତୁ...

ସଠିକ୍ ଉପକରଣ, ସାର, ଏବଂ ସଠିକ୍ ପରିଚାଳନା ସହିତ ମିଲେଟ ଫସଲର ବୃଦ୍ଧି ସହଜ ଅଟେ । ଘାସ ପରିଚାଳନାଠାରୁ ଆରମ୍ଭ କରି ଅମଳ ପର୍ଯ୍ୟନ୍ତ, ମିଲେଟ ଉତ୍ପାଦନ କରିବା କଷ୍ଟସାଧ୍ୟ ନୁହେଁ ବୋଲି ଆମେ ଭାବୁଛୁ ।

Shuvanshu Kar
Shuvanshu Kar
Millet farmer

Millet farmer

ମିଲେଟ୍ କୌଣସି ଶୁଷ୍କ ମାଟି ପାଇଁ ଉପଯୁକ୍ତ ଏକ ଅତ୍ୟଧିକ କମ ହେଲେ ସହଜରେ ଅମଳ ହୋଇପାରୁଥିବା ସ୍ଥାୟୀ ଫସଲ । ଏହା ଅତ୍ୟଧିକ ଛୋଟ ବିହନ ବିଶିଷ୍ଟ ଘାସର ଏକ ସମୁହ, ଯାହା ସାରା ବିଶ୍ବରେ ଶସ୍ୟ ରୂପେ ଅଉତ୍ପାଦନ କରାଯାଇଥାଏ । ମିଲେଟର ପୋଷକ ତତ୍ତ୍ବରେ ପରିପୂର୍ଣ୍ଣ ସଂରଚନା ଏହାକୁ ଅନେକ ସ୍ବାସ୍ଥ୍ୟ ସମସ୍ୟାରୁ ବଞ୍ଚାଇବା ଓ ସୁସ୍ଥ ରଖିବାରେ ସକ୍ଷମ ହୋଇଥାଏ ।

ମିଲେଟକୁ ସେହି ସମସ୍ତ କ୍ଷେତ୍ରରେ ଚାଷ କରାଯାଇପାରିବ, ଯେଉଁଠି ଅନ୍ୟ  ଗହମ ଭଳି ଶସ୍ୟ ଅତ୍ୟଧିକ ଅନୁପଯୋଗୀ ଜଳବାୟୁରେ ବଢିପାରେ ନାହିଁ । ଗ୍ରୀଷ୍ମକାଳୀନ ବାର୍ଷିକ ପର୍ଲ ମିଲେଟକୁ ସବୁଠୁ ଉତ୍ତମ କିସମ ବୋଲି ବିବେଚନା କରାଯାଏ, କାରଣ ଏହା ଦୈତ ଫସଲ ଓ ନିୟମିତ ଆବର୍ତ୍ତନ ସହିତ ଉତ୍ତମ ରୂପେ ବଢିଥାଏ । ଭାରତରେ ମିଲେଟର ସବୁଠୁ ଅଧିକ ଚାଷ ଉତ୍ତର ପ୍ରଦେଶ, ପଞ୍ଜାବ, ଆନ୍ଧ୍ର ପ୍ରଦେଶ, ତାମିଲନାଡୁ, ରାଜସ୍ଥାନ, ମହାରାଷ୍ଟ୍ର ଓ ଗୁଜୁରାଟରେ କରାଯାଏ ।

ଯେଭଳି ଆମେ ଭାବୁ ସେଭଳି ମିଲେଟ ଚାଷ ଏତେ କଷ୍ଟ ନୁହେଁ  । ରୋପଣରୁ ନେଇ ଅମଳ ପର୍ଯ୍ୟନ୍ତ, ଯଦି ଚାଷୀ ସଠିକ ଉପକରଣ ଓ ଉର୍ବରକର ପ୍ରୟୋଗ କରେ ଓ ଆବଶ୍ୟକ ପଦକ୍ଷେପ ଉଠାଏ, ତାହେଲେ ମିଲେଟ ଚାଷ ଅତ୍ୟନ୍ତ ସୁବିଧାଜନ ହୋଇଥାଏ  । ଏଠାରେ ଆମେ ଆପଣଙ୍କୁ ମିଲେଟ ଚାଷର ପ୍ରକ୍ରିୟା ସମ୍ପର୍କରେ କହିବାକୁ ଚାହିଁବୁ  ।

Stihl’s MH 710 Power Tiller with the Plough attachment

Stihl’s MH 710 Power Tiller with the Plough attachment

ଘାସ ପରିଚାଳନା

ମିଲେଟକୁ ସବୁଠୁ ଅଧିକ କ୍ଷତି ପହଞ୍ଚାଉଥିବା ଘାସ କାଟି ଚାଷ ପାଇଁ କିଆରୀ ପ୍ରସ୍ତୁତ କରନ୍ତୁ  । ଏହା ପୋଷକ ତତ୍ତ୍ବ, ମାଟି, ଆଦ୍ରତା, ଆଲୋକ ଓ ଜମି ପାଇଁ ଫସଲ ସହିତ ପ୍ରତିସ୍ପର୍ଦ୍ଧା କରିଥାନ୍ତି  । ଏହାର ଫଳ ସ୍ବରୂପ କମ ଅମଳକ୍ଷମ, ସ୍ବଳ୍ପ ଶସ୍ୟର ଗୁଣବତ୍ତା ଓ ଉଚ୍ଚ ଉତ୍ପାଦନ ଆବଶ୍ୟକ ହୁଏ  ।  ଅନାବନା ଘାସ କୀଟ ଓ ରୋଗ ପୋକଙ୍କୁ ଆଶ୍ରୟ ଦେଇଥାଏ  । ଏଥିପାଇଁ କେବଳ ଜମି ପ୍ରସ୍ତୁତି ସମୟରେ ନୁହେଁ, ବରଂ ଫସଲ ବୃଦ୍ଧି ସମୟରେ ମଧ୍ୟ ଘାସ ପରିଚାଳନାର ଆବଶ୍ୟକତା ରହିଛି  ।

ମିଲେଟର ଘାସ ପରିଚାଳନା ପାଇଁ ମ୍ୟାନୁଆଲ ଓ ଯାନ୍ତ୍ରୀକ ପଦ୍ଧତି ବର୍ତ୍ତମାନସୁଦ୍ଧା ସବୁଠୁ ବ୍ୟାପକ ରୂପେ ପାଳନ କରାଯାଉଥିବା ପଦ୍ଧତି । ଚାଷୀ ମାଟିରୁ ସମସ୍ତ ଅନାବନା ଘାସ କାଟିବା ପାଇଁ ବ୍ରସ କଟରର ଉପଯୋଗ କରିପାରିବେ । ଷ୍ଟିଲର ଶକ୍ତିଶାଳୀ ଏଫଏସ 120(Stihl’s powerfulFS 120 ) ବ୍ରସ କଟର ବର୍ତ୍ତମାନ ବଜାରରେ ସର୍ବଶ୍ରେଷ୍ଠ ମଧ୍ୟରୁ ଗୋଟିଏ  । କାରଣ ଏହା ହାଲୁକା ଓ ଏହାର ବ୍ୟବହାର କରିବାରେ ସହଜ ଉପକରଣ ହୋଇଥାଏ  ।

ମିଲେଟ ପାଇଁ ଦୃଢ, ସଘନ ବିହନ କିଆରୀର ଆବଶ୍ୟକତା ହୋଇଥାଏ, ଯେଉଁଥିରେ ଅନାବନା ଘାସ ରହିବା ଉଚିତ ନୁହେଁ । ମାଟିକୁ ଭଲ ଭାବରେ ହଳ କରିବା ପାଇଁ ଗଭୀର ହଳର କରିବା ଦରକାର । ଏଥିପାଇଁ ଚାଷୀ ଷ୍ଟିଲର ଏମଏଚ 710 ପାଓ୍ବାର ଟିଲର(Stihl’s MH 710 Power Tiller)କୁ ହଳରେ ଲଗାଇପାରିବେ ।

ବିହନ ରୋପଣ

ପ୍ରୋସୋ ମିଲେଟ ପାଇଁ 20 ଏଲବି/ଏକର ରୋପଣ ହାରର ପରାମର୍ଶ ଦିଆଯାଏ  । ଫୋକ୍ସଟେଲ 2 ମିଲେଟ ରୋପଣ ଦର 15 ପାଉଣ୍ଡ ପ୍ରତି ଏକର ଅଟେ । ମିଲେଟ ସାଧାରଣତଃ ଏକ ଇଞ୍ଚ ଗଭୀରତାରେ ଶସ୍ୟର ଡ୍ରିଲ ସହିତ ରୋପଣ ହୋଇଥାଏ । ବିହନର ସାଧାରଣ ଆକାର ସତ୍ତ୍ବେ, ଯଦି କଠିନ ଆସ୍ତରଣ ଗଠନ ନହୁଏ, ତେବେ ଏହାର ଅତ୍ୟଧିକ ପ୍ରାଥମିକ ଆନ୍ତଃଗଣ୍ଠି ବୃଦ୍ଧି ଅଧିକ ଗଭୀର ହେବାର ସମ୍ଭାବନା ରହିଥାଏ । ଡ୍ରିଲର ପ୍ରେସ ହ୍ବିଲ ସିଡବେଡକୁ ଅଧିକ ଶକ୍ତ କରିବା ସହିତ ଷ୍ଟାଣ୍ଡକୁ ମୁଳରୁ ଓପାଡିବାକୁ ସାହାଯ୍ୟ କରିବ । ଗଭୀର ଷ୍ଟାଣ୍ଡ ଗଠନ ପାଇଁ ପ୍ରବଳ ରୋପଣ ଦରର ଆବଶ୍ୟକତା ରହିଛି ।

Stihl’s powerful FS 120 Brushcutter

Stihl’s powerful FS 120 Brushcutter

ସୁବିଧାର ଲାଭ ଉଠାନ୍ତୁ

ମିଲେଟର ଉପଯୋଗ ଚାରା ଓ ଶସ୍ୟ ଉଭୟ ରୂପେ କରାଯାଏ । ଚାରା ଉଦ୍ଦେଶ୍ୟରେ ମିଲେଟର ଅମଳ ପାଇଁ ରୋପଣର 50ରୁ 60 ଦିନ ପରେ କାଟିବା ଆରମ୍ଭ କରିଦିଆଯିବା ଦରକାର । ଶସ୍ୟ ପାଇଁ ବାଜରାର ଅମଳ ସେବେ କରାଯିବା ଆବଶ୍ୟକ ଯେବେ ଘାସ ଓ ବିହନ ସୁନେଲି ରଙ୍ଗ ହୁଏ । ଏହାପରେ ଯାନ୍ତ୍ରୀକ ଥ୍ରେସର ଉପଯୋଗରେ ଚାଷୀ ଅମଳ ପାଇଁ ଷ୍ଟିଲର ଏଫଏସ 120 ବ୍ରସକଟରର ମଧ୍ୟ ବ୍ୟବହାର କରିପାରିବେ ।

ମିଲେଟର ଉତ୍ତମ ଅମଳ ପାଇବା ପାଇଁ ଷ୍ଟିଲର କୃଷି ଉପକରଣର ବ୍ୟବହାର କରନ୍ତୁ ।  ଅଧିକ ଯନ୍ତ୍ର ବିଷୟରେ ଜାଣିବା ପାଇଁ ଏହାର ଅଫିସିଆଲ ଓ୍ବେବସାଇଟକୁ ଯାଆନ୍ତୁ । ଏହି କୃଷିଯନ୍ତ୍ର ବାବଦରେ ଅଧିକ ସୂଚନା ପାଇଁ ନିମ୍ନରେ ଦିଆଯାଇଥିବା ବିବରଣୀରେ ସମ୍ପର୍କ କରନ୍ତୁ:

ଅଫିସିଆଲ ଇ ମେଲ ଆଇଡି- info@stihl.in

ଯୋଗାଯୋଗ ନମ୍ବର- 9028411222

Like this article?

Hey! I am Shuvanshu Kar. Did you liked this article and have suggestions to improve this article? Mail me your suggestions and feedback.

Share your comments