1. କୃଷି ଖବର

ମିଲେଟ ଖାଦ୍ୟ ସଂସ୍କୃତିର ହେବ ପୁନରୁଦ୍ଧାର ଓ ଚାଷକୁ ଦିଆଯିବ ପ୍ରୋତ୍ସାହନ

ଓଡ଼ିଶାରେ ମିଲେଟ୍ ଉତ୍ପାଦନକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ଓଡ଼ିଶାରେ ୧୦ ନଭେମ୍ବର ୨୦୨୨କୁ ମାଣ୍ଡିଆ ଦିବସ ଭାବେ ଘୋଷଣା କରାଯିବା ସହିତ ‘ଓଡିଶା ମିଲେଟ୍ ମିଶନ’ର କାର୍ଯ୍ୟପନ୍ଥା ଅନୁଯାୟୀ ଚଳିତ ବର୍ଷ ୯ ଓ ୧୦ ନଭେମ୍ବରରେ ଆନ୍ତର୍ଜାତିକ ମିଲେଟ୍ ବର୍ଷ ସମ୍ମିଳନୀ ଆୟୋଜନକୁ ଅନୁମୋଦନ ମିଳିଛି ।

Tanushree Mahapatra
Tanushree Mahapatra
Millet food culture will be promoted  , image source - pexels.com

Millet food culture will be promoted , image source - pexels.com

ଓଡ଼ିଶାରେ ମିଲେଟ୍ ଉତ୍ପାଦନକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ଓଡ଼ିଶାରେ ୧୦ ନଭେମ୍ବର ୨୦୨୨କୁ ମାଣ୍ଡିଆ ଦିବସ ଭାବେ ଘୋଷଣା କରାଯିବା ସହିତ ‘ଓଡିଶା ମିଲେଟ୍ ମିଶନ’ର କାର୍ଯ୍ୟପନ୍ଥା ଅନୁଯାୟୀ ଚଳିତ ବର୍ଷ ୯ ଓ ୧୦ ନଭେମ୍ବରରେ ଆନ୍ତର୍ଜାତିକ ମିଲେଟ୍ ବର୍ଷ ସମ୍ମିଳନୀ ଆୟୋଜନକୁ ଅନୁମୋଦନ ମିଳିଛି । ମିଲେଟର ଅଧିକ ରୁ ଅଧିକ  ବ୍ୟବହାର, ମିଲେଟ୍ ଚାଷର ପ୍ରଚାର ପ୍ରସାର କରିବ ଉଦ୍ଦେଶ୍ୟରେ ଆଗାମୀ ନଭେମ୍ବର ୯ ଓ ୧୦ ତାରିଖ ଦୁଇ ଦିନ ପର୍ଯ୍ୟନ୍ତ  ଏହି ସମ୍ମିଳନୀ ଅନୁଷ୍ଠିତ ହେବା । 

ଏ ନେଇ କୃଷି ବିଭାଗ ବୈଠକ ଯୋଗେ ସୂଚନା ଦେଇଛି l ଆନ୍ତର୍ଜାତିକ ମିଲେଟ୍ ବର୍ଷ ପାଳନ ପରିପ୍ରେକ୍ଷୀରେ କରାଯିବାକୁ ଥିବା ବିଭିନ୍ନ କାର୍ୟ୍ୟକ୍ରମ, ସମ୍ମିଳନୀ ଉଦ୍ଦେଶ୍ୟରେ, ଏହାର ପ୍ରସ୍ତୁତି ନକ୍ସା ଏବଂ ବିଭିନ୍ନ ସହଯୋଗୀ ସଂସ୍ଥାର ସହଯୋଗିତା ସଂପର୍କରେ ବୈଠକରେ ବିସ୍ତୃତ ଭାବେ ଆଲୋଚନା କରାଯାଇଛି ।

ଏହି ଦୁଇ ଦିନ ଧରି ଚାଲିବାକୁ ଥିବା ଏହି ସମ୍ମିଳନୀର ଲକ୍ଷ୍ୟ ରହିଛି ଅମଳ ପରବର୍ତ୍ତୀ ଏବଂ ପ୍ରାଥମିକ ପ୍ରକ୍ରିୟାକରଣଉଦ୍ୟୋଗକୁ ପ୍ରୋତ୍ସାହନ ଦେବା , ଫସଲ ପ୍ରଣାଳୀର  ଉନ୍ନତି,ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ମୂଲ୍ୟଯୁକ୍ତ ଉଦ୍ୟୋଗକୁ ପ୍ରୋତ୍ସାହନ ଦେବା । ତେବେ ଏହି ସାଧାରଣ ବଣ୍ଟନ ବ୍ୟବସ୍ଥା, ଆଇସିଡିଏସ୍, ମଧ୍ୟାନ୍ନ ଭୋଜନ, ଛାତ୍ରାବାସରେ ମିଲେଟ୍ ଖାଦ୍ୟର ବ୍ୟବହାରକୁ ଅନ୍ତର୍ଭୁକ୍ତ କରିବା l ବାଜରା ଭିତ୍ତିକ ଉତ୍ପାଦର ବଜାର ଓ ରପ୍ତାନିକୁ ସୁଗମ କରିବାକୁ ଏହି ସମ୍ମିଳନୀ ଦ୍ୱାରା ଉତ୍ସାହିତ କରିବ। l ମିଲେଟକୁ କ୍ରୀଡା ସହିତ ଯୋଡିବା ଏବଂ ସମସ୍ତ କ୍ରୀଡା ଛାତ୍ରାବାସରେ ମିଲେଟ ଖାଦ୍ୟକୁ ସାମିଲ କରିବା, ମିଲେଟ୍ ଖାଦ୍ୟ ସଂସ୍କୃତିର ତଥ୍ୟ ଓ ଏହାର ପ୍ରଚାର ପ୍ରଚାର ପାଇଁ ବିଦ୍ୟାଳୟ, ହୋଟେଲ, ଡାକ୍ତରଖାନା, ସେଲିବ୍ରିଟିଙ୍କୁ ମିଲେଟର ବ୍ୟବହାର ବିଷୟରେ ଓ ଏହାର ପ୍ରଚାର ପ୍ରସାରରେ ନିୟୋଜିତ କରିବା  ଯାହା ପାଇଁ ଏହି ଖାଦ୍ୟ କିମ୍ବା ଏହି ଶସ୍ୟର ଅଧିକ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିପାରିବ l ମିଲେଟ୍ ସହିତ ସବୁଜ ପୁଞ୍ଜିନିବେଶକୁ ସଂଯୋଗ କରିବା l ଓଡିଶା ମିଲେଟ୍ ମିଶନରେ ନିବେଶକୁ ପୁନଃ ଅନୁଶୀଳନ କରିବାରେ ଏହି ସମ୍ମିଳନୀ ସହାୟକ ହେବ ବୋଲି ବୈଠକରେ ଆଲୋଚନା କରାଯାଇଛି ।

ମାଣ୍ଡିଆ ଜାତୀୟ ଖାଦ୍ୟ ସଶ୍ୟର ଘରୋଇ ବ୍ୟବହାରକୁ ବୃଦ୍ଧି କରିବା l ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ମିଲେଟ୍ ଖାଦ୍ୟ ସଂସ୍କୃତିର ପୁନରୁଦ୍ଧାର କରିବା l ଜମିର ବିହନ ପ୍ରଣାଳୀ ମାଧ୍ୟମରେ ଜମିର ସଂରକ୍ଷଣ ଏବଂ ପ୍ରୋତ୍ସାହନ ଦେବା ହେଉଛି ଏହି ସମ୍ମିଳନୀର ମୁଖ୍ୟ ଉଦ୍ଦେଶ୍ୟ । ମାଣ୍ଡିଆ ଉତ୍ପାଦନ କ୍ଷେତ୍ରରେ ସଦ୍ୟତମ ଉଚିତ ଗବେଷଣା, ସଠିକ ଚାଷ ଅଭ୍ୟାସ, ମୂଲ୍ୟଯୁକ୍ତ ଉତ୍ପାଦନ ପ୍ରତି ଧ୍ୟାନ ଦେବା ସହିତ ଆୟୋଜନ ହେବାକୁ ଥିବା ସମ୍ମିଳନୀ ଯେପରି ଆନ୍ତର୍ଜାତୀୟ  ହୋଇପାରିବ , ସେଥିପ୍ରତି ଦୃଷ୍ଟି ଦେବା ପ୍ରତି ଗୁରୁତ୍ୱ ଦିଆଯାଇଛି ।

ତେବେ ଭୁବନେଶ୍ୱରସ୍ଥିତ ଜନତା ମଇଦାନରେ ଆଗାମୀ ନଭେମ୍ବର ମାସ ୯ ଓ ୧୦ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଆନ୍ତର୍ଜାତିକ ମିଲେଟ୍ ସମ୍ମିଳନୀକୁ ସଫଳତାର ସହ ଆୟୋଜନ କରିବା ପାଇଁ ବ୍ୟବସ୍ଥା କରାଯାଉଛି । ସେହିଭଳି ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଆୟୋଜିତ ବୈଠକରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପ୍ରମୁଖ ଶାସନ ସଚିବ ଅରବିନ୍ଦ କୁମାର ପାଢୀ, ମିଶନ ଶକ୍ତି ବିଭାଗ କମିଶନର ତଥା ଶାସନ ସଚିବ ସୁଜାତା କାର୍ତ୍ତିକେୟନ୍ ଙ୍କ ସହିତ କୃଷି ବିଭାଗ ନିର୍ଦ୍ଦେଶକ ପ୍ରେମଚନ୍ଦ୍ର ଚୌଧୁରୀ ଓ ଗୃହ ବିଭାଗ ସ୍ୱତନ୍ତ୍ର ଶାସନ ସଚିବ ସନ୍ତୋଷ ବାଲା ଉପସ୍ଥିତ ରହିଥିଲେ ।

ସେହିପରି ସୂଚନା ଅନୁଯାୟୀ,ଓଡ଼ିଶା ମିଲେଟ୍ ମିଶନରେ ପୁର୍ବରୁ ସାମିଲ କରାଯାଇଥିବା ୧୯ଟି ଜିଲାର ପ୍ରାୟ ୧୪୩ ଟି ବ୍ଲକକୁ ପରିବର୍ଦ୍ଧିତ କରାଯାଇ ଏବେ ୩୦ଟି ଜିଲ୍ଲାରେ ପ୍ରାୟ ୧୭୭ ଟି ବ୍ଲକକୁ ଅନ୍ତର୍ଭୁକ୍ତ କରାଯାଇଛି । ଅନ୍ୟପଟେ ୨୦୨୩ ଏବଂ ୨୪ ଆର୍ଥିକ ବର୍ଷ ପାଇଁ ମାଣ୍ଡିଆ କ୍ରୟ ଲକ୍ଷ୍ୟ କୁ  ୮ ଲକ୍ଷ କ୍ୱିଣ୍ଟାଲ ଧାର୍ଯ୍ୟ କରାଯାଇଛି । ମିଶନ ଶକ୍ତିରେ ସ୍ୱୟଂ ସହାୟିକା ଗୋଷ୍ଠୀ ଦ୍ୱାରା ରାଜ୍ୟରେ ପ୍ରାୟତଃ ୧୫୩ ଟି ମିଲେଟ୍ ଟିଫିନ୍ ସେଣ୍ଟର , ପ୍ରାୟତଃ ୮ଟି ମିଲେଟ୍ ଶକ୍ତି କାଫେ, ସେହିପରି ୬ଟି ମିଲେଟ୍ ଆଉଟଲେଟ୍, ୪ଟି ମିଲେଟ୍ ଅନ୍ ହ୍ଵିଲ୍ସ ପରିଚାଳିତ ହେଉଥିବାର ଦେଖିବାକୁ ମିଳିଛି । ସେହିପରି ରାଜ୍ୟରେ ୧୪ ମିଲେଟ୍ ଶକ୍ତି କାଫେ କିମ୍ବା ଆଉଟଲେଟ୍ ୬ ମାସ ମଧ୍ୟରେ ୧.୫ କୋଟି ଟଙ୍କାରୁ ଅଧିକ କାରବାର ହାସଲ କରିଛି ବୋଲି ସରକାରୀ ଆକଳନ ଅନୁଯାୟୀ ଜଣାପଡିଛି । 

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments