1. କୃଷି ଖବର

ଚାଷୀଙ୍କୁ ପ୍ରୋତ୍ସାହନ ରାଶି ଯୋଗାଉଛନ୍ତି ସରକାର ,ବଢୁଛି ମାଣ୍ଡିଆ ଚାଷ ପ୍ରତି ଆଗ୍ରହ

ମାଣ୍ଡିଆ ହେଉଛି ଏକ ପୁଷ୍ଟିକର ଖାଦ୍ୟ । ମାଣ୍ଡିଆରେ ୩୦ ଗୁଣ ଅଧିକ କ୍ୟାଲସିୟମ୍‌ ଏବଂ ୪ ଗୁଣ ଅଧିକ ଲୌହସାର ରହିଛି । ଏଥିସହ ମାଣ୍ଡିଆରେ ଅଧିକ ଫାଇଭର, ମିନେରାଲ୍ସ, ଆଣ୍ଟି ଅକ୍ସିଡାଣ୍ଟ ଓ ତନ୍ତୁ ଭରି ରହିଛି । ଏହା ସ୍ୱଳ୍ପ ଗ୍ଲାଇସେମିକ୍‌ ଇଣ୍ଡେକ୍ସ ଯୁକ୍ତ ଥିବାରୁ ଏହାକୁ ଡାଏବେଟିସ୍‌ ରୋଗୀ ମଧ୍ୟ ଖାଇପାରିବେ । ଦିନକୁ ଦିନ ମାଣ୍ଡିଆ ଚାଷ ପ୍ରତି ବଢୁଛି ଲୋକଙ୍କ ଭରସା । ବର୍ତ୍ତମାନ ମାଣ୍ଡିଆ ଘରେ ଘରେ ପରିଚିତ ।

Sudesna Nayak
Sudesna Nayak
millet-ragi-farming-in-demand

millet-ragi-farming-in-demand

ମାଣ୍ଡିଆ ହେଉଛି ଏକ ପୁଷ୍ଟିକର ଖାଦ୍ୟ । ମାଣ୍ଡିଆରେ ୩୦ ଗୁଣ ଅଧିକ କ୍ୟାଲସିୟମ୍‌ ଏବଂ ୪ ଗୁଣ ଅଧିକ ଲୌହସାର ରହିଛି । ଏଥିସହ ମାଣ୍ଡିଆରେ ଅଧିକ ଫାଇଭର, ମିନେରାଲ୍ସ, ଆଣ୍ଟି ଅକ୍ସିଡାଣ୍ଟ ଓ ତନ୍ତୁ ଭରି ରହିଛି । ଏହା ସ୍ୱଳ୍ପ ଗ୍ଲାଇସେମିକ୍‌ ଇଣ୍ଡେକ୍ସ ଯୁକ୍ତ ଥିବାରୁ ଏହାକୁ ଡାଏବେଟିସ୍‌ ରୋଗୀ ମଧ୍ୟ ଖାଇପାରିବେ । ଦିନକୁ ଦିନ ମାଣ୍ଡିଆ ଚାଷ ପ୍ରତି ବଢୁଛି ଲୋକଙ୍କ ଭରସା । ବର୍ତ୍ତମାନ ମାଣ୍ଡିଆ ଘରେ ଘରେ ପରିଚିତ । ସରକାର ମଧ୍ୟ ମାଣ୍ଡିଆ ଚାଷକୁ ପ୍ରୋତ୍ସାହିତ କରିବା ପାଇଁ ମିଲେଟ ମିଶନ ମାଧ୍ୟମରେ ଚାଷୀଙ୍କୁ କରୁଛନ୍ତି ଉତ୍ସାହିତ । ଗଞ୍ଜାମ ଜିଲ୍ଲାର ସୋରଡା ବ୍ଲକରେ ଶହ ଶହ ଚାଷୀ ମାଣ୍ଡିଆ ଚାଷ କରି ରୋଜଗାର କରିବାରେ ସକ୍ଷମ ହୋଇଛନ୍ତି । ମାଣ୍ଡିଆ ଗୋଟିଏ ଉଷ୍ଣମଣ୍ଡଳୀୟ ଫସଲ  । ଏହା ବର୍ଷସାରା ହୁଏ   । ଖରିଫ ଓ ରବି ଉଭୟ ଋତୁରେ ଚାଷ କରାଯାଏ   ।

ମାଣ୍ଡିଆ ବର୍ତ୍ତମାନ ଯୁଗରେ ଘରେ ଘରେ ପରିଚିତ । ଦିନ ମଜୁରିଆ ଠାରୁ ଆରମ୍ଭ କରି ଶିଳ୍ପପତି ସମସ୍ତେ ଖାଇଥାନ୍ତି । ଏହାର ଚାହିଦା ଦେଖି ଚାଷୀ ମଧ୍ୟ ଆଗ୍ରହ ହେଲାଣି ଅଧିକ ମାଣ୍ଡିଆ ଆଦାୟ କରିବା ପାଇଁ । ଗଞ୍ଜାମ ଜିଲ୍ଲା ସୋରଡା ବ୍ଲକରେ ବର୍ତ୍ତମାନ ସହ ସହ ଚାଷୀ ମାଣ୍ଡିଆ ଲଗାଇ ବେଶ ଦୁଇ ପଇସା ରୋଜଗାର କରୁଛନ୍ତି । ସରକାର ମଧ୍ୟ ଚାଷୀଙ୍କୁ ପ୍ରୋତ୍ସାହନ ରାଶି ଯୋଗାଉଛନ୍ତି ।

ମାଣ୍ଡିଆ ଶବ୍ଦଟି ପ୍ରତେକ ଘରେ ଘରେ ଆଦରଣୀୟ ହୋଇଗଲାଣି । ଦକ୍ଷିଣ ଭାରତର ଅଧିବାସୀମାନଙ୍କର ମାଣ୍ଡିଆ ଗୋଟିଏ ମୁଖ୍ୟ ଖାଦ୍ୟ ଶସ୍ୟ  । କେତେକ ପାହାଡିଆ ଅଞ୍ଚଳରେ ଖରିଫ ଋତୁରେ ମୁଖ୍ୟ ଶସ୍ୟ ଜାତୀୟ ଫସଲ ରୂପେ ମାଣ୍ଡିଆ ଚାଷ କରାଯାଏ   । ଉତ୍ତର ଭାରତର ପାହାଡିଆ ଅଞ୍ଚଳର ଅଧିବାସୀମାନେ ଏହାକୁ ରୁଟି ରୂପେ ଏବଂ ଦକ୍ଷିଣ ଭାରତରେ ବିଭିନ୍ନ ପ୍ରକାର ପିଠା ଏବଂ ଜାଉ କରି ଖାଆନ୍ତି  । ମାଣ୍ଡିଆରୁ ମାଲଟ ତିଆରି ହୁଏ   । ଏହା ଗର୍ଭବତୀ ମହିଳାମାନଙ୍କୁ ମଧ୍ୟ ଦିଆଯାଏ ।

 

ବର୍ତ୍ତମାନ ମାଣ୍ଡିଆ ଚୂନାରେ ବିଭିନ୍ନ ପ୍ରକାର ପିଠା ,ଜଳଖିଆ ପ୍ରସ୍ତୁତ କରି ବ୍ୟବସାୟୀ ଲୋକଙ୍କୁ ଦେଉଛନ୍ତି l ଏପରିକି ହୋଟେଲ ମାନଙ୍କରେ ଗହଳି ଦେଖିବାକୁ ମିଳୁଛି । ସୋରଡା ବ୍ଲକ ପାହାଡିଆ ଅଞ୍ଚଳ ହୋଇଥିବାରୁ ପାଣିର ଅଭାବ ଯୋଗୁ ଆଗେ ଲୋକ ମାନେ ନିଜର ଖାଇବା ପାଇଁ କିଛି ଜାଗାରେ ମାଣ୍ଡିଆ ଚାଷ କରି ଚଳୁଥିଲେ । ଅଧିକାଂଶ ଜମି ପଡିଆ ରହୁଥିଲା । ଧନୀ ଶ୍ରେଣୀର ଲୋକମାନେ ମାଣ୍ଡିଆ ଜାଉ ଖାଉଥିବା ଲୋକଙ୍କୁ ଛୋଟ ନଜରରେ ଦେଖୁଥିଲେ । କିନ୍ତୁ ବର୍ତ୍ତମାନ ବଡବଡିଆ ମାନେ ମଧ୍ୟ୍ୟ ମାଣ୍ଡିଆ ଜାଉକୁ ବେଶ ପସନ୍ଦ କରୁଛନ୍ତି l ଏହାର ଚାହିଦା ଦେଖି ସରକାରଙ୍କ ତରଫରୁ ଚାଷୀଙ୍କୁ ଅଧିକ ମାଣ୍ଡିଆ ଚାଷ କରିବା ପାଇଁ ସବୁ ପ୍ରକାର ସୁବିଧା ଯୋଗାଇଛନ୍ତି । ଯାହାଫଳରେ ସୋରଡା ବ୍ଲକର 20 ପଞ୍ଚାଯତର 130 ଗ୍ରାମର ପ୍ରାୟ 2000 ଚାଷୀ ବର୍ତ୍ତମାନ ମାଣ୍ଡିଆ ଚାଷ କରୁଛନ୍ତି । ଅଞ୍ଚଳର 700 ହେକ୍ଟର ଜମିରେ ଧାଡି ରୁଆ କରି ମାଣ୍ଡିଆ ଚାଷ କରାଯାଉଛି ।

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments