1. କୃଷି ଖବର

ମିଲେନିୟର ଫାର୍ମର ଅଫ ଇଣ୍ଡିଆ୨୦୨୩: ମଞ୍ଚରେ ଚାଷୀ ବଖାଣିବେ ନିଜ ସଫଳ କୃଷି କାହାଣୀ

ଗତକାଲି ଆୟୋଜିତ ହେବାକୁ ଯାଉଛି ମିଲେନିୟର ଫାର୍ମର ଅଫ ଇଣ୍ଡିଆ ୨୦୨୩ l ଯାହାର ମୁଖ୍ୟ ପ୍ରାୟୋଜକ ହେଉଛି ମହିନ୍ଦ୍ରା ଟ୍ରାକ୍ଟରସ l ଡିସେମ୍ବର ୬ ରୁ ୮ ତାରିଖ ପର୍ଯ୍ୟନ୍ତ ୩ ଦିନ ଧରି ଏହି ମହା ସମ୍ମିଳନୀ ହେବାକୁ ଯାଉଛି l ଯେଉଁଠି ପୁରସ୍କୃତ ହେବେ ଦେଶର କୋଟିପତି ଚାଷୀ l

Tanushree Mahapatra
Tanushree Mahapatra
Millionaire Farmer of India Awards 2023

Millionaire Farmer of India Awards 2023

ଗତକାଲି ଆୟୋଜିତ ହେବାକୁ ଯାଉଛି ମିଲେନିୟର ଫାର୍ମର ଅଫ ଇଣ୍ଡିଆ ୨୦୨୩ l ଯାହାର ମୁଖ୍ୟ ପ୍ରାୟୋଜକ ହେଉଛି ମହିନ୍ଦ୍ରା ଟ୍ରାକ୍ଟରସ l ଡିସେମ୍ବର ୬ ରୁ ୮ ତାରିଖ ପର୍ଯ୍ୟନ୍ତ ୩ ଦିନ ଧରି ଏହି ମହା ସମ୍ମିଳନୀ ହେବାକୁ ଯାଉଛି l ଯେଉଁଠି ପୁରସ୍କୃତ ହେବେ ଦେଶର କୋଟିପତି ଚାଷୀ l ଚାଷୀଙ୍କୁ ମିଳିବ ମଞ୍ଚ ନିଜ କୃଷି ସଫଳତାର କାହାଣୀ ବଖାଣିବା ପାଇଁ l

ବ୍ଲକ , ଜିଲ୍ଲା ଏବଂ ରାଜ୍ୟ ସ୍ତରୀୟରେ ଏହି ପୁରସ୍କାର ପ୍ରଦାନ କରାଯିବ l ଆଜିକୁ ୨୭ ବର୍ଷଧରି ଚାଷୀଙ୍କ ପାଇଁ ନିରନ୍ତର ସେବା ଯୋଗାଇ ଆସୁଥିବା କୃଷି ଜାଗରଣ ସଂସ୍ଥାର ସ୍ବପ୍ନ ଆଜି ପୁରା ହେବାକୁ ଯାଉଛି l ବିଭିନ୍ନ ମେଳା ତଥା କାର୍ଯ୍ୟକ୍ରମ ଜରିଆରେ ଚାଷୀଙ୍କ ସମସ୍ତ ଅସୁବିଧାକୁ ଲୋକଲୋଚନକୁ ଆଣିବା ସହିତ ନୂଆ ନୂଆ କୃଷି ପ୍ରଣାଳୀ ସହିତ ମଧ୍ୟ ପରିଚିତ କରାଇଛି ଚାଷୀଙ୍କୁ l

ଚାଷୀ ଏବଂ ଚାଷକାର୍ଯ୍ୟକୁ ଗୁରୁତ୍ୱ ଦେଇ କୃଷି ଜାଗରଣ ସଂସ୍ଥାର ସମ୍ପାଦକ ଏମ.ସି ଡୋମିନିକ ଓ ନିର୍ଦ୍ଦେଶିକା ସାଇନି ଡୋମିନିକଙ୍କ ଦ୍ୱାରା ଏହା ଆୟୋଜିତ କରାଯାଉଛି l ଆଜି ଏହି ନୂତନ ଚିନ୍ତାଧାରା କେବଳ ଦେଶ କି ଜାତୀୟ ନୁହେଁ ତଥା ଅନ୍ତର୍ଜାତୀୟ ସ୍ତରରେ ପହଞ୍ଚି ପାରିଛି l ଏହା ଚାଷୀ କୁଳ ପାଇଁ ନୂତନ ଦିଗ ଆଣିଦେବ ବୋଲି କୁହାଯାଇପାରେ l ଅନ୍ତର୍ଜାତୀୟ ସ୍ତରରେ ବ୍ରାଜିଲ , ମାଲେସିଆ ଏବଂ ଜାପାନ ଭଳି ଦେଶ ଏହାକୁ ସମର୍ଥନ ଜଣାଇଛନ୍ତି l ଆଗାମୀ ଭବିଷ୍ୟତରେ ଏହି କାର୍ଯ୍ୟକ୍ରମ କୃଷି ଜାଗରଣ ସଂସ୍ଥାର ସହଯୋଗ ଦ୍ୱାରା ସେହି ଦେଶ ମାନଙ୍କରେ ମଧ୍ୟ ଆୟୋଜିତ ହେବାର କାର୍ଯ୍ୟକ୍ରମ ରହିଛି l

୩ ଦିନ ଧରି ଅନୁଷ୍ଠିତ ହେବାକୁ ଥିବା କାର୍ଯ୍ୟକ୍ରମରେ କୃଷି ବୈଜ୍ଞାନିକ, କୃଷି ଶିଳ୍ପପତି , ଶ୍ରେଷ୍ଠ ଚାଷୀ , କୃଷି ରସାୟନ କମ୍ପାନୀ ଭଳି ଅନେକ ବିଶିଷ୍ଟ ବ୍ୟକ୍ତି ମଧ୍ୟ ଯୋଗଦେବେ l ଅନ୍ୟ କିଛି  ନୂଆ ଶିଖିବାର ଅନୁଭୂତି ମିଳିବ l ଚାଷ ପ୍ରଣାଳୀ ଠାରୁ ଆରମ୍ଭ କରି ଅମଳ ପର୍ଯ୍ୟନ୍ତ ଅନେକ କିଛି ନୂଆ ତଥ୍ୟ ଜାଣିବାକୁ ମିଳିବ l ଗତକାଲି IARI ପୁସାର ମେଳା ପଡ଼ିଆଠାରେ ଏହା ଆୟୋଜିତ ହେବ l ଏହି କାର୍ଯ୍ୟକ୍ରମ ସମ୍ପର୍କରେ କୌଣସି ସୂଚନା ଜାଣିବାକୁ ଚାହୁଁଥିଲେ ନିମ୍ନରେ ଦିଆଯାଇଥିବା ଲିଙ୍କ ଓ ଫୋନ ନମ୍ବରରେ ଯୋଗାଯୋଗ କରନ୍ତୁ l

MFOI 2023 VISITOR PASS LINK - https://millionairefarmer.in/get-visitor-pass/

Abdus Samad- +91 98918 89588, Subhra Mohanty - +91 98188 38998

Parikshit Tyagi - +91 98913 34425, Vardan Kasnia - +91 98918 88508

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments